Advertisment

Skin Care Tips: ବୟସ ହେଲାଣି ୮୦; ଚେହେରାରେ ନାହିଁ ଗୋଟିଏ ବି ଦାଗ; ଜାଣନ୍ତୁ ଏହାର ଗୁପ୍ତ ମନ୍ତ୍ର

ଆପଣ କ’ଣ କେବେ ଭାବି ପାରିବେ କି ୮୦ ବର୍ଷର ଜଣେ ବୁଦ୍ଧାଙ୍କ ଚର୍ମରେ ଦେଖାଯାଉଛି ଆଶ୍ଚର୍ଯ୍ୟଜନକ ଗ୍ଲୋ। ନିକଟରେ ସୋସିଆଲ ମିଡିଆରେ ଜଣେ ୮୦ ବର୍ଷର ମହିଳାଙ୍କ ଭିଡିଓ ଭାଇରାଲ୍ ହେଉଛି। ତାଙ୍କର ଚମକୁଥିବା ଚର୍ମ ଦେଖି ଲୋକମାନେ ଆଶ୍ଚର୍ଯ୍ୟ ହେଉଛନ୍ତି।

author-image
Pramod Behera
ଅଦ୍ୟତନ ହୋଇଛି
Old Women Having Plump Skin Without Any Wrinkles

80 year old grandma having perfect plump skin without any wrinkles

ଯେତେବେଳେ ବି ଆମର ବୃଦ୍ଧ ଜେଜେମା’ଙ୍କ ଚେହେରା ମନେପଡେ ଆମ ଆଖି ଆଗରେ ଧୁଡୁଧୁଡିଆ ଚର୍ମ, ମୁହଁରେ କୁଞ୍ଚନ, ଦାଗ ଭଳି ଅନେକ ସମସ୍ୟା, ବୟସ ବୃଦ୍ଧିର ଲକ୍ଷଣ ଆଦି ଚିତ୍ର ନାଚି ଉଠେ। ଯେପରି ବାର୍ଦ୍ଧକ୍ୟକୁ ବନ୍ଦ କରି ହେବ ନାହିଁ, ସେହିଭଳି ଚର୍ମରେ ବୟସର ଏହି ଲକ୍ଷଣଗୁଡ଼ିକୁ ମଧ୍ୟ ବନ୍ଦ କରିବା ଅତ୍ୟନ୍ତ କଷ୍ଟକର।

Advertisment

ଏପରି ପରିସ୍ଥିତିରେ ଆପଣ କ’ଣ କେବେ ଭାବି ପାରିବେ କି ୮୦ ବର୍ଷର ଜଣେ ବୁଦ୍ଧାଙ୍କ ଚର୍ମରେ ଦେଖାଯାଉଛି ଆଶ୍ଚର୍ଯ୍ୟଜନକ ଗ୍ଲୋ। ନିକଟରେ ସୋସିଆଲ ମିଡିଆରେ ଜଣେ ୮୦ ବର୍ଷର ମହିଳାଙ୍କ ଭିଡିଓ ଭାଇରାଲ୍ ହେଉଛି। ତାଙ୍କର ଚମକୁଥିବା ଚର୍ମ ଦେଖି ଲୋକମାନେ ଆଶ୍ଚର୍ଯ୍ୟ ହେଉଛନ୍ତି। ଏହି ୮୦ ବର୍ଷ ବୟସ୍କା ମହିଳାଙ୍କ ମୁହଁରେ ଆପଣ ବୟସର କୌଣସି ବି ଲକ୍ଷଣ ଦେଖିପାରିବେ ନାହିଁ।

ଅଧିକ ପଢ଼ନ୍ତୁ: ୯୦ ବର୍ଷରେ ‘ଭାରତନାଟ୍ୟମ୍‌’ ପରିବେଷଣ କଲେ ବୈଜୟନ୍ତୀମାଲା, ଭିଡିଓ ଦେଖି ଫ୍ୟାନ୍ସ କହିଲେ ଏମିତି...

Advertisment

ଲସ୍ ଆଞ୍ଜେଲସରେ ରହୁଥିବା ୩୬ ବର୍ଷୀୟା ଇନ୍‌ପ୍ଲ୍ୟୁଏଞ୍ଜର୍ ୟୁରୀ ଲି ଇନ୍‌ଷ୍ଟାଗ୍ରାମ୍‌ରେ ତାଙ୍କ ଜେଜେମା’ଙ୍କ ସହ ଏକ ଭିଡିଓ ଶେୟାର କରିଛନ୍ତି। ଏହି ଭିଡିଓକୁ ଯିଏ ଦେଖୁଛି ସିଏ ଆଶ୍ଚର୍ଯ୍ୟ ହେଉଛି ଯେ ଏହି ବୟସରେ ମଧ୍ୟ ଜେଜେମା’ଙ୍କ ଚର୍ମ କିପରି ଏତେ ଚମକଦାର ଏବଂ ଗ୍ଲୋ କରିପାରେ। ଆଜିକାଲିର ଟେକ୍ନୋଲୋଜି ଏବଂ ସର୍ଜରୀ ସାହାଯ୍ୟରେ ଅନେକ ମହିଳା ବୋଟକ୍ସ କିମ୍ବା ଫିଲର କରି ନିଜ ଚେହେରାକୁ ୟଙ୍ଗ୍ କରିବାକୁ ଚେଷ୍ଟା କରନ୍ତି।

କିନ୍ତୁ ୟୁରୀ ଲି ଦାବି କରିଛନ୍ତି ଯେ ତାଙ୍କ ଜେଜେମା ’ଏପରି କିଛି କରିନାହାଁନ୍ତି ଏବଂ ତାଙ୍କ ଚର୍ମ କେବଳ ‘ଗ୍ଲାସ୍ ସ୍କିନ୍ ପରି ଚମକି ଉଠୁଛି ’। ଏଭଳି ପରିସ୍ଥିତିରେ, ଏହି ୮୦ ବର୍ଷ ବୟସ୍କା ମହିଳାଙ୍କ ସ୍କିନ୍ କେୟାର ରହସ୍ୟ ଜାଣିବା ପାଇଁ ପ୍ରତିଦିନ ୟୁରୀଙ୍କ ଏହି ପୋଷ୍ଟ୍‌ରେ ହଜାର ହଜାର ମନ୍ତବ୍ୟ ଆସୁଛି, ଯେଉଁ କାରଣରୁ ତାଙ୍କ ଚର୍ମ ଏପର୍ଯ୍ୟନ୍ତ ଚମକୁଛି।

ୟୁରୀ କହିଛନ୍ତି ଯେ ତାଙ୍କ ଜେଜେମା’ଙ୍କୁ ଯେତେବେଳେ ମାତ୍ର ୨୦ ବର୍ଷ ହୋଇଥିଲା ସେ ତାଙ୍କ ଚର୍ମର ଯତ୍ନ ନେଉଛନ୍ତି। ସେ କହିଛନ୍ତି ଯେ ଯଦି ତାଙ୍କ ଜେଜେମାଙ୍କୁ କିଛି ଠିକ ଲାଗୁଥିଲା ତେବେ ସେ ଏହା ପଛରେ ଲାଗିଯାଉଥିଲେ। ୟୁରୀଙ୍କ ଜେଜେମା ପ୍ରାୟ ୬୦ବର୍ଷ ହେବ ତାଙ୍କ ଚର୍ମର ଯତ୍ନରେ ସକ୍ରିୟ ଅଛନ୍ତି। ସେ ଗତ ୧୫ ବର୍ଷ ହେଲା ଗୋଟିଏ ପ୍ରକାରର ପ୍ରଡକ୍ଟ ବ୍ୟବହାର କରୁଛନ୍ତି।

ୟୁରୀଙ୍କ ଜେଜେମା’ ଯେଉଁ ପ୍ରଡକ୍ଟ ବ୍ୟବହାର କରନ୍ତି ତାହା ଚର୍ମର ହାୟଲୋରିକ୍ ଏସିଡ୍ ସ୍ତରକୁ ସନ୍ତୁଳିତ କରିଥାଏ। ଏହା ବ୍ୟତୀତ ସେ ନିଜ ଚର୍ମରେ ଭିଟାମିନ୍ ସି ସେରମ୍ ମଧ୍ୟ ଲଗାନ୍ତି। ଭିଟାମିନ୍ ସି ତ୍ୱଚାକୁ ଉନ୍ନତ କରିବାରେ ସାହାଯ୍ୟ କରେ ଏବଂ କୋଲେଜନ୍ ସ୍ତର ବୃଦ୍ଧି କରିବାରେ ସାହାଯ୍ୟ କରେ, ଯାହା ଚର୍ମକୁ ଗ୍ଲୋ କରାଏ।

ଭିଟାମିନ୍ ସି ର ଏହି ସେରମ୍ ପରେ, ଜେଜେମା ମଧ୍ୟ ରିଷ୍ଟୋର୍ ଜେଲ୍ ବ୍ୟବହାର କରନ୍ତି। ଲୀଙ୍କ ଜେଜେମା’ ମଧ୍ୟ ରାତିରେ ଚର୍ମର ଯତ୍ନ ନେବା ପାଇଁ ଏକ ପ୍ରକାର ନାଇଟ୍ କ୍ରିମ୍ ବ୍ୟବହାର କରନ୍ତି। ସେ ଗତ ୧୦ ବର୍ଷ ଧରି ଏହି କ୍ରିମ୍ ବ୍ୟବହାର କରିଆସୁଛନ୍ତି।

ସେହିପରି ଏକ କମେଣ୍ଟର ଉତ୍ତରରେ ଲୀ କହିଛନ୍ତି ଯେ ସେ କ୍ୱଚିତ୍ ଘରୁ ବାହାରକୁ ଯାଆନ୍ତି। ସ୍କିନ୍ କେୟାର ଫାଉଣ୍ଡେସନ୍ ଅନୁଯାୟୀ ଚର୍ମରେ ଦେଖାଯାଉଥିବା ସବୁ ଚିହ୍ନର ୯୦% ସୂର୍ଯ୍ୟଙ୍କ ପ୍ରଭାବରେ ହୋଇଥାଏ। ୱାଶିଂଟନ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଡର୍ମାଟୋଲୋଜିଷ୍ଟର ନିର୍ଦ୍ଦେଶକ ଡ. ଟିନା ଅଲେଷ୍ଟର୍ କହିଛନ୍ତି ଯେ ଏହି ୮୦ ବର୍ଷ ବୟସ୍କା ମହିଳାଙ୍କ ଚର୍ମର ଚମକ ଆସିବାର ଦୁଇଟି ମୁଖ୍ୟ କାରଣ ହୋଇପାରେ, ପ୍ରଥମତଃ ଜେନେଟିକ୍ ଏବଂ ଦ୍ୱିତୀୟରେ, ଚର୍ମକୁ ସୂର୍ଯ୍ୟଙ୍କଠାରୁ ରକ୍ଷା କରିବା।

ପ୍ରକାଶଥାଉ ଯେ ଲି’ଙ୍କ ଜେଜେମା ବିଗତ ୨୦ ବର୍ଷ ଧରି ସୋୟାବିନ୍ ପ୍ରୋଟିନ୍ ପାଉଡର ଏବଂ ଭିଟାମିନ୍ ସି ପାଉଡର ପିଉଛନ୍ତି।

Skin Care
Advertisment
Advertisment