Advertisment

Daily Horoscope 13 March 2022: ଜାଣନ୍ତୁ ଆଜିର ରାଶିଫଳ

ଆଜି ୨୦୨୨ ମସିହା, ମାର୍ଚ୍ଚ ମାସ, ୧୩ ତାରିଖ, ରବିବାର, କୁମ୍ଭ ୨୯ ଦିନ ଫାଲଗୁନ ମାସ ଶୁକ୍ଳପକ୍ଷ,ଦଶମୀ ତିଥି, ପୁନର୍ବସୁ ନକ୍ଷତ୍ର, ମିଥୁନ ଚନ୍ଦ୍ର, ଜାଣନ୍ତୁ ଆଜିର ରାଶିଫଳ....

author-image
Otv Khabar Bureau
Daily Horoscope 13 March 2022

Daily Horoscope 13 March 2022

ଆଜି ୨୦୨୨ ମସିହା, ମାର୍ଚ୍ଚ ମାସ ୧୩ ତାରିଖ, ରବିବାର, କୁମ୍ଭ ୨୯ ଦିନ ଫାଲଗୁନ ମାସ ଶୁକ୍ଳପକ୍ଷ,ଦଶମୀ ତିଥି, ପୁନର୍ବସୁ ନକ୍ଷତ୍ର, ମିଥୁନ ଚନ୍ଦ୍ର, ଜାଣନ୍ତୁ ଆଜିର ରାଶିଫଳ....

Advertisment

ମେଷ: ସ୍ୱାସ୍ଥ୍ୟଗତ ସମସ୍ୟାକୁ ନେଇ ଚିନ୍ତାଗ୍ରସ୍ତ ରହିବେ ଓ ଅର୍ଥ ଖର୍ଚ୍ଚ ହୋଇପାରେ । ଦୂର ସ୍ଥାନକୁ ଯାତ୍ରା କଲେ ଲାଭପ୍ରଦ ହେବନାହିଁ । ଛାତ୍ରଛାତ୍ରୀମାନେ ପାଠପଢ଼ାରେ ଉନ୍ନତି କରିବେ ଓ ଚାକିରୀ କ୍ଷେତ୍ରରେ ଶୁଭଫଳ ପାଇପାରନ୍ତି ।

  • ପ୍ରତିକାର- ମାଆଙ୍କ ପାଦ ଛୁଇଁ ପ୍ରଣାମ କରନ୍ତୁ

ବୃଷ: ବ୍ୟବସାୟୀମାନେ ବ୍ୟବସାୟରେ ଲାଭପ୍ରଦ ହୋଇପାରେ । କର୍ମ କ୍ଷେତ୍ରରେ ଶୁଭଫଳ ପାଇବେ ଏବଂ ମାନ ସମ୍ମାନ ବୃଦ୍ଧି ହୋଇପାରେ । ସ୍ୱାମୀ ସ୍ତ୍ରୀ ମଧ୍ୟରେ ଦାମ୍ପତ୍ୟ ଜୀବନ ସୁଖମୟ ରହିପାରେ ।

Advertisment
  • ପ୍ରତିକାର- ଗ୍ରାମଦେବୀଙ୍କ ପାଖରେ ଘିଅ ଦୀପ ଜାଳନ୍ତୁ

ମିଥୁନ: କର୍ମ କ୍ଷେତ୍ରରେ ଦୁଃସମ୍ବାଦ ପ୍ରାପ୍ତି ହୋଇପାରେ । ଗଣମାଧ୍ୟମରେ କାଯର୍ୟରତ ଥିବା ବ୍ୟକ୍ତିଙ୍କୁ ଶୁଭଫଳ ମିଳିପାରେ । ଘରେ ମାଙ୍ଗଳିକ କାର୍ଯ୍ୟ କରିବା ପାଇଁ ବନ୍ଧୁଙ୍କର ପରାମର୍ଶ ନେଇପାରନ୍ତି ।

  • ପ୍ରତିକାର- ଓଁ ଗଂ ଗଣପତୟେ ନମଃ ଜପ କରନ୍ତୁ

କର୍କଟ: ବ୍ୟବସାୟୀମାନେ ବ୍ୟବସାୟରେ ଲାଭ ପାଇପାରିବେ । ପରିବାରରେ କୌଣସି ଏକ ସମସ୍ୟାକୁ ନେଇ ଅର୍ଥହାନୀ ଯୋଗ ରହିଛି । କର୍ମ କ୍ଷେତ୍ରରେ ମାନ ସମ୍ମାନ ମିଳିବ ଓ ସଫଳତା ପାଇବା ଦିଗରେ ଅଗ୍ରସର ହୋଇପାରେ ।

  • ପ୍ରତିକାର- ମହାଦେବଙ୍କୁ ଦର୍ଶନ କରନ୍ତୁ

ସିଂହ: ନୂତନ ଘର କିମ୍ବା ଜମି କ୍ରୟ କରିବା ପାଇଁ ବନ୍ଧୁ ସାହଯ୍ୟ କରିପାରନ୍ତି । ଶତ୍ରୁ ମାନେ ପରାଜିତ ହେବେ ଏବଂ ମିତ୍ରତାର ହାତ ବଢ଼ାଇପାରନ୍ତି । ଜୀବନସାଥୀଙ୍କ ସହିତପ୍ରେମ ଭାବ ବୃଦ୍ଧି ହୋଇପାରେ ।

  • ପ୍ରତିକାର- ସୂର୍ଯ୍ୟଦେବଙ୍କୁ ଜଳ ଅର୍ପଣ କରନ୍ତୁ

କନ୍ୟା: ବ୍ୟବସାୟୀମାନଙ୍କ ପାଇଁ ଦିନଟି ଭଲ ରହିବ ଓ ବିଶିଷ୍ଠ ବ୍ୟକ୍ତିଙ୍କ ସହଯୋଗ ପାଇପାରନ୍ତି । ସ୍ୱାସ୍ଥ୍ୟଗତ ସମସ୍ୟା ରହିପାରେ । ଛାତ୍ରଛାତ୍ରୀମାନେ ଉଚ୍ଚଶିକ୍ଷା ପାଇଁ ବିଦେଶ ଯାତ୍ରା କରିବା ପାଇଁ ସୁଯୋଗ ଆସିପାରେ ।

  • ପ୍ରତିକାର- ଅସହାୟ ଲୋକଙ୍କୁ ସାହାଯ୍ୟ କରନ୍ତୁ

ତୁଳା: ଧାର ଦେଇଥିବା ଅର୍ଥ ଆଦାୟ ହେବାରୁ ମନ ଖୁସି ହୋଇପାରେ । ସ୍ୱାମୀ ସ୍ତ୍ରୀ ମଧ୍ୟରେ ଦାମ୍ପତ୍ୟ ଜୀବନ ସୁଖମୟ ହେବା ସହିତ ସୁସ୍ବାଦୁ ଭୋଜନ କରିପାରନ୍ତି । ଚାକିରୀ କ୍ଷେତ୍ରରେ ଶୁଭଫଳ ମିଳିପାରେ ।

  • ପ୍ରତିକାର:-ମାଆଙ୍କ ପାଦ ଛୁଇଁ ପ୍ରଣାମ କରନ୍ତୁ

ବିଚ୍ଛା: ଚାକିରୀ କ୍ଷେତ୍ରରେ ଶୁଭଫଳ ମିଳିପାରେ । ମାନ ସମ୍ମାନ ଉପରେ ହାନୀ ଘଟିପାରେ । ଆର୍ଥିକ ଚିନ୍ତା ମନକୁ ଭାରାକ୍ରାନ୍ତ କରିପାରେ ।

  • ପ୍ରତିକାର:-ଶ୍ରୀହନୁମାନଙ୍କର ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ

ଧନୁ: ନୂଆ ବନ୍ଧୁଙ୍କ ସହ ମିଳନ ହେବାରୁ ମନ ଖୁସି ରହିପାରେ । କର୍ମକ୍ଷେତ୍ରକୁ ନେଇ ଖୁସି ଖବର ମିଳିପାରେ । ଧାର କରଜ ଭାବିଚିନ୍ତି କରନ୍ତୁ ନ ହେଲେ ଅସୁବିଧା ଭୋଗିପାରନ୍ତି ।

  • ପ୍ରତିକାର-ମଥାରେ ଚନ୍ଦନ ଧାରଣ କରନ୍ତୁ

ମକର: ବହୁ ଦିନକରୁ ଲାଗି ରହିଥିବା ଜମିବାଡ଼ି ବିବାଦ ସମାଧାନ ହୋଇଯିବ । ଅଧିକ ସମୟ ପୂଜାର୍ଚ୍ଚନା ଓ ଆରାଧନାରେ ବିତିପାରେ । ବ୍ୟବସାୟରେ ଲାଭ ପାଇପାରନ୍ତି ।

  • ପ୍ରତିକାର-ଗ୍ରାମଦେବତୀଙ୍କୁ ଲାଲ ପୁଷ୍ପ ଅର୍ପଣ କରନ୍ତୁ

କୁମ୍ଭ: ଅର୍ଥ ବ୍ୟୟ ହେବାର ଯଧଥେଷ୍ଟ ସମ୍ଭାବନା ରହିଛି । ସନ୍ତାନମାନଙ୍କ କାର୍ଯ୍ୟକଳାପରେ ସନ୍ତୋଷଜନକ ରହିପାରନ୍ତି । ବାକି ରହିଥିବା ଅର୍ଥ ଆଦାୟ ହୋଇପାରେ ।

  • ପ୍ରତିକାର:-କୁକୁରଙ୍କୁ ଖାଦ୍ୟ ଦିଅନ୍ତୁ

ମୀନ: ଗୁରୁଜନମାନଙ୍କ ପରାମର୍ଶରୁ ବଡ଼ ପଦକ୍ଷେପ ନେଇପାରନ୍ତି । ମନରେ ଅସ୍ଥିରତା ବୃଦ୍ଧି ହୋଇପାରେ । ସ୍ୱାମୀସ୍ତ୍ରୀଙ୍କ ମଧ୍ୟରେ ଦାମ୍ପତ୍ୟ ଜୀବନ ସୁଖମୟ ରହିପାରେ ।

  • ପ୍ରତିକାର- ହଳଦିଆ ରୁମାଲ ଟିଏ ପାଖରେ ରଖନ୍ତୁ
Daily Horoscope
Advertisment
Advertisment