Advertisment

Daily Horoscope 11 Feb 2022: ଜାଣନ୍ତୁ ଆଜିର ରାଶିଫଳ

ଆଜି ୨୦୨୨ ମସିହା, ଫେବୃୟାରୀ ମାସ ୧୧ ତାରିଖ, ଶୁକ୍ରବାର, ମକର ୨୯ ଦିନ, ମାଘମାସ, ଶୁକ୍ଳପକ୍ଷ,ଦଶମୀ ତିଥି, ମୃଗଶିରା ନକ୍ଷତ୍ର, ବୃଷ ଚନ୍ଦ୍ର, ଜାଣନ୍ତୁ ଆଜିର ରାଶିଫଳ...

author-image
Otv Khabar Bureau
undefined

Daily Horoscope 11 Feb 2022

ଆଜି ୨୦୨୨ ମସିହା, ଫେବୃୟାରୀ ମାସ ୧୧ ତାରିଖ, ଶୁକ୍ରବାର, ମକର ୨୯ ଦିନ, ମାଘମାସ, ଶୁକ୍ଳପକ୍ଷ,ଦଶମୀ ତିଥି, ମୃଗଶିରା ନକ୍ଷତ୍ର, ବୃଷ ଚନ୍ଦ୍ର, ଜାଣନ୍ତୁ ଆଜିର ରାଶିଫଳ...

Advertisment

ମେଷ -କୌଣସି ଏକ ସମସ୍ୟାକୁ ନେଇ ମନସ୍ତାପରେ ରହିବେ, ଅଯଥା ଅର୍ଥହାନି ହୋଇପାରେ । ପାରିବାରିକ ସମସ୍ୟାକୁ ନେଇ ଦ୍ୱନ୍ଦ୍ୱ ସୃଷ୍ଟି ହୋଇପାରେ । ବ୍ୟବସାୟରେ ଆୟ ଅପେକ୍ଷା ବ୍ୟୟ ଅଧିକ ହୋଇପାରେ ।

  • ପ୍ରତିକାର- କୁକୁରକୁ ଖାଦ୍ୟ ଦିଅନ୍ତୁ

ବୃଷ-ବ୍ୟବସାୟ କ୍ଷେତ୍ରରେ ଆୟ ବୃଦ୍ଧି ଦେଖାଦେଇପାରେ । ମହିଳାମାନେ ପ୍ରତ୍ୟେକ କାର୍ଯ୍ୟରେ ଜୟଯୁକ୍ତ ହୋଇପାରିବେ । ସ୍ୱାମୀ ସ୍ତ୍ରୀ ମଧ୍ୟରେ ଦାମ୍ପତ୍ୟ ଜୀବନ ସୁଖମୟ ହୋଇପାରେ ।

Advertisment
  • ପ୍ରତିକାର- ମାଆଙ୍କର ପାଦ ଛୁଇଁ ପ୍ରଣାମ କରନ୍ତୁ

ମିଥୁନ- ପାରିବାରିକ କ୍ଷେତ୍ରରେ ଦ୍ୱନ୍ଦ୍ୱ ସୃଷ୍ଟି ହୋଇପାରେ । ବ୍ୟବସାୟୀମାନେ ବ୍ୟବସାୟରେ କ୍ଷତି ସହିପାରନ୍ତି । ସ୍ୱାସ୍ଥ୍ୟଗତ ପୀଡ଼ା ଦେଖାଦେବ ଓ ଅର୍ଥ ବ୍ୟୟ ହୋଇପାରେ ।

  • ପ୍ରତିକାର- ଓ ଗଂ ଗଣପତୟେ ନମଃ ଜପ କରନ୍ତୁ

କର୍କଟ-ନୂଆ ବ୍ୟବସାୟ କରିବା ପାଇଁ ବନ୍ଧୁଙ୍କର ପରାମର୍ଶ ନେଇପାରନ୍ତି । ଶତ୍ରୁମାନେ ପରାଜିତ ହେବେ ଏବଂ ବନ୍ଧୁତାର ହାତ ବଢ଼ାଇପାରନ୍ତି । ମହିଳାମାନେ ପ୍ରତ୍ୟେକ କାର୍ଯ୍ୟରେ ମାନ ସମ୍ମାନ ପାଇପାରିବେ ।

  • ପ୍ରତିକାର- ଧଳା ବସ୍ତ୍ର ପରିଧାନ କରନ୍ତୁ

ସିଂହ –କର୍ମ କ୍ଷେତ୍ରରେ ଖୁସି ଖବର ମିଳିବା ସହିତ ମାନ ସମ୍ମାନ ପ୍ରାପ୍ତି ହୋଇପାରେ । ବ୍ୟବସାୟୀମାନେ ଲାଭ ପାଇବେ ଏବଂ ନୂତନ ବ୍ୟବସାୟ ପାଇଁ ଯୋଜନା ପ୍ରସ୍ତୁତ କରିପାରନ୍ତି । ଯାନବାହାନ ଚଲାଇଲା ବେଳେ ସାବଧାନ ସହିତ ଯାଆନ୍ତୁ ।

  • ପ୍ରତିକାର- ବେଲଗଛ ମୂଳରେ ଜଳ ଅର୍ପଣ କରନ୍ତୁ

କନ୍ୟା -ନୂତନ କାର୍ଯ୍ୟ ପାଇଁ ଦୂର ସ୍ଥାନକୁ ଯାତ୍ରା କରିବେ ଏବଂ ବନ୍ଧୁ ସାହାଯ୍ୟ ସହଯୋଗ କରିବେ । ବ୍ୟବସାୟରେ ବାକି ପଡ଼ିଥିବା ଅର୍ଥ ଆଦାୟ ହେବ । ସ୍ୱାମୀ ସ୍ତ୍ରୀ ମଧ୍ୟରେ ଦାମ୍ପତ୍ୟ ଜୀବନ ସୁଖମୟ ରହିବ ।

  • ପ୍ରତିକାର- ନମଃ ଶିବାୟ ମନ୍ତ୍ର ଜପ କରନ୍ତୁ

ତୁଳା -ସନ୍ତାନମାନଙ୍କର ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେଇପାରେ । ପାରିବାରିକ କଳହ ଦେଖାଯାଇପାରେ । ବ୍ୟବସାୟ କରୁଥିବା ବ୍ୟକ୍ତି ଲାଭ ପାଇପାରନ୍ତି ।

  • ପ୍ରତିକାର- ଗ୍ରାମଦେବୀଙ୍କ ପାଖରେ ଦୀପ ଜାଳନ୍ତୁ

ବିଛା- ବ୍ୟବସାୟରେ ଧନ ଲାଭ ହେବ ଏବଂ ଘର ପାଇଁ ନୂତନ ଦ୍ରବ୍ୟ କ୍ରୟ କରିପାରନ୍ତି । ଯାନବାହାନ ଚଲାଇଲା ବେଳେ ସାବଧାନ ସହିତ ଚଲାନ୍ତୁ । ପାରିବାର ମଧ୍ୟରେ ବୁଝାମଣା ଅଭାବରୁ ଦ୍ୱନ୍ଦ୍ୱ ସୃଷ୍ଟି ହୋଇପାରେ ।

  • ପ୍ରତିକାର- ଶ୍ରୀ ହନୁମାନ ଚାଳିଶା ପାଠ କରନ୍ତୁ

ଧନୁ- ସ୍ୱାମୀ ସ୍ତ୍ରୀ ମଧ୍ୟରେ ଦାମ୍ପତ୍ୟ ଜୀବନ ସୁଖମୟ ହୋଇପାରେ । ଜମିବାଡ଼ି କ୍ରୟ କରିବା ବେଳେ ଭାବିଚିନ୍ତି କରନ୍ତୁ ନଚେତ ଠକାମିରେ ପଡ଼ିପାରନ୍ତି । ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି ।

  • ପ୍ରତିକାର- ମହାଦେବଙ୍କୁ ଦର୍ଶନ କରନ୍ତୁ

ମକର- ସନ୍ତାନମାନଙ୍କ ପାଇଁ ବାପା ମାଆ ଚିନ୍ତାଗ୍ରସ୍ତ ହୋଇପାରନ୍ତି । ବ୍ୟବସାୟ କ୍ଷେତ୍ରରେ ଦୂରସ୍ଥାନକୁ ଯାତ୍ରା କରିବେ ଓ କର୍ମ କ୍ଷେତ୍ରରେ ସଫଳତା ପାଇପାରିବେ । ମାନ ସମ୍ମାନ ବୃଦ୍ଧି ପାଇବ ଏବଂ ଯଶ ଲାଭ ମିଳିପାରିବ ।

  • ପ୍ରତିକାର- ଓସ୍ତ ଗଛ ମୂଳରେ ଜଳ ଅର୍ପଣ କରନ୍ତୁ

କୁମ୍ଭ -ଚାକିରୀ କ୍ଷେତ୍ରରେ ପଦୋନ୍ନତିର ସମ୍ଭାବନା ରହିଛି ଓ ବ୍ୟବସାୟରେ ନୂଆ ନୀତି ପ୍ରୟୋଗ କରିପାରିବେ । ଶାରୀରିକ ଅସୁସ୍ଥତା ଦୂର ହେବାରୁ ମନ ଭଲ ରହିପାରେ । ଛାତ୍ରଛାତ୍ରୀଙ୍କ ପାଠପଢ଼ା ଉନ୍ନତି ହୋଇପାରେ ।

  • ପ୍ରତିକାର- କାଉ ଓ ପାରାଙ୍କୁ ଖାଦ୍ୟ ଦିଅନ୍ତୁ

ମୀନ -ପ୍ରତ୍ୟେକ କାର୍ଯ୍ୟରେ ପ୍ରଶଂସିତ ହୋଇପାରିବେ । ଇଛା କରିଥିବା ଅଭିଳାଷ ପୂର୍ଣ୍ଣ ହୋଇପାରେ । ମାନ ସମ୍ମାନ ବୃଦ୍ଧି ହେବା ସହ ମାନସିକ ଚିନ୍ତା ଦୂର ହୋଇପାରେ ।

  • ପ୍ରତିକାର- ତୁଳସୀ ଗଛ ମୂଳେ ଜଳ ଅର୍ପଣ କରନ୍ତୁ
Daily Horoscope
Advertisment
Advertisment