Advertisment

Daily Horoscope 11 March 2022: ଜାଣନ୍ତୁ ଆଜିର ରାଶିଫଳ

ଆଜି ୨୦୨୨ ମସିହା, ମାର୍ଚ୍ଚ ମାସ ୧୧ ତାରିଖ, ଶୁକ୍ରବାର, କୁମ୍ଭ୨୭ ଦିନ, ଫାଲଗୁନମାସ, ଶୁକ୍ଳପକ୍ଷ,ନବମୀତିଥି, ମୃଗଶିରା ନକ୍ଷତ୍ର, ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କ ଦିନ...

author-image
Otv Khabar Bureau
Daily Horoscope 11 March 2022

Daily Horoscope 11 March 2022

ଆଜି ୨୦୨୨ ମସିହା, ମାର୍ଚ୍ଚ ମାସ ୧୧ ତାରିଖ, ଶୁକ୍ରବାର, କୁମ୍ଭ୨୭ ଦିନ, ଫାଲଗୁନମାସ, ଶୁକ୍ଳପକ୍ଷ,ନବମୀତିଥି, ମୃଗଶିରା ନକ୍ଷତ୍ର, ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କ ଦିନ...

Advertisment

ମେଷ: ପାରିବାରିକ ସମସ୍ୟାକୁ ନେଇ ଯେଉଁ ବିବାଦ ଥିଲା ତାହା ସମାଧାନ ହୋଇପାରେ । ଅର୍ଥ ସମ୍ପର୍କିତ ଚୁକ୍ତିପତ୍ର କଲେ ପ୍ରଚୁର ଲାଭବାନ ହୋଇପାରନ୍ତି । ଶିକ୍ଷା କ୍ଷେତ୍ରରେ ମାନସିକ ସ୍ଥିରତା ଦେଖାଦେବ, ଭାତୃ ବିବାଦ ଦୂରେଇଯାଇପାରେ ।

  • ପ୍ରତିକାର:-ଗୋମାତାଙ୍କୁ ଖାଦ୍ୟ ଦିଅନ୍ତୁ

ବୃଷ: ସ୍ୱା ମୀ-ସ୍ତ୍ରୀଙ୍କ ମଧ୍ୟରେ ଉତ୍ତମ ବୁଝାମଣା ରହିବା ସହିତ ପାରିବାରିକ ଜୀବନ ସୁଖମୟ ହୋଇପାରେ । ବ୍ୟବସାୟ କ୍ଷେତ୍ରରେ ଆର୍ଥିକ ସମସ୍ୟା ଦେଖାଦେଇପାରେ । ବହୁ ଦିନର ସମସ୍ୟାକୁ ନେଇ ମନରେ ବ୍ୟସ୍ତ ବିବ୍ରତ ଜାଗ୍ରତ ହେବ, ଘରକୁ ଅତିଥୀଙ୍କର ଆଗମନ ହୋଇପାରେ ।

Advertisment
  • ପ୍ରତିକାର-ମାଙ୍କର ପାଦ ଛୁଇଁ ପ୍ରଣାମ କରନ୍ତୁ

ମିଥୁନ: କର୍ମ କ୍ଷେତ୍ରରେ ଉନ୍ନତି କରିବା ପାଇଁ ବନ୍ଧୁଙ୍କର ପରାମର୍ଶ ନେଇପାରନ୍ତି । ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତିଙ୍କୁ ଶୁଭଫଳ ମିଳିବ ଏବଂ ମାନ ସମ୍ମାନ ପ୍ରାପ୍ତି ହୋଇପାରେ । ସ୍ୱାମୀ-ସ୍ତ୍ରୀ ମଧ୍ୟରେ ଦାମ୍ପତ୍ୟ ଜୀବନ ଖୁସି ରହିବ ଓ ସୁସ୍ୱାଦୁ ଭୋଜନ କରିପାରନ୍ତି ।

  • ପ୍ରତିକାର-ମଥାରେ ଶ୍ୱେତ ଚନ୍ଦନ ଧାରନ କରନ୍ତୁ

କର୍କଟ: ସ୍ୱାସ୍ଥ୍ୟରେ ସାମାନ୍ୟ ଯନ୍ତ୍ରଣା ଅନୁଭବ କରିପାରନ୍ତି । ବ୍ୟବସାୟୀ ମାନଙ୍କର ବ୍ୟୟଭାବ ଦେଖାଦେବାରୁ ମନରେ ଅସ୍ଥିରତା ବଢିପାରେ । ସନ୍ତାନମାନଙ୍କର କାର୍ଯ୍ୟକଳାପକୁ ଦେଖି ବାପା ମା ଚିନ୍ତାଗ୍ରସ୍ତ ହୋଇପାରନ୍ତି ।

  • ପ୍ରତିକାର- ନମଃ ଶିବାୟ ଜପ କରନ୍ତୁ

ସିଂହ: ବାକି ପଡିଥିବା ଅର୍ଥ ହାତକୁ ଆସିବାରୁ ମନ ଖୁସି ରହିପାରେ । ବ୍ୟବସାୟରେ ଆୟ ବୃଦ୍ଧି ହୋଇପାରେ । ଅପରାହ୍ନରେ ଖୁସି ଖବର ପ୍ରାପ୍ତିହେବ, ଘର ପାଇଁ ନୂତନ ଦ୍ରବ୍ୟ କ୍ରୟ କରିପାରନ୍ତି ।

  • ପ୍ରତିକାର:-କୁକୁରକୁ ଖାଦ୍ୟ ଦିଅନ୍ତୁ

କନ୍ୟା: ଆର୍ଥିକ ଚିନ୍ତା ମନକୁ ଭାରାକ୍ରାନ୍ତ କରିବ, ଦୂରସ୍ଥାନକୁ ଯାତ୍ରା କଲାବେଳେ ସାବଧାନ ସହ ଯାଆନ୍ତୁ । ବ୍ୟବସାୟୀ ମାନେ ବ୍ୟବସାୟରେ ସଫଳତା ପାଇପାରିବେ । ପଡୋଶୀଙ୍କ ସହ କଳହ ଦେଖାଦେବାର ସମ୍ଭାବନା ରହିଛି ।

  • ପ୍ରତିକାର-ଗ୍ରାମଦେବୀଙ୍କ ପାଖରେ ଘିଅ ଦ୍ୱୀପ ଜାଳନ୍ତୁ

ତୁଳା: ରାଜନୀତି କରୁଥିବା ବ୍ୟକ୍ତିଙ୍କୁ ସୁସମ୍ବାଦ ପ୍ରାପ୍ତି ହୋଇପାରେ । ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଦାମ୍ପତ୍ୟ ଜୀବନ ସୁଖମୟ ରହିପାରେ । ବନ୍ଧୁଙ୍କ ସହିତ କୌଣସି କଥାକୁ ନେଇ ବଚସା ହେବାର ସମ୍ଭାବନା ରହିଛି ।

  • ପ୍ରତିକାର:-ମିଠା ଦହି ଖାଇ ଘରୁ ବାହାରନ୍ତୁ

ବିଚ୍ଛା: ପାରିବାରିକ କଳହ ଲାଗି ରହିବ ଏବଂ ଶରୀରରେ ଆଘାତ ସୃଷ୍ଟି ହୋଇପାରେ । କର୍ମକ୍ଷେତ୍ରରେ ଗୁପ୍ତଶତୃ ବୃଦ୍ଧି ହୋଇପାରେ । ଛାତ୍ରଛାତ୍ରୀମାନେ ପାଠପଢାକୁ ନେଇ ଚିନ୍ତାଗ୍ରସ୍ତ ରହିବେ, ବ୍ୟବସାୟରେ ବ୍ୟୟ ବୃଦ୍ଧି ହୋଇପାରେ ।

  • ପ୍ରତିକାର:-ଶ୍ରୀହନୁମାନଙ୍କର ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ

ଧନୁ: କର୍ମକ୍ଷେତ୍ରକୁ ନେଇ ସାମାନ୍ୟ ଅଶାନ୍ତି ଦେଖାଦେବ, ଅଯଥା କଳହ ଦେଖାଦେଇପାରେ । ଦାମ୍ପତ୍ୟ ଜୀବନ ସୁଖମୟ ରହିପାରେ । ଜମି, ଗୃହ କ୍ରୟ କରିବା ପାଇଁ ବନ୍ଧୁଙ୍କର ପରାମର୍ଶ ନେଇପାରନ୍ତି ।

  • ପ୍ରତିକାର-ଶ୍ରୀ ହନୁମାନ ଚାଳିଶା ପାଠ କରନ୍ତୁ

ମକର: ଛାତ୍ରଛାତ୍ରୀମାନେ କ୍ୟାରିଅରକୁ ନେଇ ନେଇ ଚିନ୍ତାଗ୍ରସ୍ତ ହୋଇପାରନ୍ତି । ବାକି ପଡିଥିବା ଅର୍ଥ ଆଦାୟ ହୋଇପାରିବ । ପାରିବାରିକ ସମସ୍ୟା ମନକୁ ଭାରାକ୍ରାନ୍ତ କରିବ ଏବଂ ବ୍ୟସ୍ତ ବିବ୍ରତ ହେହୋଇପାରନ୍ତି ।

  • ପ୍ରତିକାର-ଓସ୍ତ ଗଛ ମୂଳରେ ରାଶି ତେଲର ଦ୍ୱୀପ ଜାଳନ୍ତୁ

କୁମ୍ଭ: ବୃତ୍ତିଗତ କାମକୁ ନେଇ ଦ୍ୱନ୍ଦରେ ରହିପାରନ୍ତି । ଆୟ ଅନୁସାରେ ବ୍ୟୟ ଅଧିକ ହୋଇପାରେ । ଆର୍ଥିକ ସମସ୍ୟା ଦେଖାଦେବାରୁ ବନ୍ଧୁ ସାହାଯ୍ୟ ସହଯୋଗ କରିବେ ବୋଲି ପ୍ରତିଶୃତି ଦେଇପାରନ୍ତି ।

  • ପ୍ରତିକାର:-କୁକୁରକୁ ଖାଦ୍ୟ ଦିଅନ୍ତୁ

ମୀନ: ବ୍ୟବସାୟକୁ ନେଇ ପ୍ରତିଦ୍ୱନ୍ଦିଙ୍କ ସହିତ କଲହ ହେବାରୁ ଚିନ୍ତାଗ୍ରସ୍ତ ରହିପାରନ୍ତି । ଆର୍ଥିକ ସମସ୍ୟା ଲାଗି ରହିପାରେ । କୌଣସି ନୂତନ କାର୍ଯ୍ୟ କରିବା ପାଇଁ ବ୍ୟସ୍ତ ରହିପାରନ୍ତି ।

  • ପ୍ରତିକାର- ହଳଦିଆ ରୁମାଲ ଟିଏ ପାଖରେ ରଖନ୍ତୁ

ଜ୍ୟୋତିଷ ବାଣୀ:- ବ୍ୟବସାୟରେ ବୃଦ୍ଧି ନିମନ୍ତେ କଣ କରିବେ ପ୍ରତିକାର ?

  • ବ୍ୟବସାୟ କ୍ଷେତ୍ରରେ ଦୁଇଟି ଜାଇଫଳକୁ ଏକ ପାତ୍ରରେ ରଖି ସେଥିରେ ହଲଦୀ ଟୀକା ଲଗାନ୍ତୁ । ଏହା କରିବା ଦ୍ୱାରା ବ୍ୟବସାୟରେ ବୃଦ୍ଧି ହୋଇଥାଏ ।
Daily Horoscope
Advertisment
Advertisment