ଆଜି ୨୦୨୨ ମସିହା, ଫେବୃୟାରୀ ମାସ ୧୩ ତାରିଖ, ରବିବାର, କୁମ୍ଭ ୧ ଦିନ, ମାଘମାସ, ଶୁକ୍ଳପକ୍ଷ,ଦ୍ୱାଦଶୀ ତିଥି, ଆଦ୍ରା ନକ୍ଷତ୍ର, କର୍କଟ ଚନ୍ଦ୍ର, ଜାଣନ୍ତୁ ଆଜିର ରାଶିଫଳ...
Also Read
ମେଷ- କୌଣସି ଏକ ସମସ୍ୟାକୁ ନେଇ ମନସ୍ତାପରେ ରହିବେ ଏବଂ ସ୍ୱାସ୍ଥ୍ୟଗତ ପୀଡ଼ା ଦେଖାଯାଇପାରେ । ଘର ପାଇଁ ନୂତନ ବସ୍ତୁ କ୍ରୟ କରିପାରନ୍ତି । ଯାତାୟାତ ସମୟରେ ସାବଧାନ ସହିତ ଯାଆନ୍ତୁ ଏବଂ ବ୍ୟବସାୟରେ ଲାଭ ପାଇପାରିବେ ।
- ପ୍ରତିକାର- ଶ୍ରୀ ହନୁମାନ ଚାଳିଶା ପାଠ କରନ୍ତୁ
ବୃଷ -ବ୍ୟବସାୟ କ୍ଷେତ୍ରରେ ଆୟ ବୃଦ୍ଧି ଦେଖାଦେଇପାରେ । ମହିଳାମାନେ ପ୍ରତ୍ୟେକ କାର୍ଯ୍ୟରେ ଜୟଯୁକ୍ତ ହୋଇପାରେ । ପରୋକ୍ଷରେ ନିଜର ଲୋକମାନେ ଅସୁବିଧାରେ ପକାଇ ପାରନ୍ତି । ଯେଉଁ କାର୍ଯ୍ୟ କରିବା ପାଇଁ ଚାହୁଁଛନ୍ତି, ସେଥିରେ ସଫଳତା ପାଇପାରନ୍ତି ।
- ପ୍ରତିକାର- ଗ୍ରାମଦେବତୀଙ୍କ ପାଖରେ ଘିଅ ଦୀପ ଜାଳନ୍ତୁ
ମିଥୁନ -ପାରିବାରିକ ଜୀବନ ସୁଖମୟ ରହିପାରେ । ଆର୍ଥିକ ସମସ୍ୟା ଯାହା ଥିଲା, ତାହା ସମାଧାନ ହୋଇପାରେ । ମାଙ୍ଗଳିକ କାର୍ଯ୍ୟ ପାଇଁ ବ୍ୟସ୍ତ ରହିବେ ଓ କର୍ମ କ୍ଷେତ୍ରରେ ମାନ ସମ୍ମାନ ବୃଦ୍ଧି ପାଇପାରେ ।
- ପ୍ରତିକାର- ଶ୍ରୀ ଗଣେଶ ମହାପ୍ରଭୁଙ୍କୁ ଦର୍ଶନ କରନ୍ତୁ
କର୍କଟ -ଶତ୍ରୁମାନେ ପରାଜିତ ହୋଇପାରନ୍ତି । ସ୍ୱାମୀ ସ୍ତ୍ରୀ ମଧ୍ୟରେ ଦାମ୍ପତ୍ୟ ଜୀବନ ସୁଖମୟ ରହିପାରେ । ଅପରାହ୍ଣ ପରେ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖା ଦେଇପାରେ ।
- ପ୍ରତିକାର- ମିଠା ଖାଦ୍ୟ ଖାଆନ୍ତୁ
ସିଂହ -ବ୍ୟବସାୟୀମାନେ ବ୍ୟବସାୟରେ ଲାଭ ପାଇପାରିବେ । କର୍ମ କ୍ଷେତ୍ରରେ ବାଧାବିଘ୍ନର ସମ୍ମୁଖୀନ ହୋଇପାରନ୍ତି । ଯାନାବାହନ ଚଳାଇବାବେଳେ ସାବଧାନ ହୁଅନ୍ତୁ ।
- ପ୍ରତିକାର- ବେଲଗଛ ମୂଳେ ଜଳ ଅର୍ପଣ କରନ୍ତୁ
କନ୍ୟା -କର୍ମ କ୍ଷେତ୍ରରେ ମାନ ସମ୍ମାନ ପାଇପାରନ୍ତି । ବ୍ୟବସାୟରେ ବାକି ପଡ଼ିଥିବା ଅର୍ଥ ଆଦାୟ ହୋଇପାରେ । ସ୍ୱାମୀ ସ୍ତ୍ରୀ ମଧ୍ୟରେ ଦାମ୍ପତ୍ୟ ଜୀବନ ସୁଖମୟ ରହିପାରେ ।
- ପ୍ରତିକାର- ଛୋଟ ପିଲାଙ୍କୁ ସ୍ନେହ ଆଦର କରନ୍ତୁ
ତୁଳା –ଶତ୍ରୁ ମାନେ କିଛିବି କ୍ଷତି ପହଞ୍ଚାଇ ପାରନ୍ତି ତେଣୁ ସତର୍କ ରୁହନ୍ତି । କର୍ମ କ୍ଷେତ୍ରରେ ବାଧାବିଘ୍ନ ଦେଖାଦେବା ସହିତ ମାନ ସମ୍ମାନ ହାନି ହୋଇପାରେ । କୌଣସି କାର୍ଯ୍ୟ କରିବା ପୂର୍ବରୁ ଭାବି ଚିନ୍ତି କରନ୍ତୁ ନହେଲେ ଠକାମୀରେ ପଡି ପାରନ୍ତି ।
- ପ୍ରତିକାର- ମାଙ୍କର ପାଦ ଛୁଇଁ ପ୍ରଣାମ କରନ୍ତୁ
ବିଛା - ଘରପାଇଁ ନୂତନ ବସ୍ତୁ କ୍ରୟ କରିପାରନ୍ତି । ଛାତ୍ରଛାତ୍ରୀ ମାନେ ପାଠ ପଢାରେ ଉନ୍ନତି କଲେ ମଧ୍ୟ ମନରେ ଦୁଶ୍ଚିନ୍ତା ରହିପାରେ । ପରିବାରରେ ହସ ଖୁସିର ବାତାବରଣ ରହିବ, ସ୍ୱାମୀ ସ୍ତ୍ରୀ ମଧ୍ୟରେ ଉତ୍ତମ ବୁଝାମଣା ରହିପାରେ ।
- ପ୍ରତିକାର- ବ୍ରାହ୍ମଣଙ୍କୁ ପ୍ରଣାମ କରନ୍ତୁ
ଧନୁ -ପରିବାରରୁ ପୂଣ୍ୟ ସମର୍ଥନ ମିଳିବ ଏବଂ ଭାତୃ ବିବାଦ ଦୂରେଇଯାଇପାରେ । ସୁସ୍ୱାଦୁ ଭୋଜନ ଏବଂ ନୂତନ ବସ୍ତ୍ର ଆଭୁଷଣର ଯୋଗ ରହିଛି । ଆଜି ଅଧିକ ସମୟ ପୂଜା ପାଠରେ ସମୟ ଅତିବାହିତ କରିପାରିବେ ।
- ପ୍ରତିକାର- ମଥାରେ ହଳଦୀ ଟିକା ଧାରଣ କରନ୍ତୁ
ମକର – ଶତ୍ରୁ ମାନେ ମିତ୍ରତାର ହାତ ବଢାଇବେ ଯାହା ଫଳରେ ମନ ଖୁସି ରହିପାରେ । କମ୍ପ୍ୟୁଟର ବିଭାଗରେ କାର୍ଯ୍ୟରତ ଥିବା ବ୍ୟକ୍ତିମାନେ ଶୁଭଫଳ ପାଇପାରିବେ । ବାକି ପଡିଥିବା ଅର୍ଥ ଆଦାୟ ହୋଇପାରିବ ।
- ପ୍ରତିକାର- ଗ୍ରାମଦେବୀଙ୍କ ପାଖରେ ଘିଅ ଦ୍ୱୀପ ଜାଳନ୍ତୁ
କୁମ୍ଭ –କର୍ମ କ୍ଷେତ୍ରରେ ହେଉ କିମ୍ବା ପରିବାରରେ ସାମାନ୍ୟ ଅସନ୍ତୋଷ ଦେଖାଦେବ । ବାଣିଜ୍ୟ ବ୍ୟବସାୟରେ ଆଶାନୁରୂପ ଲାଭ ପାଇପାରିବେ । ନିଜର ଉତ୍ତମ ବ୍ୟବହାର ଦ୍ୱାରା ସମସ୍ତଙ୍କୁ ଆପଣାର କରିପାରିବେ ।
- ପ୍ରତିକାର- କୁକୁରକୁ ଖାଦ୍ୟ ଦିଅନ୍ତୁ
ମୀନ- ମନ ମୁତାବକ କାର୍ଯ୍ୟ କରିବାର ସୁଯୋଗ ପାଇପାରିବେ । ସ୍ୱାମୀ ସ୍ତ୍ରୀ ମଧ୍ୟରେ ପ୍ରେମ ବୃଦ୍ଧି ହୋଇପାରେ । ପ୍ରତ୍ୟେକ କାର୍ଯ୍ୟରେ ଶୁଭଫଳ ପାଇପାରିବେ ।
- ପ୍ରତିକାର- ମା ବାପାଙ୍କୁ ପ୍ରଣାମ କରନ୍ତୁ