• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଆଜି ୨୦୨୧ ମସିହା, ଡିସେମ୍ବର, ୭ ତାରିଖ, ମଙ୍ଗଳବାର, ବିଛା, ୨୨ ଦିନ, ମାର୍ଗଶିର ମାସ, ଶୁକ୍ଳପକ୍ଷ , ଚତୁର୍ଥୀ ତିଥି, ତେବେ ଆସନ୍ତୁ ଜାଣିବା କେମିତି କଟିବ ଆପଣଙ୍କ ଦିନ ଓ କ’ଣ ରହିଛି ପ୍ରତିକାର।

ମେଷ:- ଆଜି ଦାମ୍ପତ୍ୟ କଳହର ଅବସାନ ଘଟିପାରେ । ସନ୍ତାନଙ୍କ ଉନ୍ନତିରେ ଖୁସି ହେବେ, ବ୍ୟବସାୟରେ ଉନ୍ନତି ସହିତ ବାସସ୍ଥାନ ବା ଯାନବାହାନର ନବୀକରଣ ଇତ୍ୟାଦି ନାନାବିଧ ସୁଯୋଗ ଓ ଶୁଭଫଳ ପ୍ରାପ୍ତି ହୋଇପାରେ । କର୍ମ କ୍ଷେତ୍ରରେ ଉନ୍ନତି କରିପାରିବେ, ଆକସ୍ମିକ ଅର୍ଥ ଲାଭ ହୋଇପାରେ ।

ପ୍ରତିକାର- କୈାଣସି ଅସହାୟ ବ୍ୟକ୍ତିକୁ କିଛି ଖାଦ୍ୟ ଖାଇବାକୁ ଦିଅନ୍ତୁ

 

ବୃଷ:- ଆଜି ପିଲାମାନଙ୍କ କାର୍ଯ୍ୟ ଦୁଶ୍ଚିନ୍ତାର କାରଣ ହୋଇପାରେ ।ଭଲ ସମ୍ପର୍କ ରହିଥିବା ବନ୍ଧୁଟି ପରିସ୍ଥିତି ଚାପରେ ପଡ଼ି ଦୂରେଇଯିବା କାରଣରୁ ମନରେ ଅସ୍ଥିରତା ସୃଷ୍ଟି ହୋଇପାରେ । ସାଙ୍ଗଠନିକ କାର୍ଯ୍ୟରେ ନେତୃତ୍ୱ ନେଇ ପ୍ରଶଂସିତ ହେବେ, ଜମିବାଡ଼ି ସମ୍ପର୍କିତ ସମସ୍ୟାର ସମାଧାନ କରିପାରନ୍ତି ।

ପ୍ରତିକାର-: ମା ଲକ୍ଷ୍ମୀଙ୍କ ଗାୟତ୍ରୀ ମନ୍ତ୍ରକୁ ଦଶ ଥର ଜପ କରନ୍ତୁ

 

ମିଥୁନ:- ଆଜି ଶାରୀରିକ ପୀଡ଼ା ଦେଖା ଦେଇପାରେ । ଅନାବଶ୍ୟକ ଖର୍ଚ୍ଚ କରିବାକୁ ବାଧ୍ୟ ହେବେ, ଘରର ବରାଦ ଅନୁଯାୟୀ ଫେରିବା ବାଟରୁ କିଛି ନୂଆ ଜିନିଷ ଘରକୁ ଆଣିପାରନ୍ତି । ସଂଗଠନ, ରାଜନୀତି, କଳା, ସାହିତ୍ୟ କ୍ଷେତ୍ରରେ ଶୁଭଫଳ ପାଇପାରନ୍ତି ।

ପ୍ରତିକାର-: ଶିବ ପଞ୍ଚାକ୍ଷର ସ୍ତୋତ୍ର ପାଠ କରନ୍ତୁ

 

କର୍କଟ:- ଆଜି ସାଧାରଣ କଥାକୁ କେନ୍ଦ୍ର କରି ପରିବାରରେ ମନାନ୍ତର ମତାନ୍ତର ଦେଖା ଦେଇପାରେ । ସାମାଜିକ ସ୍ତରରେ ନିଜ ଲୋକଙ୍କୁ ମନେଇ କାର୍ଯ୍ୟ ସାଧନ କରିବେ, ଆଜି ବଜାର ସଉଦା କିଣିବାରେ ସତର୍କ ନ ହେଲେ ଠକାମିରେ ପଡିପାରନ୍ତି । କାରଣ ନ ଥାଇ ମଧ୍ୟ ଦୋଷୀ ସାବ୍ୟସ୍ତ ହୋଇପାରନ୍ତି ।

ପ୍ରତିକାର- ତୁଳସୀ ମୂଳରେ ପାଣି ଢାଳନ୍ତୁ, ତୁଳସୀ ମୂଳର ମାଟି ମଥାରେ ଲଗାନ୍ତୁ

 

ସିଂହ:- ଆଜି ସ୍ୱାସ୍ଥ୍ୟ ସମସ୍ୟା ନେଇ ଚିନ୍ତିତ ହୋଇପାରନ୍ତି, ଅଟକି ରହିଯାଇଥିବା କାମଟିକୁ ପୂର୍ଣ୍ଣାଙ୍ଗ ରୂପ ଦେଇପାରିବେ । ପାରିବାରିକ ସମସ୍ୟାର ସମାଧାନ ଘଟିପାରେ, ଏ ଦିଗରେ ଜଣେ ବନ୍ଧୁଙ୍କ ସାହାଯ୍ୟ ଆପଣଙ୍କୁ ଅନେକାଂଶରେ ସଫଳତା ଆଣିଦେଇପାରିବେ । ଆର୍ଥିକ ଅନଟନ ଜନିତ ମାନସିକ ଦ୍ୱନ୍ଦ୍ୱର ଅବସାନ ଘଟିବବାର ସମ୍ଭାବନା ରହିଛି ।

ପ୍ରତିକାର-: ଓଁ ଘୃଣି ସୂର୍ଯ୍ୟାୟ ନମଃ ଏହି ମନ୍ତ୍ରରେ ସୂଯର୍ୟଙ୍କୁ ଅର୍ଘ୍ୟ ଦିଅନ୍ତୁ

 

କନ୍ୟା:- ଆଜି ପରିବାରରେ ସମସ୍ୟା ବଢ଼ିପାରେ । ବିଭିନ୍ନ ପ୍ରକାର ବାଧାବିଘ୍ନ ଓ ସମସ୍ୟା ଲାଗି ରହୁଥିବା କାରଣରୁ ପ୍ରତ୍ୟେକ କ୍ଷେତ୍ରରେ ନେଗେଟିଭ୍ ଚିନ୍ତାଧାରା ମନକୁ ଆକ୍ରାନ୍ତ କରିପାରେ । ବ୍ୟବସାୟ, ପରିବହନ ଓ ବାଣିଜ୍ୟରେ ପ୍ରତିବନ୍ଧକ ସୃଷ୍ଟି ହୋଇପାରେ ।

ପ୍ରତିକାର- ଓଁ ନମଃ ଭଗବତେ ବାସୁଦେବାୟ ଏହି ମନ୍ତ୍ରକୁ ୨୭ଥର ଜପ କରନ୍ତୁ

 

ତୁଳା:- କର୍ମ କ୍ଷେତ୍ରରେ ବିଭିନ୍ନ ପ୍ରକାର ଅପ୍ରୀତିକର ପରିସ୍ଥିତି ସୃଷ୍ଟିର ଆଶଙ୍କା ରହିଛି । ଆତ୍ମୀୟ ମାନେ ସମାଲୋଚନା କରିପାରନ୍ତି । ବହୁ ଦିନରୁ ଆଶା କରିଥିବା କାମଟିରେ ସୁଯୋଗ ପାଇଲେ ମଧ୍ୟ ସଦ୍ ବ୍ୟବହାର କରିବା କଷ୍ଟକର ହୋଇପାରେ ।

ପ୍ରତିକାର- ସାତୋଟି ନୀଳ ଅପରାଜିତା ଫୁଲ ମା କାଳୀଙ୍କୁ ଚଢାନ୍ତୁ ଓ ସାତଟି କଳା ମିଠା ଭୋଗ କରନ୍ତୁ

 

ବିଛା:- ଆଜି ଆପଣ ଜଗି ରଖି ଭାବିଚିନ୍ତି କାଯର୍ୟ କରନ୍ତୁ କେହି ଜଣେ ନିଜର ଲୋକ ପରୋକ୍ଷ ଭାବେ ଆକ୍ଷେପ କରିପାରନ୍ତି ।  ଆନୁଷ୍ଠାନିକ କ୍ଷେତ୍ରରେ ଆକସ୍ମିକ ଭାବରେ ଉଚ୍ଚ ସମ୍ମାନ ଓ ବସ୍ତ୍ର ଆଭୂଷଣ ପ୍ରାପ୍ତି ଯୋଗ ରହିଛି ।  ଅସାବଧାନତା କାରଣରୁ କୌଣସି ଜିନିଷ ହଜିଯିବାର ସମ୍ଭାବନା ରହିଛି । 

ପ୍ରତିକାର- ଶୁଭଫଳ ପାଇବା ପାଇଁ ହନୁମାନଙ୍କ ପାଖରେ ରାଶି ତେଲରେ ଦୀପଟିଏ ଜାଳନ୍ତୁ

 

ଧନୁ:- ଆଜି ଆକସ୍ମିକଭାବରେ ବନ୍ଧୁମାନଙ୍କ ଦୂର ସ୍ଥାନକୁ ଯାଇପାରନ୍ତି । ପାଖ ପଡୋଶୀ କିମ୍ବା ସହକର୍ମୀଙ୍କ ଆଭ୍ୟନ୍ତରୀଣ ବ୍ୟାପାରରେ ମୁଣ୍ଡ ପୁରାନ୍ତୁ ନାହିଁ । ପାରସ୍ପରିକ ଉତ୍ତମ ବୁଝାମଣା କାରଣରୁ ପାରିବାରିକ ପରିସ୍ଥିତି ଠିକ୍ ରହିବ, ବାଣିଜ୍ୟରେ ଆଶାନୁରୂପ ଲାଭବାନ ହୋଇପାରିବେ ।

ପ୍ରତିକାର- ଶୁଭଫଳ ପାଇଁ ଗାୟତ୍ରୀ ମନ୍ତ୍ରକୁ ୨୭ଥର ପାଠ କରନ୍ତୁ
 

ମକର:- ଆଜି ଆପଣ ଅସମ୍ପୂର୍ଣ୍ଣ କାର୍ଯ୍ୟକୁ ତ୍ୱରାନ୍ୱିତ କରି ଶେଷ ପର୍ଯ୍ୟାୟରେ ପହ଼଼ଞ୍ଚାଇପାରିବେ । ଭାତୃ ସମ୍ପର୍କରେ ମତଭେଦ ଦେଖାଦେଇପାରେ, ଘରୋଇ କଥାରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ବରୁ ପରିବାର ସହ ଆଲୋଚନା କରନ୍ତୁ । ଆର୍ଥିକ କ୍ଷେତ୍ରରେ ସଫଳତା ନିଶ୍ଚିତ ମିଳିପାରିବ ।

ପ୍ରତିକାର- ଅଶ୍ୱତ୍ଥ ବୃକ୍ଷ ମୂଳରେ କଞ୍ଚାକ୍ଷୀରରେ କଳାରାଶି ମିଶାଇ ଢାଳନ୍ତୁ

 

କୁମ୍ଭ:- ଆଜି କର୍ମ କ୍ଷେତ୍ରରେ ନିଜର ପ୍ରାଧାନ୍ୟକୁ ଜାହିର କରିବାକୁ ଯାଇ ଅପଦସ୍ଥ ହୋଇପାରନ୍ତି, ସତ୍ସଙ୍ଗ ପ୍ରତି ମନ ବଳିପାରେ । ସାହିତ୍ୟ, ସାମ୍ବାଦିକତା କ୍ଷେତ୍ରରୁ ସୁଫଳ ପାଇପାରନ୍ତି । ପରିବହନ, ପ୍ରଶାସନ ସ୍ତରରେ କାର୍ଯ୍ୟ ସାଧନ କିମ୍ବା ଆଶା ପୂରଣ ହେବାରେ ଜଣେ ବନ୍ଧୁ ସାହାଯ୍ୟ କରିପାରନ୍ତି ।

ପ୍ରତିକାର- ଓଁ ନମଃ ଶିବାୟ ମନ୍ତ୍ରରେ ୫ଟି ତ୍ରୀଶାଖା ବେଲପତ୍ର ଶିବଲିଙ୍ଗ ଉପରେ ଚଢାନ୍ତୁ

 

ମୀନ:- ପାରିବାରିକ ଜୀବନରେ ବୁଝାମଣା ନେଇ ତିକ୍ତତା ଦେଖା ଦେଇପାରେ । ଶିଳ୍ପ, ବାଣିଜ୍ୟ, ବ୍ୟବସାୟ, ପରିବହନ ପାଇଁ ଦିନଟି ବହୁତ ଭଲ ରହିବ । ହଠାତ୍ ହଜି ଯାଇଥିବା ବ୍ୟକ୍ତି, ଚୋରି ଯାଇଥିବା ଜିନିଷର ଖୋଜ ଖବର ପାଇପାରନ୍ତି ।

ପ୍ରତିକାର- ଶୁଭଫଳ ପାଇବା ପାଇଁ ରକ୍ତ ଚନ୍ଦନର ଟିକା ମଥାରେ ଲଗାନ୍ତୁ