Advertisment

Daily Horoscope 29 March 2022: ଜାଣନ୍ତୁ ଆଜିର ରାଶିଫଳ

ଆଜି ୨୦୨୨ ମସିହା, ମାର୍ଚ୍ଚ ମାସ ୨୯ ତାରିଖ, ମଙ୍ଗଳବାର, ମୀନ ୧୫ ଦିନ, ଚୈତ୍ର ମାସ, କୃଷ୍ଣପକ୍ଷ, ଦ୍ୱାଦଶୀ ତିଥି, ଧନିଷ୍ଠା ନକ୍ଷତ୍ର, ଜାଣନ୍ତୁ ଆଜିର ରାଶିଫଳ...

author-image
Otv Khabar Bureau
RasiFala

Rasifala

ଆଜି ୨୦୨୨ ମସିହା, ମାର୍ଚ୍ଚ ମାସ ୨୯ ତାରିଖ, ମଙ୍ଗଳବାର, ମୀନ ୧୫ ଦିନ, ଚୈତ୍ର ମାସ, କୃଷ୍ଣପକ୍ଷ, ଦ୍ୱାଦଶୀ ତିଥି, ଧନିଷ୍ଠା ନକ୍ଷତ୍ର, ଜାଣନ୍ତୁ ଆଜିର ରାଶିଫଳ...

Advertisment

ମେଷ –କର୍ମ କ୍ଷେତ୍ରରେ ଶୁଭଫଳ ପାଇପାରନ୍ତି । ବ୍ୟବସାୟରେ ଲାଭବାନ ହୋଇପାରନ୍ତି । ପରିବାରରେ ପାରିବାରିକ ଶାନ୍ତି ପାଇପାରନ୍ତି ।

  • ପ୍ରତିକାର- ଶୁଭତ୍ତ୍ୱରେ ବୃଦ୍ଧି ପାଇଁ ନାଲି ରଙ୍ଗର ବ୍ୟବହାର କରନ୍ତୁ

ବୃଷ- କର୍ମକ୍ଷେତ୍ରରେ ଉଚ୍ଚପଦ ଅଧିକାରୀଙ୍କ ଠାରୁ ସାହାଯ୍ୟ ସହଯୋଗ ପାଇ ମନ ଖୁସି ରହିପାରେ । ଆଗରୁ ଥିବା ବାଦ ବିବାଦ ସମସ୍ୟାର ସମାଧାନ ହୋଇପାରେ। ପାରିବାରିକ ଶାନ୍ତି ପାଇପାରନ୍ତି ।

Advertisment
  • ପ୍ରତିକାର- ଶୁଭତ୍ତ୍ୱରେ ବୃଦ୍ଧି ପାଇଁ ଧଳା ରଙ୍ଗର ବ୍ୟବହାର କରନ୍ତୁ

ମିଥୁନ -ବ୍ୟବସାୟ ବାଣିଜ୍ୟରେ ଲାଭବାନ ହୋଇପାରନ୍ତି । ସ୍ୱାସ୍ଥ୍ୟଜନିତ ସମସ୍ୟାର ସମାଧାନ ହୋଇପାରେ । ପରିବାରରେ ମନାନ୍ତର ମତାନ୍ତର ହୋଇପାରେ ।

  • ପ୍ରତିକାର- ଶିବଲିଙ୍ଗରେ କ୍ଷୀର ଅଭିଷେକ କରନ୍ତୁ

କର୍କଟ –ଚାକିରୀ କ୍ଷେତ୍ରରେ ପଦୋନ୍ନତି ହୋଇପାରେ । ଦୈନିକ ରୋଜଗାରରେ ଲାଭ ପାଇପାରନ୍ତି । ବନ୍ଧୁ ବାନ୍ଧବଙ୍କ ସାହାଯ୍ୟ ସହଯୋଗ ପାଇ ମନ ଖୁସି ରହିପାରେ ।

  • ପ୍ରତିକାର- ଶୁଭତ୍ତ୍ୱରେ ବୃଦ୍ଧି ପାଇଁ ଚନ୍ଦନର ତିଳକ ମଥାରେ ଲଗାନ୍ତୁ

ସିଂହ –କର୍ମ କ୍ଷେତ୍ରରେ ସାହାଯ୍ୟ ସହଯୋଗ ପାଇପାରନ୍ତି । ଆଶାରୁ ଅଧିକ ବ୍ୟବସାୟରେ ଲାଭବାନ ହୋଇପାରନ୍ତି। ଧାର୍ମିକ କାର୍ଯ୍ୟରେ ମନ ଦେଇପାରନ୍ତି ।

  • ପ୍ରତିକାର- ଶୁଭତ୍ତ୍ୱରେ ବୃଦ୍ଧି ପାଇଁ ଚନ୍ଦନର ତିଳକ ମଥାରେ ଲଗାନ୍ତୁ

କନ୍ୟା -ବ୍ୟବସାୟରେ ହଠାତ୍ କ୍ଷତି ହୋଇଯାଇପାରେ, ସତର୍କ ରୁହନ୍ତୁ । ନିଜର ମନପସନ୍ଦର ଦ୍ରବ୍ୟ ନଷ୍ଟ ହୋଇପାରେ । ପରିବାରରେ ଅଶାନ୍ତି ଦେଖାଦେଇପାରେ ।

  • ପ୍ରତିକାର- ଶ୍ରୀ ଗଣେଶଙ୍କୁ ଦୁର୍ବା ଅର୍ପଣ କରନ୍ତୁ

ତୁଳା - ସମାଜରେ ମାନସମ୍ମାନ ପ୍ରାପ୍ତି ହୋଇପାରେ । ବ୍ୟବସାୟରେ ଲାଭବାନ ହୋଇପାରନ୍ତି । ପରିବାରରେ ସନ୍ତାନ ପକ୍ଷକୁ ନେଇ ଚିନ୍ତିତ ରହିପାରନ୍ତି ।

  • ପ୍ରତିକାର- ଚନ୍ଦନର ତିଳକ ମଥାରେ ଲଗାନ୍ତୁ

ବିଛା -ସତର୍କ ରହି ସମସ୍ତ ବ୍ୟବସାୟ କାର୍ଯ୍ୟ କରନ୍ତୁ, ହଠାତ୍ କ୍ଷତି ହୋଇପାରେ କିମ୍ବା ଦ୍ରବ୍ୟ ଚୋରି ହୋଇପାରେ । ପରିବାରରେ ଅଶାନ୍ତି ଦେଖାଦେଇପାରେ । ନିଜର ମନପସନ୍ଦର ଦ୍ରବ୍ୟ ନଷ୍ଟ ହୋଇପାରେ ।

  • ପ୍ରତିକାର- ହନୁମାନ ଚାଳିସା ପାଠ କରନ୍ତୁ

ଧନୁ:- ବ୍ୟବସାୟରେ ଆଶାରୁ ଅଧିକ ଲାଭପାଇପାରନ୍ତି । ଶତ୍ରୁମାନେ ପରାଜିତ ହୋଇପାରନ୍ତି । ପରିବାରରେ ସୁଖ ବୃଦ୍ଧି ହୋଇପାରେ ।

  • ପ୍ରତିକାର:-ଚନ୍ଦନର ତିଳକ ମଥାରେ ଲଗାନ୍ତୁ

ମକର:- ବ୍ୟବସାୟ ବାଣିଜ୍ୟରେ ଆୟ ବ୍ୟୟ ସମାନ ରହିପାରେ । କାର୍ଯ୍ୟ କୁଶଳତା ଦେଖାଇ ଉଚ୍ଚପଦସ୍ଥ ଅଧିକାରୀଙ୍କ ଠାରୁ ସମ୍ମାନିତ ହୋଇପାରନ୍ତି । ପରିବାରରେ ଶାନ୍ତି ପାଇପାରନ୍ତି ।

  • ପ୍ରତିକାର-ଅସହାୟ ବ୍ୟକ୍ତିଙ୍କୁ ସାହାଯ୍ୟ କରନ୍ତୁ

କୁମ୍ଭ:- ବିଭିନ୍ନ ଉପାୟରେ କାର୍ଯ୍ୟହାସଲ କରିପାରନ୍ତି । ଚାକିରି କ୍ଷେତ୍ରରେ ଉନ୍ନତି ହୋଇପାରେ । ମନପସନ୍ଦର ଦ୍ରବ୍ୟ ଘରପାଇଁ କ୍ରୟ କରିପାରନ୍ତି ।

  • ପ୍ରତିକାର:- ଗୋମାତାଙ୍କୁ ଗୋ ମାତାଙ୍କୁ ଖାଦ୍ୟ ଦିଅନ୍ତୁ

ମୀନ:- କାର୍ଯ୍ୟ ସ୍ଥଳରେ ସତର୍କ ରୁହନ୍ତୁ କୌଣସି ଅଘଟଣ ଘଟିପାରେ । ଗୁପ୍ତ ଶତ୍ରୁ ହଇରାଣ ହରକତ କରିପାରନ୍ତି । ପରିବାରରେ କଳହ ମଧ୍ୟ ହୋଇପାରେ ।

  • ପ୍ରତିକାର: -କେଶର ତିଳକ ମଥାରେ ଲଗାନ୍ତୁ ଏବଂ ହନୁମାନ ଚାଳିସା ପାଠ କରନ୍ତୁ
Daily Horoscope
Advertisment
Advertisment