• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଆଜି ୨୦୨୨ ମସିହା, ଏପ୍ରିଲ ମାସ ୧୫ ତାରିଖ, ଶୁକ୍ରବାର, ମେଷ ୨ ଦିନ, ଚୈତ୍ୟ ମାସ, ଶୁକ୍ଳପକ୍ଷ, ଚତୁର୍ଦଶୀ ତିଥି, ଉତ୍ତରା ଫାଲଗୁନି ନକ୍ଷତ୍ର,ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କର ଦିନ...

ମେଷ-ବ୍ୟବସାୟରେ କ୍ଷତିର ସମ୍ଭାବନା ଅଛି, ଏଣୁ ସତର୍କ ରହି ବ୍ୟବସାୟ କରନ୍ତୁ । ପ୍ରିୟଜନଙ୍କ ସାହାଯ୍ୟ ସହଯୋଗ ପାଇପାରନ୍ତି । ମହିଳାମାନେ ଚିନ୍ତାଗ୍ରସ୍ତ ରହି ମାନସିକ ଅଶାନ୍ତି ପାଇପାରିବେ ।

ବୃଷ- ମାନସିକ ଅଶାନ୍ତି ଦେଇ ଗତି କରିପାରନ୍ତି । ଚାଲିଥିବା କାର୍ଯ୍ୟ ହଠାତ୍ ବନ୍ଦ ହେବାର ସମ୍ଭାବନା ରହିଛି । ଶାରିରୀକ ଅସୁସ୍ଥତା ମଧ୍ୟ ଦେଖାଦେଇପାରେ, ସତର୍କ ରୁହନ୍ତୁ ।

  • ପ୍ରତିକାର-ଗୋ ମାତାଙ୍କୁ ଖାଦ୍ୟ ପ୍ରଦାନ କରନ୍ତୁ

ମିଥୁନ- କାର୍ଯ୍ୟକ୍ଷେତ୍ରରେ ସଫଳତା ପାଇପାରନ୍ତି । କିନ୍ତୁ ମାନସିକ ଚାପ ଅନୁଭବ କରିପାରନ୍ତି । ଦୂରଯାତ୍ରାର ସୁଯୋଗ ଆସିବ ଏବଂ ଯାତ୍ରାରେ ଶୁଭଫଳ ପାଇପାରନ୍ତି ।

  • ପ୍ରତିକାର-ଶୁଭତ୍ତ୍ୱରେ ବୃଦ୍ଧି ପାଇଁ ସବୁଜ ରଙ୍ଗର ବ୍ୟବହାର କରନ୍ତୁ

କର୍କଟ- ବ୍ୟବସାୟ ବାଣିଜ୍ୟରେ ଆଶାରୁ ଅଧିକ ଲାଭବାନ ହୋଇପାରନ୍ତି । ସାମାଜିକ ମାନସମ୍ମାନ ମିଳିପାରେ । ଶତ୍ରୁମାନେ ପରାଜିତ ହୋଇପାରନ୍ତି ।

  • ପ୍ରତିକାର- ଶୁଭତ୍ତ୍ୱରେ ବୃଦ୍ଧି ପାଇଁ ଧଳା ରଙ୍ଗର ବ୍ୟବହାର କରନ୍ତୁ

ସିଂହ- କାର୍ଯ୍ୟକ୍ଷେତ୍ରରେ ସଫଳତା ପାଇ ମନ ଖୁସି ରହିପାରେ । ବ୍ୟବସାୟରେ ଲାଭ କ୍ଷତି ସମାନ ରହିପାରେ । ବିଶିଷ୍ଟ ବ୍ୟକ୍ତିଙ୍କ ସହ ସମ୍ପର୍କ ବୃଦ୍ଧି ହୋଇପାରେ ।

  • ପ୍ରତିକାର- ଶୁଭତ୍ତ୍ୱରେ ବୃଦ୍ଧି ପାଇଁ ନାଲି ରଙ୍ଗର ବ୍ୟବହାର କରନ୍ତୁ

କନ୍ୟା- ବ୍ୟବସାୟରେ ଆୟ ବ୍ୟୟ ସମାନ ରହିପାରେ । ବନ୍ଧୁଙ୍କ ସାହାଯ୍ୟ ସହଯୋଗ ପାଇ ଅଟକିଥିବା କାର୍ଯ୍ୟକୁ ସମ୍ପୂର୍ଣ୍ଣ କରିପାରିବେ । ପରିବାରରେ ପାରିବାରିକ ଶାନ୍ତି ପାଇପାରନ୍ତି ।

  • ପ୍ରତିକାର- ଶୁଭତ୍ତ୍ୱରେ ବୃଦ୍ଧି ପାଇଁ ସବୁଜ ରଙ୍ଗର ବ୍ୟବହାର କରନ୍ତୁ

ତୁଳା- ଆର୍ଥିକ ସ୍ଥିତି ଆଜି ଭଲ ରହିପାରେ । ବ୍ୟବସାୟ ବାଣିଜ୍ୟରେ ଉନ୍ନତି କରିପାରନ୍ତି । ବିଶିଷ୍ଟ ବ୍ୟକ୍ତିଙ୍କ ସାଥିରେ ମିତ୍ରତା ବଢିପାରେ ।

  • ପ୍ରତିକାର- ଶୁଭତ୍ତ୍ୱରେ ବୃଦ୍ଧି ପାଇଁ ଧଳା ରଙ୍ଗର ବ୍ୟବହାର କରନ୍ତୁ

ବିଛା- କାର୍ଯ୍ୟ କ୍ଷେତ୍ରରେ ଉଚ୍ଚପଦ ଅଧିକାରୀଙ୍କ ସାଙ୍ଗରେ ବାଦବିବାଦ ଉପୁଜିପାରେ, ସତର୍କ ରୁହନ୍ତୁ । ଗୁପ୍ତ ଶତ୍ରୁମାନେ ହଇରାଣରେ ପକାଇ ପାରନ୍ତି । ବନ୍ଧୁବାନ୍ଧବଙ୍କ ସାହାଯ୍ୟ ସହଯୋଗ ପାଇପାରିବେ ।

  • ପ୍ରତିକାର- ହନୁମାନ ଚାଳିସା ପାଠ କରନ୍ତୁ

ଧନୁ- ଇଚ୍ଛିତ ଅଭିଳାଷ ପୂରଣ ହେବା ଯୋଗୁଁ ମନ ଖୁସି ରହିପାରେ । ବ୍ୟବସାୟ ବାଣିଜ୍ୟରେ ଉନ୍ନତି ହେବା ସହ ଧନ ପ୍ରାପ୍ତି ହେବ ହୋଇପାରେ । ଶରୀରରେ ଆଘାତ ଲାଗିପାରେ ।

  • ପ୍ରତିକାର:-ହଳଦିଆ ରଙ୍ଗର ବ୍ୟବହାର କରନ୍ତୁ

ମକର - ବ୍ୟବସାୟ ବାଣିଜ୍ୟରେ ଆୟ ଅପେକ୍ଷା ବ୍ୟୟ ଅଧିକ ହୋଇପାରେ । ବ୍ୟବସାୟ ସ୍ଥଳରେ ବାଦବିବାଦ ଉପୁଜିପାରେ, ସତର୍କ ରହି କାର୍ଯ୍ୟ କରନ୍ତୁ । ଶାରିରୀକ ଅସୁସ୍ଥତା ମଧ୍ୟ ଦେଖାଦେଇପାରେ ।

  • ପ୍ରତିକାର-ଶ୍ରୀ ଗଣେଶଙ୍କୁ ଅାରାଧନା କରନ୍ତୁ ଏବଂ ଦୁର୍ବା ଅର୍ପଣ କରନ୍ତୁ

କୁମ୍ଭ-କାର୍ଯ୍ୟ କ୍ଷେତ୍ରରେ ସହଯୋଗ ପାଇପାରନ୍ତି । ବ୍ୟବସାୟରେ ଆୟ ବ୍ୟୟ ସମାନ ରହିପାରେ । ପରିବାରରେ ମତଭେଦ ହୋଇପାରେ ।

  • ପ୍ରତିକାର- ନମଃ ଶିବାୟ ମନ୍ତ୍ରକୁ ଜପ କରି ନିଅନ୍ତୁ

ମୀନ-ବ୍ୟବସାୟ ବାଣିଜ୍ୟରେ ଲାଭବାନ ହୋଇପାରନ୍ତି । ସୁଖାଦ୍ୟ ଭୋଜନ ସହ ଭ୍ରମଣ ଯୋଗ ରହିଛି । ପରିବାରରେ ଶାନ୍ତି ପାଇବେ କିନ୍ତୁ ଆଘାତ ଲାଗିପାରେ ।

  • ପ୍ରତିକାର:- ଗୋ ମାତାଙ୍କୁ ଖାଦ୍ୟ ଦିଅନ୍ତୁ