• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଆଜି ୨୦୨୨ ମସିହା, ଜାନୁୟାରୀ ମାସ ୧୭ ତାରିଖ, ସୋମବାର, ମକର ୪ ଦିନ, ପୌଷ ମାସ , ଶୁକ୍ଳପକ୍ଷ ପୂର୍ଣ୍ଣିମା ତିଥି, ପୁନର୍ବସୁ ନକ୍ଷତ୍ର । ଆସନ୍ତୁ ଜାଣିବା ମେଷ ରାଶି ଠାରୁ ଆରମ୍ଭ କରି ମୀନ ରାଶିର ବ୍ୟକ୍ତିଙ୍କ ରାଶିଫଳ ସମ୍ପର୍କରେ..

ମେଷ:- କର୍ମ କ୍ଷେତ୍ରରେ ସଫଳତା ପାଇବେ । ଅଟକିଥିବା କାର୍ଯ୍ୟକୁ ସମ୍ପୂର୍ଣ୍ଣ କରିବେ, ବ୍ୟବସାୟରେ ଆଶାରୁ ଅଧିକ ଲାଭ ପାଇବେ । ପରିବାରରେ ଶାନ୍ତି ପାଇବେ ।

ପ୍ରତିକାର:- ହଳଦିଆ ରଙ୍ଗର ବ୍ୟବହାର କରନ୍ତୁ ।

ବୃଷ:- କର୍ମଜିବୀ ମାନଙ୍କ ପାଇଁ ଦିନଟି ଶୁଭ ନାହିଁ, ଏଣୁ ସମସ୍ତ କାର୍ଯ୍ୟରେ ସତର୍କ ରହି କାର୍ଯ୍ୟ କରନ୍ତୁ । ବ୍ୟବସାୟ ବାଣିଜ୍ୟରେ କ୍ଷତି ହେବାର ସମ୍ଭାବନା ବେଶି ରହିଛି । ପରିବାରରେ ଶାନ୍ତି ଶୃଙ୍ଖଳା ବଜାୟ ରହିବ ।

ପ୍ରତିକାର:- ଓଁ ନମଃ ଶିବାୟ ମନ୍ତ୍ରକୁ ୧୦୮ ଥର ଜପ କରନ୍ତୁ ।

ମିଥୁନ:- ଶାରିରୀକ ଅସୁସ୍ଥତା ଅନୁଭବ କରିବେ । ସୁ ସମ୍ବାଦ ପ୍ରାପ୍ତି ସହ ସୁଖାଦ୍ୟ ଭୋଜନ କରିବେ । ବନ୍ଧୁଙ୍କ ସହ ଦେଖାହୋଇପାରେ, ପରିବାରରେ ଶାନ୍ତି ବଜାୟ ରହିବ ।

ପ୍ରତିକାର:- ଚନ୍ଦନ ତିଳକ ମଥାରେ ଲଗାନ୍ତୁ ।

କର୍କଟ:- ଅତ୍ୟଧିକ ବ୍ୟୟ ଯୋଗୁଁ ଚିନ୍ତା କରିବେ । ନିଜର କୌଣସି ମନ ପସନ୍ଦର ଦ୍ରବ୍ୟହାନୀ ହେଇପାରେ ସତର୍କ ରହିବେ । କାର୍ଯ୍ୟକ୍ଷେତ୍ରରେ ବିଶୃଙ୍ଖଳ ପରିସ୍ଥିତି ମଧ୍ୟ ଉପୁଜିପାରେ ।

ପ୍ରତିକାର:- ହଳଦିଆ ରଙ୍ଗର ବ୍ୟବହାର କରନ୍ତୁ, ଚନ୍ଦନ ତିଳକ ମଥାରେ ଲଗାନ୍ତୁ ।

ସିଂହ:- ପୂର୍ବରୁ ଅଟକିଥିବା କାର୍ଯ୍ୟ ସବୁ ପୁନର୍ବାର ଆରମ୍ଭ ହୋଇପାରେ ଚେଷ୍ଟା କରନ୍ତୁ । କର୍ମକ୍ଷେତ୍ରରେ ଉନ୍ନତି ଦେଖାଦେବ ଏବଂ ବ୍ୟବସାୟ ବାଣିଜ୍ୟରେ ଆଶାରୁ ଅଧିକ ଲାଭ ମିଳିବ । ଗୃହରେ ଶାନ୍ତି ଶୃଙ୍ଖଳା ବଜାୟ ରହିବ ।

ପ୍ରତିକାର:- ନାଲି ରଙ୍ଗର ବ୍ୟବହାର କରନ୍ତୁ ।

କନ୍ୟା:- କର୍ମକ୍ଷେତ୍ରରେ ସଫଳତା ପାଇବେ । ନୂତନ ଯାନବାହନ ମଧ୍ୟ କ୍ରୟ କରିପାରନ୍ତି । ଶାରିରୀକ ସୁସ୍ଥତା ଅନୁଭବ କରିବେ ।

ପ୍ରତିକାର:- ଶୁଦ୍ଧ ଚନ୍ଦନର ତିଳକ ମଥାରେ ଲଗାନ୍ତୁ ।

ତୁଳା:- ଆଗରୁ ଚାଲିଥିବା ବାଦବିବାଦର ଅବସାନ ଘଟିବ । କର୍ମରେ ଉନ୍ନତି ହେବ, ବ୍ୟବସାୟ ବାଣିଜ୍ୟରେ ସଫଳତା ପାଇବେ । ସ୍ୱାସ୍ଥ୍ୟକୁ ନେଇ କିଛି ମାତ୍ରାରେ ଚିନ୍ତିତ ରହିପାରନ୍ତି ।

ପ୍ରତିକାର:- ଧଳା ରଙ୍ଗର ବ୍ୟବହାର କରିବା ସହିତ ଚନ୍ଦନର ତିଳକ ମଥାରେ ଲଗାନ୍ତୁ ।

ବିଛା:- ବିଭିନ୍ନ କାରଣରୁ ମାନସିକ ଅଶାନ୍ତି ଦେଖାଦେଇପାରେ । କାର୍ଯ୍ୟ କ୍ଷେତ୍ରରେ ସହଯୋଗୀଙ୍କ ଠାରୁ ଅସହଯୋଗ ପାଇବେ । ପରିବାରରେ ସାମାନ୍ୟ କଥାକୁ ନେଇ ବାଦବିବାଦ ଦେଖାଦେଇପାରେ ସତର୍କ ରୁହନ୍ତୁ ।

ପ୍ରତିକାର:- ହନୁମାନ ଚାଳିଶା ପାଠ କରନ୍ତୁ ।

ଧନୁ:- ସମସ୍ତଙ୍କର ସାହାଯ୍ୟ ସହଯୋଗ ପାଇ ମନ ଖୁସି ରହିବ । ବ୍ୟବସାୟ ବାଣିଜ୍ୟରେ ଭଲ ଲାଭବାନ ହେବେ । ସ୍ୱାସ୍ଥ୍ୟଜନିତ ସମସ୍ୟାରୁ ମୁକ୍ତି ପାଇବେ ।

ପ୍ରତିକାର:- ହଳଦିଆ ରଙ୍ଗର ବ୍ୟବହାର କରନ୍ତୁ ।

ମକର:- ସାମାଜିକ ସ୍ତରରେ ମାନ ସମ୍ମାନ ବୃଦ୍ଧି ପାଇବ । ବ୍ୟବସାୟରେ ଆୟ ବ୍ୟୟ ସମାନ ରହିବ । ଶରୀରରେ ଆଘାତ ଲାଗିପାରେ । ସତର୍କ ରହି ଯାନ ବାହନ ଚଳାଚଳ କରନ୍ତୁ ।

ପ୍ରତିକାର:- ହନୁମାନ ଚାଳିଶା ପାଠ କରନ୍ତୁ ।

କୁମ୍ଭ:- କର୍ମକ୍ଷେତ୍ରରେ ବାଦବିବାଦ ଉପୁଜିପାରେ । ସହଯୋଗୀମାନେ ଅସହଯୋଗ କରିବା ଦ୍ୱାରା ବିରକ୍ତିଭାବ ପ୍ରକାଶ ପାଇବ । ସ୍ୱାସ୍ଥ୍ୟ ଜନିତ ସମସ୍ୟା ଦେଇ ଗତି କରି ପାରନ୍ତି ସତର୍କ ରୁହନ୍ତୁ ।

ପ୍ରତିକାର:- ହନୁମାନ ଚାଳିଶା ୩ ଥର ପାଠ କରନ୍ତୁ ।

ମୀନ:- ଶତୃମାନଙ୍କ ଚକ୍ରାନ୍ତର ପଡିପାରନ୍ତି, ଏଣୁ ସତର୍କ ରୁହନ୍ତୁ । ବ୍ୟବସାୟ ବାଣିଜ୍ୟରେ ଆୟ ବ୍ୟୟ ସମାନ ରହିବ । ପରିବାରରେ ବିଶୃଙ୍ଖଳା ଦେଖାଦେଇପାରେ ।

ପ୍ରତିକାର:- ଚନ୍ଦନ ଓ କେଶର ମିଶ୍ରିତ ତିଳକ ମଥାରେ ଲଗାନ୍ତୁ ।