• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଆଜି ୨୦୨୨ ମସିହା, ଫେବୃଆରୀ ମାସ, ୨୧ ତାରିଖ, ସୋମବାର, କୁମ୍ଭ ୯ ଦିନ, କୃଷ୍ଣ ପକ୍ଷ, ପଞ୍ଚମୀ ତିଥି, ଚିତ୍ରା ନକ୍ଷତ୍ର, ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କ ଦିନ…

ମେଷ –କର୍ମ କ୍ଷେତ୍ରରେ ବାତାବରଣ ଅନୁକୂଳ ରହିପାରେ । ଦେହ-ମନ ସୁସ୍ଥ ରହିପାରେ । ବନ୍ଧୁବାନ୍ଧବଙ୍କ ସହଯୋଗ ମିଳିପାରେ ।

  • ପ୍ରତିକାର- ଶୁଭ ଫଳ ପାଇଁ ଚନ୍ଦନ ତିଳକ ଲଗାନ୍ତୁ

ବୃଷ -ସାମାଜିକ ସମ୍ମାନ ବୃଦ୍ଧି ପାଇପାରେ । ବିଶିଷ୍ଟ ବ୍ୟକ୍ତିଙ୍କ ସହ ସୁସମ୍ପର୍କ ସ୍ଥାପନ ହୋଇପାରେ । ବ୍ୟବସାୟରେ ଲାଭବାନ ହୋଇପାରେ ।

  • ପ୍ରତିକାର-ଧଳା ରଙ୍କର ବସ୍ତ୍ର ପରିଧାନ କରନ୍ତୁ

ମିଥୁନ - ବ୍ୟବସାୟରେ ଆର୍ଥିକ ସମସ୍ୟା ଦେଖାଦେବ । କାର୍ଯ୍ୟ କ୍ଷେତ୍ରରେ ଅସହଯୋଗ କରିପାରନ୍ତି । ସହଯୋଗୀ ପାରିବାରିକ ଅଶାନ୍ତି ଦେଖାଦେଇପାରେ ।

  • ପ୍ରତିକାର- ଗଂ ଗଣପତୟେ ନମଃ ୧୦୮ ଥର ଜପ କରନ୍ତୁ

କର୍କଟ -ଆର୍ଥିକ ଅବସ୍ଥା ସ୍ଥିର ରହିପାରେ । ମିଥ୍ୟା ଅପବାଦ ପାଇଁ ମାନସିକ ଅଶାନ୍ତି ଦେଖାଦେଇପାରେ । ବନ୍ଧୁଙ୍କ ସାହାଯ୍ୟ ମିଳିପାରେ ।

  • ପ୍ରତିକାର- ନମଃ ଶିବାୟ ମନ୍ତ୍ର ୧୦୮ ଥର ଜପ କରନ୍ତୁ

ସିଂହ -ଅଟକି ରହିଥିବା କାର୍ଯ୍ୟ ସମ୍ପନ୍ନ କରିପାରନ୍ତି । ପରିଶ୍ରମ ଦ୍ୱାରା ବ୍ୟବସାୟରେ ଲାଭବାନ ହୋଇପାରିନ୍ତି । ପରିବାରରେ ଶାନ୍ତି ରହିପାରେ ।

  • ପ୍ରତିକାର- ନାଲି ରଙ୍କର ବସ୍ତ୍ର ବ୍ୟବହାର କରନ୍ତୁ

କନ୍ୟା –ବ୍ୟବସାୟରେ ଆୟ ଅପେକ୍ଷା ବ୍ୟୟ ବୃଦ୍ଧି ପାଇପାରେ । କାର୍ଯ୍ୟ କ୍ଷେତ୍ରରେ ବିଶୃଙ୍ଖଳା ଦେଖାଦେଇପାରେ । ପରିବାରରେ ମତଭେଦ ଦେଖାଦେଇପାରେ ।

  • ପ୍ରତିକାର- ଗୋ ମାତାଙ୍କୁ ସବୁଜ ଚାରା ଖାଇବାକୁ ଦିଅନ୍ତୁ

ତୁଳା -ନୂତନ କର୍ମପନ୍ଥା ମିଳିପାରେ । ଅସମ୍ପୂର୍ଣ୍ଣ କାର୍ଯ୍ୟ ସମ୍ପୂର୍ଣ୍ଣ କରିପାରନ୍ତି । ପରିବାରରେ ଶାନ୍ତି ବଜାୟ ରହିପାରେ ।

  • ପ୍ରତିକାର- ଚନ୍ଦନର ତିଳକ ମଥାରେ ଲାଗନ୍ତୁ

ବିଛା - ଆୟ ଅପେକ୍ଷା ବ୍ୟୟ ବୃଦ୍ଧି ପାଇପାରେ । ଶତ୍ରୁ ମାନେ ହଇରାଣ ହରକତ କରିପାରନ୍ତି । ପରିବାରରେ ମତଭେଦ ଦେଖାଦେଇପାରେ ।

  • ପ୍ରତିକାର- ହନୁମାନ ଚାଳିଶା ପାଠ କରନ୍ତୁ

ଧନୁ - ବନ୍ଧୁଙ୍କ ସାହାଯ୍ୟରେ ବାକି ପଡ଼ିଥିବା କାର୍ଯ୍ୟ ପୂରା କରିପାରିବେ । ଶାରୀରିକ ସୁସ୍ଥତା ଅନୁଭବ କରିପପାରନ୍ତି । ମହିଳାମାନେ ଧର୍ମ କାର୍ଯ୍ୟରେ ମନ ଦେଇପାରନ୍ତି ।

  • ପ୍ରତିକାର- ଚନ୍ଦନର ତିଳକ ମଥାରେ ଲଗାନ୍ତୁ

ମକର – କର୍ମ କ୍ଷେତ୍ରରେ ମାନସମ୍ମାନ ପାଇପାରନ୍ତି । ପଦୋନ୍ନତି ହେବାର ଯଥେଷ୍ଟ ସମ୍ଭାବନା ରହିଛି । ପରିବାରରେ ଶନ୍ତି ଶୃଙ୍ଖଳା ବଜାୟ ରହିପାରେ ।

  • ପ୍ରତିକାର- ସବୁଜ ରଙ୍କର ବସ୍ତ୍ର ପରିଧାନ କରନ୍ତୁ

କୁମ୍ଭ –କର୍ମ କ୍ଷେତ୍ରରେ ସମ୍ମାନିତ ହୋଇପାରନ୍ତି । ଆୟ ବ୍ୟୟ ସମାନ ରହିପାରେ । ପରିବାରରେ ଶାନ୍ତି ପାଇପାରନ୍ତି ।

  • ପ୍ରତିକାର- ଚନ୍ଦନ ତିଳକ ମଥାରେ ଲଗାନ୍ତୁ

ମୀନ – କର୍ମ କ୍ଷେତ୍ରରେ ନନାଦି ବାଧାବିଘ୍ନ ଉପୁଜିପାରେ । ସହଯୋଗୀ ଅସହଯୋଗ କରିପାରନ୍ତି । ନୂଆ କାର୍ଯ୍ୟ ହାତକୁ ନେଇ ସମ୍ପନ୍ନ କରିପାରନ୍ତି ।

  • ପ୍ରତିକାର- ବିଷ୍ଣୁଙ୍କ ସହସ୍ର ନାମ ପାଠ କରନ୍ତୁ, ଚନ୍ଦନ ତିଳକ ମୁଣ୍ଡରେ ଲଗାନ୍ତୁ

OTV is now on Whatsapp

Join and get latest news update delivered to you via whatsapp

Join Now