• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଆଜି୨୦୨୧ ମସିହା, ନଭେମ୍ୱର ମାସ, ୯ ତାରିଖ, ମଙ୍ଗଳବାର ତୁଳା ୨୪ ଦିନ କାର୍ତ୍ତିକ ମାସ ଶୁକ୍ଳପକ୍ଷ,ପଞ୍ଚମୀ ଭୁକ୍ତ, ଷଷ୍ଠୀ ତିଥି,ପୂର୍ବାଷାଢା ନକ୍ଷତ୍ର, ଧନୁ ଚନ୍ଦ୍ର,ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କ ଦିନ...

ମେଷ - ଆଜି କୋର୍ଟ-କଚେରୀର ନ୍ୟାୟ ଆପଣଙ୍କ ସପକ୍ଷରେ ଆସସିପାରିବ ।ସମସ୍ତ ଦିଗରେ ସଫଳତା ହାସଲ କରିପାରିବେ । ପରିବାରରେ ସୁଖ-ଶାନ୍ତି ପୂର୍ବ ପରି ଅତୁଟ ରହିପାରିବ ।

ପ୍ରତିକାର- ଅଧିକ ଶୁଭ ଫଳ ପାଇବା ପାଇଁ ହନୁମାନଙ୍କ ଗାୟତ୍ରୀ ମନ୍ତ୍ରକୁ ଦଶ ଥର ଜପ କରନ୍ତୁ

 

ବୃଷ- ସନ୍ତାନ ସମ୍ବନ୍ଧୀତ ଶୁଭ ସମାଚାର ଆପଣଙ୍କୁ ମିଳିପାରିବ । ପୁରୁଣା ତଥା ପିଲାଦିନର ମିତ୍ରମାନଙ୍କର ଭେଟରେ ମନ ପ୍ରସନ୍ନ ହେବ

ମଧ୍ୟାହ୍ନ ପରେ ଭାବିଚିନ୍ତି କାର୍ଯ୍ୟ କଲେ ସୁଫଳ ପାଇପାରିବେ ।

ପ୍ରତିକାର-ଅଧିକ ଶୁଭ ଫଳ ପାଇବା ପାଇଁ ମା ଲକ୍ଷ୍ମୀଙ୍କ ଗାୟତ୍ରୀ ମନ୍ତ୍ରକୁ ଦଶ ଥର ଜପ କରନ୍ତୁ

 

ମିଥୁନ- ଆଜିର ଦିନ ଲାଭଦାୟୀ ହୋଇପାରିବ । ଆଶା କରୁଥିବା ଦିଗରୁ ଅର୍ଥ ମାନ ସମ୍ମାନ ଲାଭ କରିପାରିବେ । ବ୍ୟବସାୟ ବାଣିଜ୍ୟରେ ଆୟ ବୃଦ୍ଧି ଘଟିପାରିବ ।

ପ୍ରତିକାର-ଅଶୁଭତ୍ୱ ଖଣ୍ଡନ ପାଇଁ ଅଧିକ ଶୁଭ ଫଳ ପାଇବା ପାଇଁ ଗଣେଶଙ୍କ ଗାୟତ୍ରୀ ମନ୍ତ୍ରକୁ ଦଶ ଥର ଜପ କରନ୍ତୁ

 

କର୍କଟ -ଆଜି କର୍ମ କ୍ଷେତ୍ରର ଉଚ୍ଚ କତୃପକ୍ଷ ଆପଣଙ୍କ କାର୍ଯ୍ୟରେ ସନ୍ତୋଷ ଅନୁଭବ କରିପାରିବେ । ଆର୍ଥିକ ଦୃଷ୍ଟିରୁ ଲାଭ ହୋଇପାରିବ । ଅପ୍ରିୟ ସତ୍ୟକଥା କହି ଦୋଷୀ ସାବ୍ୟସ୍ତ ହୋଇ ମନସ୍ତାପ କରିପାରିବେ । ମଧ୍ୟାହ୍ନ ପରେ ବ୍ୟବସାୟିକ କ୍ଷେତ୍ରରେ ଆପଣଙ୍କ ପାଇଁ ପରିସ୍ଥିତି ଅନୁକୂଳ ରହିପାରିବ ।

ପ୍ରତିକାର- ଅଧିକ ଶୁଭ ଫଳ ପାଇବା ପାଇଁ ଚନ୍ଦ୍ରଙ୍କ ଗାୟତ୍ରୀ ମନ୍ତ୍ରକୁ ଦଶ ଥର ଜପ କରନ୍ତୁ

 

ସିଂହ- ଆଜି କ୍ରୋଧ ଏବଂ ବାଣୀ ଉପରେ ନିୟନ୍ତ୍ରଣ ରଖନ୍ତୁ । ଆୟ ତୁଳନାରେ ବ୍ୟୟ ଅଧିକ ହୋଇଯିବ, ଯାହାଫଳରେ ଧାର କରଜ କରିବାକୁ ପଡିପାରେ । ଉଚ୍ଚ ଅଧିକାରୀମାନଙ୍କ ସହିତ ବାଦ-ବିବାଦ କରନ୍ତୁ ନାହିଁ ।

ପ୍ରତିକାର-ଅଧିକ ଶୁଭ ଫଳ ପାଇବା ପାଇଁ ସୂଯର୍ୟଙ୍କ ଗାୟତ୍ରୀ ମନ୍ତ୍ରକୁ ଦଶ ଥର ଜପ କରନ୍ତୁ

 

କନ୍ୟା -ଆଜି ଆକସ୍ମିକ ଅର୍ଥ ଖର୍ଚ୍ଚ ହୋଇପାରେ । ଭାଗିଦାରୀ ସହିତ ସମ୍ବନ୍ଧ ଭଲ ରହିପାରିବ । ମହିଳାମାନେ ଘରେ ବିଭିନ୍ନ ପ୍ରକାରର କାର୍ଯ୍ୟରେ ବ୍ୟସ୍ତ ରହିପାରିବେ ।

ପ୍ରତିକାର-ଅଧିକ ଶୁଭ ଫଳ ପାଇବା ପାଇଁ ବୁଧଙ୍କ ଗାୟତ୍ରୀ ମନ୍ତ୍ରକୁ ଦଶ ଥର ଜପ କରନ୍ତୁ

 

ତୁଳା -ଗୃହସ୍ଥ ଜୀବନରେ ସୁଖ ଏବଂ ଶାନ୍ତି ରହିପାରିବ । ବ୍ୟବସାୟ ବାଣିଜ୍ୟ ପାଇଁ ଦିନଟି ଅନୁକୂଳ ରହିପାରିବ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହୋଇପାରିବ ।

ପ୍ରତିକାର-ଅଧିକ ଶୁଭ ଫଳ ପାଇବା ପାଇଁ ଶୁକ୍ରଙ୍କ ଗାୟତ୍ରୀ ମନ୍ତ୍ରକୁ ଦଶ ଥର ଜପ କରନ୍ତୁ

ବିଚ୍ଛା -ଆଜି ଶାରୀରିକ ମାନସିକ ସୁଖ ଶାନ୍ତି ମିଳିପାରିବ ।ଭାବୁକତାର ମାତ୍ରା ଅଧିକ ରହିପାରେ । ବିଦ୍ୟାର୍ଥୀଗଣ ଆଜି ବିଦ୍ୟାଭ୍ୟାସ ଏବଂ କ୍ୟାରିୟର ସମ୍ବନ୍ଧିତ ବିଷୟଗୁଡ଼ିକରେ ସଫଳତା ପ୍ରାପ୍ତ ହୋଇପାରନ୍ତି।

ପ୍ରତିକାର-ଅଧିକ ଶୁଭ ଫଳ ପାଇବା ପାଇଁ ମଙ୍ଗଳଙ୍କ ଗାୟତ୍ରୀ ମନ୍ତ୍ରକୁ ଦଶ ଥର ଜପ କରନ୍ତୁ

 

ଧନୁ -ଆଜି ପାରିବାରିକ ଜୀବନରେ ସୁଖ ଶାନ୍ତି ମିଳିପାରିବ । ନିରର୍ଥକ ବାଦ-ବିବାଦ କରନ୍ତୁ ନାହିଁ । ଧନ ମାନ ସମ୍ମାନ ପ୍ରତିଷ୍ଠା ମିଳିପାରିବ ।

ପ୍ରତିକାର-ଅଧିକ ଶୁଭ ଫଳ ପାଇବା ପାଇଁ ବୃହସ୍ପତିଙ୍କ ଗାୟତ୍ରୀ ମନ୍ତ୍ରକୁ ଦଶ ଥର ଜପ କରନ୍ତୁ

 

ମକର -ଆଜି ପାରିବାରିକ ଜୀବନ ସୁଖପ୍ରଦ ହୋଇପାରିବ । ବହୁ ଦିନର ସ୍ୱପ୍ନ ଆଜି ବାସ୍ତବରେ ପରିଣତ ହୋଇପାରିବ ।ମିତ୍ର ମାନଙ୍କ ସହିତ ସାକ୍ଷାତକରିବେ ଏବଂ ଏହି ସାକ୍ଷାତ ଆନନ୍ଦଦାୟୀ ରହିପାରିବ ।

ପ୍ରତିକାର-ଅଧିକ ଶୁଭ ଫଳ ପାଇବା ପାଇଁ ଶନିଙ୍କ ଗାୟତ୍ରୀ ମନ୍ତ୍ରକୁ ଦଶ ଥର ଜପ କରନ୍ତୁ

 

କୁମ୍ଭ -ଆଜି କର୍ମ କ୍ଷେତ୍ରରେ ମାନ-ସମ୍ମାନ ପ୍ରାପ୍ତ ହୋଇପାରିବ । କ୍ରୋଧ ଏବଂ ବାଣୀ ଉପରେ ନିୟନ୍ତ୍ରଣ ରଖନ୍ତୁ । ନକାରାତ୍ମକ ବିଚାର ମନରେ ଆସିବାକୁ ଦିଅନ୍ତୁ ନାହିଁ ।

ପ୍ରତିକାର-ଅଧିକ ଶୁଭ ଫଳ ପାଇବା ପାଇଁ ରାହୁଙ୍କ ଗାୟତ୍ରୀ ମନ୍ତ୍ରକୁ ଦଶ ଥର ଜପ କରନ୍ତୁ

 

ମୀନ -ଆଜିର ଦିନ ଶୁଭଫଳଦାୟୀ ହୋଇପାରିବ । ନୂତନ କାର୍ଯ୍ୟର ଶୁଭାରମ୍ଭ କରିବା ପାଇଁ ସମୟ ଅନୁକୂଳ ଅଟେ । ପରିଜନମାନଙ୍କ ସହିତ ସମୟ ଆନନ୍ଦପୂର୍ବକ ବିତିପାରିବ ।

ପ୍ରତିକାର-ଅଧିକ ଶୁଭ ଫଳ ପାଇବା ପାଇଁ ନାରାୟଣଙ୍କ ଗାୟତ୍ରୀ ମନ୍ତ୍ରକୁ ଦଶ ଥର ଜପ କରନ୍ତୁ