• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଆଜି ୨୦୨୨ ମସିହା, ଜାନୁୟାରୀ ମାସ ୧୨ ତାରିଖ, ବୁଧବାର, ଧନୁ ୨୮ ଦିନ, ପୌଷ ମାସ , ଶୁକ୍ଳପକ୍ଷ, ଦଶମୀ ତିଥି, ଦ୍ୱିଜା ନକ୍ଷତ୍ର, ମେଷ ଚନ୍ଦ୍ର,ଆଜି କର୍କଟ ରାଶିର ଘାତବାର ଏବଂ ମେଷ ରାଶିର ଘାତଚନ୍ଦ୍ର,ଆଜି କଳମ ଶାଗ ଖାଇବା ମନା,ଆଜି ଶାମ୍ବ ଦଶମୀ, ସୂର୍ଯ୍ୟଦେବଙ୍କ ପୂଜା, ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କ ଦିନ...

ମେଷ -ବ୍ୟବସାୟ ବାଣିଜ୍ୟରେ ସଫଳତା ପାଇବେ ଏବଂ ପାରିବାରିକ ଜୀବନ ସୁଖମୟ ହୋଇପାରିବ । ସ୍ୱାମୀ ସ୍ତ୍ରୀ ମଧ୍ୟରେ ଦାମ୍ପତ୍ୟ ଜୀବନ ସୁଖମୟ ହେବ ଏବଂ ସୁସ୍ବାଦୁ ଭୋଜନ କରିପାରନ୍ତି । କର୍ମ କ୍ଷେତ୍ରରେ କିଛି ଛୋଟ ସମସ୍ୟାକୁ ନେଇ ବାଧାବିଘ୍ନ ଦେଖା ଦେଇପାରେ ।

  • ପ୍ରତିକାର- କୁକୁରକୁ ଖାଦ୍ୟ ଦିଅନ୍ତୁ

 

ବୃଷ- ଆର୍ଥିକ ସମସ୍ୟା ଲାଗି ରହିବ କିନ୍ତୁ କର୍ମ କ୍ଷେତ୍ରରେ ଖୁସି ଖବର ମିଳିପାରେ । ସ୍ୱାସ୍ଥ୍ୟ ଭଲ ରହିବ ନାହିଁ , ନିଜର ଲୋକମାନେ ବିରୁଦ୍ଧାଚରଣ କରିପାରନ୍ତି । ନୂତନ ଯାନବାହାନ କ୍ରୟ କରିବା ପାଇଁ ବନ୍ଧୁଙ୍କ ପରାମର୍ଶ ନେଇପାରନ୍ତି ।

  • ପ୍ରତିକାର- ମା ପାର୍ବତୀଙ୍କୁ ଦର୍ଶନ କରନ୍ତୁ

 

ମିଥୁନ -ପ୍ରତ୍ୟେକ କାର୍ଯ୍ୟରେ ସଫଳତା ଅର୍ଜନ କରିପାରିବେ । ଶତ୍ରୁ ମାନେ ପରାଜିତ ହେବେ ଏବଂ ମିତ୍ରତାର ହାତ ବଢାଇପାରନ୍ତି । ଘରକୁ ଅତିଥିଙ୍କ ଆଗମନ ହେବ, ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଉତ୍ତମ ବୁଝାମଣା ରହିପାରିବ ।

  • ପ୍ରତିକାର- ଛୋଟ ପିଲାଙ୍କୁ ମିଠା ଖାଦ୍ୟ ଦିଅନ୍ତୁ

 

କର୍କଟ -ବ୍ୟବସାୟୀମାନେ ବ୍ୟବସାୟରେ ଲାଭ ପାଇପାରିବେ, ବହୁଦିନରୁ ଚିନ୍ତା କରୁଥିବା କାର୍ଯ୍ୟକୁ ପୂରଣ କରିପାରନ୍ତି । ସାମାଜିକ କ୍ଷେତ୍ରରେ ଅପମାନ ପାଇବାର ଯୋଗ ରହିଛି । ସ୍ୱାମୀ ସ୍ତ୍ରୀ ମଧ୍ୟରେ ଉତ୍ତମ ବୁଝାମଣା ରହିବା ସହିତ ପାରିବାରିକ ଜୀବନ ଖୁସି ରହିପାରେ ।

  • ପ୍ରତିକାର- ଗ୍ରାମଦେବୀଙ୍କୁ ପୁଷ୍ପ ଅର୍ପଣ କରନ୍ତୁ

 

ସିଂହ- ପାରିବାରିକ ସମସ୍ୟା ସମାଧାନ ହେଲେ ମଧ୍ୟ ମନସ୍ତାପରେ ରହିବେ, ଛାତ୍ରଛାତ୍ରୀମାନେ ପାଠ ପଢାକୁ ନେଇ ବ୍ୟସ୍ତ ବିବ୍ରତ ହୋଇପାରନ୍ତି । କର୍ମକ୍ଷେତ୍ରରେ ମାନ ସମ୍ମାନ ମିଳିବ ଏବଂ ଭାଗ୍ୟ ସାଥ୍ ଦେଇପାରେ । ପ୍ରତ୍ୟେକ କାର୍ଯ୍ୟରେ ସଫଳତା ପାଇପାରିବେ ।

  • ପ୍ରତିକାର- ମଥାରେ ଶ୍ୱେତ ଚନ୍ଦନ ଧାରଣ କରନ୍ତୁ

 

କନ୍ୟା- ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେବ ଏବଂ ପେଟ ଜନିତ ସମସ୍ୟା ସୃଷ୍ଟି ହୋଇପାରେ । ଗୁପ୍ତ ଶତ୍ରୁ କର୍ମ କ୍ଷେତ୍ରରେ ଅସୁବିଧାରେ ପକାଇ ପାରନ୍ତି । ପାରିବାରିକ ସମସ୍ୟା ଦେଖାଦେଲେ ମଧ୍ୟ ତାହାକୁ ଅତି ସହଜରେ ସମାଧାନ କରିପାରିବେ ।

  • ପ୍ରତିକାର- ମିଠା ଖାଦ୍ୟ ଖାଆନ୍ତୁ

 

ତୁଳା- ଯାନବାହାନ ଚଲାଇଲା ବେଳେ ସାବଧାନ ସହିତ ଯାଆନ୍ତୁ । ମାଙ୍ଗଳିକ କାର୍ଯ୍ୟ ପାଇଁ ଶୁଭ ଖବର ମିଳିପାରିବ । ସ୍ୱାମୀ ସ୍ତ୍ରୀ ମଧ୍ୟରେ ଦାମ୍ପତ୍ୟ ଜୀବନ ସୁଖମୟ ରହିବ, ବ୍ୟବସାୟ କ୍ଷେତ୍ରରେ ଲାଭ ପାଇପାରିବେ ।

  • ପ୍ରତିକାର- ମହାଦେବଙ୍କୁ ଦର୍ଶନ କରନ୍ତୁ

 

ବିଛା- କର୍ମ କ୍ଷେତ୍ରରେ ଖୁସି ଖବର ମିଳିବ ଓ ମାନ ସମ୍ମାନ ପ୍ରାପ୍ତି ହୋଇପାରେ । ନିଜର ଉତ୍ତମ ବ୍ୟବହାର ଦ୍ୱାରା ସମସ୍ତଙ୍କୁ ନିଜର କରିପାରିବେ । କୌଣସି ଏକ ସମସ୍ୟାକୁ ନେଇ ମନରେ ଭୟ ସୃଷ୍ଚି ହେବ, କଳାକ୍ଷେତ୍ରରେ ମାନସମ୍ମାନ ପ୍ରାପ୍ତି ହୋଇପାରେ ।

  • ପ୍ରତିକାର- କାଉ ଓ ପାରାଙ୍କୁ ଖାଦ୍ୟ ଦିଅନ୍ତୁ

 

ଧନୁ - ବ୍ୟବସାୟରେ ଅଚାନକ ଭାବେ ଅର୍ଥଲାଭ ଦେଖାଦେବ, କର୍ମ କ୍ଷେତ୍ରରେ ଶୁଭଫଳ ପାଇପାରିବେ ଏବଂ ମାନସମ୍ମାନ ବୃଦ୍ଧି ହୋଇପାରେ । ଛାତ୍ରଛାତ୍ରୀମାନେ ପାଠ ପଢାରେ ଉନ୍ନତି କରିପାରେ । ଆଜି ପୂଜାପୂଜିରେ ଅଧିକ ସମୟ ଅତିବାହିତ କରିବେ, ସମାଜ ସେବାରେ ଅଧିକ ସମୟ ଦେଇପାରନ୍ତି ।

  • ପ୍ରତିକାର- କଦଳୀ ଗଛ ମୂଳରେ ହଳଦୀ ଜଳ ଅର୍ପଣ କରନ୍ତୁ

 

ମକର- ଗୁପ୍ତ ଶତ୍ରୁ ଜାଗ୍ରତ ହେବେ ଏବଂ ଭୟ ସୃଷ୍ଟି କରିପାରନ୍ତି । ଶରୀରରେ କୌଣସି ଅଙ୍ଗରେ ଆଘାତ ଲାଗିପାରେ, କାର୍ଯ୍ୟ କ୍ଷେତ୍ରକୁ ନେଇ ମନସ୍ତାପ କରିପାରନ୍ତି । ପାରିବାରିକ ଅଶାନ୍ତି ଓ ବାଦବିବାଦ ଦେଖାଯିବ, ସ୍ୱାମୀ ସ୍ତ୍ରୀ ମଧ୍ୟରେ ଦାମ୍ପତ୍ୟ ଜୀବନ ସୁଖମୟ ରହିପାରେ ।

  • ପ୍ରତିକାର- କୁଆ ପାରାଙ୍କୁ ଖାଦ୍ୟ ଦିଅନ୍ତୁ

 

କୁମ୍ଭ -ବ୍ୟବସାୟରେ ଅର୍ଥଲାଭର ଯୋଗ ରହିଛି, କର୍ମକ୍ଷେତ୍ରରେ ମାନସମ୍ମାନ ଓ ଯଶପ୍ରାପ୍ତି ମିଳିପାରେ । ପରିଶ୍ରମ ତୁଳନାରେ ପାରିଶ୍ରମିକ କମ୍ ମିଳିବ, ଯାନବାହାନରେ ଗଲାବେଳେ ସାବଧାନ ସହିତ ଯାଆନ୍ତୁ । ନୂଆ ବନ୍ଧୁଙ୍କ ସହିତ ମିଳନ ହେବ ଏବଂ ସୁସ୍ବାଦୁ ଭୋଜନ କରିପାରନ୍ତି ।

  • ପ୍ରତିକାର- ନମଃ ଶିବାୟ ମନ୍ତ୍ର ଜପ କରନ୍ତୁ

 

ମୀନ- ନୂତନ କର୍ମ କରି ଅଚାନକ ଧନଲାଭର ସୁଯୋଗ ମିଳିବ, ବ୍ୟବସାୟରେ ଲାଭ ମିଳିପାରିବାରୁ ମନ ଖୁସି ରହିପାରେ । ନୂତନ ଯାନବାହାନ ଓ ଭୂମି କ୍ରୟ କରିବା ପାଇଁ ବନ୍ଧୁଙ୍କ ପରାମର୍ଶ ନେଇପାରନ୍ତି । ଛାତ୍ରଛାତ୍ରୀମାନେ ପାଠ ପଢାରେ ଉନ୍ନତି କରିପାରିବେ ।

  • ପ୍ରତିକାର- ବାପା ମାଙ୍କୁ ପ୍ରଣାମ କରନ୍ତୁ