• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rajalaxmi Sahoo

ଆଜି ୨୦୨୧ ମସିହା ନଭେମ୍ବର ୧୦ ତାରିଖ, ବୁଧବାର, ତୁଳା ୨୫ ଦିନ, କାର୍ତ୍ତିକ ମାସ ଶୁକ୍ଳପକ୍ଷ, ଷଷ୍ଠୀ ମୁକ୍ତ ସପ୍ତମୀ ତିଥି। ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କ ଦିନ ଓ କ’ଣ ରହିଛି ଆପଣଙ୍କ ରାଶିରେ...

ମେଷ: ଆଜି ସ୍ୱାସ୍ଥ୍ୟ ଭଲ ରହିବ। ପାରିବାରିକ ମନୋମାଳିନ୍ୟ କାରଣରୁ ସାମାନ୍ୟ ଚିନ୍ତିତ ରହିବେ। ଅର୍ଥଲାଭର ସୁଯୋଗ ଅଛି। କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହଯୋଗ ମିଳିପାରେ। 
* ପ୍ରତିକାର- ଶୁଭଫଳ ପାଇବା ପାଇଁ ହନୁମାନଙ୍କ ପାଖରେ ରାଶି ତେଲରେ ଦୀପଟିଏ ଜାଳନ୍ତୁ

ବୃଷ: ଆଜି ଆକସ୍ମିକ ଧନ ଲାଭର ଯୋଗ ରହିଛି। ସ୍ୱାସ୍ଥ୍ୟ ଭଲ ରହିବ। ପାରିବାରିକ କାରଣରୁ ସାମାନ୍ୟ ଚିନ୍ତିତ ରହିବେ। କର୍ମକ୍ଷେତ୍ରରେ ସାହାଯ୍ୟ ସହଯୋଗ ମିଳିବ।
* ପ୍ରତିକାର- ଶୁଭଫଳ ପାଇବା ପାଇଁ କୌଣସି ଅସହାୟକୁ କିଛି ଖାଦ୍ୟ ଖାଇବାକୁ ଦିଅନ୍ତୁ

ମିଥୁନ: ଆଜି ଆପଣଙ୍କୁ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ମିଳିପାରେ। ପାରିବାରିକ ସମସ୍ୟା ଦେଖାଦେଇପାରେ। ଫଳରେ ସାମାନ୍ୟ ଚିନ୍ତିତ ରହିବେ। ଅପେକ୍ଷା କରିଥିବା ଶୁଭ ଖବର ଶୁଣି ଖୁସି ହେବେ। କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହଯୋଗ ମିଳିବ।  
* ପ୍ରତିକାର- ଶୁଭଫଳ ପାଇବା ପାଇଁ ରକ୍ତ ଚନ୍ଦନର ଟିକା ମଥାରେ ଲଗାନ୍ତୁ 

କର୍କଟ: ପାରିବାରିକ ଓ ଦାମ୍ପତ୍ୟ ଜୀବନ ସୁଖମୟ ହେବ। ନିଜ ଲୋକ କେହି ଜଣେ ଶତ୍ରୁତା କରିପାରନ୍ତି। ତେଣୁ ଯଗି ରଖି ଚଳନ୍ତୁ। ଅସୁସ୍ଥ ଅନୁଭବ କରିପାରନ୍ତି।
* ପ୍ରତିକାର-ଶୁଭଫଳ ପାଇଁ ଗାୟତ୍ରୀ ମନ୍ତ୍ରକୁ ୨୭ଥର ପାଠ କରନ୍ତୁ

 

ସିଂହ: ପାରିବାରିକ ଜୀବନରେ ମନାନ୍ତର ମତାନ୍ତର ଦେଖା ଦେଇପାରେ। ଯାହାକୁ ନେଇ ସାମାନ୍ୟ ଚିନ୍ତିତ ରହିବେ। ବକେୟା ଅର୍ଥ ବିଳମ୍ବ ହେଲେ ମଧ୍ୟ ହସ୍ତଗତ ହେବ। 
*ପ୍ରତିକାର-ତୁଳସୀ ମୂଳରେ ପାଣି ଢାଳନ୍ତୁ, ତୁଳସୀ ମୂଳର ମାଟି ମଥାରେ ଲଗାନ୍ତୁ

କନ୍ୟା: ସ୍ୱାସ୍ଥ୍ୟ ଭଲ ରହିବ। ମହିଳାମାନେ ଘରେ ବାହାରେ ସବୁଠି ଆଦର ସମ୍ମାନ ପାଇବେ। ପୂର୍ବରୁ ଲାଗି ରହିଥିବା ଅଶାନ୍ତି ମନୋମାଳିନ୍ୟ ଦୂର ହୋଇଯିବ।
* ପ୍ରତିକାର-ଓଁ ନମଃ ଭଗବତେ ବାସୁଦେବାୟ ଏହି ମନ୍ତ୍ରକୁ ୨୭ଥର ଜପ କରନ୍ତୁ

ତୁଳା: ଆଜି ଆକସ୍ମିକ ଭାବରେ ଖର୍ଚ୍ଚର ପରିମାଣ ବଢି ଯାଇପାରେ। ସ୍ୱାସ୍ଥ୍ୟହାନୀର ଆଶଙ୍କା ରହିଛି। ଆୟ ତୁଳନାରେ ବ୍ୟୟ ଅଧିକ ହୋଇଯିବ। ଫଳରେ ଧାର କରଜ କରିବାକୁ ପଡ଼ିପାରେ। କର୍ମକ୍ଷେତ୍ରରେ ଅନିଚ୍ଛାକୃତ ଭାବେ କାର୍ଯ୍ୟ କରିବାକୁ ବାଧ୍ୟ ହେବେ। 
 *ପ୍ରତିକାର-ଓଁ ନମଃ ଶିବାୟ ମନ୍ତ୍ରରେ ୫ଟି ତ୍ରୀଶାଖା ବେଲପତ୍ର ଶିବଲିଙ୍ଗ ଉପରେ ଚଢାନ୍ତୁ

ବିଛା: ଆଜି  କର୍ମକ୍ଷେତ୍ରରେ ସାହାଯ୍ୟ ସହଯୋଗ ମିଳିବ। ବ୍ୟବସାୟରେ ପୂର୍ବ ଅପେକ୍ଷା ଆୟ ବୃଦ୍ଧି ଘଟିପାରେ। ଶାରୀରିକ ପୀଡ଼ା ଦେଖା ଦେଇପାରେ। ଖାଦ୍ୟ ପାନୀୟ ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ। 
*ପ୍ରତିକାର- ହନୁମାନଙ୍କୁ ଦର୍ଶନ କରିବା ସହିତ ରାଶି ତେଲରେ ଦୀପଟିଏ ଜାଳନ୍ତୁ

ଧନୁ: ଯଗିରଖି ଭାବି ଚିନ୍ତି କାର୍ଯ୍ୟ କରନ୍ତୁ। ପରିଶ୍ରମ ତୁଳନାରେ ପାରିଶ୍ରମିକ କମ୍ ମିଳିବ। ସାମାନ୍ୟ ସ୍ୱାସ୍ଥ୍ୟହାନୀର ଆଶଙ୍କା ରହିବ। ପାରିବାରିକ ମନୋମାଳିନ୍ୟ ଦେଖା ଦେଇପାରେ।
*ପ୍ରତିକାର-ରକ୍ତ ଚନ୍ଦନର ଟିକା ମଥାରେ ଲଗାନ୍ତୁ

ମକର: ଆଜି ଆକସ୍ମିକ ଭାବେ ଧନ ଲାଭ ହୋଇପାରେ। ସ୍ୱାସ୍ଥ୍ୟ ଭଲ ରହିବ। କର୍ମକ୍ଷେତ୍ରର ସହକର୍ମୀଙ୍କ ସହଯୋଗରେ ସମସ୍ତ ଦିଗରେ ବିଜୟୀ ହୋଇପାରନ୍ତି। ମହିଳାମାନେ ଆଜି ଯଗିରଖି ଚଳନ୍ତୁ। ଦାମ୍ପତ୍ୟ ଜୀବନରେ ମନାନ୍ତର ମତାନ୍ତର ହେବାରୁ ମନ ଭାରାକ୍ରାନ୍ତ ରହିପାରେ।  
*ପ୍ରତିକାର-ଅଶ୍ୱତ୍ଥ ବୃକ୍ଷ ମୂଳରେ କଞ୍ଚା କ୍ଷୀରରେ କଳାରାଶି ମିଶାଇ ଢାଳନ୍ତୁ

କୁମ୍ଭ: ଆୟ ତୁଳନାରେ ବ୍ୟୟ ଅଧିକ ହେବ। ନିଜର ଲୋକ ବିରୁଦ୍ଧାଚରଣ କରିବେ ସତର୍କ ରୁହନ୍ତୁ। 
*ପ୍ରତିକାର-୭ଟି ନୀଳ ଅପରାଜିତା ଫୁଲ ମା କାଳୀଙ୍କୁ ଚଢାନ୍ତୁ ଓ ସାତଟି କଳାମିଠା ଭୋଗ କରନ୍ତୁ

ମୀନ: ଆଜି ଆକସ୍ମିକ ଭାବେ ବକେୟା ଦରମା ହସ୍ତଗତ ହେବ। ପାରିବାରିକ ଭୁଲ ବୁଝାମଣା କାରଣରୁ ଚିନ୍ତିତ ରହିବେ। ଗୁପ୍ତ ଶତ୍ରୁଙ୍କ କାରଣରୁ କାର୍ଯ୍ୟ ବିଳମ୍ବିତ ହେବ।  
*ପ୍ରତିକାର- କୌଣସି ଅସହାୟ ବ୍ୟକ୍ତିକୁ କିଛି ଖାଦ୍ୟ ଖାଇବାକୁ ଦିଅନ୍ତୁ