• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଆଜି ୨୦୨୨ ମସିହା ଅପ୍ରେଲ, ୮ ତାରିଖ, ଶୁକ୍ରବାର, ମୀନ ୨୫ ଦିନ ଚୈତ୍ର ମାସ ଶୁକ୍ଳପକ୍ଷ ସପ୍ତମୀ ତିଥି,ଆଦ୍ରା ନକ୍ଷତ୍ର, ମିଥୁନ ଚନ୍ଦ୍ର, ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କର ଦିନ...

ମେଷ- ଆଜି ଆପଣଙ୍କ ପାଇଁ ଦିନଟି ଶୁଭ ପ୍ରଦ ହୋଇପାରେ । ଶାରୀରିକ ମାନସିକ ଅଭିବୃଦ୍ଧି ଘଟି ବବ୍ୟବସାୟରେ ଲାଭ ମିଳିପାରେ । ମହିଳା ଓ ଛାତ୍ରଛାତ୍ରୀମାନଙ୍କୁ ମାନସୀକ ଶାନ୍ତି ମିଳିପାରେ ।

ବୃଷ- ଆଜି ଦିନଟି କର୍ମକ୍ଷେତ୍ରରେ ଅଧସ୍ତନ କର୍ମଚାରିଙ୍କର ସମ୍ପୂର୍ଣ୍ଣ ସହଯୋଗ ମିଳିପାରେ । ସାସଂରିକ ଜୀବନ ସୁଖମୟ ହୋଇପାରେ । ସ୍ୱାସ୍ଥ୍ୟ ଜନିତ ସମସ୍ୟା ଓ ଅଯଥା ବ୍ୟୟ ଦୂର ହୋଇପାରେ । ମହିଳା ଓ ଛାତ୍ରଛାତ୍ରୀମାନେ ବିଦ୍ୟାରେ କୃତକାର୍ଯ୍ୟ ହୋଇପାରନ୍ତି ।

  • ପ୍ରତିକାର-:ଚନ୍ଦନର ଟିକା ମଥାରେ ଲଗାନ୍ତୁ

ମିଥୁନ-ଆଜି ଆପଣ ବ୍ୟବସାୟରେ ଲାଭବାନ ହୋଇପାରନ୍ତି । ପାରିବାରିକ ଶାନ୍ତି ମିଳିପାରେ । କର୍ମ କ୍ଷେତ୍ରରେ ନୂତନ ସୁଯୋଗ ସୃଷ୍ଟି ହୋଇପାରେ । ମହିଳା ଓ ଛାତ୍ରଛାତ୍ରୀମାନେ ଦିନଟି ଉତ୍ସାହରେ ଅତିବାହିତ କରିପାରନ୍ତି ।

  • ପ୍ରତିକାର-: ବୁଲା କୁକୁରକୁ କିଛି ଖାଦ୍ୟ ଖାଇବାକୁ ଦିଅନ୍ତୁ

କର୍କଟ- ଆଜି ସନ୍ତାନ ମାନଙ୍କୁ ନେଇ ଗର୍ବ ଅନୁଭବ କରିବେ, ନୂତନ ବସ୍ତ୍ର ଆଭୂଷଣ ପ୍ରାପ୍ତିର ଯୋଗ ରହିଛି । ଆର୍ଥିକ ଉନ୍ନତି ବହୁ ବୃଦ୍ଧି ପାଇପାରେ । ମହିଳା ଓ ଛାତ୍ରୀମାନେ କୌଣସି ଦିଗରୁ ପୁରଷ୍କୃତ ହୋଇପାରନ୍ତି ।

  • ପ୍ରତିକାର-: ଓଁ ନମଃ ଶିବାୟ ମନ୍ତ୍ରରେ ଶିବଲିଙ୍ଗରେ ପାଞ୍ଚଟି ତ୍ରୀଶାଖା ବେଲପତ୍ର ଚଢାନ୍ତୁ

ସିଂହ- ଆଜି ସମାଜିକ ସ୍ତରରେ ମାନ ସମ୍ମାନ ବୃଦ୍ଧି ପାଇପାରେ । ଧନ ସଂଚୟ ପାଇଁ ଦିନଟି ଅନୁକୂଳ ରହିପାରେ । କର୍ମ କ୍ଷେତ୍ରରେ ସମସ୍ୟାର ସମାଧାନ ହୋଇପାରିବ । ମହିଳା ଓ ଛାତ୍ରମାନେ କର୍ମ ନିପୂଣ ହୋଇପାରେ ।

  • ପ୍ରତିକାର-: ଓଁ ଘୃଣି ସୂର୍ଯ୍ୟାୟ ନମଃ ଏହି ମନ୍ତ୍ରରେ ସୂର୍ଯ୍ୟଙ୍କୁ ଅର୍ଘ୍ୟ ପ୍ରଦାନ କରନ୍ତୁ

କନ୍ୟା- ଆଜି ମାନସିକ ଅବସାଦ ମନକୁ ଭାରାକ୍ରାନ୍ତ କରିପାରେ । ସାଂସାରିକ ଜୀବନକୁ ନେଇ ଚିନ୍ତିତ ରହିବେ , ରାଜନୈତିକ କ୍ଷେତ୍ରରେ ଥିଲେ ଜନ କଲ୍ୟାଣ କାର୍ଯ୍ୟରେ ବ୍ୟସ୍ତ ରହିପାରନ୍ତି । ମହିଳାମାନେ ହସ ଖୁସିରେ ଦିନଟି ଅତିବାହିତ କରିପାରନ୍ତି ।

  • ପ୍ରତିକାର-: ତୁଳସୀ ମୂଳେ ଜଳ ପ୍ରଦାନ କରନ୍ତୁ

ତୁଳା- ଆଜି କର୍ମ କ୍ଷେତ୍ରରେ ସତର୍କତା ଅବଲମ୍ବନ କରନ୍ତୁ ନହେଲେ କିଛି କ୍ଷତି ସହିବାକୁ ପଡିପାରେ । ବହୁଦିନରୁ ଲାଗିରହିଥିବା ମାଲିମକୋଦମାର ସମାଧାନ ହୋଇ ପାରେ । କୃଷି କ୍ଷେତ୍ରରେ ଉନ୍ନତି କରିବେ ବ୍ୟବସାୟ ବାଣିଜ୍ୟରେ ଲାଭବାନ ହୋଇପାରନ୍ତି ।

  • ପ୍ରତିକାର-:ଗୁଡ ରୁଟି ମିଶାଇ ଗାଈକୁ ଖାଇବାକୁ ଦିଅନ୍ତୁ

ବିଛା- ଆଜି ଦିନଟି ବିଳାସ ବେସନରେ ଅତିବାହିତ କରିପାରନ୍ତି । ଆର୍ଥିକ ଅଭିବୃଦ୍ଧିବୃଦ୍ଧି ଘଟିପାରେ । କର୍ମ କ୍ଷେତ୍ରରେ ପଦୋନ୍ନତି ପାଇପାରନ୍ତି । ସାହିତ୍ୟ ସଙ୍ଗୀତ ଅଭିନୟ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ମିଳିପାରେ ।

  • ପ୍ରତିକାର-: କୈାଣସି ଅସହାୟ ବ୍ୟକ୍ତିକୁ କିଛି ଖାଦ୍ୟ ଖାଇବାକୁ ଦିଅନ୍ତୁ

ଧନୁ- ଆଜି ଦିନଟି ସୁଖ ଓ ଶାନ୍ତିରେ ଅତିବାହିତ ହୋଇପାରେ । କର୍ମ କ୍ଷେତ୍ରରେ ସାହାଯ୍ୟ ସହଯୋଗ ମିଳିବ ମହିଳା ଓ ଛାତ୍ରଛାତ୍ରୀମାନେ ଆନନ୍ଦ ଉଲ୍ଲାସରେ ଦିନଟି କାଟିପାରନ୍ତି । ବ୍ୟବସାୟ ବାଣିଜ୍ୟ ପାଇଁ ଦିନଟି ଅନୁକୂଳ ରହିପାରେ ।

  • ପ୍ରତିକାର-: ହଳଦୀ ରଙ୍ଗର ରୁମାଲ ବ୍ୟବହାର କରନ୍ତୁ

ମକର- ଆଜି ଶାରୀରିକ ଅସୁସ୍ଥତା ଦେହ ଓ ମନକୁ ଅବଶ କରିପାରେ । ଚିନ୍ତା ଯୋଗୁଁ ରକ୍ତଚାପ ବୃଦ୍ଧି ପାଇପାରେ । ବ୍ୟବସାୟରେ ଲାଭ କମ ହୋଇପାରେ । ଆୟ ତୁଳନାରେ ବ୍ୟୟ ଅଧିକ ହୋଇଯିବ ଗୁପ୍ତ ଶତ୍ରୁ ମାନେ ପରାଜିତ ହୋଇପାରନ୍ତି ।

  • ପ୍ରତିକାର-: ସାତଟି ନୀଳ ଅପରାଜିତା ଫୁଲ ମା କାଳୀଙ୍କୁ ଚଢାନ୍ତୁ

କୁମ୍ଭ- ଆଜି କର୍ମକ୍ଷେତ୍ରରେ ପ୍ରଶଂସିତ ହୋଇପାରନ୍ତି । ଦାମ୍ପତ୍ୟ ଜୀବନ ସୁଖମୟ ହୋଇପାରେ । ମହିଳାମାନେ ପାରିବାରିକ ପରିବେଶରେ ନିଜର ସ୍ଥିତି ସୁଦୃଢ କରିପାରନ୍ତି । ବିଦ୍ୟାର୍ଥିମାନେ ପଢାପଢିରେ ଏକାଗ୍ରତା ରଖି କୃତକାର୍ଯ୍ୟ ହୋଇପାରନ୍ତି ।

  • ପ୍ରତିକାର-: ଓଁ ନମଃ ଶିବାୟ ଏହି ମନ୍ତ୍ରକୁ ୨୭ଥର ଜପ କରନ୍ତୁ

ମୀନ- ଆଜି ଦେହ ମନ ଭଲ ରହିବ, ଉଚ୍ଚସ୍ତରୀୟ ବ୍ୟକ୍ତିଙ୍କ ସାନିଧ୍ୟ ଲାଭ କରିପାରନ୍ତି । କର୍ମ କ୍ଷେତ୍ରରେ ସମସ୍ତ ଦିଗରୁ ସହଯୋଗର ହାତ ବଢିପାରେ । ମହିଳାମାନେ ନିଜକୁ ଗୃହ କାର୍ଯ୍ୟରେ ନିମଗ୍ନ ରହିପାରନ୍ତି । ଛାତ୍ରଛାତ୍ରୀମାନେ ବିଦ୍ୟାରେ ସଫଳତା ହାସଲ କରିପାରନ୍ତି ।

  • ପ୍ରତିକାର-: ପ୍ରଭୁ ଜଗନ୍ନାଥଙ୍କ ପାଖରେ ଘୃତ ଦୀପ ଟିଏ ଜାଳନ୍ତୁ ପ୍ରଭୁଙ୍କୁ ସ୍ମରଣ କରି ବାହାରକୁ ଯାଆନ୍ତୁ