Advertisment

Daily Horoscope 31 March 2022: ଜାଣନ୍ତୁ ଆଜିର ରାଶିଫଳ

ଆଜି ୨୦୨୨ ମସିହା, ମାର୍ଚ୍ଚ ମାସ ୩୧ ତାରିଖ,ଗୁରୁବାର, ମୀନ ୧୭ ଦିନ, ଚୈତ୍ୟ ମାସ ୧୦ ଦିନ, କୃଷ୍ଣପକ୍ଷ,ଚତୁର୍ଦ୍ଦଶୀ ତିଥି, ପୂର୍ବଭାଦ୍ର ପଦ ନକ୍ଷତ୍ର,ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କ ଦିନ...

author-image
Otv Khabar Bureau
ଅଦ୍ୟତନ ହୋଇଛି
undefined

Daily Horoscope 31 March 2022

ଆଜି ୨୦୨୨ ମସିହା, ମାର୍ଚ୍ଚ ମାସ ୩୧ ତାରିଖ,ଗୁରୁବାର, ମୀନ ୧୭ ଦିନ, ଚୈତ୍ୟ ମାସ ୧୦ ଦିନ, କୃଷ୍ଣପକ୍ଷ,ଚତୁର୍ଦ୍ଦଶୀ ତିଥି, ପୂର୍ବଭାଦ୍ର ପଦ ନକ୍ଷତ୍ର,ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କ ଦିନ...

Advertisment

ମେଷ -ଅତ୍ୟଧିକ କାର୍ଯ୍ୟଭାର ଯୋଗୁଁ କ୍ଲାନ୍ତି ଅନୁଭବ କରିପାରନ୍ତି । ବ୍ୟବସାୟରେ ଆୟ ବ୍ୟୟ ସମାନ ରହିପାରେ । ପରିବାରରେ ମନାନ୍ତର ମତାନ୍ତର ହେବା ଯୋଗୁଁ ମାନସିକ ଅଶାନ୍ତି ଭୋଗ କରିପାରନ୍ତି ।

  • ପ୍ରତିକାର- ଅଂ ଅଙ୍ଗାରକାୟ ନମଃ ମନ୍ତ୍ରକୁ ୧୧ ଥର ଜପ କରିନିଅନ୍ତୁ

ବୃଷ- କର୍ମ କ୍ଷେତ୍ରରେ ସାମାନ୍ୟ ବିବାଦ ଉପୁଜିପାରେ । ବ୍ୟବସାୟ ବାଣିଜ୍ୟରେ କ୍ଷତି ହୋଇପାରେ, ସତର୍କ ରୁହନ୍ତୁ । ବନ୍ଧୁବାନ୍ଧବଙ୍କ ସାହାଯ୍ୟ ସହଯୋଗ ପାଇପାରନ୍ତି ।

Advertisment
  • ପ୍ରତିକାର- ଶ୍ରୀ ଗଣେଶଙ୍କୁ ଦୁର୍ବା ଅର୍ପଣ କରନ୍ତୁ

ମିଥୁନ- ବ୍ୟବସାୟ ବାଣିଜ୍ୟରେ ଆଶାରୁ ଅଧିକ ଲାଭବାନ ହୋଇପାରନ୍ତି । ସୁଖାଦ୍ୟ ଭୋଜନ ସହ ବନ୍ଧୁମିଳନ ହୋଇପାରେ । ମାନସିକ ଚିନ୍ତାଗ୍ରସ୍ତ ରହିପାରନ୍ତି ।

  • ପ୍ରତିକାର- ସୋମ ସୋମାୟ ନମଃ ମନ୍ତ୍ରକୁ ୨୧ ଥର ଜପ କରନ୍ତୁ

କର୍କଟ –ଚାକିରୀ କ୍ଷେତ୍ରରେ ଉନ୍ନତି ହୋଇପାରେ । ଆର୍ଥିକ ଲାଭ ହୋଇପାରେ । ଗୁପ୍ତ ଶତ୍ରୁମାନେ ଆପଣଙ୍କୁ ହଇରାଣରେ ପକାଇ ପାରନ୍ତି, ସତର୍କ ରୁହନ୍ତୁ ।

  • ପ୍ରତିକାର- ହନୁମାନ ଚାଳିସା ୩ ଥର ପାଠ କରନ୍ତୁ

ସିଂହ - ଅତ୍ୟଧିକ କାର୍ଯ୍ୟ ଭାର ଯୋଗୁଁ କ୍ଲାନ୍ତି ଅନୁଭବ କରିପାରନ୍ତି । ସାମାନ୍ୟ ବାଦବିବାଦ ଉପୁଜିପାରେ । ଯାନବାହନ ଚଳାଚଳ ବେଳେ ସତର୍କ ରୁହନ୍ତୁ, ଆଘାତ ଲାଗିପାରେ ।

  • ପ୍ରତିକାର- ମା ଦୂର୍ଗାଙ୍କୁ ଆରାଧନା କରନ୍ତୁ

କନ୍ୟା -ଇଚ୍ଛିତ ଅଭିଳାଷ ପୂରଣ ହୋଇପାରେ । ବ୍ୟବସାୟ ବାଣିଜ୍ୟରେ ଲାଭବାନ ହୋଇପାରନ୍ତି । ନୂତନ ଯାନବାହନ କ୍ରୟ ପାଇଁ ଯୋଜନା କରିବେ ଏବଂ କ୍ରୟ ମଧ୍ୟ କରିପାରନ୍ତି ।

  • ପ୍ରତିକାର- ଅସହାୟ ବ୍ୟକ୍ତିଙ୍କୁ ସାହାଯ୍ୟ କରନ୍ତୁ

ତୁଳା -ବିଭିନ୍ନ କ୍ଷେତ୍ରରେ ସଫଳତା ଅର୍ଜନ କରିପାରନ୍ତି । ବ୍ୟବସାୟ ବାଣିଜ୍ୟରେ ଭଲ ଲାଭ ହୋଇପାରନ୍ତି । ବନ୍ଧୁଙ୍କ ସାହାଯ୍ୟ ପାଇ ଖୁସି ହୋଇପାରନ୍ତି ।

  • ପ୍ରତିକାର- ଶୁଭତ୍ତ୍ୱରେ ବୃଦ୍ଧି ପାଇଁ ଅସହାୟ ବ୍ୟକ୍ତିମାନଙ୍କୁ ସାହାଯ୍ୟ କରନ୍ତୁ

ବିଛା -କାର୍ଯ୍ୟବ୍ୟସ୍ତ ରହିବା ସହିତ ଧାର୍ମିକ କାର୍ଯ୍ୟରେ ମନନିବେଶ କରିପାରନ୍ତି । ପରିବାରରେ ପାରିବାରିକ ସହଯୋଗ ପାଇପାରନ୍ତି । ପିଲାମାନଙ୍କ କାର୍ଯ୍ୟକଳାପକୁ ନେଇ ସାମାନ୍ୟ ଚିନ୍ତାଗ୍ରସ୍ତ ରହିପାରନ୍ତି ।

  • ପ୍ରତିକାର- ହନୁମାନ ଚାଳିସା ୩ ଥର ପାଠ କରନ୍ତୁ

ଧନୁ:-ନୂତନ କାର୍ଯ୍ୟଭାର ହାତକୁ ନେଇ ସମ୍ପୂର୍ଣ୍ଣ କରିପାରନ୍ତି । ବାଦବିବାଦରେ ପଡିପାରନ୍ତି, ଏଣୁ ସତର୍କ ରହିବେ । ସନ୍ତାନଙ୍କ ପାଇଁ ଚିନ୍ତା କରିପାରନ୍ତି ।

  • ପ୍ରତିକାର:-ଗୋ ମାତାଙ୍କୁ ଖାଦ୍ୟ ପ୍ରଦାନ କରନ୍ତୁ

ମକର:- ବିଭିନ୍ନ ଦିଗରୁ ଅର୍ଥପ୍ରାପ୍ତିର ସୁଯୋଗ ଆସିବ । ନୂତନ ଯାନବାହନ କ୍ରୟ କରିପାରନ୍ତି । ପରିବାରରେ ଶାନ୍ତି ପାଇପାରନ୍ତି ।

  • ପ୍ରତିକାର-ଶୁଭତ୍ତ୍ୱରେ ବୃଦ୍ଧି ପାଇଁ ଚନ୍ଦନର ତିଳକ ମଥାରେ ଲଗାନ୍ତୁ

କୁମ୍ଭ:- ବ୍ୟବସାୟ ବାଣିଜ୍ୟରେ ଆୟ ବ୍ୟୟ ସମାନ ରହିପାରେ । ଚାକିରୀ କ୍ଷେତ୍ରରେ ଉଚ୍ଚପଦସ୍ତ ଅଧିକାରୀଙ୍କ ସହିତ ମତଭେଦ ହୋଇପାରେ । ଛାତ୍ରଛାତ୍ରୀମାନେ ସଫଳତା ପାଇପାରନ୍ତି ।

  • ପ୍ରତିକାର:- ଧଳା ରଙ୍ଗର ବ୍ୟବହାର କରନ୍ତୁ

ମୀନ:- ବିଭିନ୍ନ କ୍ଷେତ୍ରରେ ସଫଳତା ଅର୍ଜନ କରିପାରନ୍ତି । ଅଟକି ରହିଥିବା କାର୍ଯ୍ୟ ପୁନର୍ବାର ଆରମ୍ଭ ହୋଇପାରେ । ଅର୍ଥ ଆଗମନର ସୁଯୋଗ ମଧ୍ୟ ଆସିପାରେ ।

  • ପ୍ରତିକାର:- ଶୁଭତ୍ତ୍ୱରେ ବୃଦ୍ଧି ପାଇଁ ଚନ୍ଦନର ତିଳକ ଲଗାନ୍ତୁ
Daily Horoscope
Advertisment
Advertisment