Advertisment

Daily Horoscope 12 Feb 2022: ଜାଣନ୍ତୁ ଆଜିର ରାଶିଫଳ

ଆଜି ୨୦୨୨ ମସିହା, ଫେବୃୟାରୀ ମାସ ୧୨ ତାରିଖ, ଶନିବାର, ମକର ୩୦ ଦିନ, ମାଘମାସ, ଶୁକ୍ଳପକ୍ଷ, ଏକାଦଶୀ ତିଥି,ଆଦ୍ରା ନକ୍ଷତ୍ର, ମିଥୁନ ଚନ୍ଦ୍ର,ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କ ଦିନ...

author-image
Otv Khabar Bureau
Daily Horoscope 12 Feb 2022

Daily Horoscope 12 Feb 2022

ଆଜି ୨୦୨୨ ମସିହା, ଫେବୃୟାରୀ ମାସ ୧୨ ତାରିଖ, ଶନିବାର, ମକର ୩୦ ଦିନ, ମାଘମାସ, ଶୁକ୍ଳପକ୍ଷ, ଏକାଦଶୀ ତିଥି,ଆଦ୍ରା ନକ୍ଷତ୍ର, ମିଥୁନ ଚନ୍ଦ୍ର,ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କ ଦିନ...

Advertisment

ମେଷ- ବ୍ୟବସାୟୀମାନେ ବ୍ୟବସାୟରେ ଲାଭ ପାଇପାରିବେ । ପାରିବାରିକ ଜୀବନ ସୁଖମୟ ରହିପାରେ । କୌଣସି ଏକ ସମସ୍ୟାକୁ ନେଇ ମନସ୍ତାପରେ ରହିବେ, ବାକି ପଡ଼ିଥିବା ଅର୍ଥ ଆଦାୟ ହୋଇପାରେ ।

ପ୍ରତିକାର- ମହାଦେବଙ୍କୁ ବେଲପତ୍ର ଅର୍ପଣ କରନ୍ତୁ

ବୃଷ –କର୍ମ କ୍ଷେତ୍ରରେ ମାନସମ୍ମାନ ଓ ପଦ ମର୍ଯ୍ୟାଦା ବୃଦ୍ଧି ହୋଇପାରେ । ମହିଳାମାନେ ପ୍ରତ୍ୟେକ କାର୍ଯ୍ୟରେ ଜୟଯୁକ୍ତ ହେବେ

Advertisment

ଆର୍ଥିକ ଚିନ୍ତା ମନକୁ ଭାରାକ୍ରାନ୍ତ କରିପାରେ ।

ପ୍ରତିକାର- ନମଃ ଶିବାୟ ମନ୍ତ୍ର ଜପ କରନ୍ତୁ

ମିଥୁନ- ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଦାମ୍ପତ୍ୟ ଜୀବନ ସୁଖମୟ ରହିବ, ପ୍ରତ୍ୟେକ କାର୍ଯ୍ୟରେ ସଫଳତା ପାଇପାରିବେ । ଶତ୍ରୁମାନେ ପରାଜିତ ହେବେ ଓ ମିତ୍ରତାର ହାତ ବଢ଼ାଇପାରନ୍ତି । ଭବିଷ୍ୟତ ଲାଗି ସୁସମ୍ବାଦ ପ୍ରାପ୍ତି ହୋଇପାରେ ।

ପ୍ରତିକାର- କୁକୁରକୁ ଖାଦ୍ୟ ଦିଅନ୍ତୁ

କର୍କଟ- ବହୁ ଦିନରୁ ଲାଗି ରହିଥିବା ସମସ୍ୟାର ସମାଧାନ ହୋଇପାରେ । ବେପାର ବାଣିଜ୍ୟରେ କ୍ଷତି ସହିପାରନ୍ତି । ସାମାଜିକ କ୍ଷେତ୍ରରେ ମାନ ସମ୍ମାନ ଓ ଯଶ ପ୍ରାପ୍ତି ହେବ, ବନ୍ଧୁ ସହଯୋଗର ହାତ ବଢ଼ାଇପାରନ୍ତି ।

ପ୍ରତିକାର- ମହାଦେବଙ୍କୁ କଞ୍ଚା କ୍ଷୀର ଅର୍ପଣ କରନ୍ତୁ

ସିଂହ- ମାଙ୍ଗଳିକ କାର୍ଯ୍ୟ ପାଇଁ ବନ୍ଧୁଙ୍କର ପରାମର୍ଶ ନେଇପାରନ୍ତି । ସନ୍ତାନମାନଙ୍କ କାର୍ଯ୍ୟକଳାପ ସନ୍ତୋଷଜନକ ରହିପାରେ । ଶରୀର ପୀଡ଼ା ଦେଖାଯିବାର ସମ୍ଭାବନା ରହିଛି ।

ପ୍ରତିକାର- ତୁଳସୀ ଗଛ ମୂଳରେ ଜଳ ଅର୍ପଣ କରନ୍ତୁ

କନ୍ୟା -ନୂତନ ବ୍ୟବସାୟ କରିବା ପାଇଁ ଭାଇ ସାହାଯ୍ୟ କରିବେ ବୋଲି ପ୍ରତିଶ୍ରୁତି ଦେଇପାରନ୍ତି । ଯାତାୟତ ସମୟରେ ସାବଧାନତା ଅବଲମ୍ବନ କରନ୍ତୁ । ପାରିବାରିକ ସମସ୍ୟା ଦେଖାଦେଲେ ମଧ୍ୟ ସହଜରେ ସମାଧାନ ହୋଇପାରେ ।

ପ୍ରତିକାର- କାଉ-ପାରାଙ୍କୁ ଖାଦ୍ୟ ଦିଅନ୍ତୁ

ତୁଳା- କର୍ମ କ୍ଷେତ୍ରରେ କିଛି ପ୍ରତିବନ୍ଧକ ରହିପାରେ । ସ୍ୱାମୀ ସ୍ତ୍ରୀ ମଧ୍ୟରେ ପ୍ରେମ ଭାବ ବଢ଼ିବା ସହିତ ପାରିବାରିକ ବୁଝାମଣା ଠିକ୍ ରହିପାରେ । ବ୍ୟବସାୟ କରୁଥିବା ବ୍ୟକ୍ତିମାନେ ଲାଭ ପାଇବେ ନାହିଁ, ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତଙ୍କୁ ମାନସମ୍ମାନ ମିଳିପାରେ ।

ପ୍ରତିକାର- ଗୋମାତାଙ୍କୁ ଖାଦ୍ୟ ଦିଅନ୍ତୁ

ବିଛା- କର୍ମ କ୍ଷେତ୍ରରେ ଗୁପ୍ତ ଶତ୍ରୁ ଅସୁବିଧାରେ ପକାଇ ପାରନ୍ତି । ଯାନ ବାହାନ ଚଳାଇବା ବେଳେ ସାବଧାନ ରୁହନ୍ତୁ । ପ୍ରାଇଭେଟ୍ ବିଭାଗରେ କାର୍ଯ୍ୟରତ ବ୍ୟକ୍ତିଙ୍କ ମାନହାନୀ ହୋଇପାରେ ।

ପ୍ରତିକାର- ଶ୍ରୀ ହନୁମାନ ଚାଳିଶା ପାଠ କରନ୍ତୁ

ଧନୁ -ନୂଆ ବନ୍ଧୁଙ୍କ ସହିତ ମିଳନ ହୋଇପାରେ । ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଉତ୍ତମ ବୁଝାମଣା ରହିପାରେ । ମାନସମ୍ମାନ ଓ ପଦ ମର୍ଯ୍ୟାଦା ବୃଦ୍ଧି ହୋଇପାରେ ।

ପ୍ରତିକାର- ଓସ୍ତ ଗଛ ମୂଳରେ ଜଳ ଅର୍ପଣ କରନ୍ତୁ

ମକର- ବ୍ୟବସାୟ କ୍ଷେତ୍ରରେ ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି । ପ୍ରେମ ପ୍ରଣୟ ଦିଗରୁ ଦିନଟି ଶୁଭ ରହିପାରେ । ସାମାଜିକ କ୍ଷେତ୍ରରେ ମାନସମ୍ମାନ ମିଳିବ, ନୂତନ ପନ୍ଥା ଅନୁସରଣ କରିପାରନ୍ତି ।

ପ୍ରତିକାର- ଗ୍ରାମଦେବୀଙ୍କ ପାଖରେ ଘିଅ ଦ୍ୱୀପ ଜାଳନ୍ତୁ

କୁମ୍ଭ -ପିଲାମାନଙ୍କ ସଫଳତା ଦେଖି ବାପା-ମା ଖୁସି ଅନୁଭବ କରିପାରନ୍ତି । ବ୍ୟବସାୟରେ ନୂଆ ନୀତି ପ୍ରୟୋଗ କରିପାରନ୍ତି । ଘରକୁ ନୂଆ ଅତିଥି ଆସିପାରନ୍ତି ଓ ସୁସ୍ୱାଦୁ ଭୋଜନ କରିପାରନ୍ତି ।

ପ୍ରତିକାର- ଶ୍ରୀ ହନୁମାନ ଗାୟତ୍ରୀ ପାଠ କରନ୍ତୁ

ମୀନ-କର୍ମ କ୍ଷେତ୍ରରେ ଅଧିକ ଦାୟିତ୍ୱ ନିର୍ବାହ କରିପାରନ୍ତି । ପରିବାରରେ କଳହ ଦେଖାଦେବ, ସତର୍କ ରହିବାକୁ ପଡ଼ିବ

ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତିଙ୍କୁ ସଫଳତା ମିଳିପାରେ ।

ପ୍ରତିକାର- ମା ବାପାଙ୍କୁ ପ୍ରଣାମ କରନ୍ତୁ

Daily Horoscope
Advertisment
Advertisment