• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଆଜି ୨୦୨୨ ମସିହା ଅପ୍ରେଲ ୫ ତାରିଖ, ମଙ୍ଗଳବାର, ମୀନ, ୨୨ ଦିନ, ଚୈତ୍ର ମାସ, ଶୁକ୍ଳପକ୍ଷ, ଚତୁର୍ଥୀ ତିଥି, କୃତ୍ତିକା ନକ୍ଷତ୍ର, ବୃଷ ଚନ୍ଦ୍ର,ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କ ଦିନ...

ମେଷ- ଯେ କୌଣସି କାର୍ଯ୍ୟ କରିବେ ସେଥିରେ ସଫଳତା ମିଳିପାରେ । କର୍ମ କ୍ଷେତ୍ରରେ ଉଚ୍ଚାଧିକାରୀ ଓ ସହକର୍ମୀଙ୍କ ସାହାଯ୍ୟ ସହଯୋଗ ମିଳିପାରେ । ପାରିବାରିକ ସମସ୍ୟାର ସମାଧାନ ହେବ ଯାହା ଫଳରେ ମାନସିକ ଶାନ୍ତି ଅନୁଭବ କରିପାରନ୍ତି ।

  • ପ୍ରତିକାର- ଲାଲ୍ ରଙ୍ଗର ରୁମାଲ ଟିଏ ପାଖରେ ରଖନ୍ତୁ

ବୃଷ- ଆଜି ଆପଣ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ପାଇବେ ବହୁ ଦିନର ଆଶା ଅଭିଳାଷ ପୁରଣ ହୋଇପାରେ । ବ୍ୟବସାୟ କ୍ଷେତ୍ରରେ ସମସ୍ୟା ଦୂର ହୋଇଯିବ ଆୟ ବୃଦ୍ଧି ଘଟିପାରେ । ପାରିବାରିକ ଓ ଗୃହସ୍ଥ ଜୀବନ ସୁଖମୟ ହୋଇପାରେ ।

  • ପ୍ରତିକାର-ମାଦକଦ୍ରବ୍ୟ ଠାରୁ ଦୂରେଇ ରୁହନ୍ତୁ

ମିଥୁନ- ଆଜି ଅଳ୍ପ ପରିଶ୍ରମରେ ଅଧିକ ଅର୍ଥ ଉପାର୍ଜନ କରିପାରନ୍ତି । ପୂର୍ବ ଅପେକ୍ଷା ବ୍ୟବସାୟରେ ଆୟ ବୃଦ୍ଧି ଘଟିପାରେ । ପରିବାରରେ ଶାନ୍ତିର ବାତାବରଣ ଦେଖା ଦେଇପାରେ ।

  • ପ୍ରତିକାର:- ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ

କର୍କଟ- ଆଜି ଆପଣ ପ୍ରତ୍ୟେକ କ୍ଷେତ୍ରରେ ବିଜୟୀ ହୋଇପାରନ୍ତି । ପୂର୍ବରୁ ଲାଗିରହିଥିବା ପାରିବାରିକ ସମସ୍ୟାର ସମାଧାନ ହୋଇପାରେ । ଶତ୍ରୁ ମାନେ ମିତ୍ରଭାବ ଆଚରଣ କରିପାରନ୍ତି ।

  • ପ୍ରତିକାର- ଶିବ ପଞ୍ଚାକ୍ଷର ସ୍ତୋତ୍ର ପାଠ କରନ୍ତୁ

ସିଂହ- ଆଜି ପାରିବାରିକ ଓ ଦାମ୍ପତ୍ୟ ଜୀବନ ସୁଖପ୍ରଦ ହୋଇପାରେ । ରାଜନୈତିକ କ୍ଷେତ୍ରରେ ସାମାଜିକ ପ୍ରତିଷ୍ଠା, ମାନ ସମ୍ମାନ ବୃଦ୍ଧି ହୋଇପାରେ । ଶତ୍ରୁ ମାନେ ପରାଜିତ ହୋଇ ମିତ୍ରତାର ହାତ ବଢାଇପାରନ୍ତି । ସମସ୍ତଙ୍କର ପୂର୍ଣ୍ଣ ସହଯୋଗ ମିଳିପାରେ ।

  • ପ୍ରତିକାର- ମହୁଟିକେ ଖାଇ ଘରୁ ବାହାରନ୍ତୁ

କନ୍ୟା- ଆଜି କର୍ମ କ୍ଷେତ୍ରରେ ଉତ୍ତମ କାର୍ଯ୍ୟ କରି ପ୍ରଶଂସା ପାଇପାରନ୍ତି । ଗୃହ କିମ୍ବା ଯାନବାହନ କିଣିବାକୁ ଯୋଜନା ପ୍ରସ୍ତୁତ କରିପାରନ୍ତି । ପରିଶ୍ରମ ଅନୁଯାୟୀ ଆଶାଜନକ ପାରିଶ୍ରମିକ ମିଳିପାରେ ।

  • ପ୍ରତିକାର- ଭଗବାନ ବିଷ୍ଣୁ ପୂଜା କରିବା ସହିତ ଘୃତ ଦୀପ ଜାଳନ୍ତୁ

ତୁଳା- ଆଜି ଯେ କୌଣସି କାଯର୍ୟରେ ହାତ ଦେବେ ସେଥିରେ ସଫଳ ହୋଇପାରିବ । ବ୍ୟବସାୟରେ ବାଣିଜ୍ୟରେ ଲାଭବାନ୍ ହୋଇପାରନ୍ତି । ପାରିବାରିକ ଅଶାନ୍ତି ଦୂରେଇ ଯିବ କର୍ମ କ୍ଷେତ୍ରରେ ଉପରିସ୍ଥ କର୍ମଚାରୀମାନଙ୍କ ପ୍ରିୟଭାଜନ ହୋଇପାରନ୍ତି ।

  • ପ୍ରତିକାର- ମା ଲକ୍ଷ୍ମୀଙ୍କ ଗାୟତ୍ରୀ ମନ୍ତ୍ରକୁ ଦଶ ଥର ଜପ କରନ୍ତୁ

ବିଛା- ଶରୀର ସୁସ୍ଥ ରହିବ ଓ ଆର୍ଥିକ କ୍ଷେତ୍ରରେ ଉନ୍ନତି ହୋଇପାରେ । କର୍ମଚାରୀ ମାନେ କର୍ମ କ୍ଷେତ୍ରରେ ସହକର୍ମୀମାନଙ୍କ ସହଯୋଗ ଓ ଉପରିସ୍ଥ ଅଧିକାରୀଙ୍କ ପ୍ରିୟଭାଜନ ହୋଇପାରନ୍ତି । ଅଟକିଥିବା କାର୍ଯ୍ୟ ସଫଳତା ପୂର୍ବକ ସମ୍ପନ୍ନ ହୋଇପାରେ ।

  • ପ୍ରତିକାର- ହନୁମାନଙ୍କ ସିନ୍ଦୂର ମଥାରେ ଲଗାନ୍ତୁ ଓ ହନୁମାନ ଚାଳିଶା ପାଠ କରନ୍ତୁ

ଧନୁ- ଆଜି ଶାରୀରିକ ମାନସିକ ପାରିବାରିକ ଜୀବନ ସୁଖପ୍ରଦ ହୋଇପାରେ । ଆର୍ଥିକ କ୍ଷେତ୍ରରେ ଉନ୍ନତି ଦେଖାଦେଇପାରେ । ପୈତୃକ ସମ୍ପତ୍ତିକୁ ନେଇ ପରିବାରରେ ଲାଗି ରହିଥିବା ଅଶାନ୍ତିର ସମାଧାନ ହୋଇପାରେ ।

  • ପ୍ରତିକାର- ପିତା ମାତାଙ୍କ ପାଦ ସ୍ପର୍ଶ କରି ପ୍ରଣାମ କରନ୍ତୁ

ମକର- ଶରୀର ସ୍ୱାସ୍ଥ୍ୟରେ ଉନ୍ନତି ଦେଖା ଦେଇପାରେ । ବ୍ୟବସାୟରେ ନୂତନ ଯୋଜନା ପ୍ରସ୍ତୁତ କରି ଲାଭବାନ ହୋଇପାରନ୍ତି । ସହକର୍ମୀମାନଙ୍କଠାରୁ ସାହାଯ୍ୟ ଓ ସହଯୋଗ ଅସମ୍ପୂର୍ଣ୍ଣ କାର୍ଯ୍ୟକୁ ସମ୍ପୂର୍ଣ୍ଣ କରିପାରନ୍ତି ।

  • ପ୍ରତିକାର:- କୁଆ ପାରାଙ୍କୁ ଚାଉଳ ଖାଇବାକୁ ଦିଅନ୍ତୁ

କୁମ୍ଭ-ଆଜି ବୁଦ୍ଧି ବିବେକ ନିଷ୍ଠା ଉଦ୍ୟମ ବଳରେ ଅସମ୍ପୂର୍ଣ୍ଣ କାର୍ଯ୍ୟକୁ ବରାନ୍ୱିତ କରି ପ୍ରଶଂସା ପାଇପାରନ୍ତି । ବ୍ୟବସାୟ ବାଣିଜ୍ୟ ପାଇଁ ଦିନଟି ଶୁଭ ପ୍ରଦ ହେବ ପୂର୍ବ ଅପେକ୍ଷା ଆୟ ବୃଦ୍ଧି ଘଟିପାରେ । ଛାତ୍ର-ଛାତ୍ରୀମାନେ ପ୍ରତିଯୋଗିତା ପରୀକ୍ଷାରେ କୃତକାର୍ଯ୍ୟ ହୋଇପାରନ୍ତି ।

  • ପ୍ରତିକାର:- ଗୋମାତାକୁ ଦୁବଘାସ ଖାଇବାକୁ ଦିଅନ୍ତୁ

ମୀନ- କର୍ମ କ୍ଷେତ୍ରରେ ମାନ ସମ୍ମାନ ପ୍ରତିଷ୍ଠା ମିଳିପାରେ । ବ୍ୟବସାୟରେ ଉନ୍ନତି ଫଳରେ ଅଶାତୀତ ଲାଭବାନ୍ ହୋଇପାରନ୍ତି । ପରିବାରରେ ମନାନ୍ତର ହେବାରୁ ମନ ଭାରାକ୍ରାନ୍ତ ରହିପାରେ ।

  • ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ