• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଆଜି ୨୦୨୨ ମସିହା ଜାନୁଆରୀ ତା ୧୬ ତାରିଖ ରବିବାର । ମକର ୩ ଦିନ ପୌଷ ମାସ ଶୁଳ୍କ ପକ୍ଷ ଚତୁର୍ଦ୍ଦଶୀ ତିଥି ଆଦ୍ରା ନକ୍ଷତ୍ର ମିଥୁନ ଚନ୍ଦ୍ର । ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କ ଦିନ…

ମେଷ:- କର୍ମକ୍ଷେତ୍ରରେ ବାଧାବିଘ୍ନ ଦେଖାଦେବ ସେଥିପାଇଁ ସତର୍କ ରହିବାକୁ ପଡିବ । ଛାତ୍ରଛାତ୍ରୀମାନେ ପାଠପଢାରେ ଉନ୍ନତି କରିବେ । ରାଜନୀତି କରୁଥିବା ବ୍ୟକ୍ତିଙ୍କ ପାଇଁ ଦିନଟି ଭଲ ରହିବ ।

ପ୍ରତିକାର:- ଶ୍ରୀ ହନୁମାନ ଗାୟତ୍ରୀ ପାଠ କରନ୍ତୁ ।

ବୃଷ:- ସରକାରୀ କାର୍ଯ୍ୟରେ ଲାଭବାନ ହେବେ । ବ୍ୟବସାୟ କରୁଥିବା ବ୍ୟକ୍ତିଙ୍କୁ ଲାଭ ମିଳିବ । ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଉତ୍ତମ ବୁଝାମଣା ରହିବ।

ପ୍ରତିକାର:- ମା ତାରଣୀଙ୍କୁ ମନ୍ଦାର ଫୁଲ ଅର୍ପଣ କରନ୍ତୁ ।

ମିଥୁନ:- ସ୍ୱାସ୍ଥ୍ୟରେ ଆଗ ଅପେକ୍ଷା ସୁଧାର ଆସିବ । ବନ୍ଧୁଙ୍କ ସାହାଯ୍ୟ ସହାନୁଭୂତି ମିଳିବ । ବ୍ୟବସାୟ ପାଇଁ ଦୂରସ୍ଥାନକୁ ଯାତ୍ରା କରିବେ, ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ପ୍ରେମଭାବ ବଢିବ ।

ପ୍ରତିକାର:- ବିଷ୍ଣୁଙ୍କ ମନ୍ଦିରରେ ଘିଅ ଦୀପ ଜାଳନ୍ତୁ ।

କର୍କଟ:- କର୍ମକ୍ଷେତ୍ରରେ ମାନ ସମ୍ମାନ ବୃଦ୍ଧି ହେବ । ଶତ୍ରୁମାନେ ବନ୍ଧୁତାର ହାତ ବଢାଇବେ । ଛାତ୍ରଛାତ୍ରୀଙ୍କର ପାଠ ପଢାରେ ମନ ଲାଗିବ ନାହିଁ।

ପ୍ରତିକାର:- ମାଙ୍କ ପାଦ ଛୁଇଁ ପ୍ରଣାମ କରନ୍ତୁ ।

ସିଂହ:- ସ୍ୱାମୀ ସ୍ତ୍ରୀ ମଧ୍ୟରେ ଦାମ୍ପତ୍ୟ ଜୀବନ ସୁଖମୟ ହେବ । କର୍ମକ୍ଷେତ୍ରରେ ଅପମାନ ଯୋଗ ରହିଛି । ବ୍ୟବସାୟୀମାନେ ବ୍ୟବସାୟରେ ଲାଭ ପାଇପାରିବେ ।

ପ୍ରତିକାର:- ବେଲଗଛ ମୂଳରେ ଜଳ ଅର୍ପଣ କରନ୍ତୁ ।

କନ୍ୟା:- ବନ୍ଧୁଙ୍କ ମାଧ୍ୟମରେ ଆର୍ଥିକ ଲାଭ ପାଇବେ । ପରିବାରରେ ହସଖୁସିର ବାତାବରଣ ରହିବ । ଦୂର ସ୍ଥାନକୁ ଭ୍ରମଣ କରିବାର ଯୋଗ ରହିଛି ।

ପ୍ରତିକାର:- ଛୋଟ ପିଲାଙ୍କୁ ସ୍ନେହ ଆଦର କରନ୍ତୁ।

ତୁଳା:- ବ୍ୟବସାୟରେ ସଫଳତା ପାଇବେ ଏବଂ ବନ୍ଧୁଙ୍କର ସାହାଯ୍ୟ ନେବେ । ପ୍ରେମ ସମ୍ବନ୍ଧରେ ସଫଳତା ପାଇବେ । ମିଡିଆ ବିଭାଗରେ କାର୍ଯ୍ୟ କରୁଥିବା ବ୍ୟକ୍ତିଙ୍କ ପାଇଁ ଦିନଟି ଭଲ ରହିବ ।

ପ୍ରତିକାର:- ମହାଦେବଙ୍କୁ ବେଲପତ୍ର ଅର୍ପଣ କରନ୍ତୁ।

ବିଛା:- ପ୍ରତ୍ୟେକ କାର୍ଯ୍ୟରେ ସଫଳତା ପାଇବେ । ଛାତ୍ରଛାତ୍ରୀଙ୍କର ପାଠପଢାରେ ଉନ୍ନତି ହେବ । ସଭା ସମିତିରେ ମାନ ସମ୍ମାନ ପ୍ରତିଷ୍ଠା ହେବ।

ପ୍ରତିକାର:- ଶ୍ରୀ ହନୁମାନ ଚାଳିଶା ପାଠ କରନ୍ତୁ ।

ଧନୁ:- ବ୍ୟବସାୟରେ ଅଚାନକ ଧନ ଲାଭ ହେବ । କ୍ୟାରିୟରକୁ ଆଗକୁ ବଢିବା ଲାଗି ସୁଯୋଗ ମିଳିବ । ଭ୍ରମଣ ଯୋଗ ରହିଛି, ସୁସ୍ୱାଦୁ ଭୋଜନ କରିବେ ।

ପ୍ରତିକାର:- ବାପା ମାଙ୍କୁ ପ୍ରଣାମ କରନ୍ତୁ ।

ମକର:- ପାରିବାରିକ ସମସ୍ୟାର ସମାଧାନ ହେବ । ଶତୃମାନେ ମିତ୍ରତାର ହାତ ବଢାଇବେ । ଆର୍ଥିକ ସ୍ଥିତି ସୁଦୃଢ ହେବ, ସ୍ୱାମୀ ସ୍ତ୍ରୀ ମଧ୍ୟରେ ଦାମ୍ପତ୍ୟ ଜୀବନ ସୁଖମୟ ରହିବ ।

ପ୍ରତିକାର:- ମା ଦକ୍ଷିଣ କାଳୀଙ୍କୁ ଦର୍ଶନ କରନ୍ତୁ।

କୁମ୍ଭ:- ଚାକିରୀରେ ମାନ ସମ୍ମାନ ମିଳିବ । ବନ୍ଧୁବାନ୍ଧବ ସହଯୋଗର ହାତ ବଢାଇବେ । ସ୍ୱାମୀ ସ୍ତ୍ରୀ ମଧ୍ୟରେ ଉତ୍ତମ ବୁଝାମଣା ରହିବ, ବ୍ୟବସାୟରେ ଲାଭ ପାଇପାରିବେ ।

ପ୍ରତିକାର:- ଅସହାୟ ଲୋକଙ୍କୁ ସାହାଯ୍ୟ କରନ୍ତୁ ।

ମୀନ:- ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତିମାନେ ସମାଜ ସେବାରେ ଯୋଗ ଦେବେ । ବ୍ୟବସାୟ କରୁଥିବା ବ୍ୟକ୍ତିମାନେ ଲାଭବାନ ହେବେ । କର୍ମକ୍ଷେତ୍ରକୁ ନେଇ ବନ୍ଧୁ ସାହାଯ୍ୟ ସହଯୋଗ କରିବେ ।

ପ୍ରତିକାର:- ମିଠା ଦହି ଖାଆନ୍ତୁ ।