Advertisment

Daily Horoscope,29 Dec 2021: ଆଜି ଦିନର ମହତ୍ତ୍ୱ କଣ ରହିଛି, ଆସନ୍ତୁ ଜାଣିବା

ଆଜି ୨୦୨୧ ମସିହା, ଡିସେମ୍ବର ମାସ, ୨୯ ତାରିଖ, ବୁଧବାର, ଧନୁ ମାସ ,୧୪ ଦିନ, ପୌଷମାସ, କୃଷ୍ଣପକ୍ଷ, ଦଶମୀତିଥି, ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କ ଦିନ.

author-image
Otv Khabar Bureau
ଅଦ୍ୟତନ ହୋଇଛି
Daily Horoscope,29 Dec 2021

Daily Horoscope,29 Dec 2021

ଆଜି ୨୦୨୧ ମସିହା, ଡିସେମ୍ବର ମାସ, ୨୯ ତାରିଖ, ବୁଧବାର, ଧନୁ ମାସ ,୧୪ ଦିନ, ପୌଷମାସ, କୃଷ୍ଣପକ୍ଷ, ଦଶମୀତିଥି, ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କ ଦିନ.

Advertisment

ମେଷ:- ସାମାଜିକ କ୍ଷେତ୍ରରେ ସୁଖ ସମୃଦ୍ଧି ବୃଦ୍ଧି ଓ ପ୍ରଶଂସିତ ହୋଇପାରନ୍ତି । ପୁରାତନ ରୋଗର ଉପଶମ ହୋଇ ମାନସିକ ଏକାଗ୍ରତା ବଜାୟ ରହିପାରେ । ବନ୍ଧୁଙ୍କ ସହାୟତାରେ ପୈତୃକ ସମ୍ପତ୍ତିକୁ ନେଇ ପାରିବାରିକ ଦ୍ୱନ୍ଦ ମେଣ୍ଟିଯିବଯାଇପାରେ ।

  • ପ୍ରତିକାର- ଲାଲ ଚନ୍ଦନ ବା ସିନ୍ଦୁର ଟିକେ ମସ୍ତକରେ ଲଗେଇ ଦିଅନ୍ତୁ

ବୃଷ:- ସ୍ୱାସ୍ଥ୍ୟ କ୍ଷେତ୍ରରେ ପରିବର୍ତ୍ତନ ଆସିପାରେ । ଆଇନ ଅଦାଲତ ଓ ପାରିବାରିକ କ୍ଷେତ୍ରରେ ରହିଥିବା ସମସ୍ୟା ସମାଧାନ ହୋଇପାରେ । ଜାଗା, ଜମି, ବାସଗୃହ ଓ ଯାନବାହାନ କ୍ରୟ କରିବାର ସୁବିଧା ପାଇପାରନ୍ତି ।

Advertisment
  • ପ୍ରତିକାର- ଶ୍ୱେତ ଚନ୍ଦନରେ କର୍ପୁର ମିଶାଇ ମସ୍ତକରେ ଧାରଣ କରନ୍ତୁ

ମିଥୁନ:- ଜନସେବାରେ ନିଜକୁ ନିୟୋଜିତ କରିପାରନ୍ତି । ବନ୍ଧୁ ମିତ୍ରଙ୍କର ସହଯୋଗ, ପ୍ରେରଣା ଓ ଆର୍ଥିକ ସହାୟତାରେ ସୁଖ ସମୃଦ୍ଧି ବୃଦ୍ଧି ହୋଇପାରିବ । ବ୍ୟବସାୟ ପ୍ରସାର ଫଳରେ ବହୁତ ବଡ଼ ମୁନାଫା ଉଠେଇ ପାରନ୍ତି ।

  • ପ୍ରତିକାର- ଅସହାୟଙ୍କୁ ସାହାଯ୍ୟ କରନ୍ତୁ

କର୍କଟ:- ଶିକ୍ଷାର୍ଥୀ ମାନେ ଲକ୍ଷ୍ୟ ପୂରଣ ଆଡକୁ ଆଗେଇ ପାରନ୍ତି । କୌଣସି ବିଶିଷ୍ଟ ବ୍ୟକ୍ତିଙ୍କର ସହଯୋଗ ମନୋବଳକୁ ବଢାଇବାରେ ସାହାଯ୍ୟ କରିପାରନ୍ତି । ବନ୍ଧୁ ମିତ୍ର ନିକଟ ସମ୍ପର୍କୀୟ ବ୍ୟକ୍ତି ଆର୍ଥିକ ସାହାଯ୍ୟ କରିପାରନ୍ତି ।

  • ପ୍ରତିକାର- ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ

ସିଂହ:- ନୂତନ ବ୍ୟବସାୟ ଯୋଜନାର ଶିଳାନ୍ୟାସ କଲେ, ତାହା ଦୀର୍ଘ ସ୍ଥାୟୀ ହୋଇପାରିବ । କର୍ମ କ୍ଷେତ୍ରରେ ଉତ୍ତମ କାର୍ଯ୍ୟ କରି ପଦୋନ୍ନତି ପାଇପାରନ୍ତି । ଉଚ୍ଚଶିକ୍ଷା ଅଧ୍ୟୟନ ପାଇଁ ବିଦେଶ ଯାତ୍ରା ଯୋଗ ରହିଛି ।

  • ପ୍ରତିକାର- ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ

କନ୍ୟା:- ସାମାଜିକ ପ୍ରତିଷ୍ଠା ମାନସମ୍ମାନ ବୃଦ୍ଧି ହେବା ସହ ଆର୍ଥିକ ଉନ୍ନତିରେ ସଫଳତା ମିଳିପାରିବ । ପୁରୁଣା ରୋଗରୁ ଉପଶମ ପାଇ ସ୍ୱାସ୍ଥ୍ୟ ଉତ୍ତମ ରହିପାରିବ । ଅଧସ୍ତନ କର୍ମୀ ଓ ସହକର୍ମୀଙ୍କ ସୌଜନ୍ୟରୁ ସାହାଯ୍ୟ ସମର୍ଥନ ହାସଲ କରିପାରିବେ ।

  • ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ

ତୁଳା:- ବ୍ୟବସାୟରେ ଆଶାତିତ ଲାଭ କରି କିଛି ନୂତନ ପଦାର୍ଥ ସଂଗ୍ରହ କରିପାରିବେ । ପାରିବାରିକ କ୍ଷେତ୍ରରେ ଶାନ୍ତି ବିରାଜମାନ କରିପାରେ । ରାଜନୀତି କ୍ଷେତ୍ରରେ ଅଧିକରୁ ଅଧିକ ଲୋକ ସମର୍ଥନ ପାଇ ସଫଳ ହୋଇପାରନ୍ତି ।

  • ପ୍ରତିକାର- ମାଦକ ଦ୍ରବ୍ୟ ଠାରୁ ଦୂରେଇ ରୁହନ୍ତୁ

ବିଚ୍ଛା:- ବ୍ୟବସାୟ କ୍ଷେତ୍ରରେ ଆଶାତୀତ ଲାଭ ପାଇପାରିବେ । ଆପଣା ଲୋକଙ୍କ ସାହାଯ୍ୟ ପାଇ କେତେକ ସମସ୍ୟା ସୁଧାରି ପାରନ୍ତି । ଅଭାବ ଅସୁବିଧା ଥାଇ ମଧ୍ୟ କୌଣସି କାମ ଅଟକିବ ନାହିଁ ।

  • ପ୍ରତିକାର- କାଉ ଓ ପାରାଙ୍କୁ ଚାଉଳ ଖାଇବାକୁ ଦିଅନ୍ତୁ

ଧନୁ:- ନୂତନ ବ୍ୟବସାୟ ଆରମ୍ଭ ଓ ପ୍ରଚାର ପ୍ରସାର କରି ଆଶାତୀତ ଲାଭବାନ ହୋଇପାରନ୍ତି । ଅଚାନକ ଅର୍ଥ ପ୍ରାପ୍ତି ହୋଇ ଆର୍ଥିକ ସମସ୍ୟା ଦୂରେଇ ଯାଇପାରେ । ଜାଗା, ଜମି ଓ ଉଚ୍ଚସ୍ତରୀୟ ବାହନ କ୍ରୟ କରିପାରିବେ

  • ପ୍ରତିକାର- ମିଠା ଦହି ଖାଇ ଘରୁ ବାହାରନ୍ତୁ

ମକର:- ବ୍ୟବସାୟୀମାନେ ଆବଶ୍ୟକତା ଠାରୁ ଅଧିକ ଆଦାନ ପ୍ରଦାନ କରି ଉଚିତ ଲାଭ ପାଇପାରନ୍ତି । ଗୃହରେ ଥିବା କଳହ, ପତିପତ୍ନୀଙ୍କ ମଧ୍ୟରେ ମତଭେଦ ଏବଂତିକ୍ତତା ଭାବର ସମାଧାନ ହୋଇପାରିବ । ଶିକ୍ଷା ପ୍ରତି ରୁଚି ବୃଦ୍ଧି ପାଇବା ସହ ପରୀକ୍ଷା ପରିଣାମ ଅନୁକୂଳ ହୋଇପାରିବ ।

  • ପ୍ରତିକାର- ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ

କୁମ୍ଭ:- କୌଣସି ନୂତନ କର୍ମ କରିବାକୁ ଚାହୁଁଥିଲେ ସେଥିରେ ବିଜୟୀ ହୋଇପାରିବେ । ନିଜ ଚେଷ୍ଟାରେ ବାକିଥିବା ଅର୍ଥ ପାଇପାରିବେ । ବାସଗୃହ ଓ ଯାନବାହାନର କେତେକ ସମସ୍ୟାର ସମାଧାନ ହୋଇପାରେ ।

  • ପ୍ରତିକାର- ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ

ମୀନ:- ପାରିବାରିକ ସମସ୍ୟା ବୁଝାମଣା ମଧ୍ୟରେ ସମାଧାନ ହୋଇପାରିବ । ପନିପରିବା ବ୍ୟବସାୟୀମାନେ ବିଶେଷ ଲାଭାନ୍ୱିତ ହୋଇପାରନ୍ତି । ଅଧିକ ରୋଜ ଗାର ହେଲେ ମଧ୍ୟ ଗୃହୋପକରଣ କ୍ରୟ କରିବାରେ କିଛି ବ୍ୟୟ ହୋଇପାରେ ।

  • ପ୍ରତିକାର- ଅସହାୟଙ୍କୁ ସାହାଯ୍ୟ କରନ୍ତୁ

Daily Horoscope
Advertisment
Advertisment