• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଆଜି୨୦୨୧ ମସିହା, ନଭେମ୍ୱର ମାସ, ୧୨ ତାରିଖ, ଶୁକ୍ରବାର, ତୁଳା ୨୭ ଦିନ, କାର୍ତ୍ତିକ ମାସ , ଶୁକ୍ଳପକ୍ଷ, ନବମୀ ତିଥି, ଧନିଷ୍ଠା ନକ୍ଷତ୍ର, କୁମ୍ଭ ଚନ୍ଦ୍ର, ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କ ଦିନ...

ମେଷ -ନୂତନ ଜମି କ୍ରୟ କରିବା ପାଇଁ ବନ୍ଧୁ ସାହାଯ୍ୟର ହାତ ବଢାଇପାରିବେ । ପରିଶ୍ରମ ତୁଳନାରେ ପାରିଶ୍ରମିକ କମ୍ ମିଳିବ ଆକସ୍ମିକ ଦୁର୍ଘଟଣା ଘଟିବାର ଆଶଙ୍କା ରହିଛି, ବ୍ୟବସାୟରେ ଧନଲାଭ ହୋଇପାରିବ ।

ପ୍ରତିକାର- କାଉ, ପାରାଙ୍କୁ ଖାଦ୍ୟ ଦିଅନ୍ତୁ

 

ବୃଷ -ପ୍ରତ୍ୟେକ କାର୍ଯ୍ୟରେ ଜୟଯୁକ୍ତ ହୋଇପାରିବେ । ସ୍ୱାସ୍ଥ୍ୟରେ ସୁଧାର ଆସିବାରୁ ଖୁସି ଅନୁଭବ କରିପାରିବେ ।କର୍ମ କ୍ଷେତ୍ରରେ ମାନ ସମ୍ମାନ ପ୍ରାପ୍ତି ହେବ, ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଦାମ୍ପତ୍ୟ ଜୀବନ ସୁଖମୟ ରହିପାରିବ ।

ପ୍ରତିକାର- ବ୍ରାହ୍ମଣଙ୍କୁ ପ୍ରଣାମ କରନ୍ତୁ

 

ମିଥୁନ- ଯେ କୌଣସି ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗ ଦେଇପାରନ୍ତି । ବ୍ୟବସାୟ ବାଣିଜ୍ୟରେ ସଫଳତା ପାଇପାରିବେ । ସନ୍ତାନଙ୍କ ପକ୍ଷରୁ ଖୁସି ଖବର ମିଳିବା ହେତୁ, ବାପା ମା ଗର୍ବ ଅନୁଭବ କରିପାରିବେ ।

ପ୍ରତିକାର- ଶ୍ରୀ ଗଣେଶ ମହାପ୍ରଭୁଙ୍କୁ ଦୂବ ଅର୍ପଣ କରନ୍ତୁ

 

କର୍କଟ-କର୍ମ କ୍ଷେତ୍ରକୁ ନେଇ କିଛି ସମସ୍ୟା ଦେଖାଦେବ ଏବଂ ଅପମାନ ଯୋଗ ଦେଖାଦେବଇପାରେ । ଆର୍ଥିକ ସମସ୍ୟା ଲାଗି ରହିବ ଏବଂ ବ୍ୟବସାୟରେ ବ୍ୟୟ ବୃଦ୍ଧି ଦେଖାଦେଇପାରିବ । ନିଜର ଲୋକମାନେ ବିରୁଦ୍ଧାଚରଣ କରିପାରନ୍ତି ।

ପ୍ରତିକାର- ମହାଦେବଙ୍କୁ ଧଳାଫୁଲ ଅର୍ପଣ କରନ୍ତୁ

 

ସିଂହ -ପ୍ରତ୍ୟେକ କାର୍ଯ୍ୟରେ ସଫଳତା ଅର୍ଜନ କରିପାରିବେ ।ଶତ୍ରୃମାନେ ପରାଜିତ ହେବେ ଓ ମିତ୍ରତାର ହାତ ବଢାଇପାରିବେ । ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଉତ୍ତମ ବୁଝାମଣା ରହିପାରିବ ।

ପ୍ରତିକାର- ତୁଳସୀ ଗଛ ମୂଳର ମାଟି ମଥାରେ ଲଗାନ୍ତୁ

କନ୍ୟା -ବ୍ୟବସାୟରେ ଆୟ ଅଧିକ ହୋଇପାରିବ । ସାମାଜିକ କ୍ଷେତ୍ରରେ ମାନ ସମ୍ମାନ ଓ ଯଶ ପ୍ରାପ୍ତି ହୋଇପାରେ । ବହୁ ଦିନରୁ ଚିନ୍ତା କରୁଥିବା କାର୍ଯ୍ୟକୁ ପୂରଣ କରିପାରନ୍ତି ।

ପ୍ରତିକାର- ଗୁରୁଜନଙ୍କୁ ପ୍ରଣାମ କରନ୍ତୁ

 

ତୁଳା –କର୍ମ କ୍ଷେତ୍ରରେ ବନ୍ଧୁ ସାହାଯ୍ୟ ସହଯୋଗ କରିପାରିବେ । ପାରିବାରିକ ବୁଝାମଣା ସବୁ ଠିକ ଠାକ ରହିପାରିବ । ଛାତ୍ରଛାତ୍ରୀମାନେ ପାଠପଢାରେ ଉନ୍ନତି କରିବେ, ଘରପାଇଁ କୌଣସି ନୂତନ ଦ୍ରବ୍ୟ କ୍ରୟ କରିପାରନ୍ତି ।

ପ୍ରତିକାର- ମା ପାର୍ବତୀଙ୍କୁ ଦର୍ଶନ କରନ୍ତୁ

 

ବିଛା -ପରିବାରରୁ ପୂର୍ଣ୍ଣ ସମର୍ଥନ ମିଳିବ କିନ୍ତୁ କର୍ମ କ୍ଷେତ୍ରରେ କଳହ ଯୋଗ ଦେଖାଯିବ । ନୂତନ କାର୍ଯ୍ୟ ଲାଗି ଦୂରସ୍ଥାନକୁ ଯାତ୍ରା କରିପାରିବେ । ବନ୍ଧୁଙ୍କ ସହିତ ସୁସ୍ୱାଦୁ ଭୋଜନ କରିପାରିବେ ।

ପ୍ରତିକାର- କୁକୁରକୁ ଖାଦ୍ୟ ଦିଅନ୍ତୁ

 

ଧନୁ -ସନ୍ତାନମାନଙ୍କ କାର୍ଯ୍ୟକଳାପ ସନ୍ତୋଷଜନକ ହୋଇପାରେ । ବ୍ୟବସାୟ କ୍ଷେତ୍ରରେ ଲାଭବାନ ହୋଇପାରନ୍ତି । ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେବ ନାହିଁ, ମାଲିମୋକଦ୍ଦମାରେ ଜୟଯୁକ୍ତ ହୋଇପାରନ୍ତି ।

ପ୍ରତିକାର- ହଳଦୀ ପାଣିରେ ସ୍ନାନ କରନ୍ତୁ

 

ମକର -କଳାକ୍ଷେତ୍ରରେ ମାନସମ୍ମାନ ପ୍ରାପ୍ତି ହୋଇପାରିବେ । ନିଜର ଉତ୍ତମ ବ୍ୟବହାର ଦ୍ୱାରା ସମସ୍ତଙ୍କୁ ନିଜର କରିପାରିବେ । ବାଣିଜ୍ୟ ବ୍ୟବସାୟରେ ସଫଳତା ପାଇପାରିବେ ।

ପ୍ରତିକାର-ଗ୍ରାମଦେବୀଙ୍କୁ ଦର୍ଶନ କରନ୍ତୁ

 

କୁମ୍ଭ –ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଦାମ୍ପତ୍ୟ ଜୀବନ ସୁଖମୟ ହୋଇପାରିବ । ଛାତ୍ରଛାତ୍ରୀମାନେ ପାଠପଢାରେ ଉନ୍ନତି କରିପାରିବେ ।କର୍ମକ୍ଷେତ୍ରରେ ଶୁଭଫଳ ପାଇପାରିବେ ।

ପ୍ରତିକାର- ମାଆଙ୍କୁ ପ୍ରଣାମ କରନ୍ତୁ

 

ମୀନ - ପାରିବାରିକ କଳହ ଲାଗି ରହିବ ଏବଂ ଶରୀର ପୀଡା ଦେଖାଦେଇପାରିବ । ମାନସିକ ଅଶାନ୍ତି ଦେଖାଦେଇପାରିବ । କର୍ମ କ୍ଷେତ୍ରରେ ଗୁପ୍ତ ଶତ୍ରୃ କିଛି କ୍ଷତି କରିପାରନ୍ତି ।

ପ୍ରତିକାର- ମହାଦେବଙ୍କ ପାଖରେ ଜଳ ଅର୍ପଣ କରନ୍ତୁ