• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଆଜି ୨୦୨୨ ମସିହା ଏପ୍ରିଲ ମାସ, ୧୪ ତାରିଖ, ଗୁରୁବାର, ମେଷ ୧ ଦିନ, ଚୈତ୍ୟ ମାସ, ଶୁକ୍ଳପକ୍ଷ, ତ୍ରୟୋଦଶୀ ତିଥି, ପୂର୍ବ ଫାଲଗୁନ ନକ୍ଷତ୍ର,ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କ ଦିନ...

ମେଷ:- କାର୍ଯ୍ୟ କ୍ଷେତ୍ରରେ ଅତ୍ୟଧିକ ବ୍ୟସ୍ତ ରହିପାରନ୍ତି । ବ୍ୟବସାୟ ବାଣିଜ୍ୟରେ ଲାଭ, କ୍ଷତି ସମାନ ରହିପାରେ । ପରିବାର ଏବଂ ସନ୍ତାନ ପକ୍ଷକୁ ନେଇ ଚିନ୍ତିତ ରହିପାରନ୍ତି ।

  • ପ୍ରତିକାର- ନମଃ ଶିବାୟ ମନ୍ତ୍ରକୁ ୨୧ ଥର ଜପ କରନ୍ତୁ

ବୃଷ:- ବ୍ୟବସାୟରେ ଅଚାନକ କ୍ଷତି ହୋଇଯାଇପାରେ, ସତର୍କ ରୁହନ୍ତୁ । ପରିବାର ବର୍ଗଙ୍କ ସାଙ୍ଗରେ ମତାନ୍ତର ମନାନ୍ତର ହୋଇପାରେ ।ବନ୍ଧୁଙ୍କ ସାହାଯ୍ୟ ସହଯୋଗ ପାଇପାରନ୍ତି ।

  • ପ୍ରତିକାର- ଶୁଂ ଶୁକ୍ରାୟ ନମଃ ମନ୍ତ୍ରକୁ ୧୦୮ ଥର ଜପ କରନ୍ତୁ

ମିଥୁନ:- କର୍ମ କ୍ଷେତ୍ରରେ ସଫଳତା ପାଇପାରନ୍ତି । ଅଟକି ରହିଥିବା କାର୍ଯ୍ୟକୁ ସମ୍ପୂର୍ଣ୍ଣ କରିପାରନ୍ତି । ବ୍ୟବସାୟରେ ଲାଭବାନ ହୋଇପାରନ୍ତି ।

  • ପ୍ରତିକାର-ଶୁଭତ୍ତ୍ୱରେ ବୃଦ୍ଧି ପାଇଁ ଅସହାୟ ବ୍ୟକ୍ତିଙ୍କୁ ସାହାଯ୍ୟ କରନ୍ତୁ

କର୍କଟ:- ବିନା କାରଣରେ ବାଦବିବାଦରେ ଫସିପାରନ୍ତି, ଏଣୁ ସତର୍କ ରୁହନ୍ତୁ । ଦୂରଯାତ୍ରା କରିବାକୁ ପଡିପାରେ ପରିବାରରେ ସାମାନ୍ୟ ମତଭେଦ ହୋଇପାରେ ।

  • ପ୍ରତିକାର- ନମଃ ଶିବାୟ ମନ୍ତ୍ରକୁ ୧୦୮ ଥର ଜପ କରନ୍ତୁ

ସିଂହ:- କର୍ମ କ୍ଷେତ୍ରରେ ସହଯୋଗୀ ମାନଙ୍କ ଠାରୁ ସାହାଯ୍ୟ ସହଯୋଗ ପାଇପାରନ୍ତି । ନୂତନ ଗବେଷଣାମୂଳକ କାର୍ଯ୍ୟରେ ମନ ନିବେଶ କରିପାରନ୍ତି । ପରିବାରରେ ଶାନ୍ତି ପାଇପାରନ୍ତି ।

  • ପ୍ରତିକାର- ଶୁଭତ୍ତ୍ୱରେ ବୃଦ୍ଧି ପାଇଁ ନାଲି ରଙ୍ଗର ବ୍ୟବହାର କରନ୍ତୁ

କନ୍ୟା:- ଅତ୍ୟଧିକ ବ୍ୟୟ ବଢିପାରେ । ନିଜ ମନ ପସନ୍ଦର ଦ୍ରବ୍ୟ ହାନି ହୋଇଯାଇପାରେ । ପରିବାର ବର୍ଗଙ୍କ ସହ ଦୂରଯାତ୍ରା କରିପାରନ୍ତି ।

  • ପ୍ରତିକାର- ଶ୍ରୀ ଗଣେଶ ଭଗବାନଙ୍କୁ ଦୁବ ଅର୍ପଣ କରନ୍ତୁ

ତୁଳା:- ବିଭିନ୍ନ ଦିଗରୁ ଆଜି ଶୁଭଫଳ ପାଇପାରନ୍ତି । ଆର୍ଥିକ ସ୍ଥିତି ଭଲ ରହିପାରେ । ନୂତନ କାର୍ଯ୍ୟ ବା ବ୍ୟବସାୟ ପାଇଁ ନିଷ୍ପତି ନେବେ, ଆଘାତ ଲାଗିପାରେ ସତର୍କ ରୁହନ୍ତୁ ।

  • ପ୍ରତିକାର- ଚନ୍ଦନର ତିଳକ ମଥାରେ ଲଗାନ୍ତୁ

ବିଛା:- ଉପସ୍ଥିତ ବୁଦ୍ଧି ଲଗାଇ ବିଭିନ୍ନ ସମସ୍ୟାର ସମାଧାନ କରିନେବା ଦ୍ୱାରା ପ୍ରସଂଶିତ ହୋଇପାରନ୍ତି । ଅତ୍ୟଧିକ ବ୍ୟୟ ଚିନ୍ତାର କାରଣ ହୋଇପାରେ । ପରିବାରରେ ବନ୍ଧୁବାନ୍ଧବଙ୍କ ସହିତ ଦୂରଯାତ୍ରା କରିପାରନ୍ତି ।

  • ପ୍ରତିକାର- ହଳଦିଆ ରଙ୍ଗର ବ୍ୟବହାର କରନ୍ତୁ

ଧନୁ:- ବ୍ୟବସାୟ ବାଣିଜ୍ୟରେ ଲାଭବାନ ହୋଇପାରେ । ଅଟକି ରହିଥିବା କାର୍ଯ୍ୟକୁ ସମ୍ପୂର୍ଣ୍ଣ କରିପାରନ୍ତି । ସ୍ୱାସ୍ଥ୍ୟପ୍ରତି ଧ୍ୟାନ ଦିଅନ୍ତୁ, ଶାରୀରିକ ପିଡା ଅନୁଭବ କରିପାରନ୍ତି ।

  • ପ୍ରତିକାର:-ଗୋ ମାତାଙ୍କୁ ଖାଦ୍ୟ ପ୍ରଦାନ କରନ୍ତୁ

ମକର:- କାର୍ଯ୍ୟ କ୍ଷେତ୍ରରେ ବିବାଦ ଦେଖାଦେଇପାରେ । ବ୍ୟବସାୟରେ ଆୟ ବ୍ୟୟ ସମାନ ରହିପାରେ । ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହୁଅନ୍ତୁ, ଦେହ ଖରାପ ହୋଇପାରେ ।

  • ପ୍ରତିକାର-ହନୁମାନ ଚାଳିସା ପାଠ କରନ୍ତୁ

କୁମ୍ଭ:- କର୍ମ କ୍ଷେତ୍ରରେ ପ୍ରଶଂସା ପାଇପାରନ୍ତି । ବନ୍ଧୁ ବାନ୍ଧବଙ୍କ ସହିତ ସାମାନ୍ୟ ମତଭେଦ ହୋଇପାରେ । ଆଘାତ ଲାଗିପାରେ ସତର୍କ ରୁହନ୍ତୁ ।

  • ପ୍ରତିକାର- ଶଂ ଶନିଶ୍ଚରାୟ ନମଃ ମନ୍ତ୍ରକୁ ୧୦୮ ଥର ଜପ କରନ୍ତୁ

ମୀନ:- ଆଗରୁ ଚାଲିଥିବା ସ୍ୱାସ୍ଥ୍ୟଜନିତ ସମସ୍ୟାରୁ ମୁକ୍ତ ହୋଇପାରିବେ । ବ୍ୟବସାୟ ବାଣିଜ୍ୟରେ ଲାଭବାନ ହୋଇପାରନ୍ତି । ସୁଖାଦ୍ୟ ଭୋଜନ କରିପାରନ୍ତି ।

  • ପ୍ରତିକାର:- ଶୁଭତ୍ତ୍ୱରେ ବୃଦ୍ଧି ପାଇଁ ଚନ୍ଦନର ତିଳକ ମଥାରେ ଲଗାନ୍ତୁ