• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଆଜି ୨୦୨୨ ମସିହା, ଫେବୃୟାରୀ ମାସ ୨୨ ତାରିଖ, ମଙ୍ଗଳବାର , କୂମ୍ଭ ୧୦ଦିନ, କୃଷ୍ଣପକ୍ଷ ଷଷ୍ଠୀ ତିଥି, ସ୍ୱାତୀ ନକ୍ଷତ୍ର, ଜାଣନ୍ତୁ କେମିତି କଟିବ ଆଜି ପଣଙ୍କରଦିନ...

ମେଷ- କର୍ମ କ୍ଷେତ୍ରରେ ପ୍ରଶଂସିତ ହୋଇପାରିବେ । ବ୍ୟବସାୟରେ ଲାଭବାନ ହୋଇପାରିବେ । ଅଟକି ରହିଥିବା କାର୍ଯ୍ୟକୁ ସମ୍ପୂର୍ଣ୍ଣ କରିପାରିବେ ।

  • ପ୍ରତିକାର- କେଶର ଯୁକ୍ତ ଚନ୍ଦନ ମଥାରେ ଲଗାନ୍ତୁ

ବୃଷ -ବ୍ୟବସାୟରେ ଅଧିକ ପରିଶ୍ରମ କରି ଅଧିକ ଲାଭ ପାଇବାର ସୁଯୋଗ ଆସିପାରେ । ଅଚାନକ ଶୁଭ ଖବର ପାଇ ମନ ଖୁସିହୋଇପାରେ । ପରିବାରରେ ଶାନ୍ତି ପାଇପାରିବେ ।

  • ପ୍ରତିକାର-ସବୁଜ ରଙ୍ଗର ବ୍ୟବହାର କରନ୍ତୁ

ମିଥୁନ -ଅଧିକ ପରିଶ୍ରମ କରି ମଧ୍ୟ ବ୍ୟବସାୟରେ ଅଧିକ ବ୍ୟୟ ହୋଇପାରେ । ପରିବାରରେ ମନ ଶାନ୍ତ ରହିପାରେ । ବନ୍ଧୁବାନ୍ଧବଙ୍କ ସାହାଯ୍ୟ ସହୋଯୋଗ ପାଇ ମନଖୁସିରହିପାରେ ।

  • ପ୍ରତିକାର- ଗୋ ମାତାଙ୍କୁ ସବୁଜ ଚାରା ଦିଅନ୍ତୁ

କର୍କଟ –କର୍ମ କ୍ଷେତ୍ରରେ ବାଦବିବାଦ ଉପୁଜିପାରେ । ବ୍ୟବସାୟରେ ଆୟବ୍ୟୟ ସମାନ ରହିପାରେ । ଶତ୍ରୁମାନେ ହଇରାଣରେ ପକାଇପରନ୍ତି ସତର୍କ ରୁହନ୍ତୁ ।

  • ପ୍ରତିକାର- ସୋମ ସୋମାୟ ନମଃ ମନ୍ତ୍ର କୁ ୧୦୮ ଥର ଜପ କରନ୍ତୁ

ସିଂହ- ସମସ୍ୟାର ସମାଧାନ କରିପାରିବେ । ବ୍ୟବସାୟରେ ଭଲ ଲାଭ କରିପାରିବେ । ପରିବାରରେ ଶୁଖ ଶାନ୍ତି ପାଇପାରନ୍ତି ।

  • ପ୍ରତିକାର- ହଳଦିଆ ରଙ୍ଗର ବସ୍ତ୍ର ପରିଧାନ କରନ୍ତୁ

କନ୍ୟା- ବ୍ୟବସାୟ ରେ ସଫଳତା ପାଇପାରିବେ । ନୂତନ ଆୟର ପନ୍ଥା ମିଳିଯାଇପାରେ ଚେଷ୍ଟା ଜାରି ରଖନ୍ତୁ । ସୁଖାଦ୍ୟ ଭୋଜନ ସହ ବନ୍ଧୁବାନ୍ଧବଙ୍କ ସାହାଯ୍ୟ ସହୋଯୋଗ ପାଇ ମନ ଖୁସିରହିପାରେ ।

  • ପ୍ରତିକାର- ନୀଳ ରଙ୍ଗର ବସ୍ତ୍ର ପରିଧାନ କରନ୍ତୁ

ତୁଳା -ଇଛିତ ଅଭିଳାଷ ପୁରଣ ହୋଇପାରେ । ଅର୍ଥଲାଭର ସୁଯୋଗ ଆସିପାରେ । ପାରିବାରିକ ଜୀବନ ସୁଖମୟ ରହିବା ସହିତ ଶାରୀରିକ ସୁସ୍ଥତା ଅନୁଭବ କରିପାରନ୍ତି ।

  • ପ୍ରତିକାର- ଧଳାରଙ୍ଗର ବ୍ୟବହାର କରନ୍ତୁ

ବିଛା -ବ୍ୟବସାୟରେ ବ୍ୟୟ ଅଧିକା ହେବା ଯୋଗୁଁ ମାନସିକ ଚାପ ଅନୁଭବ କରିପାରନ୍ତି । ଚାକିରୀ କ୍ଷେତ୍ରରେ ଅଧିନସ୍ଥ କର୍ମଚାରୀଙ୍କ ସହିତ ମତାନ୍ତର ହୋଇପାରେ । ପରିବାରରେ ଶାନ୍ତି ପାଇପାରିବେ ।

  • ପ୍ରତିକାର- ନାଲିରଙ୍ଗର ବ୍ୟବହାର କରନ୍ତୁ

ଧନୁ - ଦୈନିକ ରୋଜଗାରରେ ଲାଭବାନ ହୋଇପାରିବେ । ଆକସ୍ମିକ ଧନଲାଭର ଯୋଗ ରହିଛି । ମାନସମ୍ମାନ ଏବଂ ପାରିବାରିକ ସୁଖ ବୃଦ୍ଧି ଘଟିପାରେ ।

  • ପ୍ରତିକାର- ନାଲିରଙ୍ଗର ବ୍ୟବହାର କରନ୍ତୁ

ମକର -ଉପସ୍ଥିତ ବୁଦ୍ଧି ଲଗାଇ ଅନେକ ସମସ୍ୟାର ସମାଧାନ କରିପାରନ୍ତି । ଉଚ୍ଚପଦସ୍ଥ ଅଧିକାରୀଙ୍କ ସାହାଯ୍ୟ ସହଯୋଗ ପାଇ ଚାକିରୀ କ୍ଷେତ୍ରରେ ଉନ୍ନତି କରିପାରନ୍ତି । ପରିବାରରେ ଶୁଖଶାନ୍ତି ପାଇବେ , ଘାତବାର ଯୋଗୁଁ ସତର୍କ ରୁହନ୍ତୁ ।

  • ପ୍ରତିକାର- ଶୁଭତ୍ୱରେ ବୃଦ୍ଧି ପାଇଁ ଚନ୍ଦନର ତିଳକ ମଥାରେ ଲଗାନ୍ତୁ

କୁମ୍ଭ –କର୍ମ କ୍ଷେତ୍ରରେ ସହଯୋଗୀ ମାନଙ୍କର ସାହାଯ୍ୟ ସହଯୋଗ ପାଇ ଆଗକୁ ବଢିପାରିବେ । ଶାରୀରିକ ଓ ମାନସିକ ସୁସ୍ଥତା ଅନୁଭବ କରିପାରନ୍ତି । ମହିଳାମାନେ ଧର୍ମପରାୟଣା ହୋଇପାରନ୍ତି ।

  • ପ୍ରତିକାର- ସବୁଜ ରଙ୍ଗର ବ୍ୟବହାର କରନ୍ତୁ

ମୀନ -କାର୍ଯ୍ୟ କ୍ଷେତ୍ରରେ ବାଦବିବାଦ ଦେଖାଦେଇପାରେ । ବ୍ୟବସାୟରେ ଆକସ୍ମିକ କ୍ଷତି ସହିବାକୁ ପଡିପାରେ । ପରିବାରରେ ବାଦବିବାଦ ଦେଖାଦେଇପାରେ ।

  • ପ୍ରତିକାର- ନମୋ ଭଗବତେ ବାସୁଦେବାୟ ମନ୍ତ୍ରକୁ ୧୦୮ ଥର ଜପ କରନ୍ତୁ