• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଆଜି ୨୦୨୧ ମସିହା, ଡିସେମ୍ବର ମାସ ୧୩ତାରିଖ, ସୋମବାର, ବିଛା୨୮ଦିନ, ମାର୍ଗଶିର ମାସ, ଶୁକ୍ଳପକ୍ଷ,ଦଶମୀତିଥି, ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କ ଦିନ...

ମେଷ:- କୌଣସି ଏକ ସମସ୍ୟାକୁ ନେଇ ମନସ୍ତାପରେ ରହିବେ, ସ୍ୱାସ୍ଥ୍ୟଗତ ପୀଡା ଦେଖାଦେଇପାରେ । ପାରିବାରିକ ସମସ୍ୟାକୁ ନେଇ ଦ୍ୱନ୍ଦ ସୃଷ୍ଟି ହୋଇପାରେ । ବ୍ୟବସାୟରେ ଆୟ ଅପେକ୍ଷା ବ୍ୟୟ ଅଧିକ ରହିବାର ସମ୍ଭାନା ରହିଛି ।

ପ୍ରତିକାର- କୁକୁରକୁ ଖାଦ୍ୟ ଦିଅନ୍ତୁ

ବୃଷ:- ବ୍ୟବସାୟ କ୍ଷେତ୍ରରେ ଆୟ ବୃଦ୍ଧି ଦେଖାଦେବ, ମହିଳା ମାନେ ପ୍ରତ୍ୟେକ କାର୍ଯ୍ୟରେ ଜୟଯୁକ୍ତ ହୋଇପାରିବେ । ପରୋକ୍ଷରେ ନିଜର ଲୋକ ଅସୁବିଧାରେ ପକାଇ ପାରନ୍ତି । ପ୍ରାଇଭେଟ ବିଭାଗରେ କାର୍ଯ୍ୟରତ ଥିବା ବ୍ୟକ୍ତିଙ୍କୁ ଖୁସି ଖବର ମିଳିପାରିବ ।

ପ୍ରତିକାର:- ନମଃ ଶିବାୟ ମନ୍ତ୍ରକୁ ଜପ କରନ୍ତୁ

ମିଥୁନ:- ପାରିବାରିକ ଜୀବନ ସୁଖମୟ ରହିପାରେ । ଚାକିରୀ କରିଥିବା ବ୍ୟକ୍ତିଙ୍କର ପଦୋନ୍ନତି ହୋଇପାରିବ । ଆର୍ଥିକ ସମସ୍ୟା ଯାହା ଥିଲା ତାହା ଆଉ ରହିବ ନାହିଁ ଓ ଅଚାନକ ଧନ ପ୍ରାପ୍ତି ହୋଇପାରେ । ମାଙ୍ଗଳିକ କାର୍ଯ୍ୟ ପାଇଁ ବ୍ୟସ୍ତ ରହିପାରନ୍ତି ।

ପ୍ରତିକାର- ମହାଦେବଙ୍କୁ ବେଲ ପତ୍ର ଅର୍ପଣ କରନ୍ତୁ

କର୍କଟ:- ବାପାଙ୍କର ସ୍ୱାସ୍ଥ୍ୟଗତ ସମସ୍ୟାକୁ ନେଇ ଘରେ କାହାର ମନ ଭଲ ରହିବ ନାହିଁ । ଶତୃ ମାନେ ପରାଜିତ ହେବେ ଏବଂ ବନ୍ଧୁତାର ହାତ ବଢାଇପାରନ୍ତି । ମହିଳାମାନେ ପ୍ରତ୍ୟେକ କାର୍ଯ୍ୟରେ ମାନସମ୍ମାନ ପାଇପାରିବେ ।

ପ୍ରତିକାର- ଧଳାବସ୍ତ୍ର ଧାରଣ କରନ୍ତୁ

ସିଂହ:- ଯାନବାହନ ଚଳାଇଲା ବେଳେ ସାବଧାନ ସହିତ ଯାଆନ୍ତୁ । କର୍ମ କ୍ଷେତ୍ରରେ ବାଧା ବିଘ୍ନର ସମ୍ମୁଖୀନ ହୋଇପାରନ୍ତି । ବ୍ୟବସାୟୀମାନେ ଲାଭ ପାଇବେ ଏବଂ ନୂତନ ବ୍ୟବସାୟ ପାଇଁ ଯୋଜନା ପ୍ରସ୍ତୁତ କରିପାରନ୍ତି ।

ପ୍ରତିକାର-ବେଲଗଛ ମୂଳରେ ଜଳ ଅର୍ପଣ କରନ୍ତୁ

କନ୍ୟା:- ନୂତନ କାର୍ଯ୍ୟ ପାଇଁ ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି । ବ୍ୟବସାୟରେ ବାକି ପଡିଥିବା ଅର୍ଥ ଆଦାୟ ହୋଇପାରେ । ସ୍ୱାମୀ ସ୍ତ୍ରୀ ମଧ୍ୟରେ ଦାମ୍ପତ୍ୟ ଜୀବନ ସୁଖମୟ ରହିପାରେ ।

ପ୍ରତିକାର:-ମହାଦେବଙ୍କୁ କଞ୍ଚାକ୍ଷୀର ଅର୍ପଣ କରନ୍ତୁ

ତୁଳା :-ସନ୍ତାନମାନଙ୍କର ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେଇପାରେ । ପାରିବାରିକ କଳହ ଦେଖାଦେଇପାରିବ । ବ୍ୟବସାୟ କରୁଥିବା ବ୍ୟକ୍ତି ଲାଭ ପାଇପାରନ୍ତି । ସରକାରୀ ଚାକିରୀ କରିଥିବା ବ୍ୟକ୍ତିଙ୍କୁ ପ୍ରଶଂସା ମିଳିପାରେ ।

ପ୍ରତିକାର-ମାଙ୍କୁ ପ୍ରଣାମ କରନ୍ତୁ

ବିଚ୍ଛା:- ମାଙ୍ଗଳିକ କାର୍ଯ୍ୟ ପାଇଁ ଦିନସାରା ବ୍ୟସ୍ତ ରହିବେ ଏବଂ ଅର୍ଥ ବ୍ୟୟ ଦେଖାଦେଇପାରେ । କମ୍ପାନୀ ଚାକିରୀ କରିଥିବା ବ୍ୟକ୍ତି ମାନେ ଉଚ୍ଚ କର୍ତ୍ତୃ ପକ୍ଷଙ୍କ ଠାରୁ ପ୍ରଶଂସା ପାଇପାରନ୍ତି । ସାମାଜିକ କାର୍ଯ୍ୟ ପାଇଁ ମାନସମ୍ମାନ ମିଳିବ ଓ ଭବିଷ୍ୟତ ଲାଗି ସୁସମ୍ବାଦ ପ୍ରାପ୍ତିହୋଇପାରିବ ।

ପ୍ରତିକାର- ମଥାରେ ଲାଲ ସିନ୍ଦୁର ଧାରଣ କରନ୍ତୁ

ଧନୁ:- ସ୍ୱାମୀ ସ୍ତ୍ରୀ ମଧ୍ୟରେ ଦାମ୍ପତ୍ୟ ଜୀବନ ସୁଖମୟ ରହିପାରିବ । ଜମି ବାଡି କ୍ରୟ କରିବା ବେଳେ ଭାବିଚିନ୍ତି କରନ୍ତୁ ନଚେତ୍ ଠକାମୀରେ ପଡିପାରନ୍ତି । ଯାନବାହନରେ ଗଲାବେଳେ ସାବଧାନ ସହିତ ଯାଆନ୍ତୁ ।

ପ୍ରତିକାର-ମହାଦେବଙ୍କୁ ଦର୍ଶନ କରନ୍ତୁ

ମକର:- ବ୍ୟବସାୟ କ୍ଷେତ୍ରରେ ଦୂର ସ୍ଥାନକୁ ଯିବେ, କର୍ମ କ୍ଷେତ୍ରରେ ସଫଳତା ପାଇପାରିବେ । ମାନସମ୍ମାନ ବୃଦ୍ଧି ପାଇବ ଏବଂ ଯଶଲାଭ ମିଳିପାରିବ । ମହିଳାମାନେ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ପାଇପାରିବେ, ପ୍ରେମପ୍ରଣୟ ଦିଗରୁ ଦିନଟି ଶୁଭ ରହିବାର ସମ୍ଭାବନା ରହିଛି ।

ପ୍ରତିକାର-ଓସ୍ତ ଗଛମୂଳରେ ଜଳ ଅର୍ପଣ କରନ୍ତୁ

କୁମ୍ଭ:-ବ୍ୟବସାୟରେ ନୂଆ ନୀତି ପ୍ରୟୋଗ , ଚାକିରୀ କ୍ଷେତ୍ରରେ ପଦୋନ୍ନତିର ସମ୍ଭାବନା ରହିଛି । ଶାରୀରିକ ଅସୁସ୍ଥତା ଦୂର ହେବାରୁ ମନ ଭଲ ରହିପାରିବ । ଛାତ୍ରଛାତ୍ରୀ ମାନେ ପ୍ରଗତୀଶୀଳ ହୋଇପାରିବେ ।

ପ୍ରତିକାର- ଶ୍ରୀ ହନୁମାନ ଗାୟତ୍ରୀ ପାଠ କରନ୍ତୁ

ମୀନ:- ପ୍ରତ୍ୟେକ କାର୍ଯ୍ୟରେ ପ୍ରଶଂସିତ ହେବେ, ଇଚ୍ଛା କରିଥିବା ଅଭିଳାଷ ପୂଣ୍ଣ ହୋଇପାରିବ । ମାନ ସମ୍ମାନ ବୃଦ୍ଧି ହେବ ଏବଂ ମାନସିକ ଚିନ୍ତା ଦୂର ହୋଇପାରିବ । ଛାତ୍ରଛାତ୍ରୀ ମାନେ ଉଚ୍ଚ ଶିକ୍ଷା ପାଇଁ ଯୋଗ୍ୟ ବିବେଚିତ ହୋଇପାରନ୍ତି ।

ପ୍ରତିକାର-ତୁଳସୀ ଗଛରେ ଜଳ ଅର୍ପଣ କରନ୍ତୁ