Advertisment

Daily Horoscope 28 April 2022: ଜାଣନ୍ତୁ ଆଜିର ରାଶିଫଳ...

ଆଜି ୨୦୨୨ ମସିହା, ଏପ୍ରିଲ ମାସ, ୨୮ ତାରିଖ, ଗୁରୁବାର, ମେଷ ୧୫ ଦିନ,ବୈଶାଖ ମାସ, କୃଷ୍ଣପକ୍ଷ,ତ୍ରୟୋଦଶୀ ତିଥି, ଉତ୍ତର ଭାଦ୍ରପଦ ନକ୍ଷତ୍ର, ମୀନ ରାଶିରେ ଚନ୍ଦ୍ର,ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କର ଦିନ...

author-image
Otv Khabar Bureau
undefined

Daily Horoscope 28 April 2022

ଆଜି ୨୦୨୨ ମସିହା, ଏପ୍ରିଲ ମାସ, ୨୮ ତାରିଖ, ଗୁରୁବାର, ମେଷ ୧୫ ଦିନ,ବୈଶାଖ ମାସ, କୃଷ୍ଣପକ୍ଷ,ତ୍ରୟୋଦଶୀ ତିଥି, ଉତ୍ତର ଭାଦ୍ରପଦ ନକ୍ଷତ୍ର, ମୀନ ରାଶିରେ ଚନ୍ଦ୍ର,ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କର ଦିନ...

Advertisment

ମେଷ:- ରାଜନୀତି କରୁଥିବା ବ୍ୟକ୍ତିଙ୍କୁ ଶୁଭଫଳ ମିଳିପାରେ । ବ୍ୟବସାୟ ଲାଗି ବାହାରକୁ ଯାତ୍ରା କରିପାରନ୍ତି, ମାଙ୍ଗଳିକ କାର୍ଯ୍ୟ ପାଇଁ ଚିନ୍ତିତ ରହିପାରନ୍ତି । ସ୍ୱାମୀ ସ୍ତ୍ରୀ ମଧ୍ୟରେ ଉତ୍ତମ ବୁଝାମଣା ସହିତ ଭ୍ରମଣ ଯୋଗ ରହିଛି ।

  • ପ୍ରତିକାର:-ମିଶ୍ରି ଖାଇ ଯାତ୍ରା ଆରମ୍ଭ କରନ୍ତୁ

ବୃଷ:- କର୍ମ କ୍ଷେତ୍ରରେ ମାନସମ୍ମାନ ବୃଦ୍ଧି ହେବ ଓ ଯଶ ପ୍ରାପ୍ତି ବଢିପାରେ । ଛାତ୍ରଛାତ୍ରୀମାନେ ପାଠପଢାରେ ମନ ବଳାଇପାରନ୍ତି । ପାରିବାରିକ ସମସ୍ୟା ଦେଖାଦେଲେ ମଧ୍ୟ ତାହାକୁ ଅତି ସହଜରେ ସମାଧାନ କରିପାରନ୍ତି ।

Advertisment
  • ପ୍ରତିକାର:- ଶ୍ରୀ ଗଣେଶ ମହାପ୍ରଭୁଙ୍କୁ ଦୁର୍ବା ଅର୍ପଣ କରନ୍ତୁ

ମିଥୁନ:- ବ୍ୟବସାୟ କ୍ଷେତ୍ରରେ ଧନ ଲାଭ ହେବ ଓ ମାଙ୍ଗଳିକ କାର୍ଯ୍ୟ ପାଇଁ ବ୍ୟସ୍ତ ରହିପାରେ । ରାଜନୀତି କରୁଥିବା ବ୍ୟକ୍ତିମାନେ ମାନସମ୍ମାନ ପାଇପାରିବେ । କର୍ମ କ୍ଷେତ୍ରରେ ମାନସମ୍ମାନ ମିଳିବାରୁ ଖୁସି ଅନୁଭବ କରିପାରିବେ ।

  • ପ୍ରତିକାର- ଗ୍ରାମଦେବୀଙ୍କୁ ଦର୍ଶନ କରନ୍ତୁ

କର୍କଟ:- ଗଣମାଧ୍ୟମରେ କାର୍ଯ୍ୟରତ ଥିବା ବ୍ୟକ୍ତିଙ୍କୁ ଶୁଭଫଳ ମିଳିପାରେ । ଆଜି ଦିନରେ ପୂଜାପୂଜିରେ ଅଧିକ ସମୟ ଅତିବାହିତ କରିବେ, ଦୂରବନ୍ଧୁଙ୍କ ସହିତ ମିଳନ ହେବାରୁ ବ୍ୟବସାୟ ପାଇଁ ପରାମର୍ଶ ନେଇପାରନ୍ତି । ଶୁଭ ସମାଚାର ପ୍ରାପ୍ତି ହେବା ସହିତ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ମିଳିପାରେ ।

  • ପ୍ରତିକାର-ମହାଦେବଙ୍କୁ ଦର୍ଶନ କରନ୍ତୁ

ସିଂହ:- ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଯିବା ସହିତ ଅର୍ଥ ବ୍ୟୟ ମଧ୍ୟ ହୋଇପାରେ । ପରିବାରିକ ଅଶାନ୍ତି ଲାଗି ରହିବା ସହିତ ବନ୍ଧୁଙ୍କ ସହ ମତଭେଦ ହୋଇପାରେ । କର୍ମ କ୍ଷେତ୍ରକୁ ନେଇ ମନରେ ଅଶାନ୍ତି ସୃଷ୍ଟି ହେବ ଓ ଗୁପ୍ତଶତ୍ରୁ ବୃଦ୍ଧି ହୋଇପାରେ ।

  • ପ୍ରତିକାର:- ଶ୍ରୀ ହନୁମାନ ଚାଳିଶା ପାଠ କରନ୍ତୁ

କନ୍ୟା:- ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ପ୍ରେମଭାବ ବୃଦ୍ଧି ହେବା ସହିତ ପାରିବାରିକ ବୁଝାମଣା ଠିକ ରହିପାରେ । ବ୍ୟବସାୟ କରୁଥିବା ବ୍ୟକ୍ତିଙ୍କୁ ଲାଭ ମିଳିବ ଓ ସରକାରୀ ଚାକିରୀ କରିଥିବା ବ୍ୟକ୍ତିଙ୍କୁ ପ୍ରଶଂସା ମିଳିପାରେ । ଅଧା ରହିଥିବା ନିର୍ମାଣ କାଯର୍ୟରେ ମନ ବଳାଇବେ

  • ପ୍ରତିକାର:-ମାଆଙ୍କର ପାଦ ଛୁଇଁ ପ୍ରଣାମ କରନ୍ତୁ

ତୁଳା:- ସାମାଜିକ କାର୍ଯ୍ୟରେ ଅଧିକ ସମୟ ଅତିବାହିତ କରିପାରନ୍ତି । କମ୍ପାନୀ ଚାକିରୀ କରିଥିବା ବ୍ୟକ୍ତିମାନେ ଉଚ୍ଚ କର୍ତ୍ତୁପକ୍ଷଙ୍କ ଠାରୁ ପ୍ରଶଂସା ପାଇପାରନ୍ତି । ଦୂରସ୍ଥାନକୁ ଯାତ୍ରା କଲାବେଳେ ସାବଧାନ ସହିତ ଯାଆନ୍ତୁ ନଚେତ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି ।

  • ପ୍ରତିକାର- ଅସହାୟ ଲୋକଙ୍କୁ ସାହାଯ୍ୟ କରନ୍ତୁ

ବିଚ୍ଛା:- ସ୍ୱାସ୍ଥ୍ୟ ଆଗ ଅପେକ୍ଷା ବହୁତ ଭଲ ରହିବ ।ସନ୍ତାନମାନଙ୍କର ସ୍ୱଭାବକୁ ଦେଖି ବାପା ମା ଚିନ୍ତିତ ହୋଇପାରନ୍ତି । ପାରିବାରିକ ବୁଝାମଣା ଠିକ ରହିଲେ ମଧ୍ୟ ଅପରାହ୍ନ ପରେ ମନରେ ଅଶାନ୍ତି ସୃଷ୍ଟି ହୋଇପାରେ ।

  • ପ୍ରତିକାର:- ନମଃ ଶିବାୟ ମନ୍ତ୍ର ଜପ କରନ୍ତୁ

ଧନୁ:- କର୍ମ କ୍ଷେତ୍ରକୁ ନେଇ ମନରେ ଅଶାନ୍ତି ଓ ଅପମାନ ଯୋଗ ରହିଛି । ସାମାଜିକ କ୍ଷେତ୍ରରେ ମାନସମ୍ମାନ ମିଳିବ ନାହିଁ, ସ୍ୱାମୀ ସ୍ତ୍ରୀ ମଧ୍ୟରେ ଅଶାନ୍ତି ସୃଷ୍ଟି ହୋଇପାରେ । ବ୍ୟବସାୟରେ ଲାଭ ପାଇଲେ ମଧ୍ୟ ମନ ଭଲ ରହିବ ନାହିଁ ।

  • ପ୍ରତିକାର-ବ୍ରାହ୍ମଣଙ୍କୁ ପ୍ରଣାମ କରନ୍ତୁ

ମକର:- ପିଲାମାନଙ୍କର ସଫଳତା ଦେଖି ବାପା ମା ଖୁସି ହୋଇପାରିବେ । ବ୍ୟବସାୟରେ ନୂଆ ନୀତି ପ୍ରୟୋଗ କରିବେ, ରାଜନୀତି କରୁଥିବା ବ୍ୟକ୍ତି ପ୍ରଶଂସିତ ହୋଇପାରିବେ । ଘରକୁ ନୂଆ ଅତିଥି ଆସିବାରୁ ସୁସ୍ୱାଦୁ ଭୋଜନ କରିପାରନ୍ତି ।

  • ପ୍ରତିକାର- ଓସ୍ତ ଗଛ ମୂଳରେ ଜଳ ଅର୍ପଣ କରନ୍ତୁ

କୁମ୍ଭ:- ପାରିବାରିକ ସମସ୍ୟା ସମାଧାନ ହେବ ଓ ବ୍ୟବସାୟରେ ଲାଭ ମିଳିପାରେ । ଦୂରସ୍ଥାନକୁ ଯାତ୍ରା କଲାବେଳେ ସାବଧାନ ସହିତ ଯାଆନ୍ତୁ । ଛାତ୍ରଛାତ୍ରୀମାନେ ସଫଳତା ପାଇବେ ଓ ଚାକିରୀ କ୍ଷେତ୍ରରେ ଉନ୍ନତି କରିପାରିବେ ।

  • ପ୍ରତିକାର-କୁଆ, ପାରାଙ୍କୁ ଖାଦ୍ୟ ଦିଅନ୍ତୁ

ମୀନ:- ବ୍ୟବସାୟ କରୁଥିବା ବ୍ୟକ୍ତି ଲାଭ ପାଇପାରିବେ । ଆର୍ଥିକ ସ୍ଥିତି ସୁଦୃଢ ହେବ ଏବଂ ନୂଆ ଲୋକଙ୍କ ସହିତ ବନ୍ଧୁତା ବଢିପାରେ । ସ୍ୱାସ୍ଥ୍ୟରେ ‌ଆଗ ଅପେକ୍ଷା ସୁଧାର ଆସିବ ଓ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଦାମ୍ପତ୍ୟ ଜୀବନ ସୁଖମୟ ରହିପାରେ ।

  • ପ୍ରତିକାର- ଶ୍ରୀ ଲକ୍ଷ୍ମୀନୃସିଂହଙ୍କ ପାଖରେ ଦ୍ୱୀପ ଜାଳନ୍ତୁ
Daily Horoscope
Advertisment
Advertisment