• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଆଜି ୨୦୨୨ ମସିହା, ମାର୍ଚ୍ଚ ମାସ ୨୫ ତାରିଖ, ଶୁକ୍ରବାର, ମୀନ ୧୧ ଦିନ, ଚୈତ୍ରମାସ ୪ ଦିନ, କୃଷ୍ଣ୍ନପକ୍ଷ, ଅଷ୍ଟମୀତିଥି, ମୂଳା ନକ୍ଷତ୍ର, ଧନୁ ରାଶିରେ ଚନ୍ଦ୍ରମା ଅବସ୍ଥାନ କରିଛନ୍ତି, ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କ ଦିନ...

ମେଷ: ବ୍ୟବସାୟରେ କ୍ଷତିର ସମ୍ଭାବନା ଅଛି ତେଣୁ ସତର୍କ ରହି ବ୍ୟବସାୟ କରନ୍ତୁ । ପ୍ରିୟଜନଙ୍କ ସାହାଯ୍ୟ ସହଯୋଗ ପାଇପାରନ୍ତି । ମହିଳାମାନେ ଚିନ୍ତାଗ୍ରସ୍ତ ରହି ମାନସିକ ଅଶାନ୍ତି ପାଇପାରନ୍ତି ।

  • ପ୍ରତିକାର:-ହନୁମାନ ଚାଳିଶା ପାଠ କରନ୍ତୁ

ବୃଷ: ମାନସିକ ଅଶାନ୍ତି ଦେଇ ଗତି କରିପାରନ୍ତି । ଚାଲିଥିବା କାର୍ଯ୍ୟ ହଠାତ ବନ୍ଦ ହେବାର ସମ୍ଭାବନା ରହିଛି । ଶାରୀରିକ ଅସୁସ୍ଥତା ମଧ୍ୟ ଦେଖାଦେଇପାରେ ସତର୍କ ରହିପାରନ୍ତି ।

  • ପ୍ରତିକାର-ଗୋ ମାତାଙ୍କୁ ଖାଦ୍ୟ ପ୍ରଦାନ କରନ୍ତୁ

ମିଥୁନ: କାର୍ଯ୍ୟକ୍ଷେତ୍ରରେ ସଫଳତା ପାଇବେ କିନ୍ତୁ ମାନସିକ ଚାପ ଅନୁଭବ କରିପାରନ୍ତି । ଦୂରଯାତ୍ରାର ସୁଯୋଗ ଆସିପାରେ । ଯାତ୍ରାରେ ଶୁଭଫଳ ପାଇପାରନ୍ତି ।

  • ପ୍ରତିକାର-ସବୁଜ ରଙ୍ଗର ବ୍ୟବହାର କରନ୍ତୁ

କର୍କଟ: ବ୍ୟବସାୟ ବାଣିଜ୍ୟରେ ଆଶାରୁ ଅଧିକ ଲାଭବାନ ହୋଇପାରନ୍ତି । ସାମାଜିକ ମାନ ସମ୍ମାନ ମିଳିପାରେ । ଶତ୍ରୁମାନେ ପରାଜିତ ହୋଇପାରନ୍ତି ।

  • ପ୍ରତିକାର-ଧଳାରଙ୍ଗର ବ୍ୟବହାର କରନ୍ତୁ

ସିଂହ: କାର୍ଯ୍ୟ କ୍ଷେତ୍ରରେ ସଫଳତା ପାଇ ମନ ଖୁସି ରହିପାରେ । ବ୍ୟବସାୟରେ ଲାଭକ୍ଷତି ସମାନ ରହିପାରେ । ବିଶିଷ୍ଟ ବ୍ୟକ୍ତିଙ୍କ ସହ ସମ୍ପର୍କ ବୃଦ୍ଧି ହୋଇପାରେ ।

  • ପ୍ରତିକାର:-ନାଲି ରଙ୍ଗର ବ୍ୟବହାର କରନ୍ତୁ

କନ୍ୟା: ବ୍ୟବସାୟରେ ଆୟ ବ୍ୟୟ ସମାନ ରହିପାରେ । ବନ୍ଧୁଙ୍କ ସାହାଯ୍ୟ ସହଯୋଗ ପାଇ ଅଟକିଥିବା କାର୍ଯ୍ୟ ପୁରା କରିପାରନ୍ତି । ପରିବାରରେ ପାରିବାରିକ ଶାନ୍ତି ପାଇପାରିବେ ।

  • ପ୍ରତିକାର-ସବୁଜ ରଙ୍ଗର ବ୍ୟବହାର କରନ୍ତୁ

ତୁଳା: ଆର୍ଥିକ ସ୍ଥିତି ଭଲ ରହିପାରେ । ବ୍ୟବସାୟ ବାଣିଜ୍ୟରେ ଉନ୍ନତି କରିପାରନ୍ତି । ବିଶିଷ୍ଟ ବ୍ୟକ୍ତିଙ୍କ ସାଥିରେ ମିତ୍ରତା ବଢିପାରେ ।

  • ପ୍ରତିକାର:-ଧଳା ରଙ୍ଗର ବ୍ୟବହାର କରନ୍ତୁ

ବିଚ୍ଛା: କାର୍ଯ୍ୟକ୍ଷେତ୍ରରେ ଉଚ୍ଚ ପଦାଧିକାରିଙ୍କ ସହ ବାଦ ବିବାଦ ଉପୁଜିପାରେ । ଗୁପ୍ତ ଶତ୍ରୁମାନେ ହଇରାଣରେ ପକାଇପାରନ୍ତି । ବନ୍ଧୁ ବାନ୍ଧବଙ୍କ ସାହାଯ୍ୟ ସହଯୋଗ ପାଇପାରନ୍ତି ।

  • ପ୍ରତିକାର:-ହନୁମାନ ଚାଳିଶା ପାଠ କରନ୍ତୁ

ଧନୁ: ଇଛିତ ଅଭିଳାଶ ପୂରଣ ହେବା ଯୋଗୁଁ ମନ ଖୁସି ରହିପାରେ । ବ୍ୟବସାୟ ବାଣିଜ୍ୟରେ ଉନ୍ନତି ହୋଇପାରେ । ଶରୀରରେ ଆଘାତ ଲାଗିପାରେ ।

  • ପ୍ରତିକାର-ହଳଦିଆ ରଙ୍ଗର ବ୍ୟବହାର କରନ୍ତୁ

ମକର: ବ୍ୟବସାୟ ବାଣିଜ୍ୟରେ ଆୟ ଅପେକ୍ଷା ବ୍ୟୟ ଅଧିକ ହୋଇପାରେ । ବ୍ୟବସାୟ ସ୍ଥଳରେ ବାଦ ବିବାଦ ଉପୁଜିପାରେ । ଶାରୀରିକ ଅସୁସ୍ଥତା ଦେଖାଦେଇପାରେ ।

  • ପ୍ରତିକାର-ଶ୍ରୀଗଣେଶଙ୍କୁ ଆରାଧନା ସହ ପୂଜା ଅର୍ପଣ କରନ୍ତୁ

କୁମ୍ଭ:କାର୍ଯ୍ୟ କ୍ଷେତ୍ରରେ ସହଯୋଗ ପାଇପାରନ୍ତି । ବ୍ୟବସାୟରେ ଆୟ ବ୍ୟୟ ସମାନ ରହିପାରେ । ପରିବାରରେ ମତଭେଦ ହୋଇପାରେ ।

  • ପ୍ରତିକାର:- ନମଃ ଶିବାୟ ମନ୍ତ୍ର ଜପ କରନ୍ତୁ

ମୀନ: ବ୍ୟବସାୟ ବାଣିଜ୍ୟରେ ଲାଭବାନ ହୋଇପାରନ୍ତି । ସୁସ୍ୱାଦୁ ଭୋଜନ ସହ ଭ୍ରମଣ ଯୋଗ ରହିଛି । ପରିବାରରେ ଶାନ୍ତି ପାଇବେ କିନ୍ତୁ ଆଘାତ ଲାଗିପାରେ ।

  • ପ୍ରତିକାର- ଗୋମାତାଙ୍କୁ ଖାଦ୍ୟ ଦିଅନ୍ତୁ