• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଥଣ୍ଡା ଦିନରେ ଦହିରୁ ଦୂରେଇ ରହିବା ଆବଶ୍ୟକ କି? ଅନେକ ଲୋକ ଥଣ୍ତା ଦିନରେ ଦହି ଖାଇବାକୁ ପସନ୍ଦ କରନ୍ତିନି । କାରଣ ଥଣ୍ତା ହୋଇଯିବ ବୋଲି । କିନ୍ତୁ ଶୀତଦିନେ ଦହି ଖାଇବା ଦ୍ୱାରା ଅନେକ ଲାଭ ମିଳିପାରେ । ଆସନ୍ତୁ ଜାଣିବା ଥଣ୍ତା ଦିନେ ଦହି ଖାଇବା ଦ୍ୱାରା କଣ କଣ ଲାଭ ମିଳି ପାରିବ ..

ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ

ଶୀତରେ କାଶ, ଛିଙ୍କ ଆଦି ନିହାତି ସାଧାରଣ କଥା । କିନ୍ତୁ ଏହି ସମୟରେ ଦହି ଏକ ପ୍ରାକୃତିକ ରୋଗ ପ୍ରତିରୋଧକ ଶକ୍ତି ଭାବେ କାର୍ଯ୍ୟ କରିଥାଏ । ବ୍ୟାକ୍ଟେରିଆଗୁଡ଼ିକ ପ୍ରୋବାୟୋଟିକ୍ସ ସହ ମିଶି ଶରୀରକୁ ସୁସ୍ଥ ରଖେ । ଦହି ଏକ ଶକ୍ତିଶାଳୀ ପାଚନ ତନ୍ତ୍ର ତିଆରି କରେ । ଦହି ଖାଇବା ଦ୍ୱାରା ଶୀତକାଳୀନ ରୋଗ ମଧ୍ୟ କମ ହୋଇଥାଏ ।

ହାଡକୁ ମଜବୁତ କରେ

ଥଣ୍ତାଦିନେ ଖରାର ପରିମାଣ କମ ରହିଥାଏ । ଲୋକେ ଘରେ ଅଧିକ ରହିବାକୁ ପସନ୍ଦ କରନ୍ତି । ଏଣୁ ସେମାନେ ଖରା ଠିକ ସେ ପାଆନ୍ତି ନାହିଁ । ଫଳରେ ଶରୀରକୁ କ୍ୟାଲସିୟମ ମିଳିପାରେ ନାହିଁ । ଏଣୁ ଦହି ଖାଇବା ଦ୍ୱାରା କ୍ୟାଲସିୟମ ମିଳିଥାଏ । ଫଳରେ ହାଡଗୁଡ଼ିକ ମଜବୁତ ରୁହେ । ଅଷ୍ଟିଓପୋରୋସିସ୍ ପରି ରୋଗ କବଳରୁ ରକ୍ଷା କରିଥାଏ ।

ହଜମରେ ସାହାଯ୍ୟ କରେ

ଥଣ୍ତା ଦିନେ ପ୍ରାୟ ସମସ୍ତେ ଗରମ ଖାଇବାକୁ ପସନ୍ଦ କରନ୍ତି । ତଥାପି ପରିବେଶ ଥଣ୍ତା ଥିବା ହେତୁ ଏହା ବଦହଜମୀ କରାଇ ପାରେ । ଏଣୁ ଦହି ଖାଇବା ଦ୍ୱାରା ଏହା ଖାଦ୍ୟକୁ ଭଲ ଭାବେ ହଜମ କରାଇ ଥାଏ । ଦହିରେ ଥିବା ବିଭିନ୍ନ ପ୍ରକାର କୋଷକ ତତ୍ତ୍ୱ ହଜମରେ ସାହାଯ୍ୟ କରିଥାଏ । ଏହା ସହ କୋଷ୍ଠକାଠିନ୍ୟ ମଧ୍ୟ ଦୂର କରିଥାଏ ।

ଦହି ହେଉଛି ଭିଟାମିନର ପାୱାରହାଉସ୍

ଦହି କେବଳ ଯେ ପୋଷଣ ଓ କ୍ୟାଲସିୟମ ପ୍ରଦାନ କରେ ତାହା ନୁହେଁ, ଏଥିରୁ B12 ପରି ଅନ୍ୟାନ୍ୟ ଅତ୍ୟାବଶ୍ୟକ ଭିଟାମିନ୍ ମଧ୍ୟ ମିଳିଥାଏ । ଦହି ଖାଇବା ଦ୍ୱାରା ଥକ୍କାପଣ ଦୂର ହୋଇଥାଏ । ଶରୀରର ଶକ୍ତି ସ୍ତରକୁ ବଢ଼ାଇ ଥାଏ । ଦହିରେ ଭିଟାମିନ୍ ସି ରହିଛି, ଯାହା ପ୍ରାକୃତିକ ଆଣ୍ଟି-ଅକ୍ସିଡାଣ୍ଟ ଭଳି କାର୍ଯ୍ୟ କରିଥାଏ । ଏହା ପ୍ରତିରକ୍ଷା ପ୍ରଣାଳୀକୁ ମଜବୁତ କରିଥାଏ ।

ଏଣୁ, ଶୀତଦିନେ ଦହି ଖାଇବା ସ୍ୱାସ୍ଥ୍ୟ ପକ୍ଷେ ହିତକର ।