• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଆଜି ୨୦୨୨ ମସିହା ମାର୍ଚ୍ଚ ମାସ ୯ ତାରିଖ, ବୁଧବାର, କୁମ୍ଭ, ୨୫ ଦିନ, ଫାଲଗୁନ ମାସ, ଶୁକ୍ଳପକ୍ଷ, ସପ୍ତମୀ ତିଥି, କୃତ୍ତିକା ନକ୍ଷତ୍ର, ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କର ଦିନ...

ମେଷ: ଛାତ୍ରଛାତ୍ରୀ ମାନେ ଉଚ୍ଚ ଶିକ୍ଷା ହାସଲ କରିବା ପାଇଁ ପ୍ରୟାସରତ ରହିପାରନ୍ତି । ବାଦବିବାଦ, ମାଲିମୋକଦ୍ଦମା, ପ୍ରତିଯୋଗିତା କ୍ଷେତ୍ରରେ ବିଜୟୀ ହୋଇପାରନ୍ତି । କଳା, ସାହିତ୍ୟ, ଚଳଚ୍ଚିତ୍ର ଓ ସଂଗୀତାଦି କ୍ଷେତ୍ରରେ ଆଗ୍ରହ ବଢିବ , ଗୃହୋପକରଣ କ୍ରୟ କରିପାରନ୍ତି ।

  • ପ୍ରତିକାର- ସାତଟି ଲାଲ୍ ମନ୍ଦାର ଫୁଲ ମା ପାର୍ବତୀଙ୍କୁ ଚଢାନ୍ତୁ

ବୃଷ: ପାରିବାରିକ କ୍ଷେତ୍ରରେ ବୁଝାମଣା ଠିକ୍ ରହିବ , ପାରିବାରିକ ଅଶାନ୍ତି ଅସନ୍ତୋଷ ଦୂର ହୋଇପାରେ । ଯାହାଫଳରେ ମାନସିକ ଶାନ୍ତି ଅନୁଭବ କରିବେ , ଛାତ୍ରଛାତ୍ରୀ ମାନେ ପାଠ ପଢାରେ ମନଯୋଗ ଦୋଇପାରନ୍ତି । ବ୍ୟବସାୟରେ ଅଚାନକ ଧନପ୍ରାପ୍ତି ହୋଇପାରେ ।

  • ପ୍ରତିକାର- ପଞ୍ଚାମୃତ ପାନକରି ଘରୁ ବାହାରନ୍ତୁ

ମିଥୁନ: ସ୍ୱାସ୍ଥ୍ୟ ଠିକ୍ ରହିବ , ଅପରାହ୍ନରେ କୋଣସି ଶୁଭ ଖବର ଶୁଣିପାରନ୍ତି । ଜମି, ଜାଗା, ବାସ ଗୃହ ଓ ଯାନବାହାନ କ୍ରୟ କରିବାର ସୁବିଧା ପାଇପାରନ୍ତି । ବ୍ୟବସାୟରେ ସଫଳତା ମିଳିବ ଆଶାନୁରୂପ ଲାଭ ମିଳିପାରେ । ପ୍ରେମିକ ପ୍ରେମିକାମାନେ ପ୍ରେମ କ୍ଷେତ୍ରରେ ସଫଳ ହୋଇପାରନ୍ତି ।

  • ପ୍ରତିକାର-ଗଣେଶଙ୍କୁ କର୍ପୂର ଆଳତୀ କରି ପ୍ରଣାମ କରନ୍ତୁ

କର୍କଟ: ସହକର୍ମୀ ମାନଙ୍କର ସାହାଯ୍ୟ ସହଯୋଗ ପାଇ ଅସମ୍ପୂର୍ଣ୍ଣ କାର୍ଯ୍ୟକୁ ସମ୍ପୂର୍ଣ୍ଣ କରିପାରନ୍ତି । କର୍ମ କ୍ଷେତ୍ରରେ ଉଚ୍ଚପଦସ୍ଥ ବ୍ୟକ୍ତିଙ୍କ ବିଶ୍ୱାସ ଭାଜନ ହୋଇପାରନ୍ତି । ପିତା ମାତାଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ପାଇଁ ଖର୍ଚ୍ଚାନ୍ତ ହୋଇପାରନ୍ତି, ଧନହାନୀ ହେବାର ସମ୍ଭାବନା ରହିଛି ।

  • ପ୍ରତିକାର:- ଗାଈକୁ ଦୁବଘାସ ଖାଇବାକୁ ଦିଅନ୍ତୁ

ସିଂହ: ଆଜି ପରିବାରରେ ଅପ୍ରିତିକର ପରିସ୍ଥିତି ଦେଖାଦେଇପାରେ । କୌଶଳକ୍ରମେ ତାହା ସମାଧାନ କରିପାରନ୍ତି । କ୍ରୀଡା, ପ୍ରତିଦ୍ୱନ୍ଦିତା ଓ ପ୍ରତିଯୋଗୀତାରେ ବିଜୟୀ ହୋଇପାରିବେ । ବ୍ୟବସାୟକ୍ଷେତ୍ରରେ କମ୍ ପରିଶ୍ରମରେ ଆଶାଜନକ ଲାଭ ମିଳିପାରେ ।

  • ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ

କନ୍ୟା: ଆଜି ସାମାଜିକ ପ୍ରତିଷ୍ଠା, ମାନ ସମ୍ମାନ ବୃଦ୍ଧି ହୋଇପାରେ । ଅବିବାହିତ ଯୁବକ ଯୁବତୀମାନେ ବିବାହ କରିବାର ସୁଯୋଗ ପାଇପାରନ୍ତି । ଆମୋଦ-ପ୍ରମୋଦରେ ଦିନ କାଟିପାରେ । ପତି ପତ୍ନୀଙ୍କ ମଧ୍ୟରେ ବୁଝାମଣା ଭଲ ରହିବ ଓ ଦାମ୍ପତ୍ୟ ସୁଖମୟ ହୋଇପାରେ ।

  • ପ୍ରତିକାର- ମିଠା ଦହି ଖାଇ ଘରୁ ବାହାରନ୍ତୁ

ତୁଳା: ମାନସିକଶାନ୍ତି ଓ ସ୍ୱାସ୍ଥ୍ୟରେ ଉନ୍ନତି ପରିଲିକ୍ଷିତ ହୋଇପାରେ । ସହକର୍ମୀ ମାନଙ୍କ ଦ୍ୱାରା ବାକି ରହିଥିବା କାଯର୍ୟ ଗୁଡ଼ିକ ଯଥାରୀତି ସମ୍ପାଦନ କରିପାରନ୍ତି । ବ୍ୟବସାୟରେ ପୁରୁଣା ପ୍ରାପ୍ୟ ଆଦାୟ ହେବା ସହ ବହୁବିଧ ସୁଯୋଗ ଜୁଟିପାରିବ ।

  • ପ୍ରତିକାର- ପିତା ମାତାଙ୍କ ପାଦ ସ୍ପର୍ଶ କରି ପ୍ରଣାମ କରନ୍ତୁ

ବିଛା: ଅଧ୍ୟୟନ, ଅଧ୍ୟାପନା କ୍ଷେତ୍ରରେ ଆଶାନୁରୂପ ସଫଳତା ମିଳିବ, ଶରୀର ସୁସ୍ଥ ରହିପାରେ । ସୁସ୍ବାଦୁ ଭୋଜନ ମିଳିବ ନେଇ ମନଖୁସି ରହିପାରେ । ପ୍ରେମିକ ପ୍ରେମିକାମାନେ ପ୍ରେମରେ ସଫଳତା ହାସଲ କରିପାରିବେ । ନୂତନ କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ଭାବିଚିନ୍ତି ପଦକ୍ଷେପ ନେବା ଭଲ ହୋଇପାରେ ।

  • ପ୍ରତିକାର:- କୁଆ ପାରାଙ୍କୁ ଚାଉଳ ଖାଇବାକୁ ଦିଅନ୍ତୁ

ଧନୁ: ଆଜି ଆପଣଙ୍କୁ ଶୁଭାଶୁଭ ମିଶ୍ରିତ ଫଳ ମିଳିବ,ପରିବାରରେ ସୁସ୍ଥ ବାତାବରଣ ଜାରି ରହିବ । କ୍ରୀଡା ପ୍ରତିଦ୍ୱନ୍ଦିତା, ପ୍ରତିଯୋଗିତା କ୍ଷେତ୍ରରେ ସଫଳତା ହାସଲ କରିବେ, ପରିବେଶ ସୁରକ୍ଷା ପାଇଁ କାର୍ଯ୍ୟ କରି ପ୍ରଶଂସିତ ହୋଇପାରନ୍ତି । ଜଗିରଖି ନ ଚଳିଲେ ଆକସ୍ମିକ ଦୁର୍ଘଟଣାର ସମ୍ମୁଖୀନ ହୋଇ ପାରନ୍ତି ।

  • ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ

ମକର: ଆଜି ସ୍ୱାସ୍ଥ୍ୟରେ ଉନ୍ନତି ଦେଖାଦେବ ଫଳରେ ମନ ଖୁସି ରହିବ , ଅଚାନକ ଧନପ୍ରାପ୍ତିର ଯୋଗ ରହିଛି । ଆୟ ଉପାର୍ଜନ ବୃଦ୍ଧି ହେବ , ବ୍ୟବସାୟ ବାଣିଜ୍ୟରେ ଆୟ ବୃଦ୍ଧି ଘଟିପାରେ । କର୍ମ କ୍ଷେତ୍ରରେ ଉନ୍ନତି ଏବଂ ନୂତନ ଆୟର ପନ୍ଥା ଖୋଲିଯିବ , ପରିବାରରେ ଭାଇ ଭଉଣୀ ମାନଙ୍କ ସହିତ ଆନନ୍ଦ ଉଲ୍ଲାସରେ ଦିନ କାଟିପାରନ୍ତି ।

  • ପ୍ରତିକାର-ମାଦକଦ୍ରବ୍ୟ ଠାରୁ ଦୂରେଇ ରୁହନ୍ତୁ

କୁମ୍ଭ: ଆଜି ଆପଣଙ୍କୁ ସାହାଯ୍ୟ ସହଯୋଗ ସହାନୁଭୂତି ମିଳିବ, ବହୁ ଦିନର ସ୍ୱପ୍ନ ସାକାର ହୋଇପାରିବ । କର୍ମ କ୍ଷେତ୍ରରେ ଆତ୍ମର୍ନିଭର ଶୀଳ ହେବେ , ବ୍ୟବସାୟରେ ପୂର୍ବ ଅପେକ୍ଷା ଆୟ ବୃଦ୍ଧି ଘଟିପାରେ । ଛାତ୍ରଛାତ୍ରୀମାନେ ଅଧ୍ୟୟନ କ୍ଷେତ୍ରରେ ସୁନାମ ଅର୍ଜନ କରିବେ , ଗୃହରେ ମାଙ୍ଗଳିକ କାର୍ଯ୍ୟସମ୍ପାଦନ ହୋଇପାରେ ।

  • ପ୍ରତିକାର- ଅସହାୟଙ୍କୁ ସାହାଯ୍ୟ କରନ୍ତୁ

ମୀନ: ଆଜି କାର୍ଯ୍ୟ କ୍ଷେତ୍ରରେ ସଫଳତା ପାଇବେ ,ବୃତ୍ତିଗତ କର୍ମକୁ ଅଧିକ ଗୁରୁତ୍ ଦେଇ ପ୍ରଶଂସିତ ହୋଇପାରନ୍ତି । ଆକସ୍ମିକ ଅର୍ଥଲାଭ ହୋଇପାରେ । ଛାତ୍ରଛାତ୍ରୀ ମାନଙ୍କର ଉଚ୍ଚ ଶିକ୍ଷା ମନ ବଳାଇବେ , ସଭାସମିତି, ସାହିତ୍ୟ ଆଲୋଚନାରେ ସମ୍ମାନିତ ହୋଇପାରନ୍ତି । ରାଜନୀତି କ୍ଷେତ୍ରରେ ମାନ ସମ୍ମାନ ବୃଦ୍ଧି ପାଇପାରେ ।

  • ପ୍ରତିକାର- ହନୁମାନଙ୍କ ପାଖରେ ରାଶି ତେଲର ଦୀପଟିଏ ଜାଳନ୍ତୁ