• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଆଜି ୨୦୨୧ ମସିହା, ଅକ୍ଟୋବର ମାସ ୧ ତାରିଖ, ତାରିଖ ଶନିବାର, କନ୍ୟା ୧୬ ଦିନ ଆଶ୍ୱିନ ମାସ କୃଷ୍ଣପକ୍ଷ ଏକାଦଶୀ ତିଥି ଅଶ୍ଳେଷା ନକ୍ଷତ୍ର, ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କ ଦିନ...

ମେଷ:- ଆଜି ଦାମ୍ପତ୍ୟ କଳହର ଅବସାନ ଘଟିପାରେ । ସନ୍ତାନଙ୍କ ଉନ୍ନତିରେ ଖୁସି ହୋଇପାରନ୍ତି । ବ୍ୟବସାୟରେ ଉନ୍ନତି ଘଟିବା ସହିତ ବାସସ୍ଥାନ ବା ଯାନବାହାନର ନବୀକରଣ ଇତ୍ୟାଦି ନାନାବିଧ ସୁଯୋଗ ଓ ଶୁଭଫଳ ପ୍ରାପ୍ତି ହୋଇପାରେ ।

ପ୍ରତିକାର- କୈାଣସି ଅସହାୟ ବ୍ୟକ୍ତିକୁ କିଛି ଖାଦ୍ୟ ଖାଇବାକୁ ଦିଅନ୍ତୁ

ବୃଷ:- ଭଲ ସମ୍ପର୍କ ରହିଥିବା ବନ୍ଧୁଟି ପରିସ୍ଥିତି ଚାପରେ ପଡ଼ି ଦୂରେଇ ଯାଇପାରେ । କାରଣରୁ ମନରେ ଅସ୍ଥିରତା ସୃଷ୍ଟି ହୋଇପାରେ ।ଜମିବାଡ଼ି ସମ୍ପର୍କିତ ସମସ୍ୟାର ସମାଧାନ କରିପାରନ୍ତି ।

ପ୍ରତିକାର-: ମା ଲକ୍ଷ୍ମୀଙ୍କ ଗାୟତ୍ରୀ ମନ୍ତ୍ରକୁ ୧୦ ଥର ଜପ କରନ୍ତୁ ।

ମିଥୁନ:- ଆଜି ଶାରୀରିକ ପୀଡ଼ା ଦେଖାଦେଇପାରେ । ଅନାବଶ୍ୟକ ଖର୍ଚ୍ଚ କରିବାକୁ ବାଧ୍ୟ ହୋଇପାରନ୍ତି । ଘରର ବରାଦ ଅନୁଯାୟୀ ଫେରିବା ବାଟରୁ କିଛି ନୂଆ ଜିନିଷ ଘରକୁ ଆଣିପାରନ୍ତି ।

ପ୍ରତିକାର-: ଶିବ ପଞ୍ଚାକ୍ଷର ସ୍ତୋତ୍ର ପାଠ କରନ୍ତୁ

କର୍କଟ:- ଆଜି ସାଧାରଣ କଥାକୁ କେନ୍ଦ୍ର କରି ପରିବାରରେ ମନାନ୍ତର ମତାନ୍ତର ଦେଖାଦେଇପାରେ । ଆଜି ବଜାର ସଉଦା କିଣିବାରେ ସତର୍କ ନ ହେଲେ ଠକାମିରେ ପଡିପାରନ୍ତି । କାରଣ ନ ଥାଇ ମଧ୍ୟ ଦୋଷୀ ସାବ୍ୟସ୍ତ ହୋଇପାରନ୍ତି ତେଣୁ ସତର୍କ ରୁହନ୍ତୁ।

ପ୍ରତିକାର-ତୁଳସୀ ମୂଳରେ ପାଣି ଢାଳିବା ସହ ତୁଳସୀ ମୂଳର ମାଟି ମଥାରେ ଲଗାନ୍ତୁ

ସିଂହ:- ଆଜି ସ୍ୱାସ୍ଥ୍ୟ ସମସ୍ୟା ନେଇ ଚିନ୍ତିତ ହୋଇପାରନ୍ତି । ଅଟକି ରହିଯାଇଥିବା କାମଟିକୁ ପୂର୍ଣ୍ଣାଙ୍ଗ ରୂପ ଦେଇପାରନ୍ତି । ପାରିବାରିକ ସମସ୍ୟାର ସମାଧାନ ଘଟିବା ସହ ଏ ଦିଗରେ ଜଣେ ବନ୍ଧୁଙ୍କ ସାହାଯ୍ୟ ଆପଣଙ୍କୁ ଅନେକାଂଶରେ ସଫଳତା ଆଣିଦେଇପାରେ ।

ପ୍ରତିକାର-: ଓଁ ଘୃଣିସୂର୍ଯ୍ୟାୟ ନମଃ ଏହି ମନ୍ତ୍ର ପଢି ସୂଯର୍ୟଙ୍କୁ ଅର୍ଘ୍ୟ ଦିଅନ୍ତୁ

କନ୍ୟା:- ଆଜି ପରିବାରରେ ସମସ୍ୟା ବଢ଼ିପାରେ । ବିଭିନ୍ନ ପ୍ରକାର ବାଧାବିଘ୍ନ ଓ ସମସ୍ୟା ଲାଗି ରହୁଥିବା କାରଣରୁ ପ୍ରତ୍ୟେକ କ୍ଷେତ୍ରରେ ନେଗେଟିଭ୍ ଚିନ୍ତାଧାରା ଆସିପାରେ । ବ୍ୟବସାୟ, ପରିବହନ ଓ ବାଣିଜ୍ୟରେ ପ୍ରତିବନ୍ଧକ ସୃଷ୍ଟି ହୋଇପାରେ ।

ପ୍ରତିକାର- ଓଁ ନମଃ ଭଗବତେ ବାସୁଦେବାୟ ଏହି ମନ୍ତ୍ରକୁ ୨୭ଥର ଜପ କରନ୍ତୁ

ତୁଳା:- କର୍ମ କ୍ଷେତ୍ରରେ ବିଭିନ୍ନ ପ୍ରକାର ଅପ୍ରୀତିକର ପରିସ୍ଥିତି ସୃଷ୍ଟିର ଆଶଙ୍କା ରହିଛି । ଆତ୍ମୀୟ ମାନେ ସମାଲୋଚନା କରିପାରନ୍ତି । ବହୁ ଦିନରୁ ଆଶା କରିଥିବା କାମଟିରେ ସୁଯୋଗ ପାଇଲେ ମଧ୍ୟ ସଦ୍ ବ୍ୟବହାର କରିବା କଷ୍ଟକର ହୋଇପାରେ ।

ପ୍ରତିକାର- ୭ ଟି ନୀଳ ଅପରାଜିତା ଫୁଲ ମା କାଳୀଙ୍କୁ ଚଢାନ୍ତୁ ଓ ୭ ଟି କଳା ମିଠା ଭୋଗ କରନ୍ତୁ

ବିଛା:- ଆଜି ଆପଣ ଜଗି ରଖି ଭାବିଚିନ୍ତି କାର୍ଯ୍ୟ କରନ୍ତୁ କେହି ଜଣେ ନିଜର ଲୋକ ପରୋକ୍ଷ ଭାବେ ଆକ୍ଷେପ କରିପାରନ୍ତି । ଆନୁଷ୍ଠାନିକ କ୍ଷେତ୍ରରେ ଆକସ୍ମିକ ଭାବରେ ଉଚ୍ଚ ସମ୍ମାନ ଓ ବସ୍ତ୍ର ଆଭୂଷଣ ପ୍ରାପ୍ତି ଯୋଗ ରହିଛି ।ଅସାବଧାନତା ହେତୁ କୌଣସି ଜିନିଷ ହଜିଯିବାର ସମ୍ଭାବନା ରହିଛି ।

ପ୍ରତିକାର-ଶୁଭଫଳ ପାଇବା ପାଇଁ ହନୁମାନଙ୍କ ପାଖରେ ରାଶି ତେଲରେ ଦୀପଟିଏ ଜାଳନ୍ତୁ

ଧନୁ:- ଆଜି ଆକସ୍ମିକ ଭାବରେ ବନ୍ଧୁମାନଙ୍କ ଦୂର ସ୍ଥାନକୁ ଯାଇପାରନ୍ତି । ପାଖ ପଡୋଶୀ କିମ୍ବା ସହକର୍ମୀଙ୍କ ଆଭ୍ୟନ୍ତରୀଣ ବ୍ୟାପାରରେ ମୁଣ୍ଡ ପୂରାନ୍ତୁ ନାହିଁ । ପାରଷ୍ପରିକ ଉତ୍ତମ ବୁଝାମଣା କାରଣରୁ ପାରିବାରିକ ପରିସ୍ଥିତି ଠିକ୍ ରହିବାର ଆଶା ରହିଛି ।

ପ୍ରତିକାର- ଶୁଭଫଳ ପାଇଁ ୨୭ଥର ଗାୟତ୍ରୀ ମନ୍ତ୍ରକୁ ପାଠ କରନ୍ତୁ

ମକର:- ଆଜି ଆପଣ ଅସମ୍ପୂର୍ଣ୍ଣ କାର୍ଯ୍ୟକୁ ତ୍ୱରାନ୍ୱିତ କରି ଶେଷ ପର୍ଯ୍ୟୟରେ ପହ଼଼ଞ୍ଚାଇପାରନ୍ତି । ଭାତୃ ସମ୍ପର୍କରେ ମତଭେଦ ଦେଖାଦେଇପାରେ ଘରୋଇ କଥାରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ବରୁ ପରିବାର ସହ ଆଲୋଚନା କରନ୍ତୁ । ଅର୍ଥିକ କ୍ଷେତ୍ରରେ ସଫଳତା ନିଶ୍ଚିତ ମିଳିବାର ସମ୍ଭାବନା ରହିଛି ।

ପ୍ରତିକାର-ଅଶ୍ୱତ୍ଥ ବୃକ୍ଷ ମୂଳରେ କଞ୍ଚା କ୍ଷୀରରେ କଳାରାଶି ମିଶାଇ ଢାଳନ୍ତୁ

କୁମ୍ଭ:- ଆଜି କର୍ମ କ୍ଷେତ୍ରରେ ନିଜର ପ୍ରାଧାନ୍ୟକୁ ଜାହିର କରିବାକୁ ଯାଇ ଅପଦସ୍ଥ ହୋଇପାରନ୍ତି । ସତ୍ସଙ୍ଗ ପ୍ରତି ମନ ବଳିବ ସାହିତ୍ୟ, ସାମ୍ବାଦିକତା କ୍ଷେତ୍ରରୁ ସୁଫଳ ପାଇବେ । ପରିବହନ, ପ୍ରଶାସନ ସ୍ତରରେ କାର୍ଯ୍ୟ ସାଧନ କିମ୍ବା ଆଶା ପୂରଣ ହେବାରେ ଜଣେ ବନ୍ଧୁ ସାହାଯ୍ୟ କରିପାରନ୍ତି ।

ପ୍ରତିକାର- ଓଁ ନମଃ ଶିବାୟ ମନ୍ତ୍ରରେ ୫ଟି ତ୍ରୀଶାଖା ବେଲପତ୍ର ଶିବଲିଙ୍ଗ ଉପରେ ଚଢାନ୍ତୁ

ମୀନ:- ପାରିବାରିକ ଜୀବନରେ ବୁଝାମଣା ନେଇ ତିକ୍ତତା ଦେଖାଦେଇପାରେ । ଶିଳ୍ପ, ବାଣିଜ୍ୟ, ବ୍ୟବସାୟ, ପରିବହନ ପାଇଁ ଦିନଟି ବହୁତ ଭଲ ରହିପାରେ । ହଠାତ୍ ହଜି ଯାଇଥିବା ବ୍ୟକ୍ତି, ଚୋରି ଯାଇଥିବା ଜିନିଷର ଖୋଜ ଖବର ପାଇପାରନ୍ତି ।

ପ୍ରତିକାର-ଶୁଭଫଳ ପାଇବା ପାଇଁ ରକ୍ତ ଚନ୍ଦନର ଟିକା ମଥାରେ ଲଗାନ୍ତୁ