Advertisment

Daily Horoscope,14 Nov 2021: ଜାଣନ୍ତୁ ଆଜିର ରାଶିଫଳ…

ଆଜି ୨୦୨୧ ମସିହା, ନଭେମ୍ବର ମାସ ୧୪ ତାରିଖ, ରବିବାର, ତୁଳା ୨୯ ଦିନ, କାର୍ତ୍ତିକ ମାସ, ଶୁକ୍ଳପକ୍ଷ, ଏକାଦଶୀ ତିଥି। ଜାଣନ୍ତୁ ଆଜି କେମିତି କଟିବ ଆପଣଙ୍କ ଦିନ ଓ କ’ଣ ରହିଛି ଆପଣଙ୍କ ରାଶିରେ...

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Daily Horoscope

Daily Horoscope

ଆଜି ୨୦୨୧ ମସିହା, ନଭେମ୍ବର ମାସ ୧୪ ତାରିଖ, ରବିବାର, ତୁଳା ୨୯ ଦିନ, କାର୍ତ୍ତିକ ମାସ, ଶୁକ୍ଳପକ୍ଷ, ଏକାଦଶୀ ତିଥି। ଜାଣନ୍ତୁ ଆଜି କେମିତି କଟିବ ଆପଣଙ୍କ ଦିନ ଓ କ’ଣ ରହିଛି ଆପଣଙ୍କ ରାଶିରେ...

Advertisment

ମେଷ: ମାଙ୍ଗଳିକ କାର୍ଯ୍ୟ ହେଉ କିମ୍ବା କର୍ମକ୍ଷେତ୍ରକୁ ନେଇ ଶୁଭ ଖବର ମିଳିପାରେ। ଆର୍ଥିକ ସମସ୍ୟା ଦୂର ହୋଇପାରେ ଏବଂ ବ୍ୟବସାୟରେ ଲାଭ ମିଳିପାରେ। ଘରକୁ ଅତିଥିଙ୍କର ଆଗମନ ହେବ ଏବଂ ପରିବାରରେ ହସଖୁସିରେ ସମୟ ବିତିବ।
ପ୍ରତିକାର- ଲାଲ୍ ସିନ୍ଦୁର ମଥାରେ ଲଗାନ୍ତୁ

ବୃଷ: କର୍ମକ୍ଷେତ୍ରରେ ମାନ ସମ୍ମାନ ମିଳିବାରୁ ମନ ଖୁସି ରହିବ। ସ୍ୱାସ୍ଥ୍ୟରେ ଆଗ ଅପେକ୍ଷା ଉନ୍ନତି ହେବ। ପ୍ରତ୍ୟେକ କାର୍ଯ୍ୟରେ ବିଜୟ ମିଳିପାରେ। ସମାଜ ସେବା କରିବା ପାଇଁ ମନ ବଳାଇବେ।
ପ୍ରତିକାର- ଗୋମାତାଙ୍କୁ ଖାଦ୍ୟ ଦିଅନ୍ତୁ  

Advertisment

ମିଥୁନ: ଆଜି ଦିନଟି ପୂଜାପୂଜିରେ ସମୟ ଅତିବାହିତ କରିବେ। ଯେକୌଣସି ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗ ଦେବେ। ବ୍ୟବସାୟ ବାଣିଜ୍ୟରେ ସଫଳତା ପାଇପାରନ୍ତି। ପାରିବାରିକ ଜୀବନ ସୁଖମୟ ହେବ
ପ୍ରତିକାର- ଶ୍ରୀ ଗଣେଷଙ୍କୁ ଦୂବ ଅର୍ପଣ କରନ୍ତୁ 

କର୍କଟ: ପ୍ରତ୍ୟେକ କାର୍ଯ୍ୟରେ ଶୀର୍ଷରେ ପହଁଞ୍ଚିବା ପୂର୍ବରୁ ବାଧାବିଘ୍ନ ଦେଖା ଦେଇପାରେ। ସ୍ୱାସ୍ଥ୍ୟଗତ ସମସ୍ୟାକୁ ନେଇ ଅର୍ଥ ବ୍ୟୟ ହେବ। ନିଜର ଲୋକମାନେ ଇର୍ଷା କରିବେ ଏବଂ ଗୁପ୍ତଶତ୍ରୁ ବୃଦ୍ଧି ହେବ। ଯାନବାହାନରେ ସାବଧାନ ସହିତ ଯାଆନ୍ତୁ।
ପ୍ରତିକାର- ମା’ଙ୍କର ପାଦ ଛୁଇଁ ପ୍ରଣାମ କରନ୍ତୁ

ସିଂହ: ଶତ୍ରୁମାନେ ପରାଜିତ ହେବେ ଏବଂ ବନ୍ଧୁତାର ହାତ ବଢାଇବେ। ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଉତ୍ତମ ବୁଝାମଣା ସହିତ ପ୍ରେମ ଭାବ ବୃଦ୍ଧି ହେବ। ପ୍ରତ୍ୟେକ କାର୍ଯ୍ୟରେ ସଫଳତା ମିଳିପାରେ। ରାଜନୀତିରେ ଥିବା ବ୍ୟକ୍ତିଙ୍କ ପାଇଁ କିଛି ସମସ୍ୟା ଲାଗି ରହିବ।
ପ୍ରତିକାର- ଶ୍ରୀ ହନୁମାନ ଗାୟତ୍ରୀ ପାଠ କରନ୍ତୁ 

କନ୍ୟା: କର୍ମକ୍ଷେତ୍ରରେ ଉନ୍ନତି ହେବ ଏବଂ ବ୍ୟବସାୟରେ ଲାଭ ପାଇପାରେ। ସାମାଜିକ କ୍ଷେତ୍ରରେ ମାନ ସମ୍ମାନ ଓ ଯଶପ୍ରାପ୍ତି ହେବ। ବହୁ ଦିନରୁ ଚିନ୍ତା କରୁଥିବା କାର୍ଯ୍ୟକୁ ପୂରଣ କରିବେ। କିନ୍ତୁ ପାରିବାରିକ କଳହ ଲାଗିବ। 
ପ୍ରତିକାର- ବ୍ରାହ୍ମଣଙ୍କୁ ପ୍ରଣାମ କରନ୍ତୁ

ତୁଳା: ଆଜି ବହୁଦିନର ଦୂରବନ୍ଧୁଙ୍କ ସହିତ ମିଳନ ହେବ। ଛାତ୍ରଛାତ୍ରୀମାନଙ୍କ ପାଇଁ ଦିନଟି ଭଲ ରହିବ। ପାରିବାରିକ ବୁଝାମଣା ଠିକ୍‌ ରହିବା ସହିତ ବ୍ୟବସାୟରେ ଉନ୍ନତି କରିବେ। ମାଙ୍ଗଳିକ କାର୍ଯ୍ୟ କରିବା ପାଇଁ ବନ୍ଧୁଙ୍କ ସହିତ ଆଲୋଚନା କରିବେ।
ପ୍ରତିକାର- ଗ୍ରାମ ଦେବୀଙ୍କ ପାଖରେ ଘିଅଦ୍ୱୀପ ଜାଳନ୍ତୁ

ବିଛା: କର୍ମକ୍ଷେତ୍ରରେ ବାଧାବିଘ୍ନର ସମ୍ମୁଖୀନ ହେବେ ଓ ଅପମାନ ପାଇବାର ଯୋଗ ରହିଛି। ନୂତନ କର୍ମ ଲାଗି ଦୂରସ୍ଥାନକୁ ଯାତ୍ରା କରିବେ। ପରିବାରରୁ ପୂର୍ଣ୍ଣ ସମର୍ଥନ ନ ମିଳିବାରୁ ମନ ଭଲ ରହିବ ନାହିଁ।
ପ୍ରତିକାର- ଶ୍ରୀ ହନୁମାନ ଚାଳିଶା ପାଠ କରନ୍ତୁ

ଧନୁ: ସନ୍ତାନମାନଙ୍କର କାର୍ଯ୍ୟକଳାପ ସନ୍ତୋଷଜନକ ହେବ। ପରିବାରରେ ଭାତୃବିବାଦ ବୃଦ୍ଧି ହେବ। ବ୍ୟବସାୟରେ ଲାଭବାନ ହେବେ ଏବଂ ନୂତନ ଜିନିଷ ଘର ପାଇଁ କ୍ରୟ କରିପାରନ୍ତି। ଘରକୁ ବନ୍ଧୁଙ୍କର ଆଗମନ ହେବ ଏବଂ ସୁସ୍ୱାଦୁ ଭୋଜନ କରିବେ। 
ପ୍ରତିକାର- ମଥାରେ ଚନ୍ଦନ ଧାରଣ କରନ୍ତୁ

ମକର: ବ୍ୟବସାୟୀମାନେ ଆଶାନୁସାରେ ଫଳ ପାଇବେ ନାହିଁ। ବ୍ୟୟ ବୃଦ୍ଧି ହୋଇପାରେ। ନିଜର ଉତ୍ତମ ବ୍ୟବହାର ଦ୍ୱାରା ସମସ୍ତଙ୍କୁ ନିଜର କରିପାରିବେ। କଳାକ୍ଷେତ୍ରରେ ମାନସମ୍ମାନ ପ୍ରାପ୍ତି ହେବ।
ପ୍ରତିକାର- ଶ୍ରୀ ହନୁମାନଙ୍କ ସିନ୍ଦୁର ମଥାରେ ଲଗାନ୍ତୁ 

କୁମ୍ଭ: ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଦାମ୍ପତ୍ୟ ଜୀବନ ସୁଖମୟ ହେବ। ଛାତ୍ରଛାତ୍ରୀମାନେ ପାଠପଢାରେ ଉନ୍ନତି କରିବେ। ବସ୍ତ୍ର ବ୍ୟବସାୟ କରୁଥିବା ବ୍ୟକ୍ତି ଲାଭ ପାଇପାରିବେ।
ପ୍ରତିକାର- କୁଆ, ପାରାଙ୍କୁ ଖାଦ୍ୟ ଦିଅନ୍ତୁ

ମୀନ: ପାରିବାରିକ ଅଶାନ୍ତି ଲାଗି ରହିବ ଏବଂ କଳହ ଯୋଗ ରହିଛି। ବ୍ୟବସାୟରେ ବ୍ୟୟ ହୋଇପାରେ। ଅସୁସ୍ଥ ଅନଭୁବ କରିପାରନ୍ତି। କୌଣସି ଏକ ଜରୁରୀ କାର୍ଯ୍ୟ ପାଇଁ ଦୂରସ୍ଥାନକୁ ଯାତ୍ରା କରିବେ।
ପ୍ରତିକାର- ବାପା-ମା’ଙ୍କୁ ପ୍ରଣାମ କରନ୍ତୁ

Daily Horoscope
Advertisment
Advertisment