• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଆଜି ୨୦୨୨ ମସିହା, ମାର୍ଚ୍ଚ ମାସ ୩୦ ତାରିଖ, ବୁଧବାର, ମୀନ ୧୬ ଦିନ, ଚୈତ୍ର ମାସ ୯ ଦିନ, କୃଷ୍ଣପକ୍ଷ,ତ୍ରୟୋଦଶୀ ତିଥି, ଶତଭିକ୍ଷା ନକ୍ଷତ୍ର, ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କ ଦିନ...

ମେଷ -ସରକାରୀ ସ୍ତରରେ କାର୍ଯ୍ୟରତ ବ୍ୟକ୍ତି ବିଶେଷମାନଙ୍କ ପାଇଁ କର୍ମ କ୍ଷେତ୍ରରେ ଶୁଭଫଳ ପ୍ରାପ୍ତି ହୋଇପାରେ । ପରିବାରରେ ଶାନ୍ତି ଶୃଙ୍ଖଳା ବଜାୟ ରହିପାରେ । ବନ୍ଧୁମିଳନ ହେବା ସମ୍ଭାବନା ରହିଛି।

  • ପ୍ରତିକାର- ଶୁଭତ୍ତ୍ୱରେ ବୃଦ୍ଧି ପାଇଁ ଚନ୍ଦନର ତିଳକ ମଥାରେ ଲଗାନ୍ତୁ

ବୃଷ - ଆଗରୁ ଚାଲିଥିବା ବିଭିନ୍ନ ସମସ୍ୟାର ସମାଧାନ ହୋଇପାରେ । ଆୟ ବ୍ୟୟ ବ୍ୟବସାୟରେ ସମାନ ରହିପାରେ । ନୂତନ ଦ୍ରବ୍ୟ କ୍ରୟ କରିପାରନ୍ତି ।

  • ପ୍ରତିକାର-ଗୋ ମାତାଙ୍କୁ ଖାଦ୍ୟ ପ୍ରଦାନ କରନ୍ତୁ

ମିଥୁନ –କର୍ମ କ୍ଷେତ୍ରରେ ବାଦବିବାଦ ଦେଖାଦେଇପାରେ । ଉଚ୍ଚ ପଦାଧିକାରୀଙ୍କ ସାହାଯ୍ୟ ସହଯୋଗ ପାଇପାରନ୍ତି । ପରିବାରରେ ଅଶାନ୍ତି ଦେଖାଦେଇପାରେ ।

  • ପ୍ରତିକାର- ଓଂ ଗଂ ଗଣପତୟେ ନମଃ ମନ୍ତ୍ର ଟିକୁ ୧୦୮ ଥର ଜପ କରନ୍ତୁ

କର୍କଟ -ଆଗରୁ କରିଥିବା ଭୁଲ କାର୍ଯ୍ୟକଳାପ କୁ ନେଇ ଆଜି ସମାଲୋଚିତ ହୋଇପାରନ୍ତି । ଗୁପ୍ତ ଶତ୍ରୁ ହଇରାଣରେ ପକାଇବାକୁ ଚେଷ୍ଟା କରିବେ, ଏଣୁ ସତର୍କ ରୁହନ୍ତୁ । ପରିବାରରେ ସୁଖଶାନ୍ତି ପାଇପାରନ୍ତି ।

  • ପ୍ରତିକାର- ଶୁଦ୍ଧ ଚନ୍ଦନର ତିଳକ ମଥାରେ ଲଗାନ୍ତୁ

ସିଂହ -ବ୍ୟବସାୟ ବାଣିଜ୍ୟରେ ଆଶାରୁ ଅଧିକ ଲାଭ ପାଇପାରନ୍ତି । ସୁଖାଦ୍ୟ ଭୋଜନ ସହ ବନ୍ଧୁମିଳନ ହୋଇପାରେ ।ଦୂରଯାତ୍ରା କରିପାରନ୍ତି । ପାରିବାରିକ ଶାନ୍ତି ପାଇପାରନ୍ତି ।

  • ପ୍ରତିକାର- ଅସହାୟ ବ୍ୟକ୍ତିଙ୍କୁ ସାହାଯ୍ୟ କରନ୍ତୁ ଏବଂ ଗୋ ମାତାଙ୍କୁ ଖାଦ୍ୟ ଦିଅନ୍ତୁ

କନ୍ୟା-କର୍ମକ୍ଷେତ୍ରରେ ଅତ୍ୟଧିକ ପରିଶ୍ରମ କରି ମଧ୍ୟ ଶୁଭଫଳ ପାଇବାରୁ ବଞ୍ଚିତ ରହିପାରନ୍ତି । କର୍ମ ସ୍ଥଳରେ ସାମାନ୍ୟ ବିବାଦ ମଧ୍ୟ ଦେଖାଦେଇପାରେ । ମହିଳାମାନେ ପରିବାରରେ ଶାନ୍ତି ପାଇପାରନ୍ତି ।

  • ପ୍ରତିକାର- ସବୁଜ ରଙ୍ଗର ବ୍ୟବହାର କରନ୍ତୁ

ତୁଳା –କାର୍ଯ୍ୟ କ୍ଷେତ୍ରରେ ବାଧାବିଘ୍ନ ଉପୁଜିପାରେ । ବ୍ୟବସାୟରେ ହଠାତ କ୍ଷତି ହୋଇଯାଇପାରେ,ସତର୍କ ରୁହନ୍ତୁ । ଶାରିରୀକ ସୁସ୍ଥତା ଅନୁଭବ କରିପାରନ୍ତି ।

  • ପ୍ରତିକାର- ଧଳା ରଙ୍ଗର ବ୍ୟବହାର କରନ୍ତୁ

ବିଛା -ବିବାଦ ଘେରରେ ପଡିପାରନ୍ତି,ଏଣୁ ଅଯଥା ଯୁକ୍ତି କରନ୍ତୁ ନାହିଁ । ଆୟ ଭଲ ରହିପାରେ । ନୂତନ ମୂଲ୍ୟବାନ ଦ୍ରବ୍ୟ କ୍ରୟ କରିପାରନ୍ତି ।

  • ପ୍ରତିକାର- ହନୁମାନ ଚାଳିସା ପ୍ରତ୍ୟେକ ଦିନ ପାଠ କରନ୍ତୁ

ଧନୁ:- ବ୍ୟବସାୟ ବାଣିଜ୍ୟରେ ଲାଭବାନ ଓହଇପାରେ । ବନ୍ଧୁଙ୍କ ସାହାଯ୍ୟ ସହଯୋଗ ପାଇ ମୂଲ୍ୟବାନ ଦ୍ରବ୍ୟ କ୍ରୟ କରିପାରନ୍ତି । ପରିବାରରେ ଶାନ୍ତି ପାଇପାରନ୍ତି ।

  • ପ୍ରତିକାର:-ଭଗବାନ ବିଷ୍ଣୁଙ୍କୁ ଆରାଧନା କରନ୍ତୁ

ମକର:- ଆୟ ପାଇଁ ଯେତେ ଚେଷ୍ଟା କଲେବି ଅତ୍ୟଧିକ ବ୍ୟୟ ହେବା ଯୋଗୁଁ ମନରେ ଅଶାନ୍ତି ଦେଖାଦେଇପାରେ । ଗୃହିଣୀମାନେ ପରିବାରରେ ପାରିବାରିକ ଶାନ୍ତି ପାଇପାରନ୍ତି । ଶରୀରରେ ଆଘାତ ଲାଗିପାରେ ।

  • ପ୍ରତିକାର- ଓଂ ଶଂ ଶନିଶ୍ଚରାୟ ନମଃ ମନ୍ତ୍ରକୁ ୧୧ ଥର ଜପ କରନ୍ତୁ

କୁମ୍ଭ:-ବନ୍ଧୁବାନ୍ଧବଙ୍କ ସାହାଯ୍ୟ ସହଯୋଗ ପାଇ କର୍ମ କ୍ଷେତ୍ରରେ ସଫଳତା ଅର୍ଜନ କରିପାରନ୍ତି । ଦୂରଯାତ୍ରା କରିପାରନ୍ତି । ପରିବାରରେ ଶାନ୍ତି ଶୃଙ୍ଖଳା ବଜାୟ ରହିପାରେ ।

  • ପ୍ରତିକାର:- ଚନ୍ଦନର ତିଳକ ମଥାରେ ଲଗାନ୍ତୁ

ମୀନ:-ମାନସିକ ଅଶାନ୍ତି ଦେଖାଦେଇପାରେ । ଅତ୍ୟଧିକ କାର୍ଯ୍ୟଭାର ଯୋଗୁଁ କ୍ଲାନ୍ତି ଅନୁଭବ କରିପାରନ୍ତି । ନୂତନ କାର୍ଯ୍ୟଭାର ହାତକୁ ନେଇ କାର୍ଯ୍ୟକୁ ସମ୍ପୂର୍ଣ୍ଣ କରିପାରନ୍ତି ।

  • ପ୍ରତିକାର:-ହଳଦିଆ ରଙ୍ଗର ବ୍ୟବହାର କରନ୍ତୁ