• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଆଜି ୨୦୨୨ ମସିହା ମେ ମାସ ୧୪ ତାରିଖ, ଶନିବାର ମେଷ ୩୧ ଦିନ ବୈଶାଖ ମାସ ଶୁକ୍ଳପକ୍ଷ । ତ୍ରୟୋଦଶୀ ତିଥି , ଚିତ୍ରା ନକ୍ଷତ୍ର ତୁଳା ଚନ୍ଦ୍ର । ଆଜି ବୃଷ, ସିଂହ, କନ୍ୟା ରାଶିର ଘାତବାର ଓ ବୃଷ, ଧନୁ ରାଶିର ଘାତଚନ୍ଦ୍ର ।

ମେଷ

ବୃତ୍ତିଗତ କାମରେ ଦୂରସ୍ଥାନକୁ ଯାତ୍ରା କରିବାର ସମ୍ଭାବନା ରହିଛି । ଆୟ ଅନୁପାତରେ ବ୍ୟୟ ବଢିବାରୁ ମନରେ ଅସ୍ଥିରତା ସୃଷ୍ଟି ହୋଇପାରେ । ପରିଶ୍ରମ ଅନୁସାରେ ପାରିଶ୍ରମିକ କମ୍ ମିଳିବ ।

ପ୍ରତିକାର- ଗୋମାତାଙ୍କୁ ଖାଦ୍ୟ ଦିଅନ୍ତୁ

ବୃଷ

ପାରିବାରିକ ସମସ୍ୟା ଲାଗି ରହିବାରୁ ଅପବାଦ ପାଇବାର ଆଶଙ୍କା ରହିଛି । ସ୍ୱାମୀ ସ୍ତ୍ରୀ ମଧ୍ୟରେ ଦାମ୍ପତ୍ୟ ଜୀବନ ସୁଖମୟ ରହିବ । ଚାକିରୀ କ୍ଷେତ୍ରରେ ଗୁପ୍ତଶତ୍ରୁ ବୃଦ୍ଧି ସମ୍ଭାବନା ରହିଛି ।

ପ୍ରତିକାର-ଚଉରା ମାଟି ମଥାରେ ଲଗାନ୍ତୁ

ମିଥୁନ

ସାମାଜିକ କାର୍ଯ୍ୟରେ ଅଧିକ ସମୟ ଦେବେ ଏବଂ ମାନସମ୍ମାନ ପାଇବେ । ଘର ପାଇଁ ନୂତନ ଦ୍ରବ୍ୟ କ୍ରୟ କରିବେ ଏବଂ ଚାକିରୀ କ୍ଷେତ୍ରରେ ଉନ୍ନତି ସମ୍ଭାବନା । ଛାତ୍ରଛାତ୍ରୀଙ୍କୁ ଭବିଷ୍ୟତ ପାଇଁ ସୁସମ୍ବାଦ ପ୍ରାପ୍ତି ହୋଇପାରେ ।

ପ୍ରତିକାର- ମାଆଙ୍କର ପାଦ ଛୁଇଁ ପ୍ରଣାମ କରନ୍ତୁ

କର୍କଟ

ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଉତ୍ତମ ବୁଝାମଣା ରହିଲେ ମଧ୍ୟ ଆର୍ଥିକ ସମସ୍ୟା ଦେଖାଦେଇପାରେ । ଯାନବାହନରେ ଗଲାବେଳେ ସାବଧାନ ସହିତ ଯାଆନ୍ତୁ । ମାଙ୍ଗଳିକ କାର୍ଯ୍ୟପାଇଁ ବନ୍ଧୁଙ୍କର ପରାମର୍ଶ ନେବେ ଏବଂ ବାକି ପଡିଥିବା ଅର୍ଥ ଆଦାୟ କରିବାର ସମ୍ଭାବନା ରହିଛି ।

ପ୍ରତିକାର-କୁକୁର କୁ ଖାଦ୍ୟ ଦିଅନ୍ତୁ

ସିଂହ

ସାମାଜିକ କ୍ଷେତ୍ରରେ ମାନସମ୍ମାନ ପ୍ରାପ୍ତି ହେବ ଏବଂ ବ୍ୟବସାୟ କ୍ଷେତ୍ରରେ ଦୂରସ୍ଥାନକୁ ଯାତ୍ରା କରିପାରନ୍ତି । ପିତାଙ୍କର ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେବାରୁ ମନରେ କଷ୍ଟ ଅନୁଭବ କରିବେ । ନୂଆ ବନ୍ଧୁଙ୍କ ସହିତ ମିଳନ ହେବା ସହିତ ସୁସ୍ୱାଦୁ ଭୋଜନ କରିବାର ସମ୍ଭାବନା ରହିଛି ।

ପ୍ରତିକାର-ସୂର୍ଯ୍ୟଦେବଙ୍କୁ ଜଳ ଅର୍ପଣ କରନ୍ତୁ

କନ୍ୟା

ବ୍ୟବସାୟରେ ନୂଆ ନୀତି ପ୍ରୟୋଗ କରି ଅର୍ଥଲାଭ କରିବାର ସମ୍ଭାବନା ରହିଛି । ସ୍ୱାସ୍ଥ୍ୟଗତ ସମସ୍ୟାକୁ ନେଇ କିଛି ଅର୍ଥ ବ୍ୟୟ ହେବା ଆଶଙ୍କା । ସନ୍ତାନମାନଙ୍କର ସ୍ୱଭାବ ବାପା ମାଙ୍କ ମନରେ କଷ୍ଟ ଦେ‌ଇପାରେ ।

ପ୍ରତିକାର-ମଥାରେ ହଳଦୀ ଟୀକା ଲଗାନ୍ତୁ

ତୁଳା

କର୍ମକ୍ଷେତ୍ରରେ ଅଧିକ ଦାୟିତ୍ୱ ନିର୍ବାହ କରିବେ ଏବଂ ଛାତ୍ରଛାତ୍ରୀମାନେ ପାଠ ପଢାରେ ଉନ୍ନତି କରିପାରନ୍ତି । ପାରିବାରିକ ସମସ୍ୟା ଓ ମାଲିମକଦ୍ଦମା ଯାହା ଥିଲା ତାହା ସମାଧାନରେ ପହଞ୍ଚିପାରେ । ଗୁପ୍ତଶତ୍ରୁଙ୍କ ପ୍ରତି ସାବଧାନ ରହିବେ, ନଚେତ୍ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି ।

ପ୍ରତିକାର- ଶ୍ରୀ ହନୁମାନ ଚାଳିଶା ପାଠ କରନ୍ତୁ

ବିଚ୍ଛା

ବ୍ୟବସାୟ କରୁଥିବା ବ୍ୟକ୍ତିଙ୍କୁ ଲାଭ ମିଳିବ ଏବଂ ଛାତ୍ରଛାତ୍ରୀଙ୍କୁ ଚାକିରି ପାଇଁ ସୁଯୋଗ ମିଳିପାରେ । ନୂଆ ଲୋକଙ୍କ ସହିତ ସମ୍ପର୍କ ସୁଦୃଢ ହେବ ଏବଂ ମାନସମ୍ମାନ ପ୍ରାପ୍ତି ହେବାର ସମ୍ଭାବନା । ଦୂରସ୍ଥାନକୁ ଯାତ୍ରା କଲାବେଳେ ସାବଧାନର ସହିତ ଯାଆନ୍ତୁ ।

ପ୍ରତିକାର- ମା ପାର୍ବତୀଙ୍କୁ ସିନ୍ଦୂର ଅର୍ପଣ କରନ୍ତୁ

ଧନୁ

ରାଜନୀତି କରୁଥିବା ବ୍ୟକ୍ତିମାନେ ଶୁଭଫଳ ପାଇପାରନ୍ତି, କିନ୍ତୁ କର୍ମକ୍ଷେତ୍ରରେ ବାଧାବିଘ୍ନ ଦେଖାଯିବାର ସମ୍ଭାବନା । ବ୍ୟବସାୟୀମାନେ ନୂଆ ବ୍ୟବସାୟ କରିବା ପାଇଁ ବନ୍ଧୁଙ୍କର ସାହାଯ୍ୟ ନେଇପାରନ୍ତି । ଜମି, ଗୃହ, ଯାନବାହନ କ୍ରୟ କରିବା ପାଇଁ ସୁଯୋଗ ମିଳିପାରେ ।

ପ୍ରତିକାର-ଶ୍ରୀ ହନୁମାନ ଗାୟତ୍ରୀ ପାଠ କରନ୍ତୁ

ମକର

ପାରିବାରିକ କଳହ ଲାଗି ରହିବା ସହିତ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଅଶାନ୍ତି ସୃଷ୍ଟି ହୋଇପାରେ । ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଯିବା ସହିତ ଅର୍ଥ ବ୍ୟୟ ମଧ୍ୟ ହେବାର ସମ୍ଭାବନା । ଦୂରସ୍ଥାନକୁ ଯାତ୍ରା କଲେ ସାବଧାନର ସହିତ ଯାଆନ୍ତୁ ।

ପ୍ରତିକାର-ମଥାରେ ହଳଦୀ ଟୀକା ଲଗାନ୍ତୁ

କୁମ୍ଭ

ଚାକିରୀ କରିଥିବା ବ୍ୟକ୍ତିଙ୍କୁ ମାନସମ୍ମାନ ପ୍ରାପ୍ତି ହୋଇପାରେ । ରାଜନୀତି କରୁଥିବା ବ୍ୟକ୍ତି ସାମାଜିକ କାର୍ଯ୍ୟକ୍ରମରେ ଯୋଗଦେଇ ପାରନ୍ତି । ବ୍ୟବସାୟୀମାନେ ବ୍ୟବସାୟରେ ଉନ୍ନତି କରିବେ ଓ ଆର୍ଥିକ ସମସ୍ୟା ଦୂର ହୋଇପାରେ ।

ପ୍ରତିକାର-କୁକୁରକୁ ଖାଦ୍ୟ ଦିଅନ୍ତୁ

ମୀନ

ନୂଆ ବନ୍ଧୁଙ୍କ ସହିତ ମିଳନ ହେବ ଓ ସୁସ୍ୱାଦୁ ଭୋଜନ କରିବାର ସମ୍ଭାବନା । ବ୍ୟବସାୟ କ୍ଷେତ୍ରରେ ଉନ୍ନତି କଲେ ମଧ୍ୟ ପଡୋଶୀଙ୍କ ସହିତ ବିବାଦ ଉପୁଜିପାରେ । ଛାତ୍ରଛାତ୍ରୀମାନେ ପାଠପଢାରେ ଉନ୍ନତି କରିବେ ଓ ଚାକିରୀକ୍ଷେତ୍ରରେ ସୁଯୋଗ ପାଇପାରନ୍ତି ।

ପ୍ରତିକାର-ବ୍ରାହ୍ମଣଙ୍କୁ ପ୍ରଣାମ କରନ୍ତୁ