Shah Rukh Khan Quits Smoking: ୫୯ ବର୍ଷ ବୟସରେ ଧୂମପାନ ଛାଡ଼ିଲେ କିଙ୍ଗ୍‌ ଖାନ୍‌; ଜାଣନ୍ତୁ କେତେ ଗୁରୁତ୍ୱ ରଖେ ବୟସ...

ଏକଦା ଦିନକୁ ୧୦୦ଟି ସିଗାରେଟ୍ ଟାଣୁଥିବା ଶାହରୁଖ ଏବେ ସିଗାରେଟ୍ ଛାଡ଼ିଦେଇଛନ୍ତି । ସେ ଆଗକୁ ଆଉ ସିଗାରେଟ୍ ଟାଣିବେ ନାହିଁ ବୋଲି ଜନ୍ମଦିନରେ ଘୋଷଣା କରିଛନ୍ତି ଶାହରୁଖ । ତେବେ ଏହି ବୟସରେ ଧୂମପାନ ଛାଡ଼ିବା ଶରୀର ଉପରେ ପଡ଼ିବ କି ପ୍ରଭାବ ? ଜାଣନ୍ତୁ...

At 59 Shah Rukh Khan quit smoking

ନଭେମ୍ବର ୨ ତାରିଖରେ ଶାହରୁଖ ବଡ଼ ଧୁମଧାମରେ ନିଜର ୫୯ତମ ଜନ୍ମଦିନ ପାଳନ କରିଥିଲେ । କିଙ୍ଗ ଖାନ୍ ଶାହରୁଖ ସର୍ବଦା କିଛି ନା କିଛି ନୂଆ କରି ତାଙ୍କର ଅଗଣିତ ଫ୍ୟାନ୍ସଙ୍କ ମଧ୍ୟରେ ଚର୍ଚ୍ଚାରେ ରହିଥାନ୍ତି ।  ଏହି ଜନ୍ମଦିନ ଅବସରରେ କିଙ୍ଗ ଖାନ୍ ଏକ ବଡ଼ ଘୋଷଣା କରିଥିଲେ । ଏକଦା ଦିନକୁ ୧୦୦ଟି ସିଗାରେଟ୍ ଟାଣୁଥିବା ଶାହରୁଖ ଏବେ ସିଗାରେଟ୍ ଛାଡ଼ିଦେଇଛନ୍ତି । ଆଗକୁ ଆଉ ସିଗାରେଟ୍ ଟାଣିବେ ନାହିଁ ବୋଲି ଜନ୍ମଦିନରେ ଘୋଷଣା କରିଛନ୍ତି ଶାହରୁଖ ।

ତେବେ ଏବେ ସବୁଠୁ ବଡ଼ ପ୍ରଶ୍ନ ଉଠିଛି ଯେ ୫୯ ବର୍ଷ ବୟସରେ ଧୂମପାନ ଛାଡ଼ିବା କେତେ ଦୂର ଠିକ୍‌ ହୋଇଛି ? ଛାଡ଼ିବାରେ ବିଳମ୍ବ ହୋଇଛି କି ? ଯାହାକୁ ନେଇ ଏବେ ବହୁତ ଚର୍ଚ୍ଚା ମଧ୍ୟ ହେଉଛି ।

ଅଧିକ ପଢନ୍ତୁ: ଶୀତଦିନେ କିପରି ପାଳିବେ ଶିଶୁ; ପିଲାକୁ ସୁସ୍ଥ ରଖିବା ପାଇଁ ଜାଣନ୍ତୁ ୫ଟି ଟିପ୍ସ

କିଛି ଲୋକ ଅଛନ୍ତି ଦଶନ୍ଧି ଦଶନ୍ଧି ଧରି ଧୂମପାନ କରନ୍ତି । ଏମିତିକି ଏପରି ସ୍ଥିତିରେ ପହଞ୍ଚି ଯାଆନ୍ତି ଯେ ପୂର୍ବ ଅବସ୍ଥାକୁ ଫେରି ପାରନ୍ତି ନାହିଁ। ତେବେ କେବେ ଓ କେଉଁ ସମୟରେ ଏହାଠାରୁ ଦୂରେଇ ରହିବା ଭଲ ବା ଲାଭଦାୟକ ହୋ‌ଇଥାଏ । ଜାଣନ୍ତୁ...

ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ଆପଣ କମ୍ ବୟସରେ ଧୂମପାନ ଛାଡ଼ିବା ଭଲ। କିନ୍ତୁ ୫୦ ବର୍ଷ କିମ୍ବା ୭୦ ବର୍ଷରେ ଯଦି ଧୂମପାନ ଛାଡ଼ନ୍ତି, ତେବେ ବି ଆପଣଙ୍କ ସ୍ବାସ୍ଥ୍ୟରେ ଉନ୍ନତି ହେବ । ଭଲ ଜୀବନ ମଧ୍ୟ ଅତିବାହିତ କରିପାରିବେ । ଏମିତିରେ ଆପଣଙ୍କ ଅଧିକ ଆୟୁଷ ମଧ୍ୟ ବଢିଯାଏ । 

ତେବେ ଆସନ୍ତୁ ଜାଣିବା କେମିତି ଛାଡ଼ିବେ ଧୂମପାନ ? 

ଅଧିକ ପଢନ୍ତୁ: ଜିମ୍‌ରେ କରୁ ନାହାନ୍ତି ତ ଏହି ୫ ଭୁଲ୍… ହୋଇପାରେ ମେରୁଦଣ୍ଡ ସମସ୍ୟା