• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଆଜି ୨୦୨୨ ମସିହା, ମେ ମାସ, ୧୫ ତାରିଖ, ରବିବାର, ବୃଷ, ୧ ଦିନ, ବୈଶାଖ ମାସ, ଶୁକ୍ଳପକ୍ଷ,ଚତୁର୍ଦ୍ଦଶୀ ତିଥି ସ୍ବାତୀ ନକ୍ଷତ୍ର, ତୁଳା ଚନ୍ଦ୍ର,ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କର ଦିନ....

ମେଷ :-

  • ବ୍ୟବସାୟ କରୁଥିବା ବ୍ୟକ୍ତି ଲାଭ ପାଇପାରନ୍ତି
  • ଘରକୁ ଅତିଥିଙ୍କ ଆଗମନ ହେବ, ଆର୍ଥିକ ସ୍ଥିତି ସୁଦୃଢ ହେବ ଓ ମାନ ସମ୍ମାନ ପ୍ରାପ୍ତି ହୋଇପାରେ
  • ଶତ୍ରୁମାନେ କ୍ଷତି କରି ପାରିବେ ନାହିଁ ଏବଂ ଆପଣ ଶତ୍ରୁବିଜୟୀ ହୋଇପାରନ୍ତି

ପ୍ରତିକାର-ଶ୍ରୀ ଲକ୍ଷ୍ମୀନୃସିଂହକୁ ଦର୍ଶନ କରନ୍ତୁ

 

ବୃଷ :-

  • ରାଜନିତୀ କରୁଥିବା ବ୍ୟକ୍ତିମାନେ ଶୁଭଫଳ ପାଇପାରନ୍ତି
  • ବ୍ୟବସାୟ ଲାଗି ବାହାରକୁ ଯାତ୍ରା କରିବେ ,ବନ୍ଧୁ ସହଯୋଗର ହାତ ବଢାଇପାରନ୍ତି
  • ସ୍ବାମୀ ସ୍ତ୍ରୀ ମଧ୍ୟରେ ଉତ୍ତମ ବୁଝାମଣା ସହିତ ଭ୍ରମଣ ଯୋଗ ରହିଛି

ପ୍ରତିକାର- ମିଠା ଦହି ଖାଇ ଯାତ୍ରା ଆରମ୍ଭ କରନ୍ତୁ

 

ମିଥୁନ :-

  • ମାନସିକ ଅଶାନ୍ତି ଓ ପାରିବାରିକ ବିବାଦ ଦେଖାଦେବାସହିତ ଅପମାନ ପାଇପାରନ୍ତି
  • ସ୍ବାସ୍ଥ୍ୟଗତ ସମସ୍ୟା ଦେଖାଦେବ ଏବଂ ଆଣ୍ଠୁଗଣ୍ଟିରେ ଯନ୍ତ୍ରଣା ମଧ୍ୟ ଦେଖାଦେଇପାରେ
  • ଛାତ୍ରଛାତ୍ରୀ ପାଠ ପଢାକୁନେଇ ମନରେ କଳ୍ପନା ଜାରି ରହିପାରେ

ପ୍ରତିକାର- ଛୋଟ ପିଲାଙ୍କୁ ଚକୋଲେଟ୍ ବାଣ୍ଟି ଦିଅନ୍ତୁ

 

କର୍କଟ :-

  • କର୍ମ କ୍ଷେତ୍ରରେ ସାମାନ୍ୟ ପରିବର୍ତ୍ତନ ହୋଇପାରେ
  • ରାଜନୀତିରେ ମାନ ସମ୍ମାନ ମିଳିବ, ବସ୍ତ୍ର ବ୍ୟବସାୟ କରୁଥିବା ବ୍ୟକ୍ତିମାନେ ଲାଭ ପାଇପାରିବେ
  • ବକେୟା ପଡିଥିବା ଅର୍ଥ ପ୍ରାପ୍ତି ହୋଇପାରେ

ପ୍ରତିକାର- ନିଜର ଇଷ୍ଟ ଦେବୀଙ୍କୁ ସ୍ମରଣ କରନ୍ତୁ

 

ସିଂହ :-

  • ଛାତ୍ରଛାତ୍ରୀମାନେ କଳା କ୍ଷେତ୍ରରେ ସମ୍ମାନିତ ହୋଇପାରେ
  • ବନ୍ଧୁଙ୍କ ସହିତ ସାକ୍ଷାତ ହେବା ସହିତ ସୁସ୍ବାଦୁ ଭୋଜନ କରିପାରନ୍ତି
  • ବ୍ୟବସାୟକୁ ଆଗକୁ ବଢାଇବା ପାଇଁ ନୂତନ ଯୋଜନା ପ୍ରସ୍ତୁତ କରିପାରନ୍ତି

ପ୍ରତିକାର-ଜଳ ଏବଂ ମହୁ ସୂର୍ଯ୍ୟଦେବଙ୍କୁ ଅର୍ପଣ କରନ୍ତୁ

 

କନ୍ୟା :-

  • ଆୟ ଅନୁସାରେ ବ୍ୟୟ ଅଧିକ ହୋଇପାରେ
  • ବୃତ୍ତିଗତ କାମରେ ଦୂରସ୍ଥାନକୁ ଯାତ୍ରା କଲାବେଳେ ବନ୍ଧୁଙ୍କ ସହିତ ସାକ୍ଷାତ ହୋଇପାରେ
  • ପ୍ରତ୍ୟେକ କାର୍ଯ୍ୟରେ ସଫଳତା ପାଇବା ସହିତ ମାନ ସମାନ ବୃଦ୍ଧି ହୋଇପାରେ

ପ୍ରତିକାର- ଶ୍ରୀଗଣେଶ ମହାପ୍ରଭୁଙ୍କୁ ଦୁବ ଅର୍ପଣ କରନ୍ତୁ

 

ତୁଳା:-

  • ରାଜନୀତି କରୁଥିବା ବ୍ୟକ୍ତିଙ୍କୁ ସୁସମ୍ବାଦ ପ୍ରାପ୍ତି ହୋଇପାରେ
  • ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ ଦାମ୍ପତ୍ୟ ଜୀବନ ସୁଖମୟ ହୋଇପାରେ
  • ପ୍ରତ୍ୟେକ କାର୍ଯ୍ୟରେ ପ୍ରତିବନ୍ଧକ ଲାଗିବା ଫଳରେ ମନ ଅଶାନ୍ତି ରହିବାର ଆଶଙ୍କା ରହିଛି

ପ୍ରତିକାର- ମାଙ୍କୁ ପ୍ରଣାମ କରନ୍ତୁ

 

ବିଛା :-

  • ପାରିବାରିକ କଳହ ଲାଗି ରହିବ ଏବଂ ଶରୀରରେ ଆଘାତ ଲାଗିରହିପାରେ
  • ଅପରାହ୍ନରେ ଖୁସି ଖବର ମିଳିବା ସହିତ ସବୁ ସମସ୍ୟାର ସମାଧାନ ହୋଇପାରେ
  • ସୁସ୍ବାଦୁ ଭୋଜନ କରିପାରନ୍ତି

ପ୍ରତିକାର- ଲାଲ ସିନ୍ଦୁର ମଥାରେ ଲଗାନ୍ତୁ

 

ଧନୁ :-

  • କର୍ମ କ୍ଷେତ୍ରକୁ ନେଇ ସାମାନ୍ୟ ଅଶାନ୍ତି ଦେଖାଦେଇପାରେ
  • ମିଡିଆରେ କାର୍ଯ୍ୟରତ ଥିବା ବ୍ୟକ୍ତି ଶୁଭଫଳ ପାଇପାରନ୍ତି
  • ଦାମ୍ପତ୍ୟ ଜୀବନ ସୁଖମୟ ରହିପାରେ

ପ୍ରତିକାର-ଇଷ୍ଟ ଦେବୀଙ୍କୁ ସ୍ମରଣ କରନ୍ତୁ

 

ମକର :-

  • ଛାତ୍ରଛାତ୍ରୀମାନେ ପାଠ ପଢାକୁ ନେଇ ସୁଚିନ୍ତା କରିପାରନ୍ତି
  • ଭବିଷ୍ୟତ ପାଇଁ ନୂଆ ଯୋଜନା ପ୍ରସ୍ତୁତ କରିପାରନ୍ତି
  • ପାରିବାରିକ ସମସ୍ୟାକୁ ନେଇ ଚିନ୍ତାଗ୍ରସ୍ତ ରହିପାରନ୍ତି

ପ୍ରତିକାର- କୁକୁରକୁ ଖାଦ୍ୟ ଦିଅନ୍ତୁ

 

କୁମ୍ଭ :-

  • ବୃତ୍ତିଗତ କାମକୁ ନେଇ ଦ୍ୱନ୍ଦରେ ରହିପାରନ୍ତି
  • ପରିବାରପାଇଁ ବନ୍ଧୁ ସହଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେଇପାରନ୍ତି
  • ଆୟ ଅନୁପାତରେ ବ୍ୟୟ ଅଧିକ ହୋଇପାରେ

ପ୍ରତିକାର- ଶ୍ରୀହନୁମାନ ଚାଳିଶା ପାଠ କରନ୍ତୁ

 

ମୀନ :-

  • ଜୀବନ ସାଥୀଙ୍କଠାରୁ ପୂର୍ଣ୍ଣ ସମର୍ଥନ ମିଳିବା ସହିତ ପାରିବାରିକ ସମସ୍ୟା ସମାଧାନ ହୋଇପାରିବ ।
  • ବ୍ୟବସାୟୀମାନେ ଚିନ୍ତାଗ୍ରସ୍ତ ରହିପାରନ୍ତି ।
  • ଆର୍ଥିକ ସମସ୍ୟା ଲାଗି ରହିପାରେ ।

ପ୍ରତିକାର- ଗୁରୁଜନଙ୍କୁ ପ୍ରଣାମ କରନ୍ତୁ