Advertisment

Valentines Day 2024: ଆପଣଙ୍କ ପାର୍ଟନର୍ ଦୂରରେ ରହୁଛନ୍ତି କି… ସଂପର୍କକୁ ଦୃଢ କରିବା ପାଇଁ କ’ଣ କରିବେ

କାମ ହେତୁ ଅନେକ ଥର ପ୍ରେମିକ-ପ୍ରେମିକା କିମ୍ବା ଦମ୍ପତିଙ୍କୁ ପରସ୍ପରଠାରୁ ଦୂରରେ ରହିବାକୁ ପଡେ। କିନ୍ତୁ, ଯେଉଁଠି ପ୍ରେମ ଥାଏ ବେଳେବେଳେ ଅବିଶ୍ୱାସ ମଧ୍ୟ ମନରେ ପଶିବା ଆରମ୍ଭ କରେ। ଏପରି ପରିସ୍ଥିତିରେ, ଯଦି ନିଜର ପାର୍ଟନର୍‌ଙ୍କୁ ବହୁତ ଭଲ ପାଉଥାନ୍ତି ଏବଂ ତାଙ୍କଠାରୁ ଦୂରେଇ ଯିବାକୁ ଚାହୁଁ ନ ଥାନ୍ତି, ତେବେ ଏହି ୫ଟି ଟିପ୍ସକୁ ପାଳନ କରନ୍ତୁ।

author-image
Pramod Behera
ଅଦ୍ୟତନ ହୋଇଛି
Tips For Healthy Long Distance Relationship

5 tips for you how to maintain long distance relationship

ଭାଲେଣ୍ଟାଇନ୍ ସପ୍ତାହ ଅର୍ଥ ହେଉଛି ପ୍ରେମ ସପ୍ତାହ, ଯାହା ୭ ଫେବୃଆରୀରୁ ଆରମ୍ଭ ହୁଏ ଏବଂ ୧୪ ଫେବୃଆରୀରେ ଭାଲେଣ୍ଟାଇନ୍ସ ଡେ’ରେ ଶେଷ ହୁଏ। ପ୍ରେମୀଯୁଗଳ ବା ପ୍ରେମ କରୁଥିବା ବ୍ୟକ୍ତିଙ୍କ ପାଇଁ ଏହି ଦିନଟି ଖୁବ ମାନେ ରଖେ। ସେମାନଙ୍କ ପାଇଁ ଏହା ସ୍ୱତନ୍ତ୍ର ହୋଇଥାଏ। ପ୍ରେମ ଏମିତି ଏକ ମୋହର ବନ୍ଧନ ଯେଉଁଥିରେ ସମସ୍ତେ ବନ୍ଧା। ପ୍ରେମ, ଆକର୍ଷଣ, ସମର୍ପଣ, ସାଥିହୋଇ ରହିବା କିଛି ବି ହୋଇପାରେ ଏବଂ ପ୍ରେମ କାହା ସହିତ ବି ହୋଇପାରେ।

Advertisment

ଭଗବାନ ଶିବଙ୍କ ପାଇଁ ମାତା ପାର୍ବତୀଙ୍କ ପ୍ରେମ, କୃଷ୍ଣଙ୍କ ପାଇଁ ମୀରାଙ୍କ ପ୍ରେମ ଏବଂ ଭଗବାନଙ୍କ ପ୍ରତି ଭକ୍ତଙ୍କ ପ୍ରେମ... ପ୍ରେମର ପରିଭାଷା ଅସୀମ। ପ୍ରେମ ଉଭୟ ସ୍ୱାଧୀନ ଏବଂ ବନ୍ଧନ, ପ୍ରେମ ଉଭୟ ପ୍ରାପ୍ତ କରିବା ଓ ହାରିବା। ଯଦି ଆମେ ସାଧାରଣ ଅର୍ଥରେ ବୁଝିବା ତେବେ ଏହି ପ୍ରେମ ଜଣେ ପୁରୁଷ ଓ ଜଣେ ନାରୀଙ୍କ ମଧ୍ୟରେ ବୁଝାଏ। ଏହି ପ୍ରେମ ଯାହାକୁ ହୁଏ କେହି କାହାକୁ ମୂହୁର୍ତ୍ତକ ପାଇଁ ପାଖରୁ ଛାଡିବାକୁ ଚାହାନ୍ତି ନାହିଁ।

କିନ୍ତୁ କାମ ହେତୁ ଅନେକ ସମୟରେ ପ୍ରେମିକ-ପ୍ରେମିକା କିମ୍ବା ଦମ୍ପତିଙ୍କୁ ପରସ୍ପରଠାରୁ ଦୂରରେ ରହିବାକୁ ପଡେ। ଆମେ ସାଧାରଣତଃ ଏହାକୁ ଏକ ଲଙ୍ଗ୍‌-ଡିଷ୍ଟାନ୍ସ ରିଲେସନ୍‌ସିପ୍ ଭାବରେ ଜାଣୁ। ଧୀରେ ଧୀରେ ଏହି ପ୍ରକାର ସମ୍ପର୍କ ସାଧାରଣ ହେବାରେ ଲାଗିଛି। ଲୋକମାନେ ସେମାନଙ୍କର ସ୍ୱପ୍ନ ଏବଂ କ୍ୟାରିୟର୍ ହାସଲ କରିବା ପାଇଁ ପରସ୍ପରଠାରୁ ଦୂରରେ ରହିବା ଆରମ୍ଭ କରନ୍ତି। କିନ୍ତୁ, ଯେଉଁଠି ପ୍ରେମ ଥାଏ ବେଳେବେଳେ ଅବିଶ୍ୱାସ ମଧ୍ୟ ମନରେ ପଶିବା ଆରମ୍ଭ କରେ।

Advertisment

ଅନେକ ଥର, ଆପଣଙ୍କ ପାର୍ଟନର୍ ବ୍ୟସ୍ତ ଥିବାରୁ କଲ୍ କରିବାରେ ସକ୍ଷମ ନ ହେବା ମଧ୍ୟ ସନ୍ଦେହ ଏବଂ ଝଗଡା ହେବାର କାରଣ ହୋଇଯାଏ। ଏପରି ପରିସ୍ଥିତିରେ, ଅନ୍ୟ ପାର୍ଟନର୍ ବୁଝିବା ଉଚିତ ଯେ ସେ କିଛି କାମରେ ବ୍ୟସ୍ତ ଥାଇପାରନ୍ତି। ଅନାବଶ୍ୟକ ସନ୍ଦେହ ଏବଂ ପ୍ରଶ୍ନ ପଚାରିବା ଦ୍ୱାରା ଧୀରେ ଧୀରେ ପ୍ରେମ କମେ ଏବଂ ଲଙ୍ଗ୍‌-ଡିଷ୍ଟାନ୍ସ ରିଲେସନ୍‌ସିପ୍‌ରେ ବାସ୍ତବ ଦୂରତା ଆସିଯାଏ।

ଅଧିକ ପଢ଼ନ୍ତୁ: ଯୁବକମାନଙ୍କ ପାଖରେ ଏହି ୫ ଗୁଣ ଥିଲେ ଝିଅମାନେ ହୋଇଥାନ୍ତି ପ୍ରଭାବିତ

ଏପରି ପରିସ୍ଥିତିରେ, ଯଦି ନିଜର ପାର୍ଟନର୍‌ଙ୍କୁ ବହୁତ ଭଲ ପାଉଥାନ୍ତି ଏବଂ ତାଙ୍କଠାରୁ ଦୂରେଇ ଯିବାକୁ ଚାହୁଁ ନ ଥାନ୍ତି, ତେବେ ସମ୍ପର୍କକୁ ଠିକ ଭାବେ ପରିଚାଳନା କରିବା ଉଚିତ। ଯଦି କିଛି ଟିପ୍ସକୁ ଗ୍ରହଣ କରିବେ ଆପଣ ଏକ ଲଙ୍ଗ୍‌-ଡିଷ୍ଟାନ୍ସ ରିଲେସନ୍‌ସିପକୁ ଭଲ ଭାବରେ ବଜାୟ ରଖିବାରେ ସକ୍ଷମ ହେବେ ଏବଂ ପ୍ରେମ ଏବଂ ବିଶ୍ୱାସ ମଧ୍ୟ ଏଥିରେ ଅକ୍ଷୁଣ୍ଣ ରହିବ।

ଲଙ୍ଗ୍‌-ଡିଷ୍ଟାନ୍ସ ରିଲେସନ୍‌ସିପ୍ ପାଇଁ ୫ଟି ଟିପ୍ସ:

ସମୟ ପାଇଲେ ବାର୍ତ୍ତାଳାପ:

ଲଙ୍ଗ୍‌-ଡିଷ୍ଟାନ୍ସ ରିଲେସନ୍‌ସିପ୍ ପରିଚାଳନା କରିବା ସହଜ ନୁହେଁ। ମାସ ମାସ ଧରି ସାକ୍ଷାତ ହୋଇ ନ ଥିବାରୁ ଲୋକମାନେ ପରସ୍ପରକୁ ମିସ୍ କରିବା ଆରମ୍ଭ କରନ୍ତି। ସମ୍ପର୍କର ସମନ୍ୱୟ ଖରାପ ହୁଏ, ଯେଉଁ କାରଣରୁ ସମ୍ପର୍କ ବିଗିଡିବାରେ ଲାଗେ। ଏପରି ସଂପର୍କରେ, ଆପଣ ପ୍ରତ୍ୟେକ ଦିନ ପରସ୍ପର ସହିତ କଥାବାର୍ତ୍ତା ହେବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ତେବେ ଘଣ୍ଟା ଘଣ୍ଟା କଥା ହେବ ଜରୁରୀ ନୁହେଁ। ଫୋନ୍‌ କଲ୍, ଭିଡିଓ କଲ୍‌ ମଧ୍ୟ କରିପାରିବେ। ଆପଣ ଦିନସାରା ବ୍ୟସ୍ତ ରହିପାରନ୍ତି, କିନ୍ତୁ ଘରକୁ ଆସିବା ପରେ ଆପଣଙ୍କ ପାର୍ଟନର୍‌ଙ୍କ ସହ କଥାବାର୍ତ୍ତା ହୁଅନ୍ତୁ। ଏହା ଆପଣଙ୍କୁ ପରସ୍ପରର ନିକଟତର କରିବ।

ଅଯଥା ପ୍ରଶ୍ନ କରନ୍ତୁ ନାହିଁ:

ଯଦିବି କଲ୍‌ କରୁଛନ୍ତି, ଅଭିଯୋଗ କରନ୍ତୁ ନାହିଁ ଗତକାଲି କାହିଁକି କଲ୍‌ କଲ ନାହିଁ? କାହା ସହିତ ଏବଂ କେଉଁଠାରେ ବ୍ୟସ୍ତ ଥିଲ? ଏଭଳି ଅଯଥା ପ୍ରଶ୍ନ କରନ୍ତୁ ନାହିଁ। ଏହିପରି କଥା ଅନ୍ୟ ଜଣକୁ ବିରକ୍ତ କରିପାରେ। ଏହା ସମ୍ଭବ ଯେ ସେ କାମରେ ଏତେ ବ୍ୟସ୍ତ ଥାଇପାରନ୍ତି ଯେ ସେ କଲ୍ କରିବାକୁ ସମୟ ପାଇ ନଥିବେ। ଏହିପରି ଛୋଟ ଛୋଟ କଥାକୁ ନେଇ ଝଗଡା କି ଯୁକ୍ତି କରନ୍ତୁ ନାହିଁ।

ପ୍ରତି ମାସରେ ସାକ୍ଷାତ:

ଯଦି ଆପଣ ଅନ୍ୟ ସହରରେ ରହୁଛନ୍ତି ଏବଂ ମାସ ମାସ ଧରି ପରସ୍ପରକୁ ଭେଟି ପାରୁ ନାହାନ୍ତି ତେବେ ଏହା ଭାବନାକୁ ହ୍ରାସ କରିପାରେ। ପରସ୍ପରକୁ ଘନିଷ୍ଠ ଅନୁଭବ କରିବାକୁ ମଧ୍ୟ ସମୟ ଦେବା ଜରୁରୀ ଅଟେ। ଯଦି ଆପଣ ଅଧିକ ଦୂରରେ ରହୁ ନାହାନ୍ତି, ତେବେ ନିଶ୍ଚିତ ଭାବରେ ପ୍ରତି ମାସରେ ସାକ୍ଷାତ କରିବାକୁ ଚେଷ୍ଟା କରନ୍ତୁ।

ପରସ୍ପରଙ୍କୁ ସମୟ ଦେବା:

ଯେତେବେଳେ କାମରୁ ଘରକୁ ଫେରୁଛନ୍ତି, ପରସ୍ପର ସହିତ ସମୟ ବିତାଇବା ପାଇଁ କୌଣସି ଏକ ଅନଲାଇନ୍ ଖେଳ ଖେଳନ୍ତୁ। ଏକାଠି କୌଣସି ଏକ ରୋମାଣ୍ଟିକ୍ ଚଳଚ୍ଚିତ୍ର ଦେଖନ୍ତୁ। କୌଣସି ବହି ପଢନ୍ତୁ ଏବଂ ଏହାକୁ ଆଲୋଚନା କରନ୍ତୁ। ଆପଣଙ୍କର ସମସ୍ତ ଦୈନନ୍ଦିନ ଅନୁଭୂତିକୁ ବାଣ୍ଟନ୍ତୁ। ଏହା ଆପଣଙ୍କ ଭିତରେ ଘନିଷ୍ଠତାର ଭାବନା ବିକାଶ କରିବ।

ସମ୍ପର୍କକୁ ନେଇ ପଜିଟିଭ୍:

ସମ୍ପର୍କକୁ ନେଇ ସବୁବେଳେ ପଜିଟିଭ୍ ରହିବା ଉଚିତ। ଆପଣ ଯେତେ ସନ୍ଦେହ କରିବେ, ଆପଣଙ୍କ ମଧ୍ୟରେ ଦୂରତା ସେତେ ବଢିବ। ଅନ୍ୟର ପରାମର୍ଶ ଦ୍ୱାରା ପ୍ରଭାବିତ ହୁଅନ୍ତୁ ନାହିଁ। ଏହା ଆପଣଙ୍କ ସମ୍ପର୍କରେ ତିକ୍ତତା ଆଣିବ। ଯଦି ଆପଣଙ୍କ ମନରେ କୌଣସି ପ୍ରକାରର ସନ୍ଦେହ ଆସେ, ଅନ୍ୟ କାହା ସହିତ ଆଲୋଚନା କରିବା ପରିବର୍ତ୍ତେ, ପାରସ୍ପରିକ ଯୋଗାଯୋଗ ମାଧ୍ୟମରେ ଏସବୁକୁ ଠିକ୍‌ କରିବାକୁ ଚେଷ୍ଟା କରନ୍ତୁ।

Valentines Week Valentine's Day Special Relationship Tips Valentine's Day 2024
Advertisment
Advertisment