• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଆଜି ୨୦୨୧ ମସିହା, ଅକ୍ଟୋବର, ୭ ତାରିଖ, ଗୁରୁବାର କନ୍ୟା ୨୧ ଦିନ ଆଶ୍ୱିନ ମାସ, ଶୁକ୍ଳ ପକ୍ଷ, ପ୍ରତିପଦା ତିଥି, ଚିତ୍ରା ନକ୍ଷତ୍ର କନ୍ୟା ଚନ୍ଦ୍ର, ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କ ଦିନ...

ମେଷ - ଆଜି ଭାଇ,ବନ୍ଧୁ ଓ ସମ୍ପର୍କୀୟଙ୍କ ସହ ମତଭେଦର ପରିସ୍ତିତି ସୃଷ୍ଟି ହୋଇପାରେ । ସ୍ୱାସ୍ଥ୍ୟ ଓ ପାରିବାରିକ ସ୍ଥିତି ଭଲ ରହିବା ସହ ସାମ୍ବାଦିକତା,ଗବେଷଣା,ରପ୍ତାନୀ ବାଣିଜ୍ୟ, ଜମିଜମା ତଥା ବ୍ୟବସାୟିକ କ୍ଷେତ୍ରରେ ଶୁଭ ଫଳ ମିଳିପାରିବ ।

ପ୍ରତିକାର-ରକ୍ତ ଚନ୍ଦନର ଟିକା ମଥାରେ ଲଗାନ୍ତ

 

ବୃଷ- ଯେକୌଣସି ପରିସ୍ଥିତିରେ ଆପଣ ବୁଦ୍ଧିବଳ ଖଟାଇ କାମ ହାସଲ କରିପାରିବେ । କୈାଣସି ଆତ୍ମୀୟଙ୍କ ସମ୍ପର୍କରେ ଭୁଲ୍ ଖବର ପାଇ ସାମୟିକ ଭାବରେ ବିବ୍ରତ ହୋଇପାରନ୍ତି । ଅର୍ଥଲାଭ ଓ ଶୁଭଖବର ପାଇ ମନ ଖୁସି ହୋଇପାରେ ।

ପ୍ରତିକାର-ମହାଦେବଙ୍କୁ ଦର୍ଶନ କରନ୍ତୁ ଓ କିଛି କଞ୍ଚା କ୍ଷୀରରେ କଳାରାଶି ମିଶାଇ ଶିବଙ୍କ ପାଖରେ ଅର୍ପଣ କରନ୍ତୁ

 

ମିଥୁନ- ଯେକୌଣସି କାମରେ ସାହସିକ ପଦେକ୍ଷପ ନେଇ କୃତକାର୍ଯ୍ୟ ହୋଇପାରିବେ । ସମସ୍ୟା ସମ୍ପର୍କରେ ସମାଧାନର ଦାୟିତ୍ୱ ନେବା ପାଇଁ ଭାତୃ ସମ୍ପର୍କୀୟ ଜଣେ ବନ୍ଧୁ ସାହାଯ୍ୟର ପ୍ରତିଶ୍ରୃତି ଦେ‌ଇପାରନ୍ତି । କ୍ରୀଡା,ଚଳଚ୍ଚିତ୍ରଓ କଳା,ସାହିତ୍ୟରେ ଉନ୍ନତି କରିପାରିବା ସହ ମହିଳା ମାନଙ୍କ ମନ ପ୍ରଫୁଲ୍ଲ ରହିବାର ଆଶା ରହିଛି ।

ପ୍ରତିକାର- ଗମ ଗଣପତୟେ ନମଃ ଏହି ମନ୍ତ୍ର କୁ ୨୭ଥର ଜପ କରନ୍ତୁ

 

କର୍କଟ -ପାରିବାରିକ ସମସ୍ୟାର ସମାଧାନ କରିପାରିବେ । କୌଣସି ମୂଲ୍ୟବାନ ଜିନିଷ କ୍ରୟ କରିପାରନ୍ତି । ଆମଦାନୀ ଓ ପରିବହନରେ ସମସ୍ୟା ରହିବ, କିନ୍ତୁ ବିଶେଷ କିଛି ଅସୁବିଧା ହେବନାହିଁ ।

ପ୍ରତିକାର-କିଛି ଦୁବଘାସ ଗାଈକୁ ଖାଇବାକୁ ଦିଅନ୍ତୁ

ସିଂହ -ବାରମ୍ବାର ଚେଷ୍ଟକରି ଅଟକି ରହିଥିବା କାର୍ଯ୍ୟକୁ ସମ୍ପୁର୍ଣ୍ଣ କରିବେ । ଶୁଭଖବର ପାଇ ଖୁସି ହେବେ ପରିବାରରେ ସୁସମ୍ପର୍କ ଦେଦେଖାଦେଇପାରେ । କର୍ମ କ୍ଷେତ୍ରରେ ସାହାଯ୍ୟ ସହାନୁଭୂତି ମିଳିପାରେ ।

ପ୍ରତିକାର- ମିଠା ଦହି ଖାଇ କାର୍ଯ୍ୟ ଆରମ୍ଭ କରନ୍ତୁ

 

କନ୍ୟା –କର୍ମ କ୍ଷେତ୍ରରେ ଆପଣଙ୍କ ଭୁଲ୍ ନିଷ୍ପତ୍ତି ହିଁ ସମସ୍ୟାକୁ ବଢାଇ ଦେଇପାରେ । ପାରିବାରିକ ଜୀବନ ସୁଖମୟ ହେବ

ସମ୍ମାନନୀୟ ବ୍ୟକ୍ତି ବିଶେଷଙ୍କ ଅନୁକମ୍ପାରୁ ସାମାଜିକ ସ୍ତରରେ ସୁଖ୍ୟାତି ଅର୍ଜନ କରିପାରିବେ ।

ପ୍ରତିକାର-ସାତଟି ଦୁବ,ସାତଟି ପାନ ପତ୍ର ଗଣେଶଙ୍କୁ ଚଢାନ୍ତୁ

 

ତୁଳା - ଅଯଥା ଚିନ୍ତା କରି ମାନସିକ ଅଶାନ୍ତି ଅନୁଭବ କରିପାରନ୍ତି । ବନ୍ଧୁ ମିଳନ ସହିତ ଖୁସିର ଆସର ଜମିପାରେ ମହିଳାମାନେ ପ୍ରଶଂସନୀୟ ହୋଇପାରିବେ ।

ପ୍ରତିକାର-ତୁଳସୀ ମୂଳର ମାଟି ମଥାରେ ଲଗାନ୍ତୁ

 

ବିଛା -ଆଜି ଆପଣଙ୍କୁ ସଫଳତା ମିଳିପାରେ । ବ୍ୟବସାୟରେ ଆଶାନୁରୂପ ଲାଭବାନ ହୋଇପାରେ । ବିଦ୍ୟାର୍ଥୀ ମାନେ ବିଦ୍ୟାରେ ଅଗ୍ରଗତି କରିପାରିବେ ।

ପ୍ରତିକାର- ପିତା ମାତାଙ୍କ ପାଦ ସ୍ପର୍ଶ କରି କାର୍ଯ୍ୟ କ୍ଷେତ୍ରକୁ ଯାଆନ୍ତୁ

 

ଧନୁ - ବହୁ ଦିନର ଆଶା ଆଙ୍କାକ୍ଷା ପୂରଣ ହୋଇପାରେ । ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି । ନିଜ ଲୋକମାନେ ବିଶ୍ୱାସ ଘାତକତା କରିପାରନ୍ତି କିନ୍ତୁ ଅସୁବିଧା ହେବାର ସମ୍ଭାବନା ନାହିଁ ।

ପ୍ରତିକାର-ହଳଦୀ ରଙ୍ଗର ଚନ୍ଦନର ଟିକା ମଥାରେ ଲଗାନ୍ତୁ

 

ମକର- ସାଧାରଣ କଥାକୁ ନେଇ ବାଦବିବାଦ ଦେଖା ଦେଇପାରେ । ତର୍କ ବିତର୍କ ଜନିତ ପରିବାରରେ ଭୁଲ୍ ବୁଝାମଣା ହେତୁ ସମସ୍ୟା ବଢିପାରେ । ଆପଣଙ୍କ କାର୍ଯ୍ୟ କଳାପରେ ବନ୍ଧୁ ଅସନ୍ତୁଷ୍ଟ ହୋଇ ଦୂରେଇ ରହିବାର ଅନୁଭବ କରିପାରନ୍ତି ।

ପ୍ରତିକାର-ହନୁମାନଙ୍କ ପାଖରେ ରାଶି ତେଲର ଦୀପଟିଏ ଜାଳନ୍ତୁ

 

କୁମ୍ଭ -ସାଧାରଣ କଥାକୁ କେନ୍ଦ୍ରକରି ବନ୍ଧୁଙ୍କ ସହ ମନୋମାଳିନ୍ୟ ଯୋଗୁ ମନ ଦୁଃଖ ରହିବ । ଭୁଲ୍ ବୁଝାମଣା ବଶତଃ କ୍ଷୁବ୍ଧ ହୋଇ ସ୍ତ୍ରୀ ସହ ମନୋମାଳିନ ଦେଖାଦେଇପାରେ । ବ୍ୟବସାୟ ବାଣିଜ୍ୟରେ ଲାଭବାନ ହେବେ ସ୍ୱାସ୍ଥ୍ୟ ସମସ୍ୟା ନେଇ ଚିନ୍ତିତ ରହିପାରନ୍ତି ।

ପ୍ରତିକାର-ମା କାଳୀଙ୍କୁ ଦର୍ଶନ କରନ୍ତୁ ପାଖରେ ସାତଟି ନୀଳ ଅପରାଜିତା ଫୁଲ ଚଢାନ୍ତୁ

 

ମୀନ - ସ୍ନାୟବିକ ଦୁର୍ବଳତା ଅନୁଭବ କରିବେ,ଫଳରେ କାମ ପ୍ରତିସ୍ପୃହା ରହିବ ନାହିଁ । ହଠାତ୍ ଜଣେ ବନ୍ଧୁଙ୍କଠାରୁ ଆଶାନୁଯାୟୀ ଅର୍ଥ ସାହାଯ୍ୟ ପାଇବେ କର୍ମକ୍ଷେତ୍ରରେ ସଫଳତା ମିଳିପାରିବ । କୈାଣସି ଜଣେ ବ୍ୟକ୍ତି ଆପଣଙ୍କୁ ସମାଲୋଚନା ବା ଅସୁବିଧାରେ ପକାଇ ଦେଇ ପାରେ ।

ପ୍ରତିକାର- ଭଗବତେ ବାସୁଦେବାୟ ନମଃ ଏହି ମନ୍ତ୍ରକୁ ୨୭ଥର ଜପ କରନ୍ତୁ