• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଆଜି, ୨୦୨୨ ମସିହା, ଜାନୁୟାରୀ ମାସ, ୨୭ ତାରିଖ, ଗୁରୁବାର, ମକର ୧୪ ଦିନ, ମାଘମାସ, କୃଷ୍ଣପକ୍ଷ,ଦଶମୀତିଥି, ବିଶାଖା ନକ୍ଷତ୍ର, ବିଛାରାଶିରେ ଚନ୍ଦ୍ର, ତୁଳା, କୁମ୍ଭ ରାଶିର ଘାତବାର,କଳମଶାଗ ନ ଖାଇଲେ ଭଲ, ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କ ଦିନ....

ମେଷ:-ପ୍ରତ୍ୟେକ କାର୍ଯ୍ୟ ସାବଧାନତା ପୂର୍ବକ କରିବା ଉଚିତ୍‌ । ଉଚ୍ଚ ରାଜକୀୟ ଅଧିକାରୀଙ୍କ ସହିତ ଭେଟ ହେବ ଓ ନିଜର କାମ ସମ୍ପନ୍ନ କରିପାରନ୍ତି । ଯେତେ ଅଧିକ ପରିଶ୍ରମ କରିବେ ସେତେ ଅଧିକ ଲାଭ ମିଳିପାରିବ ।

  • ପ୍ରତିକାର:-ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ

ବୃଷ:- ସ୍ୱାସ୍ଥ୍ୟରେ ସୁଧାର ଆସିବା ସହ ପାରିବାରିକ ସମସ୍ୟା ସମାଧାନ ହୋଇପାରେ । କାମ କାର୍ଯ୍ୟର ସ୍ଥିତିରେ ସୁଧାର ଆସିବା ଯୋଗୁ ମନ ବହୁତ ଖୁସି ରହିପାରେ । ଅଧ୍ୟୟନ, ଅଧ୍ୟାପନ, ଓ ଅନୁସନ୍ଧାନପରି କାଯର୍ୟରେ ସଫଳତା ମିଳିପାରେ ।

  • ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ

 

ମିଥୁନ:-ସମସ୍ତ କାମ ର୍ନିବିଘ୍ନରେ ସମ୍ପନ୍ନ ହୋଇଯିବା ଫଳରେ ମାନସିକ ଶାନ୍ତି ମିଳିପାରେ । ଶତ୍ରୁ ମାନେ ଦୂରେଇ ଯିବେ ଓ କୋର୍ଟ କଚେରୀ ମାମଲାରେ ବିଜୟୀ ହୋଇପାରନ୍ତି । ପୂର୍ବରୁ ଅଟକିଥିବା କାର୍ଯ୍ୟରେ ଶୁଭ ପରିଣାମ ପ୍ରତିଫଳନ ହୋଇପାରେ ।

  • ପ୍ରତିକାର-ଦହି ମିଠା ଖାଇ ଘରୁ ବାହାରନ୍ତୁ

 

କର୍କଟ:- ପ୍ରଭାବଶାଳୀ ବ୍ୟକ୍ତିଙ୍କ ସନ୍ନିଧ୍ୟ ଲାଭ ହେବ ଫଳରେ କଷ୍ଟ ଓ ପରିଶ୍ରମର ଲାଭ ମିଳିପାରେ । ଜୀବନ ସାଥିଙ୍କ ସହଯୋଗ ପାଇବା ଫଳରେ ପୁରାତନ ଶତ୍ରୁ ମାନେ ଦୂରେଇ ଯାଇପାରନ୍ତି । ନିଜର ଜରୁରୀ କାମ କରିବା ପାଇଁ ପ୍ରୟାସରତ ରହିପାରନ୍ତି ।

  • ପ୍ରତିକାର-କୁକୁରକୁ କିଛି ଖାଇବାକୁ ଦିଅନ୍ତୁ

 

ସିଂହ:-ଆନ୍ତରିକଶକ୍ତି ଓ ଆତ୍ମବଳ ଦ୍ୱାରା ଆଗକୁ ବଢିବାରେ ସକ୍ଷମ ହୋଇପାରିବେ । ବିଦ୍ୟାର୍ଥୀଙ୍କୁ ପ୍ରତିଯୋଗିତାରେ ସଫଳତା ମିଳିବା ସହ ମାନସିକ ଶାନ୍ତି ଅନୁଭବ କରିପାରନ୍ତି । ଗୃହ ସମସ୍ୟାରେ ଜଡିତ ଥିଲେ ମଧ୍ୟ ଅନ୍ୟ କାର୍ଯ୍ୟରେ ଧ୍ୟାନ ରଖନ୍ତୁ ।

  • ପ୍ରତିକାର-ଅସହାୟଙ୍କୁ ସାହାଯ୍ୟ କରନ୍ତୁ

 

କନ୍ୟା:-ବ୍ୟବସାୟରେ ମନ ମୁତାବକ ଲାଭବାନ ହେବାର ସମ୍ଭାବନା ରହିଛି ।ରାଜନୀତିରେ ଯଶ, ମାନ-ସମ୍ମାନ, ପ୍ରତିଷ୍ଠା ତଥା ଲୋକପ୍ରିୟତା ମଧ୍ୟ ହାସିଲ କରିପାରନ୍ତି । ଭୂମି, ଭବନ ଓ ବାହନ କ୍ରୟ କରିବା ପାଇଁ ଯୋଗାଯୋଗ କରିପାରିବେ ।

  • ପ୍ରତିକାର- ସବୁଜ ରଙ୍ଗର ରୁମାଲ ଟିଏ ପାଖରେ ରଖନ୍ତୁ

 

ତୁଳା:-ପରିବାର ସଦସ୍ୟଙ୍କ ସ୍ନେହ ଶ୍ରଦ୍ଧା ବୃଦ୍ଧି ହେବଓ ଦାମ୍ପତ୍ୟ ସମ୍ବନ୍ଧରେ ମଧୁରତା ଆସିପାରେ । ରାଜକୀୟ କାର୍ଯ୍ୟରେ କୌଣସି ମହପୂର୍ଣ୍ଣ କାର୍ଯ୍ୟ ନିଜ ହାତକୁ ନେଇପାରନ୍ତି । ରାଜନୀତି କ୍ଷେତ୍ରରେ ମିତ୍ର ସହଯୋଗୀମାନେ ସାହାଯ୍ୟ ସହଯୋଗ କରିପାରନ୍ତି ।

  • ପ୍ରତିକାର:-କୁଆ ପାରାଙ୍କୁ ଚାଉଳ ଖାଇବାକୁ ଦିଅନ୍ତୁ

 

ବିଚ୍ଛା:-ଜାଗାଜମି, ଯାନବାହାନ, ସମ୍ପତ୍ତିଆଦି କ୍ରୟ ବିକ୍ରୟ କରି ଭଲ ଲାଭ ପାଇପାରିବେ । କଳା, ସାହିତ୍ୟ, ଚଳଚ୍ଚିତ୍ର, ସଂଗୀତାଦି କ୍ଷେତ୍ରରେ ଶୁଭ ଫଳ ପ୍ରାପ୍ତି ହୋଇପାରେ । ରାଜନୀତି କ୍ଷେତ୍ରରେ ବିରୋଧିମାନେ କୀର୍ତ୍ତି ଓ ପ୍ରତିଷ୍ଠାକୁ ସ୍ପର୍ଶ ମଧ୍ୟ କରିପାରିବେ ନାହିଁ ।

  • ପ୍ରତିକାର- ନାଲି ରୁମାଲ ଟିଏ ପାଖରେ ରଖନ୍ତୁ

 

ଧନୁ:- ସନ୍ତାନଙ୍କ ପାଇଁ କୌଣସି ମହପୂର୍ଣ୍ଣ କାମ ହୋଇପାରେ । କାର୍ଯ୍ୟ କ୍ଷେତ୍ରରେ ନୂତନ ପଦକ୍ଷେପ ନେବା ଫଳରେ ଆଶାତୀତ ଲାଭ ପାଇପାରିବେ । ବାଦବିବାଦ, କ୍ରିଡା,ପ୍ରତିଯୋଗୀତା, ପରୀକ୍ଷା ଓ ସାକ୍ଷାତ କାରରେ କୃତ କାର୍ଯ୍ୟ ହୋଇପାରନ୍ତି ।

  • ପ୍ରତିକାର:-ଅଶ୍ୱସ୍ଥ ବୃକ୍ଷମୂଳରେ ଗୁଡ଼ ଥୋଇ ପ୍ରଣାମ କରନ୍ତୁ

 

ମକର:- ନିଜର ଚତୁରତା ଓ ବିବେକ ହେତୁ ବିପରୀତ ପରିସ୍ଥିତିକୁ ମୁକାବିଲା କରିପାରନ୍ତି । ଋଣ ସମ୍ବନ୍ଧିତ ସମସ୍ୟାରୁ ମୁକ୍ତି ମିଳିବା ସହ ପରିବାରରେ କୌଣସି ଶୁଭ କାର୍ଯ୍ୟ ହୋଇପାରେ । ନୂଆ ଜ୍ଞାନର ବୃଦ୍ଧି ହେତୁ ପ୍ରଚୁର ଧନଲାଭ ହେବ ଓ ବାଦବିବାଦ ଆପଣଙ୍କ ସପକ୍ଷରେ ରହିବ ।

  • ପ୍ରତିକାର-ହରିଡା ଚନ୍ଦନ ମୁଣ୍ଡରେ ଲଗାନ୍ତୁ

କୁମ୍ଭ:- କାହାକୁ ଉଧାର ଦେଇଥିବା ବା ଅଟକିଥିବା ଟଙ୍କା ମିଳିପାରେ । ଗୁରୁଜନଙ୍କ ସହ ସୁସମ୍ପର୍କ ସ୍ଥାପିତ ହୋଇ ଆଶୀର୍ବାଦ ମିଳିପାରେ । କଠିନ ପରିଶ୍ରମ କରି ନିଜର ପତିଆରା ବଜାୟ ରଖିପାରନ୍ତି ।

  • ପ୍ରତିକାର-କୁକୁରକୁ କିଛି ଖାଇବାକୁ ଦିଅନ୍ତୁ

 

ମୀନ:-ସନ୍ତାନ ସମ୍ବନ୍ଧୀୟ ଚିନ୍ତା ଦୂର ହୋଇ ଆଧ୍ୟାତ୍ମିକ ଓ ବୌଦ୍ଧିକ କ୍ଷମତା ପ୍ରାପ୍ତ କରିପାରନ୍ତି । ଅଧ୍ୟୟନ, ଅନୁସନ୍ଧାନ କାର୍ଯ୍ୟରେ ଆତ୍ମବିଶ୍ୱାସ ଓ ମନବଳ ଦୃଢ ହୋଇପାରେ । ଧର୍ଯ୍ୟ, ସାହସ ଓ ବୁଦ୍ଧିମତା ଯୋଗେ ପ୍ରଶଂସା ପାଇପାରନ୍ତି ।

  • ପ୍ରତିକାର:-ଭୋକିଲା ଲୋକକୁ ନିରାଶ କରନ୍ତୁ ନାହିଁ