Advertisment

Daily Horoscope 28 Feb 2022: ଜାଣନ୍ତୁ ଆଜିର ରାଶିଫଳ

ଆଜି ୨୦୨୨ ମସିହା, ଫେବୃୟାରୀ ମାସ ୨୮ ତାରିଖ, ସୋମବାର, କୁମ୍ଭ୧୬ ଦିନ, ଫାଲଗୁନମାସ, କୃଷ୍ଣପକ୍ଷ,ତ୍ରୟୋଦଶୀତିଥି, ଶ୍ରବଣା ନକ୍ଷତ୍ର, ଜାଣନ୍ତୁ ଆଜିର ରାଶିଫଳ...

author-image
Otv Khabar Bureau
Daily Horoscope 28 Feb 2022

Daily Horoscope 28 Feb 2022

ଆଜି ୨୦୨୨ ମସିହା, ଫେବୃୟାରୀ ମାସ ୨୮ ତାରିଖ, ସୋମବାର, କୁମ୍ଭ୧୬ ଦିନ, ଫାଲଗୁନମାସ, କୃଷ୍ଣପକ୍ଷ,ତ୍ରୟୋଦଶୀତିଥି, ଶ୍ରବଣା ନକ୍ଷତ୍ର, ଜାଣନ୍ତୁ ଆଜିର ରାଶିଫଳ...

Advertisment

ମେଷ:- ଶୁଭ ସମାଚାର ପାଇ ରୋଜଗାର ସମସ୍ୟା ସୁଧୁରି ଯିବଓ ମାନସିକ ସୁସ୍ଥତା ଅନୁଭବ କରିପାରନ୍ତି । ପରସ୍ପରକୁ ସାହାଯ୍ୟ ସହଯୋଗ କରି ଗଠନମୂଳକ ଦିଗପ୍ରତି ଆଗ୍ରହୀ ହୋଇପାରନ୍ତି । ଜମିଜମାସଙ୍କ୍ରାନ୍ତିୟ ଗୁରୁତ୍ୱପୂର୍ଣ୍ଣ କାଯର୍ୟ ସମ୍ପାଦନ ହେବା ସହ ଗୃହବାହାନ ପ୍ରାପ୍ତି ହୋଇପାରେ ।

  • ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ

ବୃଷ:- କ୍ରୋଧକୁ ଦମନ କରି ହସଖୁଶିର ବାତାବରଣ ସୃଷ୍ଟି ହୋଇପାରେ । ସାମୁହିକ ପ୍ରୟାସ ଓ ସହଯୋଗ ଦ୍ୱାରା ଆଗକୁ ବଢିବା ସମ୍ଭବ ହୋଇପାରେ । କର୍ମ କ୍ଷେତ୍ରରେ ଉନ୍ନତି କରିବା ସହ ଉପରିସ୍ଥ ଅଧିକାରୀଙ୍କର କୃପା ଲାଭ କରିପାରନ୍ତି ।

Advertisment
  • ପ୍ରତିକାର:- କାଉ ପାରାଙ୍କୁ ଚାଉଳ ଖାଇବାକୁ ଦିଅନ୍ତୁ

ମିଥୁନ:- ବୃତ୍ତିଗତ କର୍ମକୁ ଅଧିକ ଗୁରୁତ୍ ଦେଇ ଚାକିରି କ୍ଷେତ୍ରରେ ଉନ୍ନତି କରି ପାରିବେ । ରାଜନୈତିକ କ୍ଷେତ୍ରର ସାବଧାନତା ପୂର୍ବକ ପାଦ ବଢେଇବା ବୁଦ୍ଧିମତାପୂର୍ଣ୍ଣ ହୋଇପାରେ । ଅତ୍ୟଧିକ ପରିଶ୍ରମ ଓ ଅନିଦ୍ରାଜନିତ ରୋଗପ୍ରତି ସାବଧାନ ରହିବା ଉଚିତ୍ ।

  • ପ୍ରତିକାର-କୁକୁରକୁ କିଛି ଖାଇବାକୁ ଦିଅନ୍ତୁ

କର୍କଟ:- ସ୍ବାସ୍ଥ୍ୟ କ୍ଷେତ୍ରରେ ପରିବର୍ତ୍ତନ ଆସିବ ଓ କର୍ମ ନିଯୁକ୍ତି କ୍ଷେତ୍ରରେ ସଫଳ ହୋଇପାରେ । କର୍ମଚାରୀମାନେ ଉଚ୍ଚାଧିକାରୀ, ସହକର୍ମୀ ଓ ଭାଇ ବନ୍ଧୁଙ୍କ ଠାରୁ ସାହାଯ୍ୟ ସହଯୋଗେ ପାଇପାରିବେ । ମିଷ୍ଟାନ ଭୋଜନ, ଉଚ୍ଚଆଶା ପୂରଣ ଓ ରାଜନୀତିରେ ପ୍ରଶଂସିତ ହୋଇପାରନ୍ତି ।

  • ପ୍ରତିକାର-ମାଦକଦ୍ରବ୍ୟ ଠାରୁ ଦୂରେଇ ରୁହନ୍ତୁ

ସିଂହ:- ବନ୍ଧୁ ମିତ୍ରଙ୍କର ସହଯୋଗ, ପ୍ରେରଣା ଓ ଆର୍ଥିକ ସହାୟତାରେ ସୁଖ ସମୃଦ୍ଧି ବୃଦ୍ଧି ହୋଇପାରିବ । କର୍ମ କ୍ଷେତ୍ରରେ ନିଜକୁ ନିୟନ୍ତ୍ରଣ ମଧ୍ୟରେ ରଖିବାପାଇଁ ସମର୍ଥ ହୋଇପାରିବେ । ସାହିତ୍ୟ ଓ କଳାକ୍ଷେତ୍ରରେ ଉଚ୍ଚ ପ୍ରଶଂସା ପାଇବେ ।

  • ପ୍ରତିକାର:-ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ

କନ୍ୟା:- କର୍ମଚାରୀମାନେ ଭାରସାମ୍ୟ ରକ୍ଷାକରି ସର୍ଥସିଦ୍ଧିର ପଥକୁ ପ୍ରଶସ୍ତ କରିପାରିବେ । ଛାତ୍ରଛାତ୍ରୀ ମାନେ ପ୍ରତିଯୋଗୀତା ମୁଳକ କ୍ଷେତ୍ରରେ ଜୟଯୁକ୍ତ ହୋଇପାରିବେ । ରାଜନୀତି କ୍ଷେତ୍ରରେ ସାଧାରଣ ଲୋକ ସମ୍ପର୍କକୁ ଅତିକ୍ରମ କରି ନିଜକୁ ପ୍ରତିଷ୍ଠିତ କରିପାରିବେ ।

  • ପ୍ରତିକାର:-ଭୋକିଲା ଲୋକକୁ ନିରାଶ କରନ୍ତୁ ନାହିଁ

ତୁଳା:-ପ୍ରସିଦ୍ଧ ବ୍ୟକ୍ତିମାନଙ୍କ ସହ ସମ୍ପର୍କ ସ୍ଥାପନ ହେବା ସହ ନୂତନ କର୍ମ ସଂସ୍ଥାନରେ ନିଯୁକ୍ତି ପାଇବାର ଯୋଗ ରହିଛି । ଜ୍ଞାନ-ଗବେଷଣା ସ୍ତରରେ କୃତକାର୍ଯ୍ୟ ହୋଇ ଯଶ ମାନ ପ୍ରତିଷ୍ଠା ପ୍ରାପ୍ତି ହୋଇପାରେ । ବୃତ୍ତିଗତ ଦୃଷ୍ଟିରୁ ସ୍ବାଭିମାନ ସୁରକ୍ଷିତ ରହିବା ଫଳରେ କର୍ମ କ୍ଷେତ୍ରରେ ପ୍ରଶଂସିତ ହୋଇପାରନ୍ତି ।

  • ପ୍ରତିକାର:-ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ

ବିଚ୍ଛା:-ବାଣିଜ୍ୟ କ୍ଷେତ୍ରରେ ଦୁଃସାହସିକ ପଦକ୍ଷେପ ନେଇ ବନ୍ଦ ହୋଇଥିବା ବେପାର ପୁଣି ଚାଲୁ କରି ପାରନ୍ତି । କର୍ମକ୍ଷେତ୍ରରେ ସମ୍ମାନ ଓ ପ୍ରତିଷ୍ଠା ପାଇ ଅସ୍ଥିରତା ସମ୍ପୂର୍ଣ୍ଣ ଦୂର ହୋଇପାରେ । ପରିବାରରେ ଆୟ ଊତ୍ତମ ସ୍ଥଳେ ଆଶା ଆକାଂକ୍ଷା ପୂର୍ତ୍ତି ଘଟିବା ଯୋଗେ ଆନନ୍ଦିତ ହୋଇପାରନ୍ତି ।

  • ପ୍ରତିକାର:-ଗଙ୍ଗାଜଳ ସେବନ କରନ୍ତୁ

ଧନୁ:-ବ୍ୟକ୍ତି ଓ ପ୍ରତିଭା ବଳରେ ଲୋକପ୍ରିୟତା ଅର୍ଜ୍ଜନ କରି ପାରିବେ । ସ୍ୱାସ୍ଥ୍ୟରେ ଉନ୍ନତି ପରିଲିଖିତ ହେବା ସହ ଧନସମ୍ପଦରେ ଅଭିବୃଦ୍ଧି ଘଟିପାରେ । ଛାତ୍ରଛାତ୍ରୀମାନେ ପ୍ରତିଯୋଗିତା ମୂଳକ କାର୍ଯ୍ୟରେ କୃତ୍ୱଲାଭ ଲାଭ କରିପାରନ୍ତି ।

  • ପ୍ରତିକାର:- କାଉ ପାରାଙ୍କୁ ଚାଉଳ ଖାଇବାକୁ ଦିଅନ୍ତୁ

ମକର:- ସାମାଜିକ ସ୍ତରରେ ପ୍ରଶଂସିତ ହେବେଓ କର୍ମକ୍ଷେତ୍ରରେ ଆତ୍ମର୍ନିଭର ଶୀଳ ହୋଇପାରନ୍ତି । ପାରିବାରିକ ଜୀବନରେ ସୁବିଧା ବାଦକୁ ଆପଣେଇ ନେଇ ସଫଳ ହୋଇପାରନ୍ତି । ବହୁ ଲୋକଙ୍କର ପ୍ରଶଂସା ପାଇବା ଫଳରେ ଶତୃପକ୍ଷ ଦୁର୍ବଳ ହୋଇପାରନ୍ତି ।

  • ପ୍ରତିକାର-ମାଦକଦ୍ରବ୍ୟ ଠାରୁ ଦୂରେଇ ରୁହନ୍ତୁ

କୁମ୍ଭ:-ଉଚିତ୍ ପରାମର୍ଶ ପାଇ ହରେଇଥିବା ଦ୍ରବ୍ୟ ଫେରି ପାଇପାରନ୍ତି । ଆଶା ଓ ଉର୍ଜା ଦ୍ୱାରା ଯେକୌଣସି ପ୍ରତିଯୋଗୀତାକୁ ସ୍ବୀକାର କରିବା ପାଇଁ ପ୍ରସ୍ତୁତ ରହିପାରନ୍ତି । ଉଚିତ୍ ପନ୍ଥା ଗ୍ରହଣ କରି ଅନେକ କ୍ଷେତ୍ରରେ ପୂର୍ବ ଯୋଜନା ସଫଳ ହୋଇପାରନ୍ତି ।

  • ପ୍ରତିକାର:-କୁଆ ପାରାଙ୍କୁ ଚାଉଳ ଖାଇବାକୁ ଦିଅନ୍ତୁ

ମୀନ:- ସ୍ୱାସ୍ଥ୍ୟ ଦୃଷ୍ଟିକୋଣରୁ ସୁଧାର ଆସିବା ସହ କୌଣସି ଶୁଭ ସମାଚାର ଶୁଣିବାକୁ ପାଇପାରନ୍ତି । ରାଜନୈତିକ କ୍ଷେତ୍ରରେ ଲୋକସମ୍ପର୍କ ଆତ୍ମସନ୍ତୋଷ ବଢେଇପାରନ୍ତି । ଅଧ୍ୟୟନ, ଅଧ୍ୟାପନା ଓ ଅନୁସନ୍ଧାନପରି କାର୍ଯ୍ୟରେ ସଫଳତା ଅର୍ଜନ କରି ଆନନ୍ଦିତ ହୋଇପାରନ୍ତି ।

  • ପ୍ରତିକାର-ହଳଦୀ ଚନ୍ଦନ ଟୀକା ମୁଣ୍ଡରେ ଲଗାନ୍ତୁ
Daily Horoscope
Advertisment
Advertisment