• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rajalaxmi Sahoo

ଆଜି ୨୦୨୧ ମସିହା, ସେପ୍ଟେମ୍ବର ମାସ ୨୪ ତାରିଖ, ଶୁକ୍ରବାର, କନ୍ୟା ୮ ଦିନ, ଆଶ୍ୱିନମାସ, କୃଷ୍ଣପକ୍ଷ, ତୃତୀୟା ଯୁକ୍ତ ଚତୁର୍ଥୀ ତିଥି, ଅଶ୍ୱିନୀ ନକ୍ଷତ୍ର। ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କ ଦିନ...

ମେଷ:- ପରିବାରର ସଦସ୍ୟଙ୍କ ଭାବନା ପ୍ରତି ଧ୍ୟାନ ଦେଇ ଜୀବନସାଥୀଙ୍କ ସହିତ ସମୟ ବିତାଇବେ। ବ୍ୟବସାୟୀମାନେ ଲାଭବାନ ହୋଇପାରନ୍ତି ଓ କର୍ମକ୍ଷେତ୍ରରେ ମାନସମ୍ମାନ ବୃଦ୍ଧି ହୋଇପାରେ। ଏକୁଟିଆ ରାସ୍ତାରେ ଯିବା ସମୟରେ ସତର୍କ ରୁହନ୍ତୁ।

ପ୍ରତିକାର:-ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ

ବୃଷ:-ସାମାଜିକ ଉତ୍ସବରେ ଯୋଗ ଦେଇ ମାନପ୍ରତିଷ୍ଠା ବଢିପାରେ। କଳା, ସାହିତ୍ୟ କ୍ଷେତ୍ରରେ ଜଡିତ ଲୋକଙ୍କୁ ଧନ ଲାଭ ଓ ସମ୍ମାନ ପ୍ରାପ୍ତ ହୋଇପାରେ।ମିତ୍ରମାନେ ଆପଣଙ୍କର ସମସ୍ୟାକୁ ସମାଧାନ କରିବାକୁ ଚେଷ୍ଟା କରିବେ। 

ପ୍ରତିକାର-ଅସହାୟଙ୍କୁ ସାହାଯ୍ୟ କରନ୍ତୁ

ମିଥୁନ:- ସମ୍ପର୍କକୁ ଆନ୍ତରିକତାର ସହିତ ବଜାୟ ରଖିବାକୁ ଚେଷ୍ଟା କରିବେ। ବ୍ୟବସାୟ ବିସ୍ତାର ପାଇଁ ନୂଆ ପଦ୍ଧତି ଅନୁସରଣ କରିଲେ ଲାଭଦାୟକ ହେବ। ସ୍ୱାସ୍ଥ୍ୟ ଭଲ ରହିବ ଓ ନୂତନ କାର୍ଯ୍ୟ ଆରମ୍ଭ କରିପାରନ୍ତି।

ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ

କର୍କଟ:- ସନ୍ତାନମାନଙ୍କର ସଫଳତାରେ ମନ ଉତ୍ସାହିତ ରହିବ। ବ୍ୟବସାୟ ବୃଦ୍ଧି ହେବାରୁ ପୁରୁଣା ଋଣରୁ ମୁକ୍ତି ପାଇପାରନ୍ତି। ନିଜ ଦକ୍ଷତାରୁ ଉଚ୍ଚ ସମ୍ମାନ ପାଇବେ ଏବଂ ବୁଦ୍ଧିଜୀବୀ ମାନଙ୍କ ସାନ୍ନିଧ୍ୟରେ ଆସିବେ। 

ପ୍ରତିକାର-ମାଦକଦ୍ରବ୍ୟ ଠାରୁ ଦୂରେଇ ରୁହନ୍ତୁ 

ସିଂହ:- ସମାଜରେ ଆପଣଙ୍କ ବିଶେଷତା ଉପରେ ଆଲୋଚନା ହୋଇପାରେ। ନିଜର ଦକ୍ଷତାକୁ ସଠିକ୍ ମୂଲ୍ୟାଙ୍କନ କରିବା ପରେ ହିଁ କୌଣସି କାର୍ଯ୍ୟର ଦାୟିତ୍ୱ ହାତକୁ ନିଅନ୍ତୁ। ଗୁରୁଜନଙ୍କ ଉପଦେଶ ଅନୁଭବ ଦ୍ୱାରା କିଛି ଶିଖିବାକୁ ଚେଷ୍ଟା କରନ୍ତୁ।  

ପ୍ରତିକାର-ଦହି ମିଠା ଖାଇ ଘରୁ ବାହାରନ୍ତୁ 

କନ୍ୟା:- ସରକାରୀ କର୍ମଚାରୀ ମାନଙ୍କୁ ଅଧିକ ପରିଶ୍ରମ କରିବାକୁ ପଡିପାରେ। ନିଜ ବିଷୟରେ ଲୋକଙ୍କ ମତାମତ ଜାଣିବାକୁ ଆଗ୍ରହୀ ହେବେ। ପାରିବାରିକ ସୁଖ ସମ୍ପନ୍ନତା ଲାଭ ହୋଇ ସାମାଜିକ ସ୍ଥିତି ଓ ମାନସମ୍ମନ ବଜାୟ ରହିବ।

ପ୍ରତିକାର:-କୁଆ ପାରାଙ୍କୁ ଚାଉଳ ଖାଇବାକୁ ଦିଅନ୍ତୁ

ତୁଳା:- ବ୍ୟବସାୟରେ ଆୟ ବୃଦ୍ଧି ହେବା ସହ ଆଶା କରିଥିବା କାର୍ଯ୍ୟ ସମୟ ପୂର୍ବରୁ ପୂରଣ କରିପାରନ୍ତି। ନିଜ ଦାୟିତ୍ୱ ପ୍ରତି ନିଷ୍ଠାବାନ ରହିବା ଫଳରେ ସଠିକ୍ ନିଷ୍ପତ୍ତି ନେବାର କ୍ଷମତା ବୃଦ୍ଧି ପାଇବ। 

ପ୍ରତିକାର-ଶ୍ୱେତଚନ୍ଦନରେ କର୍ପୁର ମିଶାଇ ମସ୍ତକରେ ଧାରଣ କରନ୍ତୁ
 
ବିଛା:- ସମାଜରେ ପ୍ରତିଷ୍ଠା ବୃଦ୍ଧି ପାଇବା ସହ ଅଧୁରା ରହିଥିବା କାର୍ଯ୍ୟ ପୂରଣ ହୋଇପାରେ। ପୈତୃକ ସମ୍ପତ୍ତିକୁ ନେଇ ବାଦବିବାଦ ଲାଗି ରହିଥିଲେ ଆଜି ତାହାର ସମାଧାନ କରିପାରିବେ। ଯାନବାହାନ ସମ୍ବନ୍ଧୀୟ ସମସ୍ୟା ଦେଖା ଦେଇପାରେ। 

ପ୍ରତିକାର:-ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ

ଧନୁ:- ସନ୍ତାନ ମାନଙ୍କ ଖୁସିରେ ଆନନ୍ଦିତ ହେବେ ଓ ଗୁରୁଜନଙ୍କ ସହାନୁଭୂତି ଉପଲବ୍ଧ ହେବ। କୌଶଳ ପ୍ରୟୋଗ କରି ସମସ୍ତ ପ୍ରକାର ଅଭିଳାଷ ପୂରଣ କରିବାକୁ ଚେଷ୍ଟା କରିବେ। ରାସ୍ତା ଘାଟରେ ଅତ୍ୟନ୍ତ ସତର୍କତା ସହ ଯାତାୟାତ କରିବା ଉଚିତ୍। 

ପ୍ରତିକାର-କୁକୁରକୁ କିଛି ଖାଇବାକୁ ଦିଅନ୍ତୁ 

ମକର:- ଅନ୍ୟମାନଙ୍କୁ ସାହଯ୍ୟ କରିବା ଦ୍ୱାରା ଆତ୍ମସନ୍ତୋଷ ଲାଭ କରିବେ। ପୂର୍ବରୁ କରିଥିବା ଯୋଜନାରେ କାର୍ଯ୍ୟ କଲେ ଠିକ୍ ସମୟରେ ପୂରଣ କରିପାରିବେ। ମହତ୍ତ୍ୱପୂର୍ଣ୍ଣ ଲୋକମାନଙ୍କ ସହିତ ସମ୍ପର୍କ ବୃଦ୍ଧି ପାଇବ।

ପ୍ରତିକାର:-ଅଶ୍ୱସ୍ଥ ବୃକ୍ଷମୂଳରେ ଗୁଡ଼ ଥୋଇ ପ୍ରଣାମ କରନ୍ତୁ

କୁମ୍ଭ:- କ୍ୟାରିୟର ବିଷୟରେ ଶୁଭ ଖବର ପାଇବାର ସମ୍ଭାବନା ଅଛି। ଉଧାର ଦେଇଥିବା ଟଙ୍କା ମିଳିଯିବା ଫଳରେ ଆର୍ଥିକ କ୍ଷେତ୍ରରେ ଅଭାବ ପୂରଣ ହୋଇପାରେ। ନିଜ ବ୍ୟବହାରକୁ ସଂଯମ ରଖିଲେ ସହକର୍ମୀମାନେ ପ୍ରଶଂସା କରିବେ। 

ପ୍ରତିକାର-ତୁଲସୀ ମୂଳ ମାଟି ମୁଣ୍ଡରେ ଧାରଣ କରନ୍ତୁ

ମୀନ:-ସାହିତ୍ୟ ଚର୍ଚ୍ଚା ଓ ସଭାସମିତିରେ ସଫଳତା ମିଳିବ। ଅଯଥା କାର୍ଯ୍ୟରୁ ଦୂରେଇ ରହି ଆଚରଣ ଭଲ ରଖିଲେ ବ୍ୟବସାୟରେ ଆଶାତୀତ ଲାଭ ପାଇବେ।

ପ୍ରତିକାର:-ଗୋମାତାଙ୍କୁ କିଛି ଖାଇବାକୁ ଦିଅନ୍ତୁ