Advertisment

Daily Horoscope 10 Jan 2022: ଆସନ୍ତୁ ଜାଣିବା ଆଜିର ରାଶିଫଳ

ଆଜି ୨୦୨୨ ମସିହା ଜାନୁଆରୀ ତା ୧୦ ତାରିଖ ସୋମବାର, ଧନୁ ୨୬ ଦିନ ପୌଷ ମାସ ଶୁଳ୍କ ପକ୍ଷ, ଅଷ୍ଟମୀ ତିଥି ରେବତୀ ନକ୍ଷତ୍ର ମୀନ ଚନ୍ଦ୍ର । ଆଜି ଦିନଟି ଆପଣଙ୍କ ପାଇଁ କେମିତି କଟିବ ଆସନ୍ତୁ ଜାଣିବା ।

author-image
Otv Khabar Bureau
ଅଦ୍ୟତନ ହୋଇଛି
Daily Horoscope

Daily Horoscope

ଆଜି ୨୦୨୨ ମସିହା ଜାନୁଆରୀ ତା ୧୦ ତାରିଖ ସୋମବାର, ଧନୁ ୨୬ ଦିନ ପୌଷ ମାସ ଶୁଳ୍କ ପକ୍ଷ, ଅଷ୍ଟମୀ ତିଥି ରେବତୀ ନକ୍ଷତ୍ର ମୀନ ଚନ୍ଦ୍ର

Advertisment

ତେବେ ଆସନ୍ତୁ ଜାଣିବା ମେଷ ରାଶି ଠାରୁ ଆରମ୍ଭ କରି ମୀନ ରାଶି ପର୍ଯ୍ୟନ୍ତ ବ୍ୟକ୍ତିଙ୍କ ରାଶିଫଳ ସମ୍ପର୍କରେ

ମେଷ:- ଆଜି ସ୍ୱାସ୍ଥ୍ୟ ଭଲ ରହିବ । ପାରିବାରିକ ମନୋମାଳିନ କାରଣରୁ ସାମାନ୍ୟ ଚିନ୍ତିତ ରହିବେ । ଅର୍ଥଲାଭର ସୁଯୋଗ ରହିଛି । କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହଯୋଗ ମିଳିବ ।

Advertisment

ପ୍ରତିକାର:- ଶୁଭଫଳ ପାଇବା ପାଇଁ ହନୁମାନଙ୍କ ପାଖରେ ରାଶି ତେଲରେ ଦୀପଟିଏ ଜାଳନ୍ତୁ ।

ବୃଷ:- ଆଜି ଆକସ୍ମିକ ଧନ ଲାଭର ଯୋଗ ରହିଛି । ପାରିବାରିକ କାରଣରୁ ସାମାନ୍ୟ ଚିନ୍ତିତ ରହିବେ । କର୍ମକ୍ଷେତ୍ରରେ ସାହାଯ୍ୟ ସହଯୋଗ ମିଳିବ ।

ପ୍ରତିକାର:- ଶୁଭଫଳ ପାଇବା ପାଇଁ କୈାଣସି ଅସହାୟକୁ କିଛି ଖାଦ୍ୟ ଖାଇବାକୁ ଦିଅନ୍ତୁ ।

ମିଥୁନ:- ପାରିବାରିକ ସମସ୍ୟା ଦେଖାଦେଇପାରେ, ଯାହା ଫଳରେ ସାମାନ୍ୟ ଚିନ୍ତିତ ରହିବେ । ଅପେକ୍ଷା କରିଥିବା ଶୁଭ ଖବର ଶୁଣି ଖୁସି ହେବେ । କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହଯୋଗ ମିଳିବ । ମାତ୍ର ଉପରିସ୍ଥ ଅଧିକାରୀମାନଙ୍କ ସହିତ ମତଭେଦ ହୋଇପାରେ ।

ପ୍ରତିକାର:- ଶୁଭଫଳ ପାଇବା ପାଇଁ ରକ୍ତ ଚନ୍ଦନର ଟିକା ମଥାରେ ଲଗାନ୍ତୁ ।

କର୍କଟ:- ନିଜର ଲୋକ କେହି ଜଣେ ଶତୃତା କରିପାରନ୍ତି, ତେଣୁ ଯଗି ରଖି ଚଳନ୍ତୁ । ଋତୁକାଳୀନ ଥଣ୍ଡା ଶର୍ଦ୍ଦି ଜନିତ ସାମାନ୍ୟ ଜ୍ୱରପୀଡାର ଆଶଙ୍କା ଏଡାଇ ଦିଆଯାଇ ନ ପାରେ । ବ୍ୟବସାୟ ବାଣିଜ୍ୟ ପାଇଁ ଦିନଟି ଅନୁକୂଳ ରହିବ, ଅର୍ଥଲାଭ ହେବ ।

ପ୍ରତିକାର:- ଶୁଭଫଳ ପାଇଁ ଗାୟତ୍ରୀ ମନ୍ତ୍ରକୁ ୨୭ଥର ପାଠ କରନ୍ତୁ ।

ସିଂହ:- ପାରିବାରିକ ଜୀବନରେ ମନାନ୍ତର ମତାନ୍ତର ଦେଖାଦେଇପାରେ, ଯାହାକୁ ନେଇ ସାମାନ୍ୟ ଚିନ୍ତିତ ରହିବେ । ବକେୟା ଅର୍ଥ ବିଳମ୍ବ ହେଲେ ମଧ୍ୟ ହସ୍ତଗତ ହେବ । କର୍ମକ୍ଷେତ୍ରରେ ସହଯୋଗ ମିଳିବ ।

ପ୍ରତିକାର:- ତୁଳସୀ ମୂଳରେ ପାଣି ଢାଳନ୍ତୁ, ତୁଳସୀ ମୂଳର ମାଟି ମଥାରେ ଲଗାନ୍ତୁ ।

କନ୍ୟା:- ଶାରୀରିକ ମାନସିକ ପାରିବାରିକ ଅଭିବୃଦ୍ଧି ଘଟିବ । ପୂର୍ବରୁ ଲାଗି ରହିଥିବା ଅଶାନ୍ତି ମନୋମାଳିନ ଦୂର ହୋଇଯିବ । ଆକସ୍ମିକ ଅର୍ଥପ୍ରାପ୍ତିର ସମ୍ଭାବନା ରହିଛି ।

ପ୍ରତିକାର:- ଓଁ ନମଃ ଭଗବତେ ବାସୁଦେବାୟ ଏହି ମନ୍ତ୍ରକୁ ୨୭ଥର ଜପ କରନ୍ତୁ ।

ତୁଳା:- ଆଜି ଆକସ୍ମିକ ଭାବରେ ଖର୍ଚ୍ଚର ପରିମାଣ ବଢିଯାଇପାରେ । ସ୍ୱାସ୍ଥ୍ୟହାନୀର ଆଶଙ୍କା ରହିଛି । ଆୟ ତୁଳନାରେ ବ୍ୟୟ ଅଧିକ ହୋଇଯିବ, ଯାହା ଫଳରେ ଧାର କରଜ କରିବାକୁ ପଡିପାରେ । କର୍ମକ୍ଷେତ୍ରରେ ଅନିଚ୍ଛାକୃତ ଭାବେ କାର୍ଯ୍ୟକୁ କରିବାକୁ ବାଧ୍ୟ ହେବେ ।

ପ୍ରତିକାର:- ଓଁ ନମଃ ଶିବାୟ ମନ୍ତ୍ରରେ ୫ଟି ତ୍ରୀଶାଖା ବେଲପତ୍ର ଶିବଲିଙ୍ଗ ଉପରେ ଚଢାନ୍ତୁ ।

ବିଛା:- ଆଜି କର୍ମକ୍ଷେତ୍ରରେ ସାହାଯ୍ୟ ସହଯୋଗ ମିଳିବ । ବ୍ୟବସାୟରେ ପୂର୍ବ ଅପେକ୍ଷା ଆୟ ବୃଦ୍ଧି ଘଟିବ । ଶାରୀରିକ ପୀଡ଼ା ଦେଖାଦେଇପାରେ । ଖାଦ୍ୟ ପାନୀୟ ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ ।

ପ୍ରତିକାର:- ହନୁମାନଙ୍କୁ ଦର୍ଶନ କରିବା ସହିତ ରାଶି ତେଲରେ ଦୀପଟିଏ ଜାଳନ୍ତୁ ।

ଧନୁ:- ଯଗିରଖି ଭାବି ଚିନ୍ତି କାର୍ଯ୍ୟ କରନ୍ତୁ, ପରିଶ୍ରମ ତୁଳନାରେ ପାରିଶ୍ରମିକ କମ୍ ମିଳିବ । ସାମାନ୍ୟ ସ୍ୱାସ୍ଥ୍ୟହାନୀର ଆଶଙ୍କା ରହିବ । ପାରିବାରିକ ମନୋମାଳିନ ଦେଖାଦେଇପାରେ ।

ପ୍ରତିକାର:- ରକ୍ତ ଚନ୍ଦନର ଟିକା ମଥାରେ ଲଗାନ୍ତୁ ।

ମକର:- ଆଜି ଆକସ୍ମିକ ଭାବେ ଧନ ଲାଭ କରିବେ । ଦେହ ମନ ସୁସ୍ଥ ରହିବ । କର୍ମକ୍ଷେତ୍ରର ସହକର୍ମୀଙ୍କ ସହଯୋଗରେ ସମସ୍ତ ଦିଗରେ ବିଜୟୀ ହେବେ । ମହିଳାମାନେ ଆଜି ଯଗିରଖି ଚଳନ୍ତୁ । ଦାମ୍ପତ୍ୟ ଜୀବନରେ ମନାନ୍ତର ମତାନ୍ତର ହେବାରୁ ମନ ଭାରାକ୍ରାନ୍ତ ରହିପାରେ ।

ପ୍ରତିକାର:- ଅଶ୍ୱତ୍ଥ ବୃକ୍ଷ ମୂଳରେ କଞ୍ଚା କ୍ଷୀରରେ କଳାରାଶି ମିଶାଇ ଢାଳନ୍ତୁ ।

କୁମ୍ଭ:- ଶାରୀରିକ ମାନସିକ ପାରିବାରିକ ଅଭିବୃଦ୍ଧି ଘଟିବ । ଆୟ ତୁଳନାରେ ବ୍ୟୟ ଅଧିକ ହୋଇଯିବ । ନିଜର ଲୋକ ବିରୁଦ୍ଧାଚରଣ କରିବେ ସତର୍କ ରୁହନ୍ତୁ । କର୍ମକ୍ଷେତ୍ରରେ ସହକର୍ମୀଙ୍କ ଅସହଯୋଗ କାରଣରୁ ଚିନ୍ତିତ ରହିବେ ।

ପ୍ରତିକାର:- ସାତୋଟି ନୀଳ ଅପରାଜିତା ଫୁଲ ମା କାଳୀଙ୍କୁ ଚଢାନ୍ତୁ ଓ ସାତଟି କଳାମିଠା ଭୋଗ କରନ୍ତୁ ।

ମୀନ:- ଆଜି ଆକସ୍ମିକ ଭାବରେ ବକେୟା ଦରମା ହସ୍ତଗତ ହେବ । ପାରିବାରିକ ଭୁଲ ବୁଝାମଣା କାରଣରୁ ଚିନ୍ତିତ ରହିବେ । ଗୁପ୍ତଶତ୍ରୁଙ୍କ କାରଣରୁ କାର୍ଯ୍ୟ ବିଳମ୍ବିତ ହେବ ।

ପ୍ରତିକାର:- କୈାଣସି ଅସହାୟ ବ୍ୟକ୍ତିକୁ କିଛି ଖାଦ୍ୟ ଖାଇବାକୁ ଦିଅନ୍ତୁ ।

Daily Horoscope
Advertisment
Advertisment