• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଆଜି ୨୦୨୨ ମସିହା, ମେ ମାସ, ୧୬ ତାରିଖ, ସୋମବାର, ବୃଷ, ୨ ଦିନ, ବୈଶାଖ ମାସ, ଶୁକ୍ଳପକ୍ଷ,ପୂର୍ଣ୍ଣିମ ତିଥି, ବିଶାଖା ନକ୍ଷତ୍ର, ତୁଳା ଚନ୍ଦ୍ର ଜାଣନ୍ତୁ କେମିତି କଟିବ ଆପଣଙ୍କ ଦିନ....

ପ୍ରଥମ ୬ଟି ରାଶି, ମେଷ ରାଶିଠାରୁ କନ୍ୟା ରାଶି ପର୍ଯ୍ୟନ୍ତ ଜନ୍ମିତ ବ୍ୟକ୍ତିମାନଙ୍କ ରାଶିଫଳ ସମ୍ପର୍କରେ ଜାଣନ୍ତୁ...

ମେଷ :-

  • ବାକି ପଡିଥିବା ନିର୍ମାଣଧୀନ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଁଞ୍ଚିପାରେ
  • କର୍ମ କ୍ଷେତ୍ରକୁ ନେଇ ମନରେ ଅସ୍ଥିରତା ଦେଖାଦେଇପାରେ
  • ବ୍ୟବସାୟକୁ ଆଗକୁ ବଢାଇବା ପାଇଁ ବନ୍ଧୁ ପ୍ରତିଶ୍ରୃତି ଦେଇପାରନ୍ତି

ପ୍ରତିକାର- ଲାଲ୍ ସିନ୍ଦୁର ମଥାରେ ଲଗାନ୍ତୁ

 

ବୃଷ:-

  • ପାରିବାରିକ ସମସ୍ୟାକୁ ନେଇ ମାନସିକ ଅଶାନ୍ତି ଦେଖାଦେଇପାରେ
  • ଛାତ୍ରଛାତ୍ରୀମାନେ କ୍ୟାରିୟରକୁ ନେଇ ଚିନ୍ତାରେ ରହିପାରନ୍ତି
  • ବାକି ପଡିଥିବା ଅର୍ଥ ଆଦାୟ ହୋଇପାରେ

ପ୍ରତିକାର- ଗୋମାତାଙ୍କୁ ଖାଦ୍ୟ ଦିଅନ୍ତୁ

 

ମିଥୁନ:-

  • ଗୁପ୍ତ ଶତ୍ରୁମାନେ ମନରେ ଭୟ ସୃଷ୍ଟି କରାଇପାରନ୍ତି
  • ସ୍ୱାସ୍ଥ୍ୟଗତ ପୀଡା ଦେଖାଦେବାରୁ ମନ ଭଲ ରହିନପାରେ
  • ବନ୍ଧୁ ସାହାଯ୍ୟ ସହଯୋଗର ହାତ ବଢାଇପାରନ୍ତି

ପ୍ରତିକାର- ଶ୍ରୀ ହନୁମାନ ଚାଳିଶା ପାଠ କରନ୍ତୁ

 

କର୍କଟ:-

  • ସନ୍ତାନମାନଙ୍କ କାର୍ଯ୍ୟକଳାପ ସନ୍ତୋଷଜନକ ହୋଇପାରେ
  • ବହୁଦିନର ଆଶା କରିଥିବା କାର୍ଯ୍ୟକୁ ପୂରଣ କରିପାରନ୍ତି
  • ଘରେ ମାଙ୍ଗଳିକ କାର୍ଯ୍ୟ କରିବା ପାଇଁ ବନ୍ଧୁଙ୍କର ପରାମର୍ଶ ନେଇପାରନ୍ତି

ପ୍ରତିକାର- ମାଙ୍କର ପାଦ ଛୁଇଁ ପ୍ରଣାମ କରନ୍ତୁ

 

ସିଂହ:-

  • ବ୍ୟବସାୟୀ ମାନଙ୍କର ବ୍ୟୟଭାବ ଓ ଅର୍ଥାଭାବ ଦେଖାଦେବାରୁ ମନରେ ଅସ୍ଥିରତା ଦେଖାଦେଇପାରେ
  • ନିଜର ଉତ୍ତମ ବ୍ୟବହାର ଦ୍ୱାରା ସମସ୍ତଙ୍କୁ ଆପଣାର କରିପାରନ୍ତି
  • ଅପରାହ୍ନରେ ଖୁସି ଖବର ମିଳିବାରୁ ମନ ଖୁସି ରହିପାରେ

ପ୍ରତିକାର- ବେଲ ଗଛ ମୂଳରେ ଜଳ ଅର୍ପଣ କରନ୍ତୁ

 

କନ୍ୟା:-

  • ମନ ମୁତାବକ କାର୍ଯ୍ୟ କରିବାର ସୁଯୋଗ ପାଇପାରନ୍ତି
  • ପ୍ରତ୍ୟେକଟି କାର୍ଯ୍ୟରେ ଶୁଭଫଳ ପାଇପାରନ୍ତି
  • ଧାର ପଡିଥିବା ଅର୍ଥ ହାତକୁ ‌ଆସିବାରୁ ମନ ଖୁସି ରହିପାରେ

ପ୍ରତିକାର- ଚନ୍ଦନ ମଥାରେ ଲଗାନ୍ତୁ

 

ବାକି ରହିଥିବା ୬ଟି ରାଶି, ତୁଳା ରାଶିଠାରୁ ମୀନ ରାଶି ପର୍ଯ୍ୟନ୍ତ ଜନ୍ମିତ ବ୍ୟକ୍ତିମାନଙ୍କ ରାଶିଫଳ ସମ୍ପର୍କରେ ଜାଣନ୍ତୁ...

ତୁଳା:-

  • ପରିବାରରୁ ପୂର୍ଣ୍ଣ ସମର୍ଥନ ମିଳିବ ଓ ଜୀବନ ସୁଖମୟ ହୋଇପାରେ
  • ନୂତନ କାର୍ଯ୍ୟ ନିମିତ୍ତ ଦୁରସ୍ଥାନକୁ ଯାତ୍ରା କରିପାରନ୍ତି
  • ସୁସ୍ୱାଦୁ ଭୋଜନ ଏବଂ ବସ୍ତ୍ର ଆଭୁଷଣ ପ୍ରାପ୍ତିର ଯୋଗ ରହିଛି

ପ୍ରତିକାର-ଶ୍ରୀ ଗଣେଶଙ୍କ ପାଖରେ ସାତଟି ଧଳା ଅପରାଜିତା ଫୁଲ ଚଡାନ୍ତୁ

 

ବିଛା :-

  • ଆକସ୍ମିକ ଦୁର୍ଘଟଣା ଘଟିବାର ସମ୍ଭାବନା ରହିଛି
  • ପରିଶ୍ରମ ତୁଳନାରେ ପାରିଶ୍ରମିକ କମ୍ ମିଳିପାରେ
  • ସାମାନ୍ୟ ଘଟଣାକୁ ନେଇ ପରିବାରରେ ତିକ୍ତତା ଦେଖାଦେବ
  • ସ୍ବାମୀ ସ୍ତ୍ରୀ ମଧ୍ୟରେ ପ୍ରେମ ବୃଦ୍ଧି ହୋଇପାରେ

ପ୍ରତିକାର- ତୁଳସୀ ଗଛ ମୂଳରେ ଜଳ ଅର୍ପଣ କରନ୍ତୁ

 

ଧନୁ:-

  • ପରିବାରରେ ସମସ୍ତେ ଖୁସିରେ ରହିପାରନ୍ତି
  • ସମସ୍ତଙ୍କ ମନରେ ଭଲ ପାଇବା ବଢିପାରେ
  • ସ୍ୱାସ୍ଥ୍ୟ ଅନେକାଂଶରେ ଆଗ ଅପେକ୍ଷା ଭଲ ରହିପାରେ
  • ପ୍ରତ୍ୟେକ କାର୍ଯ୍ୟରେ ଜୟଯୁକ୍ତ ହୋଇପାରନ୍ତି

ପ୍ରତିକାର- କୁକୁରକୁ ଖାଦ୍ୟ ଦିଅନ୍ତୁ

 

ମକର :-

  • ବ୍ୟବସାୟ ବାଣିଜ୍ୟକୁ ବଢାଇବା ପାଇଁ ବନ୍ଧୁଙ୍କର ସାହାଯ୍ୟ ନେଇପାରନ୍ତି
  • ପିଲାମାନଙ୍କର ଭବିଷ୍ୟତକୁ ନେଇ ବାପା ମା ଚିନ୍ତାଗ୍ରସ୍ତ ରହିପାରନ୍ତି
  • ଅପରାହ୍ନରେ କୌଣସି ଏକ ଖବର ଶୁଣି ମନୋବଳ ଭାଙ୍ଗିଯାଇପାରେ

ପ୍ରତିକାର- ଶ୍ରୀ ହନୁମାନ ସିନ୍ଦୁର ମଥାରେ ଲଗାନ୍ତୁ

 

କୁମ୍ଭ:-

  • ମହିଳାମାନେ ପ୍ରତ୍ୟେକଟି କାର୍ଯ୍ୟରେ ନିନ୍ଦିତ ଅପମାନିତ ହୋଇପାରନ୍ତି
  • ନିଜର ଲୋକମାନେ ବିରୁଦ୍ଧାଚରଣ କରିପାରିବେ
  • ଆର୍ଥିକ ଚିନ୍ତା ମାନସିକ ଅଶାନ୍ତି ସୃଷ୍ଟି କରାଇପାରେ

ପ୍ରତିକାର- ଶ୍ରୀ ହନୁମତେ ନମଃ, ମନ୍ତ୍ର ଉଚ୍ଚାରଣ କରନ୍ତୁ

 

ମୀନ :-

  • ଶତ୍ରୁମାନେ ପରାଜୟ ସ୍ୱୀକାର କରିପାରନ୍ତି
  • ଦାମ୍ପତ୍ୟ ଜୀବନ ସୁଖମୟ ହୋଇପାରେ
  • ପ୍ରତ୍ୟେକ କାର୍ଯ୍ୟରେ ସଫଳତା ହାସଲ କରିବେ
  • ଅପରାହ୍ନ ପରେ ସ୍ୱାସ୍ଥ୍ୟଗତ ପୀଡା ଦେଖାଦେଇପାରେ

ପ୍ରତିକାର- ବାପା ମାଙ୍କୁ ପ୍ରଣାମ କରନ୍ତୁ