ଆଜି ୨୦୨୨ ମସିହା, ଫେବୃଆରୀ ମାସ, ୧୯ ତାରିଖ,ଶନିବାର କୁମ୍ଭ ୭ ଦିନ, ଫାଲଗୁନ ମାସ, କୃଷ୍ଣ ପକ୍ଷ,ତୃତୀୟା ତିଥି, ଉତ୍ତରାଫାଲଗୁନ ନକ୍ଷତ୍ର କନ୍ୟା ଚନ୍ଦ୍ର,ଜାଣନ୍ତୁ ଆଜିର ରାଶିଫଳ...
ମେଷ -ଛାତ୍ରଛାତ୍ରୀମାନେ ଚାକିରି କ୍ଷେତ୍ରରେ ସଫଳତା ପାଇପାରନ୍ତି । ପାରିବାରିକ ସମସ୍ୟା ମନକୁ ଭାରାକ୍ରାନ୍ତ କରିପାରେ । ବ୍ୟବସାୟରେ ଅଚାନକ ଧନପ୍ରାପ୍ତି ହୋଇପାରେ ।
Also Read
- ପ୍ରତିକାର- ଶ୍ରୀ ହନୁମାନ ଚାଳିଶା ପାଠ କରନ୍ତୁ
ବୃଷ - ବୃତ୍ତିଗତ କାମକୁ ନେଇ ଦ୍ୱନ୍ଦ୍ୱରେ ରହିପାରନ୍ତି । ସହଯୋଗ ପାଇଁ ବନ୍ଧୁ ପ୍ରତିଶ୍ରୁତି ଦେଇପାରନ୍ତି । ଆୟଠୁ ବ୍ୟୟ ଅଧିକ ହେବ, ମନ ଭଲ ରହିନପାରେ ।
- ପ୍ରତିକାର-କାଉ-ପାରାଙ୍କୁ ଖାଇବାକୁ ଦିଅନ୍ତୁ
ମିଥୁନ -ଜୀବନସାଥିଙ୍କ ପାଖରୁ ପୂର୍ଣ୍ଣ ସମର୍ଥନ ମିଳିପାରେ । ବ୍ୟବସାୟରେ ଆଶନୁରୂପ ଲାଭ ମିଳିପାରେ । ଛାତ୍ରଛାତ୍ରୀ ପଢ଼ାରେ ଉନ୍ନତି କରିପାରନ୍ତି ।
- ପ୍ରତିକାର- ପାଖରେ ଖଣ୍ଡ ହଳଦୀ ରଖନ୍ତୁ
କର୍କଟ -କର୍ମକ୍ଷେତ୍ରରେ ଆଗକୁ ଯିବାକୁ ଯୋଜନା କରିପାରନ୍ତି । ପାରିବାରିକ ବିବାଦର ସମାଧାନ ହୋଇପାରେ । ଛାତ୍ରଛାତ୍ରୀ ଭବିଷ୍ୟତ ପାଇଁ ଚିନ୍ତା କରିପାରନ୍ତି ।
- ପ୍ରତିକାର- ମହାଦେବଙ୍କୁ କଞ୍ଚା କ୍ଷୀର ଅର୍ପଣ କରନ୍ତୁ
ସିଂହ – ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଉତ୍ତମ ବୁଝାମଣା ରହିପାରେ । ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେଇପାରେ । ସନ୍ତାନମାନଙ୍କ କାଯର୍ୟ ସନ୍ତୋଷଜନକ ରହିପାରେ ।
- ପ୍ରତିକାର- କୁକୁରକୁ ଖାଦ୍ୟ ଦିଅନ୍ତୁ
କନ୍ୟା -କର୍ମକ୍ଷେତ୍ରରେ ଉନ୍ନତି କରିପାରନ୍ତି । ଦାମ୍ପତ୍ୟ ଜୀବନ ସୁଖମୟ ହୋଇପାରେ । ଦୂରସ୍ଥାନକୁ ଯାତ୍ରା କଲା ବେଳେ ସାବଧାନ ରୁହନ୍ତୁ ।
- ପ୍ରତିକାର- ପାଖରେ ୫ଟି ଦୁବ ରଖନ୍ତୁ
ତୁଳା -କ୍ରୋଧ ଉପରେ ନିୟନ୍ତ୍ରଣ ରଖିଲେ କାର୍ଯ୍ୟରେ ସଫଳତା ମିଳିପାରେ । ସ୍ୱାସ୍ଥ୍ୟଗତ ସମସ୍ୟା ଯୋଗୁଁ ଅର୍ଥହାନୀ ହୋଇପାରେ । ଗଣମାଧ୍ୟମରେ ଥିବା ବ୍ୟକ୍ତି ଏତେ ଶୁଭଫଳ ପାଇପାରିବେ ନାହିଁ ।
- ପ୍ରତିକାର- ଶ୍ରୀ ହନୁମାନ ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ
ବିଛା -ପରବାରର ବାତାବରଣ ଶାନ୍ତିପୂର୍ଣ୍ଣ ରହିପାରେ । ବ୍ୟବସାୟରେ ବକେୟା ଅର୍ଥ ମିଳିବ । ମାଙ୍ଗଳିକ କାର୍ଯ୍ୟ ପାଇଁ ବନ୍ଧୁ ସାହାଯ୍ୟ କରିପାରନ୍ତି ।
- ପ୍ରତିକାର- କୁକୁରକୁ ଖାଇବାକୁ ଦିଅନ୍ତୁ
ଧନୁ -ନିୟନ୍ତ୍ରଣରେ ଖର୍ଚ୍ଚ କରନ୍ତୁ, ନଚେତ୍ ଅସୁବିଧା ଭୋଗିପାରନ୍ତି । ଖୁସିଖବର ମିଳିପାରେ, ସୁସ୍ବାଦୁ ଭୋଜନ କରିପାରନ୍ତି । ଚାକିରିରେ ପଦୋନ୍ନତି ମିଳିପାରେ ।
- ପ୍ରତିକାର- ବାପା-ମାଙ୍କୁ ପ୍ରଣାମ କରନ୍ତୁ
ମକର - ଆର୍ଥିକ ଚିନ୍ତା ମନକୁ ଭାରାକ୍ରାନ୍ତ କରିପାରେ । ଭାବିଚିନ୍ତି ଜମିବାଡି କ୍ରୟ କରନ୍ତୁ । ପରିବାରରେ ଭାତୃ କଳହ ଦେଖା ଦେଇପାରେ ।
- ପ୍ରତିକାର- ଛୋଟ ପିଲାଙ୍କୁ ମିଠା ଖାଦ୍ୟ ବାଣ୍ଟନ୍ତୁ
କୁମ୍ଭ – ସ୍ୱାସ୍ଥ୍ୟକୁ ନେଇ ଚିନ୍ତାରେ ରହିପାରନ୍ତି । ପ୍ରତି କାର୍ଯ୍ୟରେ ପ୍ରତିବନ୍ଧକ ଲଗିବ, ମନ ଅଶାନ୍ତ ରହିପାରେ । ରାଜନୀତିରେ ଥିବା ବ୍ୟକ୍ତିଙ୍କ ମାନସମ୍ମାନ ହାନୀ ହୋଇପାରେ ।
- ପ୍ରତିକାର- କୁକୁରକୁ ଖାଦ୍ୟ ଦିଅନ୍ତୁ
ମୀନ -ବାକି ପଡ଼ିଥିବା ଅର୍ଥ ଆଦାୟ ହୋଇପାରେ । ଅପରାହ୍ଣରେ ଖୁସି ଖବର ମିଳିପାରେ । ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଉତ୍ତମ ବୁଝାମଣା ରହିବ ।
- ପ୍ରତିକାର- ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କୁ ତୁଳସୀ ଅର୍ପଣ କରନ୍ତୁ