• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଆଜି ୨୦୨୧ ମସିହା, ଡିସେମ୍ବର, ୬ ତାରିଖ, ସୋମବାର, ବିଛା, ୨୧ ଦିନ, ମାର୍ଗଶିର ମାସ, ଶୁକ୍ଳପକ୍ଷ ,ତୃତୀୟା ତିଥି , ତେବେ ଆସନ୍ତୁ ଜାଣିବା କେମିତି କଟିବ ଆପଣଙ୍କ ଦିନ ଓ କ’ଣ ରହିଛି ପ୍ରତିକାର।

ମେଷ : – ବନ୍ଧୁମାନଙ୍କ ଅକୁଣ୍ଠ ସାହାଯ୍ୟ ଓ ସମର୍ଥନ ପାଇ କାମ ହାସଲ କରିପାରିବେ । ପରିବାର ମଧ୍ୟରେ ବିଭିନ୍ନ ପ୍ରକାରର ସମସ୍ୟାକୁ ଦୂର କରିବା ପାଇଁ ଚେଷ୍ଟା କରି ସଫଳତା ହାସଲ କରିପାରିବେ । କର୍ମ କ୍ଷେତ୍ରରେ ସହକର୍ମୀଙ୍କ ସାହାଯ୍ୟ ସହଯୋଗ ସହାନୁଭୂତି ଯୋଗୁ କାମଗୁଡିକ ସମ୍ପନ୍ନ କରିବାରେ ଯୋଗ୍ୟ ବିବେଚିତ ହୋଇପାରିବେ ।

ପ୍ରତିକାର- ଗାୟତ୍ରୀ ମନ୍ତ୍ରକୁ ୨୭ଥର ଜପ କରନ୍ତୁ

 

ବୃଷ : – ମାନସିକ ଅସ୍ଥିରତା ସାଙ୍ଗକୁ କଡ଼ା ମିଜାଜର କଥା ପରିସ୍ଥିତିକୁ ସଙ୍ଗିନ କରିଦେଇପାରେ ।ଆଜି ଆପଣ ଯେତେ ପ୍ରକାରର ଚେଷ୍ଟା କଲେ ମଧ୍ୟ କାମଗୁଡିକ ଯଥା ସମୟରେ ସମ୍ପନ୍ନ କରିପାରିବେ ନାହିଁ । ନିକଟ ଅତୀତର ବିବାଦୀୟ ଘଟଣାର ଦିଗ ବଦଳି ଯାଇପାରେ ।

ପ୍ରତିକାର-ଦରିଦ୍ର ଅସହାୟ ବ୍ୟକ୍ତିଙ୍କୁ କିଛି ଖାଦ୍ୟ ପ୍ରଦାନ କରନ୍ତୁ

ମିଥୁନ : – ଆଜି ଆପଣ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ହାସଲ କରିପାରନ୍ତି । ଆର୍ଥିକ ସମସ୍ୟାର ସମାଧାନ ହୋଇପାରେ । ଗତକାଲି ଠାରୁ ଯେଉଁ ବିଷୟ ସକାଶେ ଚିନ୍ତିତ ରହିଛନ୍ତି ସେଥିରେ ଶୁଭ ଫଳ ମିଳିପାରିବେ ।

ପ୍ରତିକାର- କିଛି ଦୁବଘାସ ଗାଈକୁ ଖାଇବାକୁ ଦିଅନ୍ତୁ

 

କର୍କଟ : – ଆଜି ଆପଣ ସାମାଜିକ ପ୍ରତିଷ୍ଠା ସହ ପ୍ରତ୍ୟେକ ପ୍ରତିଯୋଗିତା କ୍ଷେତ୍ରରେ ବିଜୟୀ ହୋଇପାରିବେ । ପରିବାରରେ ସୁଖ ଶାନ୍ତି ଫେରାଇ ଆଣିବା ଦିଗରେ ଚେଷ୍ଟା କରି ସଫଳ ହୋଇପାରନ୍ତି ।  ଶିଳ୍ପ, ବ୍ୟବସାୟ ଓ ପରିବହନରେ ସଫଳତା ଅବଶ୍ୟ ମିଳିପାରିବ । 

ପ୍ରତିକାର- ମିଠା ଦହି ଖାଇ କାର୍ଯ୍ୟ ଆରମ୍ଭ କରନ୍ତୁ

 

ସିଂହ : – ଆଜି ବିଳମ୍ବିତ ହେଲେ ମଧ୍ୟ ସମସ୍ତ କାର୍ଯ୍ୟ ସାଧିତ ହେହୋଇପାରିବ । ସମସ୍ୟା ରହିଥିଲେ ମଧ୍ୟ ଆବଶ୍ୟକୀୟ ସୁଯୋଗ ମିଳିପାରିବ । ଅଫିସରେ ମିଥ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି ।

ପ୍ରତିକାର- ଗୁଡ଼ ପାଣିରେ ସୂର୍ଯ୍ୟଙ୍କୁ ଅର୍ଘ୍ୟ ପ୍ରଦାନ କରନ୍ତୁ

 

କନ୍ୟା : – ଆଜି ପ୍ରତ୍ୟେକ ପରିସ୍ଥିତିକୁ ଲାଘବ କରିବା ଦିଗରେ ଆପଣଙ୍କ ନରମ କଥା ଓ କିଛିଟା ଅର୍ଥବ୍ୟୟ ସାହାଯ୍ୟ କରିପାରେ । ବନ୍ଧୁଙ୍କ କଥାରେ ପ୍ରଭାବିତ ହୋଇ କୌଣସି ଭୁଲ୍ କାମ କରିପାରନ୍ତି । ସାହିତ୍ୟ ଓ ସଭା ସମିତିରେ ମୁଖ୍ୟ ଭୂମିକା ଗ୍ରହଣ କରିପାରନ୍ତି ।

ପ୍ରତିକାର-ସାତଟି ପାନ ପତ୍ର ଗଣେଶଙ୍କୁ ଚଳାନ୍ତୁ

 

ତୁଳା : – ଆଜି ଯାହା ପାଇବା ସକାଶେ ଆଶା ରଖିଛନ୍ତି ଅବଶ୍ୟ ପାଇପାରିବେ । ବହୁଦିନରୁ ଅଟକି ରହିଥିବା କାଯର୍ଯ୍ୟ ପୁନର୍ବାର ଆରମ୍ଭ କରିବାକୁ ଅଗ୍ରସର ହେଲେ ସେଥିରେ ସଫଳ ହୋଇପାରିବେ । କୌଣସି ଗୋଳମାଳିଆ ପରିସ୍ଥିତିରେ ମଧ୍ୟସ୍ଥତା କରିଥିବାରୁ ଅନ୍ୟକୁ କୈଫିୟତ ଦେବାକୁ ପଡିପାରେ ।

ପ୍ରତିକାର-ତୁଳସୀ ମୂଳର ମାଟି ମଥାରେ ଲଗାନ୍ତୁ

 

ବିଛା : – ଆଜି ପ୍ରତ୍ୟେକ କାର୍ଯ୍ୟରେ ସଫଳ ହୋଇପାରନ୍ତି । ଯେକୌଣସି ମତେ ଅର୍ଥ ରୋଜଗାରର ହୋଇପାରିବ । କ୍ରୀଡା କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିପାରିବେ ।

ପ୍ରତିକାର-ହନୁମାନଙ୍କ ପାଖରେ ରାଶି ତେଲର ଦୀପଟିଏ ଜାଳନ୍ତୁ

 

ଧନୁ : – ଆଜି ଦୂର ଯାତ୍ରା କରିବାର ସୁଯୋଗ ପାଇପାରିବେ । ପାରିବାରିକ ସମସ୍ୟା ସମାଧାନ ହେବା ସକାଶେ ବନ୍ଧୁଙ୍କ ଅବଦାନକୁ ଅସ୍ୱୀକାର କରିହେବନି । କର୍ମ କ୍ଷେତ୍ରରେ ସାଧାରଣ ଘଟଣାରେ ମନସ୍ତାପ କରିବାକୁ ପଡିପାରେ ।

ପ୍ରତିକାର-ହଳଦୀ ରଙ୍ଗର ଚନ୍ଦନର ଟିକା ମଥାରେ ଲଗାନ୍ତୁ

 

ମକର : – ଆଜି ଉପୁଜିଥିବା ପ୍ରତିବନ୍ଧକକୁ ବନ୍ଧୁଙ୍କ ମାଧ୍ୟମରେ ସମାଧାନ କରିପାରିବେ ।ପୁରାତନ ରୋଗର ଉପସମ ହୋଇପାରିବ । ଋଣ ଓ ପରୋକ୍ଷ ଶତ୍ରୁତା ଯୋଗୁ ମନ ଭଲ ରହି ନ ପାରେ । ପରିବାରରେ ସନ୍ଦେହ ଓ ଭୁଲ୍ ବୁଝାମଣା ହେତୁ ସମସ୍ୟା ଦେଖାଦେଇପାରେ ।

ପ୍ରତିକାର-ମା କାଳୀଙ୍କ ପାଖରେ ସାତଟି ନୀଳ ଅପରାଜିତା ଫୁଲ ଚଢାନ୍ତୁ

 

କୁମ୍ଭ : – ସମ୍ପର୍କୀୟଙ୍କ ସହ ବିବାଦ ଦେଖାଦେଇପାରେ । କର୍ମ କ୍ଷେତ୍ରରେ ସୁବିଧା ସୁଯୋଗରୁ ବଞ୍ଚିତ ହୋଇ ମନସ୍ତାପ କରିପାରନ୍ତି । ଫେରନ୍ତା ବାଟରେ ହଠାତ୍ ମୂଲ୍ୟବାନ ଦ୍ରବ୍ୟ ଲାଭ ହୋଇପାରେ ।

ପ୍ରତିକାର-ଅଶ୍ୱତ୍ଥ ବୃକ୍ଷ ମୂଳରେ କଞ୍ଚା କ୍ଷୀରରେ କଳାରାଶି ମିଶାଇ ଢାଳନ୍ତୁ

 

ମୀନ : – ଆଜି ଦିନଟି ଆପଣଙ୍କ ପାଇଁ ଲାଭ ପ୍ରଦ ହୋଇପାରେ ।କର୍ମ କ୍ଷେତ୍ରରେ ସହକର୍ମୀଙ୍କ ସାହାଯ୍ୟ ସହଯୋଗ ମିଳିପାରିବ । ଅବହେଳା ଜନିତ ସବୁ କଥାକୁ ହାଲୁକା ଭାବେ ଗ୍ରହଣ କଲେ କ୍ଷତିରେ ପଡିପାରନ୍ତି ।

ପ୍ରତିକାର- ପିତା ମାତାଙ୍କ ପାଦ ସ୍ପର୍ଶ କରି କାର୍ଯ୍ୟ କ୍ଷେତ୍ରକୁ ଯାଆନ୍ତୁ