Advertisment

Agniveer Scheme: ବଢୁଛି ଅଗ୍ନିବୀର ନିଯୁକ୍ତି; ଜାଣନ୍ତୁ କେଉଁମାନେ ଏହି ପଦବୀ ପାଇଁ ଆବେଦନ କରିପାରିବେ ନାହିଁ

ଆଜିକାଲି ଅଗ୍ନିବୀରର ନିଯୁକ୍ତି ଚାଲିଛି। ଏପରି ପରିସ୍ଥିତିରେ ଆପଣଙ୍କୁ ଯତ୍ନର ସହ ବିଚାର କରିବା ପରେ ହିଁ ଆବେଦନ କରିବାକୁ ପଡିବ। ଭାରତୀୟ ସେନାରେ ଯୋଗଦେବା ପାଇଁ ଅନେକ ସର୍ତ୍ତ ଏବଂ ନିୟମ ଅଛି। ଆସନ୍ତୁ ସେ ବିଷୟରେ ଜାଣିନେବା।

author-image
Pramod Behera
ଅଦ୍ୟତନ ହୋଇଛି
Who cannot apply for agniveer what are the rules

Who cannot apply for agniveer what are the rules

ଭାରତୀୟ ସେନାରେ ପ୍ରାୟ ସମୟରେ ଅଗ୍ନିବୀର ନିଯୁକ୍ତି ବାହାରୁଛି। ଆଜିକାଲି ଅଗ୍ନିବୀରର ନିଯୁକ୍ତି ମଧ୍ୟ ଚାଲିଛି। ଏପରି ପରିସ୍ଥିତିରେ ଆପଣଙ୍କୁ ଯତ୍ନର ସହ ବିଚାର କରିବା ପରେ ହିଁ ଆବେଦନ କରିବାକୁ ପଡିବ। ଭାରତୀୟ ସେନାରେ ଯୋଗଦେବା ପାଇଁ ଅନେକ ସର୍ତ୍ତ ଏବଂ ନିୟମ ଅଛି।

Advertisment

ତେଣୁ ଆବେଦନ କରିବା ପୂର୍ବରୁ ଜାଣିବା ଜରୁରୀ ଯେ ଭାରତୀୟ ସେନାର ଅଗ୍ନିବୀର ଯୋଜନା ପାଇଁ କିଏ ଆବେଦନ କରିପାରିବ ଏବଂ କିଏ କରିପାରିବ ନାହିଁ। ଅନେକ ପ୍ରାର୍ଥୀଙ୍କ ମନରେ ମଧ୍ୟ ଏକ ପ୍ରଶ୍ନ ରହିଛି ଯେ ଜଣେ ବିବାହିତ ପ୍ରାର୍ଥୀ ଭାରତୀୟ ସେନାର ଅଗ୍ନିବୀର ଯୋଜନା ପାଇଁ ଆବେଦନ କରିପାରିବେ କି ନାହିଁ।

ଖାଲି ବିବାହିତ କଥା ନୁହେଁ ଏମିତି ଆହୁରି ମଧ୍ୟ କିଛି କଥା ଅଛି ଯାହା ସନ୍ଦେହ ସୃଷ୍ଟି କରେ। ତେବେ ଆସନ୍ତୁ କେଉଁମାନେ ଏନେଇ ଅଯୋଗ୍ୟ ସେ ବିଷୟରେ ଜାଣିନେବା।

Advertisment

ବିବାହିତମାନେ ଆବେଦନ କରିପାରିବେ ନାହିଁ:

ଭାରତୀୟ ସେନାର ଅଗ୍ନିବୀର ସ୍କିମ୍ ଅଧୀନରେ ତିନି ସେନାବାହିନୀରେ କେବଳ ଅବିବାହିତ ପ୍ରାର୍ଥୀମାନେ ଆବେଦନ କରିପାରିବେ। ବିବାହିତ ପ୍ରାର୍ଥୀମାନେ ଅଗ୍ନିବୀର ପଦ ପାଇଁ ଆବେଦନ କରିପାରିବେ ନାହିଁ। ତେବେ ଉଭୟ ପୁରୁଷ ଏବଂ ମହିଳା ପ୍ରାର୍ଥୀ ଅଗ୍ନିବୀର ସ୍କିମ୍ ଅଧୀନରେ ଥିବା ପୋଷ୍ଟ ପାଇଁ ଆବେଦନ କରିପାରିବେ। ଅଗ୍ନିବୀର ସ୍କିମ୍ ଅଧୀନରେ ୪ ବର୍ଷର ଚାକିରି ଜୀବନ ସମୟରେ ମଧ୍ୟ ବିବାହ ପାଇଁ ଅନୁମତି ଦିଆଯାଇ ନଥାଏ।

୧୭ ବର୍ଷର ଯୁବକ ଆବେଦନ କରିପାରିବେ କି:

ଅଗ୍ନିବୀର ଯୋଜନା ଅଧୀନରେ ଆବେଦନ କରିବା ପାଇଁ ବୟସ ମଧ୍ୟ ବହୁତ ଗୁରୁତ୍ୱପୂର୍ଣ୍ଣ। ଅନେକ ଲୋକଙ୍କ ମନରେ ପ୍ରଶ୍ନ ଥାଏ ଯେ ୧୭ ବର୍ଷ ବୟସ୍କ ପ୍ରାର୍ଥୀ ଏହି ପୋଷ୍ଟଗୁଡିକ ପାଇଁ ଆବେଦନ କରିପାରିବେ କି ନାହିଁ। ତେବେ ଏହାର ଉତ୍ତର ହେଉଛି ‘ନା’। କାରଣ ଅଗ୍ନିବୀର ପାଇଁ ଆବେଦନ କରିବା ପାଇଁ ପ୍ରାର୍ଥୀଙ୍କ ବୟସ ୧୭.୫ ରୁ ୨୧ ବର୍ଷ ମଧ୍ୟରେ ସ୍ଥିର ହୋଇଛି। ଆରକ୍ଷଣ ବର୍ଗ କ୍ଷେତ୍ରରେ ବୟସ ସୀମାରେ କୋହଳ ଦିଆଯିବ।

ବିଜ୍ଞାନ ବିନା ଆବେଦନ କରିପାରିବେ ନାହିଁ:

ବିଜ୍ଞାନ ଅଧ୍ୟୟନ ନ କରି କୌଣସି ପ୍ରାର୍ଥୀ ଅଗ୍ନିବୀର ନିଯୁକ୍ତି ପାଇଁ ଆବେଦନ କରିପାରିବେ ନାହିଁ। ଏହି ନିଯୁକ୍ତି ପାଇଁ, ପ୍ରାର୍ଥୀମାନେ ଦ୍ୱାଦଶ ଶ୍ରେଣୀରେ ଗଣିତ, ପଦାର୍ଥ ବିଜ୍ଞାନ ଏବଂ ଇଂରାଜୀ ଭଳି ବିଷୟ ରଖି ପାଶ୍ କରିବାଥିବା ଆବଶ୍ୟକ। କେବଳ ଏତିକି ନୁହେଁ, ଦ୍ୱାଦଶରେ ୫୦ ପ୍ରତିଶତ ମାର୍କ ରହିବା ବାଧ୍ୟତାମୂଳକ, ଏହା ବ୍ୟତୀତ ଇଂରାଜୀରେ ୫୦ ପ୍ରତିଶତ ମାର୍କ ମଧ୍ୟ ଆବଶ୍ୟକ। ଅନେକ ନିଯୁକ୍ତିରେ ୫୦ ପ୍ରତିଶତ ସହିତ ଇଂଜିନିୟରିଂ ଡିଗ୍ରୀ ମଧ୍ୟ ଆବଶ୍ୟକ।

Govt Jobs Job Seekers Agniveer
Advertisment
Advertisment