• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଆଜି ୨୦୨୨ ମସିହା, ଫେବୃଆରୀ ମାସ, ୧୮ ତାରିଖ,ଶୁକ୍ରବାର,କୁମ୍ଭ ୬ ଦିନ, ଫାଲଗୁନ ମାସ, କୃଷ୍ଣ ପକ୍ଷ, ଦ୍ୱିତୀୟା ତିଥି, ପୂର୍ବାଫାଲଗୁନ ନକ୍ଷତ୍ର ସିଂହ ଚନ୍ଦ୍ର, ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କର ଦିନ...

ମେଷ -ସନ୍ତାନମାନଙ୍କର କାର୍ଯ୍ୟକୁ ଦେଖି ଚିନ୍ତାଗ୍ରସ୍ତ ରହିପାରନ୍ତି । ବାପା-ମା ବ୍ୟବସାୟ କ୍ଷେତ୍ରରେ ଦୂରସ୍ଥାନକୁ ଯାତ୍ରା କରିପାରନ୍ତି । କର୍ମକ୍ଷେତ୍ରରେ ସଫଳତା ମିଳିବ, ଅର୍ଥପ୍ରାପ୍ତି ହୋଇପାରେ ।

  • ପ୍ରତିକାର- ଗୋମାତାଙ୍କୁ ଖାଦ୍ୟ ଦିଅନ୍ତୁ

ବୃଷ -ଚାକିରି କ୍ଷେତ୍ରରେ ପଦୋନ୍ନତିର ସମ୍ଭାବନା ରହିଛି ।ଭବିଷ୍ୟତକୁ ନେଇ ଛାତ୍ରଛାତ୍ରୀମାନେ ଚିନ୍ତାରେ ରହିପାରନ୍ତି । ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେଇପାରେ ।

  • ପ୍ରତିକାର-ଶ୍ରୀ ହନୁମାନ ଗାୟତ୍ରୀ ପାଠ କରନ୍ତୁ

ମିଥୁନ -ବ୍ୟବସାୟରେ ଲାଭ ହେବ, ବକେୟା ଅର୍ଥ ମିଳିପାରେ । ମାନସମ୍ମାନ ମିଳିପାରେ । ଅଭିଳାଷ ପୂର୍ଣ୍ଣ ହେବ, ସବୁ କାଯର୍ୟରେ ସଫଳତା ମିଳିପାରେ ।

  • ପ୍ରତିକାର- ତୁଳସୀ ଗଛ ମୂଳର ମାଟି ମଥାରେ ଲଗାନ୍ତୁ

କର୍କଟ -ପାରିବାରି ସମସ୍ୟାକୁ ନେଇ ଦ୍ୱନ୍ଦ୍ୱ ଉପୁଜିପାରେ । ବ୍ୟବସାୟରେ କ୍ଷତି ହୋଇପାରେ । ଅଯଥା ଅର୍ଥହାନୀର ସମ୍ଭାବନା ରହିଛି ।

  • ପ୍ରତିକାର- କୁକୁରକୁ ଖାଦ୍ୟ ଦିଅନ୍ତୁ

ସିଂହ -ଦାମ୍ପତ୍ୟ ଜୀବନ ସୁଖମୟ ରହିପାରେ । ମହିଳାମାନଙ୍କୁ ପ୍ରତି କାର୍ଯ୍ୟରେ ସଫଳତା ମିଳିପାରେ । ବ୍ୟବସାୟରେ ଲାଭ ଦେଖାଦେଇପାରେ ।

  • ପ୍ରତିକାର- ମାଆଙ୍କର ପାଦ ଛୁଇଁ ପ୍ରଣାମ କରନ୍ତୁ

କନ୍ୟା -ସ୍ବାସ୍ଥ୍ୟଗତ ସମସ୍ୟା ଦେଖାଦେଇପାରେ । ବ୍ୟବସାୟରେ କ୍ଷତି ହୋଇପାରେ । ଜମିବାଡ଼ି ବିବାଦ ଦେଖାଦେବାର ସମ୍ଭାବନା ରହିଛି ।

  • ପ୍ରତିକାର- ଗଂ ଗଣପତୟେ ନମ ମନ୍ତ୍ର ଜପ କରନ୍ତୁ

ତୁଳା - ବ୍ୟବସାୟ କରିବାକୁ ବନ୍ଧୁଙ୍କ ପରାମର୍ଶ ନେଇପାରନ୍ତି । ଶତ୍ରୁ ମାନେ ପରାଜିତ ହୋଇପାରନ୍ତି । ମହିଳାମାନେ ପ୍ରତି କାର୍ଯ୍ୟରେ ମାନସମ୍ମାନ ପାଇପାରନ୍ତି ।

  • ପ୍ରତିକାର- ଧଳା ମସ୍ତ୍ର ପରିଧାନ କରିବେ

ବିଛା -କର୍ମକ୍ଷେତ୍ରରେ ଆଶାନୁରୂପ ପାରିଶ୍ରମିକ ମିଳିପାରେ । ନୂଆବ୍ୟବସାୟ ପାଇଁ ବନ୍ଧୁଙ୍କ ପରାମର୍ଶ ନେଇପାରନ୍ତି । ଦୂରସ୍ଥାନକୁ ଗଲା ବେଳେ ସତର୍କ ରୁହନ୍ତୁ ।

  • ପ୍ରତିକାର- ଲକ୍ଷ୍ମୀ ନୃସିଂହଙ୍କୁ ଆରାଧନା କରନ୍ତୁ

ଧନୁ -ବନ୍ଧୁମାନେ ଆର୍ଥିକ ସାହାଯ୍ୟ କରିପାରନ୍ତି । ଦୂର ସ୍ଥାନକୁ ଯାତ୍ରା ବେଳେ ସଜାଗ ରୁହନ୍ତୁ । ଦାମ୍ପତ୍ୟ ଜୀବନ ସୁଖମୟ ରହିପାରେ ।

  • ପ୍ରତିକାର- ନମଃ ଶିବାୟ ମନ୍ତ୍ର ଜପ କରନ୍ତୁ

ମକର -ପାରିବାରିକ କଳହ ଦେଖାଦେଇପାରେ । ସନ୍ତାନମାନଙ୍କ ସ୍ବାସ୍ଥ୍ୟ ସମସ୍ୟାକୁ ନେଇ ଚିନ୍ତାରେ ରହିପାରନ୍ତି । ଦୂର ଯାତ୍ରା ବେଳେ ସାବଧାନ ରୁହନ୍ତୁ ।

  • ପ୍ରତିକାର- ଗ୍ରାମ ଦେବୀଙ୍କ ପାଖରେ ଘିଅ ଦୀପ ଜାଳନ୍ତୁ

କୁମ୍ଭ - ବ୍ୟବସାୟରେ ଧନ ଲାଭ ମିଳିପାରେ । ଜମିବାଡି କିଣାବିକା ପାଇଁ ଦିନଟି ଶୁଭ ହୋଇପାରେ । ପରିବାରରେ ବୁଝାମଣା ନେଇ ଦ୍ୱନ୍ଦ୍ୱ ରହିପାରେ ।

  • ପ୍ରତିକାର- ଶ୍ରୀ ହନୁମାନ ଚାଳିଶା ପାଠ କରନ୍ତୁ

ମୀନ- ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ପ୍ରେମ ଭାବ ବୃଦ୍ଧି ହୋଇପାରେ । ଛାତ୍ରଛାତ୍ରୀ ପଢ଼ାରେ ଉନ୍ନତି କରିପାରନ୍ତି । ସୁସ୍ବାଦୁ ଭୋଜନ କରିପାରନ୍ତି, ଦିନଟି ହସଖୁସିରେ କଟିପାରେ ।

  • ପ୍ରତିକାର- ଓଁ ନମଃ ଶିବାୟ ଜପ କରନ୍ତୁ

OTV is now on Whatsapp

Join and get latest news update delivered to you via whatsapp

Join Now