Advertisment

Daily Horoscope 30 April 2022: ଜାଣନ୍ତୁ ଆଜିର ରାଶିଫଳ...

ଆଜି ୨୦୨୨ ମସିହା, ଏପ୍ରିଲ ମାସ ୩୦ ତାରିଖ, ଶନିବାର, ମେଷ ୧୭ ଦିନ, ବୈଶାଖ ମାସ, କୃଷ୍ଣପକ୍ଷ, ଅମାବାସ୍ୟା ତିଥି, ଅଶ୍ୱିନୀ ନକ୍ଷତ୍ର,ଜାଣନ୍ତୁ ଆଜି କେମିତି କଟିବ ଆଜି ଆପଣଙ୍କ ଦିନ...

author-image
Otv Khabar Bureau
undefined

Daily Horoscope 30 April 2022

ଆଜି ୨୦୨୨ ମସିହା, ଏପ୍ରିଲ ମାସ ୩୦ ତାରିଖ, ଶନିବାର, ମେଷ ୧୭ ଦିନ, ବୈଶାଖ ମାସ, କୃଷ୍ଣପକ୍ଷ, ଅମାବାସ୍ୟା ତିଥି, ଅଶ୍ୱିନୀ ନକ୍ଷତ୍ର,ଜାଣନ୍ତୁ ଆଜି କେମିତି କଟିବ ଆଜି ଆପଣଙ୍କ ଦିନ...

Advertisment

ମେଷ - ବ୍ୟବସାୟରେ ଆଶାତୀତ ଲାଭ କରି କିଛି ନୂତନ ପଦାର୍ଥ ସଂଗ୍ରହ କରିପାରନ୍ତି । ପାରିବାରିକ କ୍ଷେତ୍ରରେ ଶାନ୍ତି ବିରାଜମାନ କରିବ, ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଦାମ୍ପତ୍ୟ ଜୀବନ ସୁଖମୟ ରହିପାରେ । ରାଜନୀତି କ୍ଷେତ୍ରରେ ଅଧିକରୁ ଅଧିକ ଲୋକ ସମର୍ଥନ ପାଇ ସଫଳ ପାଇପାରନ୍ତି ।

  • ପ୍ରତିକାର- ଶ୍ରୀ ହନୁମାନଙ୍କୁ ଦର୍ଶନ କରନ୍ତୁ

ବୃଷ- ଆପଣା ଲୋକଙ୍କ ସାହାଯ୍ୟ ପାଇ କେତେକ ସମସ୍ୟା ସୁଧାରି ନେଇପାରନ୍ତି । ଅଭାବ ଅସୁବିଧା ଥାଇ ମଧ୍ୟ କୌଣସି କାମ ଅଟକିବ ନାହିଁ । ବ୍ୟବସାୟ କ୍ଷେତ୍ରରେ କ୍ଷତି ହେବାରୁ ମନ ଭଲ ରହିବ ନାହିଁ, ପିଲାଙ୍କ ବ୍ୟବହାରକୁ ଦେଖି ବାପା ମା ଚିନ୍ତାଗ୍ରସ୍ତ ହେବେ ।

Advertisment
  • ପ୍ରତିକାର- କୁଆ, ପାରାଙ୍କୁ ଖାଦ୍ୟ ଦିଅନ୍ତୁ

ମିଥୁନ -ନୂତନ ବ୍ୟବସାୟ ଆରମ୍ଭ ଓ ପ୍ରଚାର ପ୍ରସାର କରି ଆଶାତୀତ ଲାଭବାନ ହୋଇପାରନ୍ତି । ଅଚାନକ ଅର୍ଥ ପ୍ରାପ୍ତି ହୋଇ ଆର୍ଥିକ ସମସ୍ୟା ଦୂରେଇଯାଇପାରେ । ଜମି, ଗୃହ, ବାହାନ କ୍ରୟ କରିବା ପାଇଁ ସୁଯୋଗ ମିଳିପାରେ ।

  • ପ୍ରତିକାର- ମିଠା ଦହି ଖାଆନ୍ତୁ

କର୍କଟ- ଶିକ୍ଷା ପ୍ରତି ରୁଚି ବୃଦ୍ଧି ପାଇବା ସହିତ ପରୀକ୍ଷା ଅନୁକୁଳ ରହିପାରେ । ଗୃହରେ ଥିବା କଳହ, ପତିପତ୍ନୀଙ୍କ ମଧ୍ୟରେ ମତଭେଦ ଏବଂ ତିକ୍ତତା ଭାବର ସମାଧାନ ହୋଇପାରେ । ବ୍ୟବସାୟୀମାନେ ଆବଶ୍ୟକତା ଠାରୁ ଅଧିକ ଆଦାନ ପ୍ରଦାନ କରି ଉଚିତ୍ ଲାଭ ପାଇପାରନ୍ତ ।

  • ପ୍ରତିକାର- ମାଆ ବାପାଙ୍କୁ ପ୍ରଣାମ କରନ୍ତୁ

ସିଂହ -କୌଣସି ନୂତନ କର୍ମ କରିବାକୁ ଚାହୁଁଥିଲେ ସେଥିରେ ବିଜୟୀ ହୋଇପାରେ । ବାକି ପଡିଥିବା ଅର୍ଥ ହାତକୁ ଆସିବାରୁ ଘର ପାଇଁ ନୂତନ ଦ୍ରବ୍ୟ କ୍ରୟ କରାଇପାରନ୍ତି । ପାରିବାରିକ ସମସ୍ୟା ସମାଧାନ ହେଲେ ମଧ୍ୟ ସ୍ୱାସ୍ଥ୍ୟଜନିତ ସମସ୍ୟା ଦେଖାଦେଇପାରେ ।

  • ପ୍ରତିକାର- ଗୋମାତାଙ୍କୁ ଖାଦ୍ୟ ଦିଅନ୍ତୁ

କନ୍ୟା- କର୍ମ କ୍ଷେତ୍ରରେ ଗୁପ୍ତଶତ୍ରୁ ବୃଦ୍ଧି ହେବେ ଏବଂ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ମତ ପାର୍ଥକ୍ୟ ଦେଖାଦେଇପାରେ । ସ୍ୱାସ୍ଥ୍ୟଜନିତ ପୀଡା ଅନୁଭବ କରିବେ ଏବଂ ପିଲାମାନଙ୍କର ସଫଳତା ଦେଖି ବାପା ମା ଖୁସି ହୋଇପାରନ୍ତି । ଦୂରସ୍ଥାନକୁ ଯାତ୍ରା କଲାବେଳେ ସାବଧାନରେ ଯାଆନ୍ତୁ ।

  • ପ୍ରତିକାର- ଅସହାୟ ଲୋକଙ୍କୁ ସାହାଯ୍ୟ କରନ୍ତୁ

ତୁଳା -ସାମାଜିକ କ୍ଷେତ୍ରରେ ସୁଖ ସମୃଦ୍ଧି ଓ ପ୍ରଶଂସିତ ହେବେ କିନ୍ତୁ ଯାନବାହନରେ ଗଲାବେଳେ ସାବଧାନରେ ଯାଆନ୍ତୁ । ପୁରାତନ ରୋଗର ଉପଶମ ହୋଇ ମାନସିକ ଏକାଗ୍ରତା ବଜାୟ ରହିପାରେ । ବନ୍ଧୁଙ୍କ ସହାୟତାରେ ପୈତୃକ ସମ୍ପତ୍ତିକୁ ନେଇ ପାରିବାରିକ ଦ୍ୱନ୍ଦ ଶେଷ ହୋଇପାରେ ।

  • ପ୍ରତିକାର- ମଥାରେ ଚନ୍ଦନ ଧାରଣ କରନ୍ତୁ

ବିଛା- ସ୍ୱାସ୍ଥ୍ୟକ୍ଷେତ୍ରରେ ପରିବର୍ତ୍ତନ ଆସିବ କିନ୍ତୁ କର୍ମ କ୍ଷେତ୍ରରେ କଳହ ଯୋଗ ରହିଛି । ଜମି, ବାସଗୃହ, ଯାନବାହନ କ୍ରୟ କରିବା ପାଇଁ ବନ୍ଧୁଙ୍କର ପରାମର୍ଶ ନେଇପାରନ୍ତି । ପାରିବାରିକ କଳହ ଯାହା ଥିଲା ତାହା ଆଜି ସମାଧାନ ହେବା ସହ ଛାତ୍ରଛାତ୍ରୀଙ୍କୁ ଶୁଭ ଖବର ପ୍ରାପ୍ତି ହୋଇପାରେ ।

  • ପ୍ରତିକାର- ଶ୍ରୀ ହନୁମାନ ଚାଳିସା ପାଠ କରନ୍ତୁ

ଧନୁ- ସମାଜ ସେବା କରି ମାନସମ୍ମାନ ପାଇବେ କିନ୍ତୁ ପରିଶ୍ରମ ଅନୁସାରେ କମ ଫଳ ମିଳିପାରେ । ବ୍ୟବସାୟୀମାନେ ଲାଭ ପାଇପାରିବେ ଏବଂ ସନ୍ତାନମାନେ ଚାକିରି କ୍ଷେତ୍ରରେ ଉନ୍ନତି କରିପାରନ୍ତି । ବନ୍ଧୁଙ୍କ ସହଯୋଗ, ପ୍ରେରଣା ଓ ଆର୍ଥିକ ସହାୟତାରେ ସୁଖ ସମୃଦ୍ଧି ବୃଦ୍ଧି ହୋଇପାରେ ।

  • ପ୍ରତିକାର- ମହାଦେବଙ୍କୁ ବେଲପତ୍ର ଅର୍ପଣ କରନ୍ତୁ

ମକର- କର୍ମ କ୍ଷେତ୍ରରେ କୌଣସି କଥାକୁ ନେଇ ଅଯଥା କଳହ ସୃଷ୍ଟି ହୋଇପାରେ । ଉଚ୍ଚଶିକ୍ଷା ଅଧ୍ୟୟନ ପାଇଁ ଗୁରୁଙ୍କର ପରାମର୍ଶ ନେଇପାରନ୍ତି । ନୂତନ ବ୍ୟବସାୟ ଆରମ୍ଭ କରିବା ପାଇଁ ମନ ବଳାଇବେ ଏବଂ ସ୍ୱାମୀ ସ୍ତ୍ରୀ ମଧ୍ୟରେ ଦାମ୍ପତ୍ୟ ଜୀବନ ସୁଖମୟ ରହିପାରେ ।

  • ପ୍ରତିକାର- ମା ଦକ୍ଷିଣ କାଳୀଙ୍କୁ ଦର୍ଶନ କରନ୍ତୁ

କୁମ୍ଭ- ଶିକ୍ଷାର୍ଥୀମାନେ ଲକ୍ଷ୍ୟ ପୂରଣ ଆଡକୁ ଆଗେଇ ପାରିବେ, କୌଣସି ବିଶିଷ୍ଟ ବ୍ୟକ୍ତିଙ୍କର ସହଯୋଗ ମନୋବଳକୁ ବଢାଇପାରିବ । ବନ୍ଧୁ ଓ ନିକଟ ସମ୍ପର୍କୀୟ ବ୍ୟକ୍ତି ଆର୍ଥିକ ସାହାଯ୍ୟ କରିବେ । ଆଗରୁ ଯେଉଁସବୁ ସମସ୍ୟା ଥିଲା ତାହା ଆଜି ଦୂରିଭୂତ ହୋଇପାରେ ।

  • ପ୍ରତିକାର- ଓସ୍ତ ଗଛ ମୂଳରେ ୬ଥର ପରିକ୍ରମା କରନ୍ତୁ

ମୀନ- ସାମାଜିକ ପ୍ରତିଷ୍ଠା ମାନସମ୍ମାନ ବୃଦ୍ଧି ହେବା ସହ ଆର୍ଥିକ ଉନ୍ନତିରେ ସଫଳତା ମିଳିପାରେ । ସ୍ୱାସ୍ଥ୍ୟଗତ ପୀଡା ରହିବ ନାହିଁ ଏବଂ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଦାମ୍ପତ୍ୟ ଜୀବନ ସୁଖମୟ ରହିପାରେ । ଘରକୁ ବନ୍ଧୁଙ୍କର ଆଗମନ ହେବ ଓ ସୁସ୍ୱାଦୁ ଭୋଜନ କରିପାରିବେ ।

  • ପ୍ରତିକାର- ମଥାରେ ହଳଦୀଟିକା ଲଗାନ୍ତୁ
Horoscope Daily Horoscope
Advertisment
Advertisment