• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଆଜି ୨୦୨୨ ମସିହା, ଏପ୍ରିଲ ମାସ ୧ ତାରିଖ,ଶୁକ୍ରବାର, ମୀନ ୧୮ ଦିନ, ଚୈତ୍ୟ ମାସ, କୃଷ୍ଣପକ୍ଷ, ଅମାବାସ୍ୟା ତିଥି, ଉତ୍ତର ଭାଦ୍ର ନକ୍ଷତ୍ର, ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କ ଦିନ...

ମେଷ - ଆଜି ମାନସିକ ଅଶାନ୍ତି ଓ ପାରିବାରିକ ସମସ୍ୟା ଆପଣଙ୍କୁ ବିଚଳିତ କରାଇପାରେ । ଯେଉଁ କାମରେ ହାତ ଦେଲେ ମଧ୍ୟ ସଫଳତା ବିଳମ୍ବରେ ମିଳିପାରେ । କୌଣସି ପୂର୍ବ ସମସ୍ୟାକୁ କେନ୍ଦ୍ର କରି ବନ୍ଧୁଙ୍କ ସହ କଳି ଲାଗିପାରେ ।

ବୃଷ - ଆଜି ଆପଣ ନିକଟ ସମ୍ପର୍କୀୟମାନଙ୍କ ସାହାଯ୍ୟ ଓ ସହଯୋଗ ପାଇ କାମଗୁଡିକ ସହଜରେ ସମ୍ପନ୍ନ କରିପାରିବେ । କଳା, ସାହିତ୍ୟ, ସଙ୍ଗୀତ କ୍ଷେତ୍ରରେ ସଫଳତା ପାଇପାରନ୍ତି । ମାଲିମକଦ୍ଦମାର ନ୍ୟାୟ ଆପଣଙ୍କ ସପକ୍ଷରେ ମିଳିପାରେ ।

  • ପ୍ରତିକାର- ଶୁକ୍ର ମହାଗ୍ରହଙ୍କ ନିମ୍ନ ମନ୍ତ୍ରକୁ ଜପ କରନ୍ତୁ

ମିଥୁନ -ଅନ୍ୟର ସାହାଯ୍ୟ ଆଜି ଆପଣଙ୍କୁ କର୍ମମୁଖର କରାଇବା ସହ ଆର୍ଥିକ ଉନ୍ନତି ଦିଗରେ ସହାୟକ ହୋଇପାରେ । ବକେୟା ଅର୍ଥ ଲାଭ କରିପାରନ୍ତି । ଶିଳ୍ପ, ଶିକ୍ଷା, ବାଣିଜ୍ୟ ଓ ବ୍ୟବସାୟ କ୍ଷେତ୍ରରେ ଉନ୍ନତି କରିବେ । ଆଲୋଚନା କ୍ଷେତ୍ରରେ କିମ୍ବା ରାଜନୈତିକ କ୍ଷେତ୍ରରେ ସମ୍ମାନିତ ହୋଇପାରେ ।

  • ପ୍ରତିକାର- ବୁଧ ମହାଗ୍ରହଙ୍କ ନିମ୍ନ ମନ୍ତ୍ରକୁ ଜପ କରନ୍ତୁ

କର୍କଟ - ଆଜି ମନ ଚାହୁଁଥିବା ପ୍ରକାରେ କାମ କରବା କଷ୍ଟକର ହୋଇପାରେ । ବକେୟା ଟଙ୍କା ପାଇବା ସକାଶେ ଯୁକ୍ତିତର୍କ ହୋଇପାରେ । ଶିଳ୍ପ, ବାଣିଜ୍ୟ, ପରିବହନ କ୍ଷେତ୍ରରେ ଲାଭବାନ ହୋଇପାରନ୍ତି । ଶାରୀରିକ ଓ ମାନସିକ ଶାନ୍ତି ମିଳିପାରେ ।

  • ପ୍ରତିକାର- ଚନ୍ଦ୍ର ମହାଗ୍ରହଙ୍କ ନିମ୍ନ ମନ୍ତ୍ରକୁ ଜପ କରନ୍ତୁ

ସିଂହ - ଆଜି ନିଜର କାର୍ଯ୍ୟଦକ୍ଷତା ଓ ଦୃଢ ମନୋବଳ ଯୋଗୁଁ ପ୍ରତ୍ୟେକ କାର୍ଯ୍ୟ କ୍ଷେତ୍ରରେ ସଫଳତା ମିଳିପାରେ । ଗବେଷଣା, ଅଧ୍ୟୟନ ଓ ଅଧ୍ୟାପନା, ପ୍ରତିଯୋଗୀତା କ୍ଷେତ୍ରରେ ଉନ୍ନତି କରିପାରନ୍ତି । ପରିବହନ, ନିର୍ମାଣ, ବାଣିଜ୍ୟ, ବ୍ୟବସାୟ ସକାଶେ କୌଣସି ପ୍ରତିବନ୍ଧକ ରହିବ ନାହିଁ ।

  • ପ୍ରତିକାର- ରବି ମହାଗ୍ରହଙ୍କ ନମ୍ନ ମନ୍ତ୍ରକୁ ଜପ କରନ୍ତୁ

କନ୍ୟା - ଆଜି ବନ୍ଧୁମାନଙ୍କ ସାହାଯ୍ୟ, ସହଯୋଗ ମାଧ୍ୟମରେ କାର୍ଯ୍ୟହାସଲ କରିପାରନ୍ତି । ଆର୍ଥିକ ସ୍ଥିତିରେ ସୁଧାର ଆସିପାରେ । ବିରୋଧୀମାନେ ପରାଜୟ ହୋଇପାରନ୍ତି । ଶାରୀରିକ ଓ ମାନସିକ ଶାନ୍ତି ମିଳିପାରେ । ମହିଳାମାନେ ପ୍ରଶଂସନୀୟ ହୋଇପାରେ ।

  • ପ୍ରତିକାର- କେତୁ ମହାଗ୍ରହଙ୍କ ନିମ୍ନ ମନ୍ତ୍ରକୁ ଜପ କରନ୍ତୁ

ତୁଳା - ଆଜି ନିଜ ଲୋକମାନେ ଶତ୍ରୁତା କଲେ ମଧ୍ୟ କୌଣସି କାମ ରହିବ ନାହିଁ । କର୍ମ କ୍ଷେତ୍ରରେ ସମସ୍ୟାର ସମାଧାନ ହେବ, ଶିଳ୍ପ, ବ୍ୟବସାୟରେ ଲାଭବାନ ହୋଇପାରନ୍ତି । ଅସମ୍ପୂର୍ଣ୍ଣ କାମକୁ ଆଜି ବୁଦ୍ଧିବଳରେ ସମ୍ପୂର୍ଣ୍ଣ କରିବେ, ବନ୍ଧୁଙ୍କ ସହ ଭୁଲ ବୁଝାମଣା ଜନିତ ଅଶାନ୍ତ ପରିବେଶ ସକାଶେ ଚିନ୍ତା ବଢିପାରେ ।

  • ପ୍ରତିକାର- ଶୁକ୍ର ମହାଗ୍ରହଙ୍କ ନିମ୍ନ ମନ୍ତ୍ରକୁ ଜପ କରନ୍ତୁ

ବିଛା- ଆଜି ସ୍ୱାସ୍ଥ୍ୟଗତ ସମସ୍ୟାକୁ ନେଇ ଚିନ୍ତିତ ରହିପାରନ୍ତି । ବ୍ୟବସାୟ, ବାଣଜ୍ୟ, ନିର୍ମାଣ ଓ ପରିବହନ କ୍ଷେତ୍ରରେ ବାଦବିବାଦ ଦେଖାଦେଇପାରେ । ଦୀର୍ଘ ଦିନରୁ ରହି ଆସିଥିବା ଋଣ ପରିଶୋଧ ସକାଶେ ଚିନ୍ତିତ ରହିପାରନ୍ତି ।

  • ପ୍ରତିକାର- ମଙ୍ଗଳ ମହାଗ୍ରହଙ୍କ ନିମ୍ନ ମନ୍ତ୍ରକୁ ଜପ କରନ୍ତୁ

ଧନୁ - ଆଜି ପାରିବାରିକ କ୍ଷେତ୍ରରେ ଅଶାନ୍ତ ପରିସ୍ଥିତି ସୃଷ୍ଟି ହୋଇପାରେ । ଆଶା କରଥିବା ଦିଗରୁ ଅପରାହ୍ନରେ କୌଣସି ଶୁଭ ଖବର ଶୁଣିପାରନ୍ତି । କୋର୍ଟ କଚେରୀ ମାମଲାରେ ବିଜୟ ଲାଭ କରିପାରନ୍ତି । ବିଦ୍ୟାର୍ଥୀମାନେ ବିଦ୍ୟାରେ କୃତିତ୍ୱ ଅର୍ଜନ କରିପାରନ୍ତି ।

  • ପ୍ରତିକାର- ବୃହସ୍ପତି ମହାଗ୍ରହଙ୍କ ନିମ୍ନ ମନ୍ତ୍ରକୁ ଜପ କରନ୍ତୁ

ମକର- ଆଜି ପ୍ରତିକୂଳ ପରିସ୍ଥିତି କୁ ଦୂରେଇବାରେ ସମର୍ଥ ହୋଇପାରେ । ଜମିଜମା, ବିବାଦୀୟ କ୍ଷେତ୍ରରେ ସଫଳତା ପାଇପାରନ୍ତି । ବ୍ୟବସାୟ ଓ ବାଣିଜ୍ୟ, ପ୍ରଶାସନିକ ସ୍ତରରେ ଉନ୍ନତି ଘଟିପାରେ । ନିର୍ମାଣାଧୀନ କାମକୁ ଆଗେଇ ନେଇପାରନ୍ତି ।

  • ପ୍ରତିକାର- ରାହୁ ମହାଗ୍ରହଙ୍କ ନିମ୍ନ ମନ୍ତ୍ରକୁ ଜପ କରନ୍ତୁ

କୁମ୍ଭ -ଆଜି ଆପଣଙ୍କୁ ପ୍ରତ୍ୟେକ ଦିଗରୁ ସଫଳତା ମିଳିପାରେ । ବ୍ୟବସାୟ ତଥା ପରିବହନ ସକାଶେ ଦିନଟି ଶୁଭପ୍ରଦ ହୋଇପାରେ । ଆନୁଷ୍ଠାନିକ କାମ, ସଭାସମିତି, ସାହିତ୍ୟ ଚର୍ଚ୍ଚା କ୍ଷେତ୍ରରେ ପ୍ରଶଂସିତ ହୋଇପାରନ୍ତି । ଆର୍ଥିକ ସ୍ଥିତି ପୂର୍ବପରି ସୁଦୃଢ ରହିବ ।

  • ପ୍ରତିକାର- ଶନି ମହାଗ୍ରହଙ୍କ ଏହି ମନ୍ତ୍ରକୁ ଜପ କରନ୍ତୁ

ମୀନ -ଆଜି ଦୀର୍ଘଦିନରୁ ଚିନ୍ତା କରିଥିବା ନୂତନ ଯୋଜନା କାର୍ଯ୍ୟକାରୀ କରିପାରନ୍ତି । ଦାମ୍ପତ୍ୟ ଜୀବନରେ ମନାନ୍ତର ହୋଇପାରେ । ଯେତେ ଭଲ କାମ କଲେ ମଧ୍ୟ ପରିବାରରେ ଅନ୍ୟମାନେ ଦୋଷ ଖୋଜିପାରନ୍ତି । ପିଲାମାନଙ୍କୁ କେନ୍ଦ୍ର କରି ହଠାତ୍ କୌଣସି ଘଟଣା ମନକୁ ବିବ୍ରତ କରିପାରେ ।

  • ପ୍ରତିକାର- ବୃହସ୍ପତି ମହାଗ୍ରହଙ୍କ ନିମ୍ନ ମନ୍ତ୍ରକୁ ଜପ କରନ୍ତୁ