Advertisment

Career: ଆପଣ UPSC ପରୀକ୍ଷାରେ ଏକାଥରେ ସଫଳ ହେବାକୁ ଚାହାନ୍ତି କି… ଆପଣଙ୍କ ପାଇଁ ଟିପ୍ସ

ଯିଏ UPSC ପରୀକ୍ଷାରେ ବସିଛି ସିଏ ଜାଣିଛି ଏହା କେତେ କଷ୍ଟକର। ଏହାକୁ ପ୍ରଥମ ଚେଷ୍ଟାରେ ସଫଳ କରିବା ନିହାତି କଷ୍ଟକର। କିନ୍ତୁ ଆପଣ ଯଦି ଏହାକୁ ଏକାଥରେ ସମ୍ଭବ କରିବାକୁ ଚାହାନ୍ତି ତେବେ ଏହି ଟିପ୍ସକୁ ଅନୁସରଣ କରିବାକୁ ପଡିବ।

author-image
Pramod Behera
ଅଦ୍ୟତନ ହୋଇଛି
Career Tips

Tips how to become ias officer in first attempt

UPSC ପରୀକ୍ଷାରେ ସଫଳ ହୋଇଥିବା ପ୍ରାର୍ଥୀମାନେ ଆଇଏଏସ୍, ଆଇପିଏସ୍, ଆଇଆର୍‌ଏସ୍ ଇତ୍ୟାଦି ପଦବୀରେ ନିଯୁକ୍ତି ପାଆନ୍ତି। ସଂଘ ଲୋକସେବା ଆୟୋଗର ସିଭିଲ୍‌ ସର୍ଭିସ ପରୀକ୍ଷାର ସ୍ତର ଅତ୍ୟନ୍ତ କଷ୍ଟକର ହୋଇଥାଏ। ଏହାର ପ୍ରଥମ ପ୍ରୟାସରେ ସଫଳ ହେବା କଷ୍ଟ ହୋଇଥିଲେ ବି ଅସମ୍ଭବ ନୁହେଁ। ଏନେଇ ଟିକିଏ ଅଧିକ ଚେଷ୍ଟାର ଆବଶ୍ୟକତା ରହିଛି।

Advertisment

ଜଣେ ଆଇଏଏସ୍ ଅଧିକାରୀ ହେବାକୁ ହେଲେ ୩ଟି ପର୍ଯ୍ୟାୟର UPSC ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାକୁ ପଡିବ। ସେସବୁ ହେଲା - UPSC ପ୍ରିଲିମ୍ସ ପରୀକ୍ଷା, ମେନ୍ସ ପରୀକ୍ଷା ଏବଂ UPSC ସାକ୍ଷାତକାର। ଏପରି ଅନେକ ଉଦାହରଣ ଅଛି, ଯେଉଁମାନେ ସେମାନଙ୍କର ପ୍ରଥମ ପ୍ରୟାସରେ UPSC ପରୀକ୍ଷାକୁ ପାଶ୍ କରିଛନ୍ତି। ଆପଣ ବି ଚାହିଁଲେ ଏକାଥରେ ପାଶ୍ କରିପାରିବେ। ତେବେ ଏଥିପାଇଁ କ’ଣ କରିବାକୁ ହେବ ଆସନ୍ତୁ ଜାଣିବା।

ଅଧିକ ପଢ଼ନ୍ତୁ: ଆପଣ ଅନ୍‌ଲାଇନ୍ ସାକ୍ଷାତକାର ପାଇଁ ପ୍ରସ୍ତୁତ ହେଉଛନ୍ତି କି; ଧ୍ୟାନ ଦିଅନ୍ତୁ

Advertisment

ବେସିକ୍ସ ଉପରେ ଧ୍ୟାନ:

UPSC ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପାଇଁ ବେସିକ୍ସ ମଜବୁତ୍ ହେବା ଜରୁରୀ। ଏନେଇ ୯ମ ରୁ ୧୨ଶ ପର୍ଯ୍ୟନ୍ତ NCERT ର ସିଲାବସ୍ ଅତ୍ୟନ୍ତ ଉପଯୋଗୀ। UPSC CSE ପରୀକ୍ଷା ପାଇଁ ଯେତେ ଶୀଘ୍ର ପ୍ରସ୍ତୁତି ଆରମ୍ଭ ହେବ, ସେତେ ଭଲ। ଗ୍ରାଜୁଏସନ କରୁଥିବା ବେଳେ ୯ମ ରୁ ୧୨ଶ ପର୍ଯ୍ୟନ୍ତ ଥିବା NCERT ବହି ପଢନ୍ତୁ।

ସିଲାବସ୍ ଅନୁଯାୟୀ ମ୍ୟାଟେରିଆଲ୍ ଜରୁରୀ:

ଯେକୌଣସି ପରୀକ୍ଷା ପାଇଁ ପ୍ରସ୍ତୁତିର ପ୍ରଥମ ପଦକ୍ଷେପ ହେଉଛି ଏହାର ସିଲାବସ୍। UPSC CSE ପରୀକ୍ଷା ପାଇଁ ସିଲାବସ୍ ଖୋଜନ୍ତୁ ଏବଂ ତାପରେ ପ୍ରତ୍ୟେକ ବିଷୟ ପାଇଁ ସଠିକ୍ ଅଧ୍ୟୟନ ସାମଗ୍ରୀ ଖୋଜନ୍ତୁ। ପଢିବା ସମୟରେ ଆପଣଙ୍କ ନୋଟ୍ ପ୍ରସ୍ତୁତ କରିବାକୁ ଭୁଲିବେ ନାହିଁ। ରିଭିଜନ କରିବା ସମୟରେ ଏହା ବହୁତ ସାହାଯ୍ୟ କରେ।

ସୀମିତ ପୁସ୍ତକରେ ପ୍ରସ୍ତୁତ:

କେତେକ ପ୍ରାର୍ଥୀ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବାବେଳେ ଅନେକ ବହି କିଣି ପକାନ୍ତୁ, ଯାହା ଠିକ୍ ନୁହେଁ। ଗୋଟିଏ କିମ୍ବା ଦୁଇଟି ରେଫରେନ୍ସ ବହିରୁ ପଢିବା ଯଥେଷ୍ଟ। ସଫଳ ପ୍ରାର୍ଥୀମାନେ ସର୍ବଦା କୁହନ୍ତି ଯେ ଯେଉଁ ବହି ଆପଣଙ୍କ ପାଖରେ ଅଛି ଆଉ ଆପଣ ଆଗରୁ ପଢିଛନ୍ତି, ସେହି ବହିଗୁଡିକୁ ହିଁ ବାରମ୍ବାର ରିଭାଇଜ୍ କରନ୍ତୁ।

ମକ୍ ଟେଷ୍ଟ୍ ଜରୁରୀ:

ଅନ୍ୟାନ୍ୟ ପ୍ରବେଶିକା ପରୀକ୍ଷା ପରି, UPSC ପରୀକ୍ଷା ପାଇଁ ପ୍ରସ୍ତୁତି ବେଳେ ମକ୍ ଟେଷ୍ଟ୍‌ର ମୂଲ୍ୟ ବୁଝିବା ଜରୁରୀ। UPSC ପରୀକ୍ଷା ପାଟର୍ନ ମକ୍ ଟେଷ୍ଟ ସାହାଯ୍ୟରେ ଭଲ ଭାବରେ ବୁଝିହେବ। ଏହା ଆପଣଙ୍କୁ ଜଣେଇ ଦେବ ଯେ ମେନ୍ ପରୀକ୍ଷାରେ କେତେ ପ୍ରଶ୍ନ ଆପଣ କେତେ ସମୟ ମଧ୍ୟରେ ସମାଧାନ କରିବାକୁ ସମର୍ଥ ହେବେ।

UPSC UPSC Jobs Govt Jobs Career Tips
Advertisment
Advertisment