• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଆଜି ୨୦୨୨ ମସିହା ଅପ୍ରେଲ ୪ ତାରିଖ, ସୋମବାର, ମୀନ, ୨୧ ଦିନ, ଚୈତ୍ର ମାସ, ଶୁକ୍ଳପକ୍ଷ, ତୃତୀୟା ତିଥି, ଦ୍ୱିଜା ନକ୍ଷତ୍ର ମେଷ ଚନ୍ଦ୍ର,ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କ ଦିନ...

ମେଷ:-ଆଜି ଆପଣଙ୍କୁ ମାନ-ସମ୍ମାନ ପ୍ରତିଷ୍ଠା ମିଳିବଆର୍ଥିକ ସ୍ଥିତି ସୁଦୃ ହେବ, ଋଣ ପରିଶୋଧ କରିବାର ସୁଯୋଗ ପାଇପାରନ୍ତି । କର୍ମ କ୍ଷେତ୍ରରେ ସହକର୍ମୀ ମାନଙ୍କଠାରୁ ସାହାଯ୍ୟ ଓ ସହଯୋଗ ପାଇପାରନ୍ତି । ବିଦ୍ୟାର୍ଥୀମାନେ ପ୍ରତିଯୋଗିତା ଓ ସାକ୍ଷାତ୍କାରରେ ବିଜୟୀ ହୋଇପାରନ୍ତି ।

ବୃଷ:- ଶୁଭ ସମାଚାର ଶୁଣି ଆନନ୍ଦିତ ହୋଇପାରନ୍ତି । ପାରିବାରିକ ଓ ଦାମ୍ପତ୍ୟ ଜୀବନ ସୁଖପ୍ରଦ ହୋଇପାରେ । ରାଜନୀତି କ୍ଷେତ୍ରରେ ନିଜର ଦକ୍ଷତା ପ୍ରତିପାଦନ କରିବା ସହିତ ପ୍ରଶଂସିତ ହୋଇପାରନ୍ତି ।

  • ପ୍ରତିକାର-ପିତାମାତାଙ୍କ ପାଦ ସ୍ପର୍ଶ କରି ପ୍ରଣାମ କରନ୍ତୁ

ମିଥୁନ:-ଆଜି ଆପଣ ପ୍ରତ୍ୟେକ କାର୍ଯ୍ୟରେ ଶୁଭ ଫଳ ପାଇପାରନ୍ତି । ମାଲି ମୋକଦ୍ଦମାରେ ବିଜୟୀ ହୋଇପାରନ୍ତି । ଶାରୀରିକ ମାନସିକ ପାରିବାରିକ ଅଭିବୃଦ୍ଧି ଘଟିପାରେ । ଭଲଭାବରେ ଚିନ୍ତା କରି କାମରେ ଆଗେଇ ଚାଲନ୍ତୁ କୌଣସି ଅସୁବିଧାର ସମ୍ମୁଖୀନ ହେବେ ନାହିଁ ।

  • ପ୍ରତିକାର- ବୁଲା କୁକୁରକୁ କିଛି ଖାଦ୍ୟ ଖାଇବାକୁ ଦିଅନ୍ତୁ

କର୍କଟ:- ଆଜି ଆପଣଙ୍କୁ ସମସ୍ତ ଦିଗରେ ସଫଳତା ମିଳିବ ମାନସିକ ଦୁଃଶ୍ଚିନ୍ତା ଦୂର ହୋଇପାରେ । ବ୍ୟବସାୟରେ ଉନ୍ନତି ଓ ଆର୍ଥିକ ସ୍ଥିତିରେ ବୃଦ୍ଧି ଘଟିପାରେ । କର୍ମକ୍ଷେତ୍ରରେ ସମ୍ମାନ ଲାଭ କରିବେ

  • ପ୍ରତିକାର-ଆମିଷ ( ମତ୍ସ୍ୟ ମାଂସ ) ଖାଆନ୍ତୁ ନାହିଁ

ସିଂହ:-ଆଜି ଶୁଭ ସମାଚାର ଶୁଣି ଖୁସି ହୋଇପାରନ୍ତି । ପାରିବାରିକ ସମସ୍ୟାକୁ ସଜାଡିଦେଇ ଆନନ୍ଦ ପାଇପାରନ୍ତି । ଜାଗା, ଜମି ଓ ଗୃହସମ୍ବନ୍ଧୀୟ ମାମଲାର ସମାଧାନ ଫଳରେ ଅଧିକ ଲାଭବାନ୍ ହୋଇପାରନ୍ତି ।

  • ପ୍ରତିକାର- ସୂର୍ଯ୍ୟ ପୂଜା କରିବା ସହିତ ସୂର୍ଯ୍ୟଙ୍କୁ ଅର୍ଘ୍ୟ ପ୍ରଦାନ କରନ୍ତୁ

କନ୍ୟା:- ଯେଉଁ କାର୍ଯ୍ୟରେ ହାତ ଦେବେ ସେଥିରେ ବିଜୟୀ ହୋଇପାରିବେ । ବ୍ୟବସାୟ ବାଣିଜ୍ୟ ପାଇଁ ଦିନଟି ଅନୁକୂଳ ରହିବ ଆୟ ବୃଦ୍ଧି ଘଟିପାରେ । ଜାଗା, ଜମି, ଗୃହ, ବାହନ ଆଦି କ୍ରୟ କରିବାର ସୁଯୋଗ ପାଇପାରନ୍ତି ।

  • ପ୍ରତିକାର- କିଛି ମିଠାଦହି ଖାଇ ଘରୁ ବାହାରନ୍ତୁ

ତୁଳା:- ଆଜି ପରିବାରରେ ସୁଖ ଶାନ୍ତି ପୂର୍ବ ପରି ଅତୁଟ ରହିପାରେ । ଆୟ ତୁଳନାରେ ବ୍ୟୟ ଅଧିକ ହୋଇପାରେ । ଠକାମୀରେ ପଡ଼ିବାର ସମ୍ଭାବନା ରହିଛି ।

  • ପ୍ରତିକାର:- ଦୁବଘାସ ଗୋମାତାକୁ ଖାଇବାକୁ ଦିଅନ୍ତୁ

ବିଛା:- ଆଜି ସନ୍ତାନର ଶୁଭ ଖବର ଶୁଣି ଖୁସି ହୋଇପାରନ୍ତି । ଜନ ସେବାଦ୍ୱାରା ଓ ସାମାଜିକ ଅନୁଷ୍ଠାନରେ ଯୋଗ ଦେବାର ସୁଯୋଗ ମିଳିପାରେ । ପ୍ରତିଯୋଗିତା ପରୀକ୍ଷାରେ ସଫଳ ହୋଇପାରନ୍ତି ।

  • ପ୍ରତିକାର:- କୁଆ ପାରାଙ୍କୁ ଚାଉଳ ଖାଇବାକୁ ଦିଅନ୍ତୁ

ଧନୁ:- ଆଜି ଆପଣଙ୍କୁ ଯଶ-ମାନ ସମ୍ମାନ ମିଳିଳିପାରେ । ନିଜର ବୁଦ୍ଧି ବିବେକ ନିଷ୍ଠା ଉଦ୍ୟମ ବଳରେ ଅସମ୍ପୂର୍ଣ୍ଣ କାର୍ଯ୍ୟକୁ ସମ୍ପୂର୍ଣ୍ଣ କରିବା ପାଇଁ ସମର୍ଥ ହୋଇପାରନ୍ତି । ଅଳ୍ପ ପରିଶ୍ରମରେ ଅଧିକ ଲାଭବାନ ହୋଇପାରନ୍ତି ।

  • ପ୍ରତିକାର:- ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ

ମକର:- ଆଜି ଆପଣଙ୍କ ପାଇଁ ଦିନଟି ଅନୁକୂଳ ରହିବ ମନମୁତାବକ କାର୍ଯ୍ୟ କରିବା ପାଇଁ ସମର୍ଥ ହୋଇପାରନ୍ତି । ଆର୍ଥିକ ଅଭିବୃଦ୍ଧି ଘଟିବ ଭବିଷ୍ୟତ ଯୋଜନାରେ ନିବେଶ କରିପାରନ୍ତି । କୋଟ କଚେରୀ ମାମଲାର ଶୁଣାଣି ନିଜ ସପକ୍ଷରେ ମିଳିପାରେ ।

  • ପ୍ରତିକାର- ଶିବ ପଞ୍ଚାକ୍ଷର ସ୍ତୋତ୍ର ପାଠ କରନ୍ତୁ

କୁମ୍ଭ:-ଆଜି ଆପଣ ଯଗିରଖି ଚଳନ୍ତୁ ଶାରୀରିକ ପୀଡ଼ା ମାନସିକ ଦୁଶ୍ଚିନ୍ତା କର୍ମକ୍ଷେତ୍ରରେ ଅସ୍ଥିରତା ଦେଖାଦେଇପାରେ । ନିଜର ଲୋକ ବିରୁଦ୍ଧାଚରଣ କରିପାରନ୍ତି, ଭ୍ରାତୃ ବିବାଦ, ଦେଖାଦେଇପାରେ । ଆୟ ତୁଳନାରେ ବ୍ୟୟ ଅଧିକ ହୋଇପାରେ ।

  • ପ୍ରତିକାର-ମାଦକଦ୍ରବ୍ୟ ଠାରୁ ଦୂରେଇ ରୁହନ୍ତୁ

ମୀନ:- ଆଜି ଜନ ସମାଜରେ ପ୍ରତିଷ୍ଠା, ପ୍ରତିପତ୍ତି ବୃଦ୍ଧି ପାଇପାରେ । ଶତ୍ରୁମାନେ ପରାଜିତ ହୋଇପାରନ୍ତି । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହୋଇପାରେ ।

  • ପ୍ରତିକାର:- ମା ପାର୍ବତୀଙ୍କୁ ଲାଲ୍ ସିନ୍ଦୂର ସାତଟି ତ୍ରିଶାଖା ବେଲ ପତ୍ର ଚଢାନ୍ତୁ

OTV is now on Whatsapp

Join and get latest news update delivered to you via whatsapp

Join Now