Advertisment

ପରୀକ୍ଷା ନ ଦେଇ ମ୍ୟାନେଜର ଓ ହିନ୍ଦୀ ଅଧିକାରୀ ହୁଅନ୍ତୁ

NHAI ରେ ଚାକିରି ପାଇବା ପାଇଁ ଏକ ସୁବର୍ଣ୍ଣ ସୁଯୋଗ। ଆପଣଙ୍କ ପାଖରେ ଯଦି ଏହି ଯୋଗ୍ୟତା ଅଛି ତେବେ ବିନା ପରୀକ୍ଷାରେ ଚାକିରି କରିପାରିବେ।

author-image
Pramod Behera
ଅଦ୍ୟତନ ହୋଇଛି
NHAI Recruitment 2022

NHAI Recruitment 2022

ନ୍ୟାସ୍‌ନାଲ୍‌ ହାଇୱେ ଅଥରିଟି ଅଫ୍ ଇଣ୍ଡିଆ (NHAI) ରେ ଚାକିରି ପାଇବା ପାଇଁ ଏକ ସୁବର୍ଣ୍ଣ ସୁଯୋଗ ଅଛି। ଏଥିପାଇଁ NHAI ମ୍ୟାନେଜେରିଆଲ୍ ଏବଂ ହିନ୍ଦୀ ଅଫିସର୍‌ ପଦବୀରେ ନିଯୁକ୍ତି ପାଇଁ ଆବେଦନ ଜାରି କରିଛି। ଯେଉଁ ପ୍ରାର୍ଥୀମାନେ ଆଗ୍ରହୀ ଏବଂ ଏହି ପଦବୀ ପାଇଁ ଆବେଦନ କରିବାକୁ ଯୋଗ୍ୟ ଅଟନ୍ତି ସେମାନେ NHAI ର ଅଫିସିଆଲ୍ ୱେବସାଇଟ୍ nhai.gov.in କୁ ଯାଇ ଆବେଦନ କରିପାରିବେ। ଏହି ପୋଷ୍ଟ୍‌ଗୁଡିକ ପାଇଁ ଆବେଦନ କରିବାର ଶେଷ ତାରିଖ ହେଉଛି ଜୁନ୍ ୨୪।

Advertisment

ଏହା ବ୍ୟତୀତ ପ୍ରାର୍ଥୀମାନେ ଏହି ଲିଙ୍କ୍ https://nhai.gov.in/#/ ଉପରେ କ୍ଲିକ୍ କରି ଏହି ପୋଷ୍ଟ୍‌ଗୁଡିକ ପାଇଁ ସିଧାସଳଖ ଆବେଦନ କରିପାରିବେ। ଏଥିସହ, ଏହି ଲିଙ୍କ୍ https://nhai.gov.in/nhai/sites/default/files/vacancy_files/AdvtforDGM.pdf କୁ ଯାଇ ଆପଣ ଅଫିସିଆଲ୍ ବିଜ୍ଞପ୍ତି ମଧ୍ୟ ଦେଖିପାରିବେ। ଏହି ନିଯୁକ୍ତି ପ୍ରକ୍ରିୟାରେ ସମୁଦାୟ ୬ଟି ପଦବୀ ପୂରଣ ହେବ।

ଗୁରୁତ୍ୱପୂର୍ଣ୍ଣ ତାରିଖ:

  • ଆବେଦନ କରିବାର ଶେଷ ତାରିଖ - ଜୁନ୍ ୨୪

ଖାଲି ପଦବୀ:

  • ଡେପୁଟି ଜେନେରାଲ୍ ମ୍ୟାନେଜର (ଲିଗାଲ୍): ୧ଟି ପୋଷ୍ଟ୍‌
  • ମ୍ୟାନେଜର (ଲିଗାଲ୍): ୪ ଟି ପୋଷ୍ଟ୍‌
  • ହିନ୍ଦୀ ଅଧିକାରୀ: ୧ଟି ପୋଷ୍ଟ୍‌
Advertisment

ଯୋଗ୍ୟତା:

ଏହିସବୁ ପଦବୀ ପାଇଁ ବିଭିନ୍ନ କ୍ଷେତ୍ରେରେ ଆଇନ ଓ ସ୍ନାତନ ଯୋଗ୍ୟତା ଆବଶ୍ୟକ ଥିବା ବେଳେ ପ୍ରାର୍ଥୀମାନେ ସବିଶେଷ ଜାଣିବା ପାଇଁ ସରକାରୀ ବିଜ୍ଞପ୍ତିକୁ ଦେଖିନେବା ଉଚିତ।

ଅନ୍ୟାନ୍ୟ ସୂଚନା:

ଅନ୍‌ଲାଇନ୍ ଆବେଦନ ସହିତ ଆବଶ୍ୟକୀୟ ଡକ୍ୟୁମେଣ୍ଟ୍‌ଗୁଡ଼ିକର ପ୍ରିଣ୍ଟ-ଆଉଟ୍ DGM (HR & Admin) -IA, ନ୍ୟାସ୍‌ନାଲ୍‌ ହାଇୱେ ଅଥରିଟି ଅଫ୍ ଇଣ୍ଡିଆ, ପ୍ଲଟ୍ ନଂ: G - ୫ ଓ ୬, ସେକ୍ଟର - ୧୦, ଦ୍ୱାରକା, ନୂଆଦିଲ୍ଲୀ - ୧୧୦୦୭୫ କୁ ପଠାଯିବା ଉଚିତ।

Govt Jobs NHAI Recruitment 2022
Advertisment
Advertisment