• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଆଜି ୨୦୨୨ ମସିହା, ଫେବୃୟାରୀ ମାସ, ୧୦ ତାରିଖ, ଗୁରୁବାର, ମକର ୨୮ ଦିନ, ମାଘମାସ, ଶୁକ୍ଳପକ୍ଷ,ନବମୀ ତିଥି, ରୋହିଣୀ ନକ୍ଷତ୍ର, ବୃଷ ଚନ୍ଦ୍ର,ଜାଣନ୍ତୁ ଆଜିର ରାଶିଫଳ....

ମେଷ- ଶରୀରର କୌଣସି ଅଙ୍ଗରେ ଆଘାତ ଲାଗିବାର ସମ୍ଭାବନା ରହିଛି । ବ୍ୟବସାୟୀମାନେ ବ୍ୟବସାୟରେ ଲାଭ ପାଇବେ ଓ ଅଚାନକ ଧନ ପ୍ରାପ୍ତି ହୋଇପାରେ । ସ୍ୱାସ୍ଥ୍ୟ କ୍ଷେତ୍ରକୁ ନେଇ ଖର୍ଚ୍ଚ ବୃଦ୍ଧି ହେବ , କର୍ମ କ୍ଷେତ୍ରରେ ଗୁପ୍ତ ଶତ୍ରୁ ବୃଦ୍ଧି ହୋଇପାରେ ।

  • ପ୍ରତିକାର- ଗ୍ରାମଦେବୀଙ୍କ ପାଖରେ ଘିଅ ଦ୍ୱୀପ ଜାଳନ୍ତୁ

ବୃଷ- ଘରକୁ ଅତିଥୀଙ୍କର ଆଗମନ ହେବ ଏବଂ ସୁସ୍ୱାଦୁ ଭୋଜନ କରିପାରନ୍ତି । ପରିବାରରେ ଖୁସିରେ ସମୟ ଅତିବାହିତ କରିପାରନ୍ତି । ସ୍ୱାମୀ ସ୍ତ୍ରୀ ମଧ୍ୟରେ ଦାମ୍ପତ୍ୟ ଜୀବନ ଖୁସିରେ କଟିପାରେ ।

  • ପ୍ରତିକାର-ମଥାରେ ଚନ୍ଦନ ଧାରଣ କରନ୍ତୁ

ମିଥୁନ- ବେପାର ବାଣିଜ୍ୟରେ ବ୍ୟୟ ବୃଦ୍ଧିହେବ ଓ ପରିଶ୍ରମ ତୁଳନାରେ ପାରିଶ୍ରମିକ କମ ପାଇପାରିବେ । ସାମାନ୍ୟ ଘଟଣାକୁ ନେଇପରିବାରରେ ତିକ୍ତତା ଦେଖାଦେଇପାରେ । ଗୁପ୍ତ ଶତ୍ରୁ କିଛି ଅସୁବିଧାରେ ପକାଇ ପାରନ୍ତି ଓ କର୍ମ କ୍ଷେତ୍ରରେ କଳହ ଦେଖାଦେଇପାରେ ।

  • ପ୍ରତିକାର- ଗୋ ମାତାଙ୍କୁ ଖାଦ୍ୟ ଦିଅନ୍ତୁ

କର୍କଟ- ବ୍ୟବସାୟ ବାଣିଜ୍ୟରେ ସଫଳତା ପାଇବେ, ଭବିଷ୍ୟତ ଲାଗି ନୂତନ ଯୋଜନା ପ୍ରସ୍ତୁତ କରିପାରନ୍ତି । ଛତ୍ରଛତ୍ରୀ ମାନେ ପାଠ ପଢାରେ ଉନ୍ନତି କରିପାରନ୍ତି । ଚାକିରୀ କ୍ଷେତ୍ରରେ ସଫଳତା ପାଇପାରିବେ ।

  • ପ୍ରତିକାର- ନମଃ ଶିବାୟ ମନ୍ତ୍ରକୁ ଜପ କରନ୍ତୁ

ସିଂହ -ପ୍ରାଇଭେଟ ବିଭାଗରେ କାର୍ଯ୍ୟରତ ଥିବା ବ୍ୟକ୍ତିଙ୍କୁ ଶୁଭ ଖବର ମିଳିପାରେ । ଆର୍ଥିକ ସମସ୍ୟାକୁ ନେଇ ମାନସିକ ଚାପରେ ରହିପାରନ୍ତି । ଘରେ ମାଙ୍ଗଳିକ କାର୍ଯ୍ୟ ପାଇଁ ବନ୍ଧୁଙ୍କର ସାହାଯ୍ୟ ଲୋଡିପାରନ୍ତି ।

  • ପ୍ରତିକାର- ଅସହାୟ ଲୋକଙ୍କୁ ସାହାଯ୍ୟ କରନ୍ତୁ

କନ୍ୟା – ସ୍ୱାସ୍ଥ୍ୟଗତ ପୀଡା ଦେଖାଦେବ ଏବଂ ଅଳସୁଆପଣ ଦେଖାଯାଇପାରେ । ନିଜର ଲୋକମାନେ ବିରୁଦ୍ଧାଚରଣ କରିପାରନ୍ତି । ଭବିଷ୍ୟତ ପାଇଁ ସୁନ୍ଦର ଯୋଜନା ପ୍ରସ୍ତୁତ କରିପାରନ୍ତି ।

  • ପ୍ରତିକାର- ଶ୍ରୀ ଗଣେଶଙ୍କୁ ଦୁବ ଅର୍ପଣ କରନ୍ତୁ

ତୁଳା –ଶତ୍ରୁ ମାନେ କିଛିବି କ୍ଷତି ପହଞ୍ଚାଇ ପାରନ୍ତି ତେଣୁ ସତର୍କ ରୁହନ୍ତି । କର୍ମ କ୍ଷେତ୍ରରେ ବାଧାବିଘ୍ନ ଦେଖାଦେବା ସହିତ ମାନ ସମ୍ମାନ ହାନି ହୋଇପାରେ । କୌଣସି କାର୍ଯ୍ୟ କରିବା ପୂର୍ବରୁ ଭାବି ଚିନ୍ତି କରନ୍ତୁ ନହେଲେ ଠକାମୀରେ ପଡି ପାରନ୍ତି ।

  • ପ୍ରତିକାର- ମାଙ୍କର ପାଦ ଛୁଇଁ ପ୍ରଣାମ କରନ୍ତୁ

ବିଛା- ଘରପାଇଁ ନୂତନ ବସ୍ତୁ କ୍ରୟ କରିପାରନ୍ତି । ଛାତ୍ରଛାତ୍ରୀ ମାନେ ପାଠ ପଢାରେ ଉନ୍ନତି କଲେ ମଧ୍ୟ ମନରେ ଦୁଶ୍ଚିନ୍ତା ରହିପାରେ । ପରିବାରରେ ହସ ଖୁସିର ବାତାବରଣ ରହିବ, ସ୍ବାମୀ ସ୍ତ୍ରୀ ମଧ୍ୟରେ ଉତ୍ତମ ବୁଝାମଣା ରହିପାରେ ।

  • ପ୍ରତିକାର- ବ୍ରାହ୍ମଣଙ୍କୁ ପ୍ରଣାମ କରନ୍ତୁ

ଧନୁ- ପରିବାରରୁ ପୂଣର୍ନ ସମର୍ଥନ ମିଳିବ ଏବଂ ଭାତୃ ବିବାଦ ଦୂରେଇଯାଇପାରେ । ସୁସ୍ବାଦୁ ଭୋଜନ ଏବଂ ନୂତନ ବସ୍ତ୍ର ଆଭୁଷଣର ଯୋଗ ରହିଛି । ଆଜି ଅଧିକ ସମୟ ପୂଜା ପାଠରେ ସମୟ ଅତିବାହିତ କରିପାରନ୍ତି ।

  • ପ୍ରତିକାର- ମଥାରେ ହଳଦୀ ଟିକା ଧାରଣ କରନ୍ତୁ

ମକର- ଶତ୍ରୁମାନେ ମିତ୍ରତାର ହାତ ବଢାଇବେ ଯାହା ଫଳରେ ମନ ଖୁସି ରହିପାରନ୍ତି । କମ୍ପ୍ୟୁଟର ବିଭାଗରେ କାର୍ଯ୍ୟରତ ଥିବା ବ୍ୟକ୍ତିମାନେ ଶୁଭଫଳ ପାଇପାରନ୍ତି । ବାକି ପଡିଥିବା ଅର୍ଥ ଆଦାୟ ହୋଇପାରେ ।

  • ପ୍ରତିକାର- ଗ୍ରାମଦେବୀଙ୍କ ପାଖରେ ଘିଅ ଦ୍ୱୀପ ଜାଳନ୍ତୁ

କୁମ୍ଭ- କର୍ମକ୍ଷେତ୍ରରେ ହେଉ କିମ୍ବା ପରିବାରରେ ସାମାନ୍ୟ ଅସନ୍ତୋଷ ଦେଖାଦେଇପାରେ । ବାଣିଜ୍ୟ ବ୍ୟବସାୟରେ ଆଶାନୁରୂପ ଲାଭ ପାଇପାରିବେ । ନିଜର ଉତ୍ତମ ବ୍ୟବହାର ଦ୍ୱାରା ସମସ୍ତଙ୍କୁ ଆପଣାର କରିପାରିବେ ।

  • ପ୍ରତିକାର- କୁକୁରକୁ ଖାଦ୍ୟ ଦିଅନ୍ତୁ

ମୀନ- ମନ ମୁତାବକ କାର୍ଯ୍ୟକରିବାର ସୁଯୋଗ ପାଇପାରନ୍ତି । ସ୍ୱାମୀ ସ୍ତ୍ରୀ ମଧ୍ୟରେ ପ୍ରେମ ବୃଦ୍ଧିହେବ । ପ୍ରତ୍ୟେକ କାର୍ଯ୍ୟରେ ଶୁଭଫଳ ପାଇପାରିବେ ।

  • ପ୍ରତିକାର- ମା ବାପାଙ୍କୁ ପ୍ରଣାମ କରନ୍ତୁ